Saturday, May 9, 2026 10:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କଠି ବାଜିବ ସାତକୋଶିଆ ଛାଟ !

by Our Correspondent
03 Feb, 2018- 01:27 PM
in Latest News, News
1 min read
1
ବୈଜୟନ୍ତଙ୍କଠି ବାଜିବ ସାତକୋଶିଆ ଛାଟ !
ଭୁବନେଶ୍ୱର: ସାତକୋଶିଆ ବାଘ ଅଭୟାରଣ୍ୟରେ ହେଲିକପ୍ଟର ଉଡ଼ାଣର ମଜ୍ଜା ନେଇଥିବା ବୈଜୟନ୍ତ ପଣ୍ଡା ଖୁବ୍ ଶୀଘ୍ର କାଠଗଡ଼ାକୁ ଭିଡ଼ା ହେବେ । ଚାପି ରହିଥିବା ଏହି ମାମଲା ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରୀସ୍ତରରେ ତନାଘନା ଆରମ୍ଭ ହୋଇଛି । ୮ ବର୍ଷ ଧରି ବୈଜୟନ୍ତଙ୍କୁ ସୁରକ୍ଷା ଦେଇଆସୁଥିବା ରାଜ୍ୟ ସରକାର ଏବେ ତାଙ୍କର ଗୋହି ଖୋଳିବାକୁ ତତ୍ପର ହୋଇଛନ୍ତି । ଅତି ଶୀଘ୍ର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ସରକାର ବିଚାର କରୁଥିବା ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି । ଏଥିପାଇଁ ଜଙ୍ଗଲ ବିଭାଗକୁ ଆବଶ୍ୟକ ପ୍ରସ୍ତୁତି ପାଇଁ କୁହାଯାଇଥିବା ସେ କହିଛନ୍ତି ।
ଥରେ ୨୦୦୯ ନଭେମ୍ବରରେ ଏବଂ ଆଉ ଥରେ ୨୦୧୦ ସେପ୍ଟେମ୍ବରରେ ଭିଟି-ଆଇଏମଏଫ ରେଜିଷ୍ଟ୍ରେସନ୍ ଥିବା ଇମଫା ହେଲିକପ୍ଟର ଉଡ଼ିଥିଲା ନିଷିଦ୍ଧ ସାତକୋଶିଆ ଅଭୟାରଣ୍ୟ ଭିତରେ । ସାଂସଦ ବୈଜୟନ୍ତ ନିଜର ଶିଳ୍ପପତି ବନ୍ଧୁଙ୍କୁ ହେଲିକପ୍ଟରରେ ଧରି ସାତକୋଶିଆ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିଥିଲେ । ଅଭୟାରଣ୍ୟର ମାତ୍ର କେଇ ମିଟର ଉଚ୍ଚରେ ଚକ୍କର କାଟି ବାଘ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କୁ ନିରୀକ୍ଷଣ କରୁଥିଲେ । ଘଟଣାଟି ସମସ୍ତଙ୍କ ନଜରରୁ ଦୂରେଇ ରହିଥିବା ବେଳେ ବରିଷ୍ଠ ସାମ୍ବାଦିକ ସତ୍ୟପ୍ରକାଶ ନାୟକ ଏହାର ପର୍ଦ୍ଦଫାସ କରିଥିଲେ । ସରକାରୀସ୍ତରରେ ଚାଲିଲା ତନାଘନା । ତେବେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୂର୍ବରୁ ବୈଜୟନ୍ତ ନିଜ ପ୍ରଭାବ ବଳରେ ମାମଲାକୁ ଚପାଇ ରଖିବାରେ ସମର୍ଥ ହେଲେ ।
ତେବେ ୨୦୧୦ ଡିସେମ୍ବର ୧୮ ତାରିଖରେ ତତ୍କାଳୀନ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଜୟରାମ ରମେଶ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ଏହି ଘଟଣା ସମ୍ପର୍କରେ ଅବଗତ କରି ଚିଠି ଲେଖିଥିଲେ । ସାତକୋଶିଆ ଅଭୟାରଣ୍ୟ ଭଳି ନିଷିଦ୍ଧ ଇଲାକାରେ ହେଲିକପ୍ଟରର ବେଆଇନ ଉଡ଼ାଣ ଉପରେ ରାଜ୍ୟ ସରକାରଙ୍କଠାରୁ କୈଫିୟତ ମାଗିଥିଲେ । ଅଭୟାରଣ୍ୟ ଜୀବଜନ୍ତୁଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରିଥିବା ଏଭଳି ହୀନକାର୍ଯ୍ୟକୁ ସେ କଡ଼ା ଭାଷାରେ ନିନ୍ଦା କରିଥିଲେ । ୱାଇଲଡ଼ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ ୧୯୭୨ର ଏହା ଖୋଲା ଉଲ୍ଲଂଘନ ବୋଲି ଦର୍ଶାଇବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ତାଗିଦ୍ କରିଥିଲେ ।
କେନ୍ଦ୍ରମନ୍ତ୍ରୀଙ୍କ ଚିଠି ପରେ ସରକାରୀସ୍ତରରେ କିଛିଟା ତତ୍ପରତା ପ୍ରକାଶ ପାଇଥିଲା । ୩୧.୧୨.୨୦୧୦ରେ ସାତକୋଶିଆ ଡିଏଫଓ ଏ ସମ୍ପର୍କରେ ବନ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ରିପୋର୍ଟ ଦେଲେ । ୱାଇଲଡ଼ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ ୧୯୭୨ର ଏହା ଖୋଲା ଉଂଲ୍ଲଘନ ବୋଲି କେନ୍ଦ୍ରମନ୍ତ୍ରୀଙ୍କ ମତ ସହ ଏକମତ ହେଲେ । ବାସ୍ ସେତିକିରେ ଅଟକି ଗଲା ମାମଲା । ବୈଜୟନ୍ତଙ୍କ ଭଳି ପ୍ରଭାବଶାଳୀ ସାଂସଦଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନକୁ ସରକାର ଏଡ଼ାଇଦେଲେ । ମାତ୍ର ଏବେ ବୈଜୟନ୍ତ ସରକାରଙ୍କୁ ଚିତା କାଟିବା ପରେ ଚେତା ପଶିଛି । ତାଙ୍କ ବିରୋଧରେ ମାମଲା ଆରମ୍ଭ କରିବାକୁ ବିଜେଡ଼ିର ବରିଷ୍ଠ ନେତାମାନେ ଚାପ ପକାଇଛନ୍ତି ।
ସୂଚନାଯୋଗ୍ୟ, ୱାଇଲଡ଼ ଲାଇଫ୍ ପ୍ରୋଟେକ୍ସନ୍ ଆକ୍ଟ ୧୯୭୨ ଏକ କଡ଼ା ଆଇନ । ଏଥିରେ ଜେଲଦଣ୍ଡର ବ୍ୟବସ୍ଥା ଅଛି । ଖାଲି ସେତିକି ନୁହେଁ, କମ୍ ଉଚ୍ଚତାରେ(୫୦୦ ମିଟରରୁ କମ୍!) ହେଲିକପ୍ଟର ଉଡ଼ାଣର ଅଭିଯୋଗ ଥିବାରୁ ସେଥିପାଇଁ ଉଦ୍ଦିଷ୍ଟ ଏୟାରକ୍ରାଫ୍ଟ ଆଇନ ବି କଠୋର । ବୈଜୟନ୍ତ ଦୋଷୀ ସାବ୍ୟସ୍ତ ହେଲେ ସଂପୃକ୍ତ ହେଲିକପ୍ଟର ସିଜ୍ ହେବା ସହ ବୈଜୟନ୍ତଙ୍କ ପାଇଲଟିଂ ଲାଇସେନସ୍ ସାମୟିକ ଭାବେ ରଦ୍ଦ ହୋଇପାରେ । ବିଦେଶରେ ମଧ୍ୟ ଏଥିପାଇଁ ବୈଜୟନ୍ତଙ୍କୁ ଅସୁବିଧାର ସାମନା କରିବାକୁ ପଡ଼ିପାରେ । ଅତୀତରେ ଥାପର୍ କମ୍ପାନୀର ଏକ ହେଲିକପ୍ଟର ଓ ଚାଳକଙ୍କୁ ଏଭଳି ଦଣ୍ଡ ଭୋଗିବାର ନଜିର ରହିଛି । ଦିଲ୍ଲୀର ତିସ୍ ହଜାରୀ କୋର୍ଟ ସେହି ମାମଲାରେ ଦଣ୍ଡ ଶୁଣାଇଥିଲେ ।
Previous Post

ମାହାଙ୍ଗା ଲାଇଭ୍

Next Post

ହୀନସ୍ତାରେ ବୈଜୟନ୍ତ: ଷ୍ଟେଜ୍ ଖାଲି, ଆୟୋଜକ ଚମ୍ପଟ୍

Next Post
ହୀନସ୍ତାରେ ବୈଜୟନ୍ତ: ଷ୍ଟେଜ୍ ଖାଲି, ଆୟୋଜକ ଚମ୍ପଟ୍

ହୀନସ୍ତାରେ ବୈଜୟନ୍ତ: ଷ୍ଟେଜ୍ ଖାଲି, ଆୟୋଜକ ଚମ୍ପଟ୍

Comments 1

  1. ଦେବରାଜ ନାୟକ says:
    8 years ago

    ସତକହିଲେ ଓଡ଼ିଶାର ଜଙ୍ଗଲ ବିଭାଗ ,ଗୃହବିଭାଗ, ଆଦି ଏତେ ତତ୍ପର ଯେ 8 ବର୍ଷ ଲାଗିଗଲା ହେଲେ ଫଳ କିଛି ଆସିନି,

    ମୁଁ ଭାବୁଛି ଏଗୁଡିକ ଗଣି-ତନ୍ତ୍ର (ohh sorry ଗଣତନ୍ତ୍ର) ପାଇଁ

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA