Monday, May 25, 2026 11:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କୁ ମିଥ୍ୟା ସତ୍ୟପାଠ ଷ୍ଟ୍ରୋକ୍

by Our Correspondent
30 Mar, 2018- 11:26 PM
in Latest News, News
1 min read
0
ବୈଜୟନ୍ତଙ୍କୁ ମିଥ୍ୟା ସତ୍ୟପାଠ ଷ୍ଟ୍ରୋକ୍
ଭୁବନେଶ୍ୱର: ମିଥ୍ୟା ସତ୍ୟପାଠ ମାମଲାରେ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବଡ଼ ଝଟକା ଆସିଛି । ନିର୍ବାଚନ ନାମାଙ୍କନ ବେଳେ ସେ ଦେଇଥିବା ସତ୍ୟପାଠରେ ଭୁଲ୍ ତଥ୍ୟ ଦେଇଥିବା ଓ ତଥ୍ୟ ଲୁଚାଇଥିବା ଅଭିଯୋଗକୁ କୋର୍ଟ ଅପରାଧିକ ମାମଲା ଭାବେ ବିଚାରକୁ ନେଇଛନ୍ତି । କେନ୍ଦ୍ରାପଡ଼ା ଏସଡିଜେଏମ୍ କୋର୍ଟ ଅଭିଯୋଗକାରୀଙ୍କ ଆବେଦନକୁ ଆଜି ବିଚାର ପାଇଁ ଗ୍ରହଣ କରିଛନ୍ତି । ଏଥିସହ ଆବେଦନକାରୀଙ୍କ ବୟାନ ରେକର୍ଡ କରିଛନ୍ତି । କୋର୍ଟରେ ଏହି ମାମଲା ବୈଜୟନ୍ତଙ୍କୁ ଜବରଦସ୍ତ ଝଟକା ଦେଇଛି । ବିଜେଡ଼ି ତାଙ୍କୁ ଦଳରୁ ତଡ଼ିଲା ପରେ ଆଣିଥିବା ଅଭିଯୋଗ ଆଗରେ ବୈଜୟନ୍ତଙ୍କ ଇଜ୍ଜତ ବାଜିରେ ପଡ଼ିଯାଇଛି ।
ଇମ୍ଫା ଗ୍ରୁପ୍ ର ଉପସଭାପତି ବୈଜୟନ୍ତ ପଣ୍ଡା ୨୦୧୪ ନିର୍ବାଚନ ଲଢ଼ିବା ପାଇଁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ମନୋନୟନପତ୍ର ଦାଖଲ କରିଥିଲେ । ନିର୍ବାଚନ କମିଶନଙ୍କ ପାଖରେ ଦାଖଲ କରିିଥିବା ସତ୍ୟପାଠରେ ବେଳେ ତାଙ୍କର ପଦବୀ ଓ ସେହି ପଦବୀର ଦରମାକୁ ଲୁଚାଇଥିଲେ । ବୈଜୟନ୍ତଙ୍କୁ ବିଜେଡ଼ିରୁ ନିଲମ୍ବିନ କଲା ପରେ ଜାନୁଆରୀ ୨୬ ତାରିଖ ଦିନ ଖୋଦ୍ ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀ କରି ପ୍ରଥମେ ଏହି ଅଭିଯୋଗ ବାଢ଼ିଥିଲା । କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ବିଜେଡ଼ି ବିଧାୟକ ଓ ଜିଲ୍ଲା ସଭାପତି ମିଳିତ ଭାବେ ସାମ୍ବାଦିକ ସମ୍ମିଳନୀ କରି ବୈଜୟନ୍ତଙ୍କ ଜାଲିଆତିର ପର୍ଦ୍ଦାଫାସ କରିଥିଲେ । ବୈଜୟନ୍ତ ଇମ୍ଫାର ଜଣେ ନିୟମିତ କର୍ମଚାରୀ ଭାବେ କୋଟି କୋଟି ଟଙ୍କା ଦରମା ନେଇଛନ୍ତି । ତେବେ ତାଙ୍କର ଦରମା ଓ ଭତ୍ତା ବାବଦରେ ନାମାଙ୍କନପତ୍ର ଫର୍ମ ନଂ ୨୬ର କ୍ରମିକ ୯ରେ ତାହା ଦର୍ଶାଇନାହାନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଣେ ପ୍ରାର୍ଥୀ ନିଜର ବୃତ୍ତି କିମ୍ବା ନିଯୁକ୍ତି ସମ୍ପର୍କରେ ଦର୍ଶାଇବା ଅନିବାର୍ଯ୍ୟ ହୋଇଥିବା ବେଳେ ବୈଜୟନ୍ତ ତଥ୍ୟ ଲୁଚାଇଛନ୍ତି । ଏହାଦ୍ୱାରା ସେ କେନ୍ଦ୍ରାପଡ଼ା ଭୋଟରଙ୍କୁ ଠକିଛନ୍ତିି ବୋଲି ବିଜେଡ଼ି ବିଧାୟକମାନେ ଅଭିଯୋଗ କରିଥିଲେ । ବୈଜୟନ୍ତଙ୍କୁ ମିଛୁଆ ଓ ପ୍ରତାରକ କହି ସେମାନେ ଭର୍ତ୍ସନା କରିବା ସହ ସାଂସଦ ପଦରୁ ଓହରିଯିବାକୁ ଆହ୍ୱାନ ଦେଇଥିଲେ ।
ପରବର୍ତ୍ତୀ ସମୟରେ ବୈଜୟନ୍ତଙ୍କ ବିରୋଧରେ ସମାନ ଅଭିଯୋଗ ଆଣି ଟାଙ୍ଗୀ ହରିଅନ୍ତାର ଗୋପାଳ ଲେଙ୍କା ନାମକ ଜଣେ ଭଦ୍ରବ୍ୟକ୍ତି କେନ୍ଦ୍ରାପଡ଼ା ଏସଡିଜେଏମ୍ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ସତ୍ୟପାଠରେ ବୈଜୟନ୍ତ ତଥ୍ୟ ଲୁଚାଇଥିବାରୁ ତାଙ୍କ ସାଂସଦ ପଦ ରଦ୍ଦ କରିବାକୁ ସେ ଆବେଦନ କରିଥିଲେ । ଆଜି କୋର୍ଟ ସେହି ଆବେଦନକୁ ଗ୍ରହଣ କରି ଆବେଦନକାରୀ ଶ୍ରୀ ଲେଙ୍କାଙ୍କ ବୟାନ ରେକର୍ଡ କରିଛନ୍ତି । ପୂର୍ବରୁ ବିଜେଡ଼ିର ଅଭିଯୋଗ ଉପରେ ବୈଜୟନ୍ତ ରାଜନୈତିକ ବୟାନବାଜି କରିଥିଲେ ମଧ୍ୟ ଆଜି ତାଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଅଭିଯୋଗକୁ କୋର୍ଟ ମାମଲା ଭାବେ ଗ୍ରହଣ କରିବା ପରେ ତାଙ୍କ ପାଟି ଚୁପ୍ ହୋଇଯାଇଛି । ଆଇନ ତା ବାଟରେ ଯିବ  କହି ବୈଜୟନ୍ତଙ୍କ ଅଫିସ ପ୍ରତିକ୍ରିୟା ଛାଡ଼ିଛି ।
Previous Post

ବଦଳିଲେ ହରିପ୍ରସାଦ;‘ଅଲୱାର୍ ମହାରାଜା’ଙ୍କୁ ଓଡ଼ିଶା କଂଗ୍ରେସ ଦାୟିତ୍ୱ

Next Post

ବିଜେଡ଼ିରେ ବଢୁଛନ୍ତି ଗୋତ୍ରମାରୁ

Next Post
ବିଜେଡ଼ିରେ ବଢୁଛନ୍ତି ଗୋତ୍ରମାରୁ

ବିଜେଡ଼ିରେ ବଢୁଛନ୍ତି ଗୋତ୍ରମାରୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA