Sunday, May 10, 2026 12:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କ ଟୁଇଟ୍ କୁ ନେଇ ପ୍ରତିକ୍ରିୟା; ରାଷ୍ଟ୍ରନାୟକଙ୍କୁ ଏ କି ସମ୍ମାନ?

by Our Correspondent
17 Aug, 2018- 06:04 PM
in Latest News, News
1 min read
0
ବୈଜୟନ୍ତଙ୍କ ଟୁଇଟ୍ କୁ ନେଇ ପ୍ରତିକ୍ରିୟା; ରାଷ୍ଟ୍ରନାୟକଙ୍କୁ ଏ କି ସମ୍ମାନ?
ଭୁବନେଶ୍ୱର: ମହାନ୍ ରାଷ୍ଟ୍ରନେତା ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସାରା ଦେଶ ଶୋକରେ ବୁଡ଼ିଥିବା ବେଳେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଏକ ଟୁଇଟ୍ ଅନେକଙ୍କୁ ଆଘାତ ଦେଇଛି । ଖାଲି ରାଜ୍ୟ ନୁହେଁ ରାଜ୍ୟ ବାହାରୁ ମଧ୍ୟ ବୈଜୟନ୍ତଙ୍କୁ ଭର୍ତ୍ସନା କରାଯାଇଛି । ବାଜପେୟୀଙ୍କ ମୃତ୍ୟୁରେ ଗତକାଲି ବୈଜୟନ୍ତ ଟୁଇଟ୍ କରିଥିଲେ-ଅଟଳ ବିହାରୀ ବାଜପେୟୀ ସଦାସର୍ବଦା ମୋର ଆଦର୍ଶ ଥିଲେ । କିନ୍ତୁ ଲମ୍ବା ସମୟ ଧରି ସେ ‘ଭୁଲ ଦଳରେ ଠିକ୍ ମଣିଷ’ ଥିଲେ । ଅର୍ଥାତ୍ ବାଜପେୟୀଙ୍କ ବିଜେପିକୁ ବୈଜୟନ୍ତ ଭୁଲ୍ ଦଳ ବୋଲି ଦର୍ଶାଇଥିଲେ ।
ବୈଜୟନ୍ତଙ୍କ ଏହି ଟୁଇଟ୍ ର ସାଂଘାତିକ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଶ୍ରୀବତ୍ସ ମାଧବନ୍ ରିଟୁଇଟ୍ କରି କହିଛନ୍ତି, ପଣ୍ଡାଜୀ, ଅଟଳଜୀ ତାଙ୍କ ନିଜ ପସନ୍ଦରେ ଦଳ ତିଆରି କରିଥିଲେ, ତାକୁ ପାଳିଥିଲେ । ଦୟାକରି ତାଙ୍କୁ ଭୁଲ୍ ଦଳରେ ଠିକ୍ ଲୋକ ବୋଲି କୁହନ୍ତୁନୁ । ଏମିତି କହି ଆପଣ ଅଟଳଜୀଙ୍କ ମୃତ୍ୟୁ ପରେ ତାଙ୍କୁ ଅପମାନିତ କରନ୍ତୁ ନାହିଁ । ଏ.କେ.ପୀତାମ୍ବରନ୍ ବୈଜୟନ୍ତଙ୍କ ମନ୍ତବ୍ୟକୁ ରୁକ୍ଷ ଓ ଅପରିପକ୍ୱ ବୋଲି ଲେଖିଛନ୍ତି । ସତ୍ୟନାରାୟଣ ସାମନ୍ତ ନାମକ ଜଣେ ବ୍ୟକ୍ତି ବୈଜୟନ୍ତଙ୍କୁ ଏଭଳି ଅଯାଚିତ ଟୁଇଟ୍ ତୁରନ୍ତ ପ୍ରତ୍ୟାହାର ପାଇଁ ତାଗିଦ୍ କରିଛନ୍ତି । ବାଜପେୟୀଜୀ ଖାଲି ଆପଣଙ୍କର ଆଦର୍ଶ ନୁହଁନ୍ତି, ସେ ସମସ୍ତଙ୍କ ପାଇଁ ଆଦର୍ଶ । ବିଜେପିକୁ ଗଢ଼ିଥିବା ବାଜପେୟୀଜୀଙ୍କୁ ଆପଣ ଭୁଲ୍ ଦଳରେ ଠିକ୍ ବୋଲି କେମିତି କହିବାକୁ ସାହାସ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ସତୀଶ. ଜି ନାମକ ଜଣେ ବ୍ୟକ୍ତି କହିଛନ୍ତି, ବାଜପେୟୀ କେବେ ହେଲେ ନିଜକୁ ଭୁଲ୍ ଦଳରେ ଠିକ୍ ଲୋକ ବୋଲି ଭାବୁ ନ ଥିଲେ କି ଏଭଳି କହିବାକୁ ବରଦାସ୍ତ କରୁ ନ ଥିଲେ । ନେଭି ମହାନ୍ତି ନାମକ ଜଣେ ବ୍ୟକ୍ତି ବୈଜୟନ୍ତଙ୍କୁ ମୁଣ୍ଡବିହୀନ କୁକୁଡ଼ା ଦର୍ଶାଇଛନ୍ତି । ଦେଶର ସବୁଠାରୁ ଜନପ୍ରିୟ ରାଜନେତାଙ୍କ ମୃତ୍ୟୁ ଉପରେ ସେ ମଇଳା ରାଜନୀତି କରୁଛନ୍ତି ବୋଲି ଲେଖିଛନ୍ତି ।
ଟୁଇଟ୍ ମାଷ୍ଟରଙ୍କ ଟୁଇଟ୍ କୁ ନେଇ ଏଭଳି ପ୍ରତିକ୍ରିୟା ଖାଲି ଟୁଇଟରରେ ନୁହେଁ, ଦଳମତ ନିର୍ବିଶେଷରେ ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଅଟଳ ବିହାରୀ ବାଜପେୟୀଙ୍କ ଭଳି ଜଣେ ମହାନ୍ ରାଜନେତାଙ୍କ ମୃତ୍ୟୁରେ ଭଲ ଇଂରାଜୀ କହିପାରୁଥିବା ଏବଂ ଲେଖି ପାରୁଥିବା ବୈଜୟନ୍ତ ଏଭଳି ଶବ୍ଦରେ ଶୋକପ୍ରକାଶ କରିବାକୁ ସମସ୍ତେ ନିନ୍ଦା କରିଛନ୍ତି । ନିଜେ ବୈଜୟନ୍ତ ବିଜେପିରେ ଯୋଗଦେଉଥିବା ଚର୍ଚ୍ଚା ଚାଲିଥିବା ବେଳେ ସେ ସେହି ଦଳକୁ ଭୁଲ୍ ଦଳ ଦର୍ଶାଇ କି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ତାହା କାହାରିକୁ ବୁଝାପଡ଼ୁନି । ଯଦି ବିଜେପି ଭୁଲ୍ ଦଳ ତେବେ ସେହି ଦଳକୁ ଯିବା ପାଇଁ ତାଙ୍କର ଆଗ୍ରହ ପଛରେ ବାଧ୍ୟବାଧ୍ୟକତା ନାହିଁ କି ବୋଲି ପ୍ରଶ୍ନ ଉଠିଛି ।
ଅନ୍ୟ ଏକ ମହଲର ଚର୍ଚ୍ଚା ଅନୁଯାୟୀ, ବିଜେପିଠାରୁ ବୈଜୟନ୍ତଙ୍କର ମୋହ ତୁଟିଗଲାଣି । ବିଜେଡ଼ି-ବିଜେପି ମଧ୍ୟରେ ଯେଉଁ ସମୀକରଣ ଚାଲିଛି ସେଥିରେ ବୈଜୟନ୍ତଙ୍କ ପାଇଁ ବିଜେପି ବାଟ ବନ୍ଦ ହୋଇସାରିଲାଣି । ତେଣୁ ସେ ନିରୁପାୟ ହୋଇଯାଇଛନ୍ତି । ସ୍ୱତଃପ୍ରବୃତ୍ତ ଭାବେ ବିଜେପି ପ୍ରତି ତାଙ୍କର ବୈରାଗ୍ୟ ଭାବ ବାହାରି ଆସିଛି । ତେବେ ଅଟଳଜୀଙ୍କ ଏଭଳି ସ୍ମୃତିଚାରଣ ତାଙ୍କ ପ୍ରତି ଘୋର ଅପମାନ ବୋଲି ଏହି ମହଲ ଦର୍ଶାଇଛନ୍ତି ।
ସବୁଆଡୁ ସମାଲୋଚନା ହେବା ପରେ ବୈଜୟନ୍ତ ଅନ୍ୟ ବାଟ ନ ପାଇ ସମାଲୋଚକଙ୍କୁ ଅଜ୍ଞାନୀ ବୋଲି କହିବାକୁ ପଛାଇନାହାନ୍ତି । ତାଙ୍କ ଇଂରାଜୀ ଟୁଇଟ୍ କୁ କୁଆଡେ ସେମାନେ ବୁଝିପାରିନାହାନ୍ତି । ଏହା ତାଙ୍କର ମତ ନୁହେଁ, ୮୦ ଦଶକରେ ଅଟଳଜୀଙ୍କୁ ଏହି ଭାଷାରେ ବର୍ଣ୍ଣନା କରାଯାଉଥିବା ସେ ସଫେଇ ଦେଇଛନ୍ତି । ତେବେ ବୈଜୟନ୍ତଙ୍କ ଏହି ସଫେଇ ଟୁଇଟ୍ କୁ ମଧ୍ୟ ପ୍ରବଳ ସମାଲୋଚନା ହୋଇଛି । ଅନ୍ୟକୁ ଅଜ୍ଞାନୀ ଭାବିବା ବୈଜୟନ୍ତଙ୍କର ଅହଂକାର ବୋଲି କୁହାଯାଇଛି ।
Previous Post

ଅଟଳଜୀଙ୍କୁ ଅଶ୍ରୁପୂର୍ଣ୍ଣ ବିଦାୟ

Next Post

ମୁଣ୍ଡରୁ ତୁଣ୍ଡ; ଶସ୍ତା ହେଲେ ଦାମ ରାଉତ

Next Post
ମୁଣ୍ଡରୁ ତୁଣ୍ଡ; ଶସ୍ତା ହେଲେ ଦାମ ରାଉତ

ମୁଣ୍ଡରୁ ତୁଣ୍ଡ; ଶସ୍ତା ହେଲେ ଦାମ ରାଉତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA