Monday, May 25, 2026 05:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବେଷ୍ଟ ଆକ୍ଟର ଆୱାର୍ଡ ଗୋଜ୍‌ ଟୁ ପୂଜାରୀ

by Our Correspondent
16 May, 2016- 07:04 PM
in Politics
1 min read
0
ବେଷ୍ଟ ଆକ୍ଟର ଆୱାର୍ଡ ଗୋଜ୍‌ ଟୁ ପୂଜାରୀ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ୪ ଦିନ ଆଗରୁ ବନ୍ଦ ହୋଇଗଲା ବିଧାନସଭା । ଶୁକ୍ରବାରଠାରୁ ଏଥିପାଇଁ ରିହର୍ସଲ୍‌ ସରିଥିଲା । ଦୁଇଦିନ ଛୁଟି ଥିବାରୁ ସୋମବାର ବିଧାନସଭା ମଞ୍ଚରେ ମଞ୍ଚସ୍ଥ ହେଲା ନାଟକ । ଦିନ ତମାମ ନାଟକର ମୂଳରୁ ଶେଷ ଯାଏଁ ନିଜ ଚରିତ୍ରକୁ ଜମେଇକି ଫୁଟାଇଥିଲେ ନିରଞ୍ଜନ ପୂଜାରୀ । ପ୍ରଚ୍ଛଦପଟ ନିର୍ଦେଶନାକୁ ଜୀବନ୍ତ ଉପସ୍ଥାପନ କରି ଦର୍ଶକଙ୍କୁ ଆମୋଦିତ କରିଥିଲେ । ସୁତରାଂ ଚଳିତ ବଜେଟ୍‌ ଅଧିବେସନରେ ପୂଜାରୀ ହିଁ ଶ୍ରେଷ୍ଠ କଳାକାର ବା ବେଷ୍ଟ ଆକ୍ଟର । ସେଥିରେ କେହି ଇର୍ଷାନ୍ୱିତ ହେବାର ନାହିଁ ।

ବେଷ୍ଟ ଆକ୍ଟର ଆୱାର୍ଡ ପରିକଳ୍ପିତ ନିରଞ୍ଜନ ପୂଜାରୀ ହେଉଛନ୍ତି ବିଧାନସଭାର ମାନ୍ୟବର ବାଚସ୍ପତି । ପବିତ୍ର ଗୃହର ସର୍ବେସର୍ବା । ପୂଜାରୀ ଯେ ନିର୍ଦ୍ଦଳୀୟ ବ୍ୟକ୍ତି ତାହା କେହି କହୁନାହାନ୍ତି । ମାତ୍ର ସେ ଅଧିଷ୍ଠିତ ହୋଇଥିବା ଆସନଟି ନିର୍ଦ୍ଦଳୀୟ ଓ ନିରପେକ୍ଷ । ଏହି ପବିତ୍ର ଆସନର ଗାରିମା ସବୁର ଉଦ୍ଧ୍ୱର୍ରେ । ମାତ୍ର ନିରଞ୍ଜନ ପୂଜାରୀ ମହୋଦୟ ଏହି ଆସନର ଗାରିମାକୁ ଦଳିଚକଟି ଦେଲାଭଳି କାର୍ଯ୍ୟ କରିଛନ୍ତି । ପୂର୍ବ ବିଧାନସଭାର ବାଚସ୍ପତି ପ୍ରଦୀପ ଅମାତ୍‌ଙ୍କ ଦଳୀୟ ପକ୍ଷପାତିତାଠାରୁ ନିରଞ୍ଜନ ପୂଜାରୀଙ୍କ ପକ୍ଷପାତିତା ବଳିପଡ଼ିଛି ବୋଲି ବିରୋଧୀ ଦଳର ଅଭିଯୋଗ ସହ ଏକମତ ହୋଇଛନ୍ତି ରାଜନୈତିକ ପର୍ଯ୍ୟବେକ୍ଷକ । ନିଜର ଠାଣି, ବାଣୀ ପୂଜାରୀଙ୍କୁ ଜଣେ ଭଲ ମନ୍ତ୍ରୀ କରିପାରି ନ ଥିଲା ସତ ହେଲେ ସେ ଜଣେ ଭଲ ବାଚସ୍ପତି ହୋଇପାରିବେ ବୋଲି ଅନେକ ଭାବୁଥିଲେ । ମାତ୍ର ବିଗତ ଦୁଇବର୍ଷର କାର୍ଯ୍ୟକାଳରେ ସବୁ ଆଶା ପାଟିଫୋଟକା ହୋଇଯାଇଛି । ବାଚସ୍ପତି ଆସନରେ ବସି ବିଜେଡ଼ି କକ୍ଷପଥରୁ ସେ ତିଳେମାତ୍ର ବିଚ୍ୟୁତି ହୋଇନାହାନ୍ତି । ପାର୍ଟିର ଇସାରାକୁ ଅକ୍ଷରେ ଅକ୍ଷରେ ପାଳି ନିଜ ଭବିଷ୍ୟତ ସାଇତି ରଖିଛନ୍ତି ।

ଭାତ ହାଣ୍ଡିରୁ ଗୋଟେ ଚିପିଲା ଭଳି ଅଚାନକ ବନ୍ଦ ହୋଇଥିବା ବିଧାନସଭାର ବଜେଟ୍‌ ଅଧିବେସନର ଶେଷ ଦିନକୁ ଦେଖିଲେ ପୂଜାରୀଙ୍କ ଦଳୀୟ ଆଭିମୁଖ୍ୟ ଧରାପଡ଼ିଯିବ । ବିଧାନସଭା ପ୍ରଶ୍ନୋତ୍ତର କାଳ ଆରମ୍ଭ କ୍ଷଣି ଗୃହରେ କିଛି ବିଶୃଙ୍ଖଳା କି ହୋ ହଲ୍ଲା ନ ଥିଲା । କେବଳ ବିରୋଧୀ ଦଳର ଏସ୍‌ସି/ଏସ୍‌ଟି ବିଧାୟକମାନେ ସେମାନଙ୍କ ଧାରଣା ଜାରି ରଖିଥିଲେ । ତେବେ ୧୦.୩୦ ବାଜିଲା କ୍ଷଣି ବାଚସ୍ପତି ଗୃହରେ ପ୍ରବେଶ କଲେ ଏବଂ ଅତର୍ଚ୍ଛିଆ ହୋଇ ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଦେଲେ । ଆଖି ପଲକରେ ବାଚସ୍ପତି ଗୃହକୁ ଆସିଲେ ଓ ଗୃହ ବନ୍ଦ କରି ପଳାଇଲେ । ଅପରାହ୍ନ ୩ଟାରେ ଗୃହ ଆରମ୍ଭ ହେଲା ବେଳକୁ ବିରୋଧୀ ପକ୍ଷରୁ ପ୍ରବଳ ନାରାବାଜି ଆରମ୍ଭ ହୋଇଥିଲା । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା ନ କରି ଚଲାଇ ରଖିଥିଲେ । ମାନେ ପୂର୍ବାହ୍ନ ଆଚରଣଠାରୁ ସମ୍ପୂର୍ଣ୍ଣ ଓଲଟା ଥିଲେ ବାଚସ୍ପତି ପୂଜାରୀ । କଂଗ୍ରେସ ଓ ବିଜେପି ସଭ୍ୟଙ୍କ ନାରାବାଜି ଓ ସମାନ୍ତରାଳ ଭାଷଣ ଭିତରେ ବାଚସ୍ପତି ତରବରିଆ ହୋଇ ମନ୍ତ୍ରୀ ଅରୁଣ ସାହୁଙ୍କୁ ଡାକିଲେ ଓଡ଼ିଶା ପଞ୍ଚାୟତ ଆଇନ (ସଂଶୋଧନ) ବିଲ୍‌ ଉପସ୍ଥାପନ ଓ ପାରିତ ପାଇଁ । ଔପଚାରିକତା ପୂରଣ ପାଇଁ ଜଣେ ଦୁଇଜଣ ଶାସକ ଦଳ ସଭ୍ୟଙ୍କ ପାଳିପକା ଦୁଇଧାଡ଼ିଆ ଆଲୋଚନା କରାଇ ବିଲ୍‌ଟି ଗୃହରେ ପାରିତ କରାଇଦେଇଥିଲେ ବାଚସ୍ପତି । ପରେ ପରେ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ ଡାକିଥିଲେ ଓଡ଼ିଶା ମ୍ୟୁନିସିପାଲ୍‌ ସର୍ଭିସେସ୍‌ ବିଲ୍‌ ଉପସ୍ଥାପନ ପାଇଁ । ମନ୍ତ୍ରୀ ଗୃହରେ ଉପସ୍ଥାପନ କଲା ପରେ ପରେ ବାଚସ୍ପତି ୬ ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରିଥିଲେ ।

ପୁନଶ୍ଚ ୬ ଟାରେ ବାଚସ୍ପତି ୬.୫୯ ପର୍ଯ୍ୟନ୍ତ ଗୃହ ମୁଲତବୀ ରଖିଥିଲେ । ୬.୫୯ ରେ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଉପସ୍ଥାପନ କରିଥିବା ବିଲ୍‌ ଉପରେ ବାଚନିକ ସମର୍ଥନ ନେଇ କନସିଡରେସନ୍‌, ଆମେଣ୍ଡମେଣ୍ଟ ଓ ପାସିଂ ଷ୍ଟେଜ୍‌କୁ ନେଇଯାଇଥିଲେ ବାଚସ୍ପତି । ଦୁଇ ଜଣ ସଭ୍ୟଙ୍କ ତାଳିପକା ଆଲୋଚନା ପରେ ବାଚସ୍ପତି ବିଲ୍‌ଟିକୁ ପାରିତ କରାଇ ନେଇଥିଲେ । ଏଠାରେ କହିବା ବାହୁଲ୍ୟ ଯେ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଅପେକ୍ଷାରେ ଗୃହର ସମୟକୁ ଗଡ଼ାଇଥିଲେ ବାଚସ୍ପତି । ଇତିମଧ୍ୟରେ ପୂର୍ବ ନିର୍ଦ୍ଧାରିତ ଯୋଜନା ଅନୁଯାୟୀ, ଶାସକ ଦଳର ବରିଷ୍ଠ ସଭ୍ୟ ଅମର ପ୍ରସାଦ ଶତପଥୀ ବିଧାନସଭାକୁ କାଣ୍ଟଛାଟ କରି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିବାକୁ ପ୍ରସ୍ତାବ ଆଣିଥିଲେ । ସେତେବେଳକୁ ବିରୋଧୀ ଦଳର ସଭ୍ୟମାନେ କକ୍ଷତ୍ୟାଗ କରିସାରିଥିଲେ । ଔପଚାରିକତା ଦେଖାଇ ଶତପଥୀଙ୍କ ପ୍ରସ୍ତାବକୁ ଜଣେ ଦୁଇ ଜଣ ସଭ୍ୟ ସମର୍ଥନ କଲା ପରେ ବାଚସ୍ପତି ବାଚନିକ ଭୋଟ ନେଇଥିଲେ ପ୍ରସ୍ତାବ ସପକ୍ଷରେ । ବାଚନିକ ଭୋଟ ପରେ ବାଚସ୍ପତି ଗୃହ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବ ବୋଲି ଘୋଷଣା କରିଥିଲେ ଏବଂ ପରେ ପରେ ମୁଖ୍ୟ ସଚେତକ ଅନନ୍ତ ଦାସଙ୍କ ଦ୍ୱାରା ବିଭିନ୍ନ ଗୃହ କମିଟି ପୁର୍ନଗଠନର ଘୋଷଣା କରିଥିଲେ । ଏହା ଭିତରେ ମୁଖ୍ୟମନ୍ତ୍ରୀ ଗୃହରେ ପହଞ୍ଚିସାରିଥିଲେ ଏବଂ ମୁଖ୍ୟମନ୍ତ୍ରୀ କିଛି ସମୟ ବସିବା ପରେ ଧନ୍ୟବାଦ ଅର୍ପଣ ସହ ବନ୍ଦେ ଉତ୍କଳ ଜନନୀ ଗାନ ହୋଇ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।

ବିଧାନସଭା ୨୦ ତାରିଖ ଯାଏଁ ଚାଲିବାର ଥିଲା । ମାତ୍ର ବିରୋଧୀ ଏସ୍‌ସି/ଏସ୍‌ଟି ସଭ୍ୟଙ୍କ ଧାରଣାକୁ ଆଳ କରି ୪ ଦିନ ଆଗରୁ ବନ୍ଦ କରିଦେବା ପାଇଁ ସରକାରୀ ଦଳ ଷଡ଼ଯନ୍ତ୍ର ରଚିଥିଲା । ବିରୋଧୀ ଦଳଙ୍କୁ ପାସଙ୍ଗରେ ନେଉ ନ ଥିବା ସଂଖ୍ୟାବଳୀ ବିଜେଡ଼ି ବିଧାନସଭାରେ ଅଧିକ ଟେନସନ୍‌ ନେବାକୁ ଚାହୁଁ ନ ଥିଲା । ବିରୋଧୀଙ୍କ ଶାଣିତ ଆକ୍ରମଣର ଭୟ ଗୋଡ଼ାଇଥିଲା ଶାସକ ଦଳକୁ । ତେଣୁ ଶୁକ୍ରବାର ବ୍ୟୟମଂଜୁରୀ ବିଲ୍‌ ପାରିତ ହୋଇସାରିଥିବାରୁ ଆଉ ବିଧାନସଭାକୁ ମୁହୁର୍ତ୍ତେ ଚଲାଇବାକୁ ଚାହିଁ ନ ଥିଲେ । ସେହି ଅନୁଯାୟୀ ବିଧାନସଭା ବନ୍ଦର ନାଟକ ରଚନା ହୋଇଥିଲା । ଏବଂ ତାହାକୁ ଅକ୍ଷରେ ଅକ୍ଷରେ ପାଳିଥିଲେ ବାଚସ୍ପତି । ନାଟକକୁ ସଫଳ କରାଇବାରେ ପୂଜାରୀଙ୍କ ଅଭିନୟ ସବୁଠାରୁ ବଳିଷ୍ଠ ଥିଲା । ସେଥିରେ ପଦର ଗାରିମା କଳଙ୍କିତ ହେଉଛି ନା ନାହିଁ ତାହାକୁ ସେ ଖାତିର କରିନାହାନ୍ତି ।

Previous Post

ବିଜେଡ଼ି ରଙ୍ଗରେ ଝଲସିବ ବଡ଼ଦାଣ୍ଡ କୋଠା

Next Post

ନବୀନଙ୍କ ଗୋଡ଼ ଧରି ପକାଇଲେ ବୈଷ୍ଣବ

Next Post
ନବୀନଙ୍କ ଗୋଡ଼ ଧରି ପକାଇଲେ ବୈଷ୍ଣବ

ନବୀନଙ୍କ ଗୋଡ଼ ଧରି ପକାଇଲେ ବୈଷ୍ଣବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA