Thursday, May 7, 2026 03:22 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବୈଜୟନ୍ତଙ୍କ ମଣିଷପଣିଆ !

by Our Correspondent
28 Nov, 2017- 01:12 PM
in Latest News, News
1 min read
1
ବୈଜୟନ୍ତଙ୍କ ମଣିଷପଣିଆ !
ଭୁବନେଶ୍ୱର: ଜଣେ ଦକ୍ଷ ସାମ୍ବାଦିକ, ମାନବସମାଜର ନିଃସ୍ୱାର୍ଥପର ସେବକ, ସ୍ନେହୀ, ମେଳାପୀ ଯୁବକ ଥିଲେ ବିଭୂତି ରଥ । ବୈଜୟନ୍ତ ପଣ୍ଡାଙ୍କ ସଂସ୍ଥା ଓଟିଭିରେ ଚାକିରି କରିଥିଲେ । ତାଙ୍କର ବିଚକ୍ଷଣ ସାଂଗଠନିକ ସାମର୍ଥ ଓ ଲୋକସମ୍ପର୍କ ବୈଜୟନ୍ତଙ୍କୁ ଆକୃଷ୍ଟ କରିବାରୁ ନିଜର ପଲିଟିକାଲ୍ ଉଇଙ୍ଗ୍ କୁ ତାଙ୍କୁ ବଦଳି କରିଆଣିଥିଲେ । ୨୦୦୯ରେ କେନ୍ଦ୍ରାପଡ଼ା ଲୋକସଭା ଆସନ ଉପରେ ଆଖି ପକାଇବା ପୂର୍ବରୁ ସେ ବିଭୂତିଙ୍କ ସାମର୍ଥକୁ ଭରପୂର ଉପଯୋଗ କରିଥିଲେ । କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜନୈତିକ ସ୍ଥିତି ପରଖିବାଠାରୁ ଆରମ୍ଭ କରି ଲୋକସମ୍ପର୍କ ବଢ଼ାଇବା ଆଦିର ସମ୍ପୂର୍ଣ୍ଣ ଦାୟିତ୍ୱ ଥିଲା ବିଭୂତିଙ୍କ ଉପରେ । କଠୋର ପରିଶ୍ରମୀ ବିଭୂତି ଖାଇବାପିଇବା ଭୁଲି ଅତି ନିଷ୍ଠାର ସହ ନିଜ ‘ବସ୍’ଙ୍କ କାମରେ ଲାଗିପଡ଼ିଥିଲେ । ବୈଜୟନ୍ତଙ୍କୁ ଲୋକଙ୍କ ସହ ଯୋଡିବାରେ ତାଙ୍କର ଥିଲା ସର୍ବଶ୍ରେଷ୍ଠ ଅବଦାନ । ଦୁଃଖୀ/ରଙ୍କିଙ୍କ ସହ ମିଶିବା, ସେମାନଙ୍କ କୁନିପିଲାଙ୍କୁ କାଖେଇ କୋଳେଇ ନିଜର କରିବା, ଗରିବଙ୍କ ଘରେ ବସି ପଖାଳ ଖାଇବା, ଗାଁମୁଣ୍ଡ ଜଳଖିଆ ଦୋକାନ ଆଗରେ ଛିଡ଼ା ହୋଇ ଚା ପିଇବା, ଗାଉଁଲି ବାରିକ ହରେକୃଷ୍ଣଙ୍କ ସେଲୁନ୍ ରେ ବସି ଚୁଟି କାଟି ଲୋକଙ୍କ ପ୍ରିୟଭାଜନ ହେବାର କୌଶଳ ଶିଖାଇଥିଲେ ବିଭୂତି । ବୈଜୟନ୍ତଙ୍କ ନିର୍ବାଚନ ଯୁଦ୍ଧରେ ବିଭୂତି ଅଘୋଷିତ ସେନାପତି ଥିଲେ ବୋଲି ତାଙ୍କ ବନ୍ଧୁମାନେ ଜାଣନ୍ତି ।
ଖାଲି ୨୦୦୯ ନୁହେଁ, ପରବର୍ତ୍ତୀ ସମୟରେ ବୈଜୟନ୍ତ ନିଜର ଉଚ୍ଚ ରାଜନୈତିକ ଆକାଂକ୍ଷା ପୂରଣ କାମରେ ଲଗାଇଥିଲେ ବିଭୂତିଙ୍କୁ । ରାଜ୍ୟର ୩୧୪ ଟି ଯାକ ବ୍ଲକ୍ ବୁଲି ବୈଜୟନ୍ତଙ୍କ ପ୍ରତି ଜନସମର୍ଥନ ଓ ତାଙ୍କ ପତିଆରାର ସର୍ଭେ କରିଥିଲେ । ସେଥିପାଇଁ ବିଭୂତି ନିଜ ଘରଦ୍ୱାର ଭୁଲିଯାଇଥିଲେ । ରକ୍ତ ଝାଳ ଖଟାଇ ଦେଇଥିଲେ । ବୈଜୟନ୍ତଙ୍କ ପ୍ରତି ଲୋକଙ୍କ ସମର୍ଥନ ଗୋଟାଇବାର କୌଣସି ସୁଯୋଗ ହାତଛଡ଼ା କରୁ ନ ଥିଲେ ।
ବୈଜୟନ୍ତଙ୍କ ରାଜନୈତିକ କାମରେ ଦିନରାତି ଏକାକାର କରିଥିବା ବିଭୂତି ରଥ । ୨୦୧୩ ମସିହା ନଭେମ୍ବର ଶେଷ ସପ୍ତାହରେ ଭୁବନେଶ୍ୱରରୁ ଝାରସୁଗୁଡ଼ା ଯାଉଥିବା ବେଳେ ମଧ୍ୟରାତ୍ରରେ ଅନୁଗୁଳ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହେଲେ । ସଙ୍କଟାପନ୍ନ ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଭୁବନେଶ୍ୱର ଆଣିଲେ । ବନ୍ଧୁ ଓ ପରିବାର ଲୋକେ ତାଙ୍କୁ କଳିଙ୍ଗ ହସ୍ପିଟାଲ୍ ରେ ଭର୍ତ୍ତି କଲେ । କୋମାରେ କିଛି ଦିନ ରହିବା ପରେ ଆଖି ଖୋଲୁଥିଲେ । ହାତଗୋଡ଼ ହଲାଇ ସମସ୍ତଙ୍କୁ ଚାହୁଁଥିଲେ । ହେଲେ ବଞ୍ଚିପାରିଲେନି । ୨୦୧୪ ଜାନୁଆରୀ ୨୧ ତାରିଖରେ ସେହି କଳିଙ୍ଗ ହସ୍ପିଟାଲ୍ ରେ ଆଖି ବୁଜିଦେଲେ ବିଭୂତି । କଳିଙ୍ଗ ହସ୍ପିଟାଲ୍ ରେ ଚିକିତ୍ସିତ ହେଉଥିବା ବେଳେ ‘ବସ୍’ ବୈଜୟନ୍ତ ପଣ୍ଡା ଥରୁଟିଏ ତାଙ୍କୁ ଦେଖିବାକୁ ଯାଇଥିଲେ । ସାହାଯ୍ୟର ପ୍ରତିଶ୍ରୁତି ଦେଇ ଆସିଲେ । ବାସ୍ ସେତିକି । ଆଉ ତାଙ୍କର ଦେଖାମିଳିଲାନି । ବିଭୂତିଙ୍କ ବନ୍ଧୁମାନେ ଆଶା ରଖିଥିଲେ, ବୈଜୟନ୍ତ ତାଙ୍କ ଜୀବନ ବଞ୍ଚାଇବା ପାଇଁ ସବୁ ଲଢ଼ାଇଦେବେ । ଦିଲ୍ଲୀ ଏମସ୍ ନେଇଯିବେ । ଯେତେ ଟଙ୍କା ଖର୍ଚ୍ଚ ହେଉ ପଛେ ଖାତିର୍ କରିବେନି । ହେଲେ ତାହା ପାଇଲେନି । ବୈଜୟନ୍ତଙ୍କର ମାନବିକତା ହଜିଗଲା!! ବିଭୂତିଙ୍କୁ ଭୁଲିଗଲେ ।
ସେହି ବୈଜୟନ୍ତ ପଣ୍ଡା ଏବେ କିନ୍ତୁ ମାନବିକତା ଓ ଉଦାରତାର ପ୍ରତୀକ ହୋଇଛନ୍ତି । ଟୁଇଟର ଓ ଫେସବୁକ୍ ରେ ନିଜ ମଣିଷପଣିଆର ବେଶ୍ ପ୍ରଚାର କରୁଛନ୍ତି । କେନ୍ଦ୍ରାପଡ଼ାର ଗରିବୀ ଚାଳଘରେ ସପ ପକାଇ ବସୁଛନ୍ତି । ମାଟିରେ ଖେଳୁଥିବା ପିଲାଙ୍କୁ କାଖରେ ଧରି ଗେଲ କରୁଛନ୍ତି । ଖାଲି ନିଜ ନିର୍ବାଚନମଣ୍ଡଳୀ କେନ୍ଦ୍ରାପଡ଼ା ନୁହେଁ, ନିର୍ବାଚନମଣ୍ଡଳୀ ବାହାର ଜିଲ୍ଲାର ଅଜଣା ବ୍ୟକ୍ତିଙ୍କ ଭଉଣୀ ବାହାଘରରେ ଯୋଗଦେବାକୁ ଟୁଇଟର ନିୟନ୍ତ୍ରଣ ରଖି ହେଲିକପ୍ଟରରେ ଉଡ଼ି ପଳାଉଛନ୍ତି । ବିଭୂତି ରଥ ଆଜି ନାହାନ୍ତି ସତ ହେଲେ ବୈଜୟନ୍ତଙ୍କ ଲୋକସମ୍ପର୍କ ପାଇଁ ନିଗାଡ଼ିଥିବା ରକ୍ତର ସଫଳତା ଦେଖି ସ୍ୱର୍ଗରୁ ନିଶ୍ଚିତ ଖୁସି ହେଉଥିବେ ।
ବୈଜୟନ୍ତ ଚାହିଁଥିଲେ ହୁଏତ ବିଭୂତିଙ୍କ ଜୀବନ ବଂଚିପାରିଥାଆନ୍ତା ବୋଲି ତାଙ୍କ ବନ୍ଧୁମାନଙ୍କର ଆଜି ବି କ୍ଷୋଭ ଥିଲେ ମଧ୍ୟ ବିଭୂତିଙ୍କ ଆତ୍ମା କିନ୍ତୁ କ୍ଷୋଭ କରି ନ ଥିବ ବୋଲି ସେମାନଙ୍କର ବିଶ୍ୱାସ । କାରଣ ରାଗ, ପ୍ରତିଶୋଧ ଓ ସଂକୀର୍ଣ୍ଣତାର ବହୁ ଉଦ୍ଧ୍ୱର୍ରେ ଥିଲେ ବିଭୂତି । ନିଜ ପାଖରେ ଟଙ୍କାଟେ ନ ଥିଲେ ମଧ୍ୟ ଧାର ଉଧାର କରି ଅନ୍ୟକୁ ସାହାଯ୍ୟ କରିବାରେ ତାଙ୍କର ଥିଲା ଭାରି ଆନନ୍ଦ । ବନ୍ଧୁବତ୍ସଳ, ବିବେକ ଓ ମଣିଷପଣିଆ ହିଁ ଥିଲା ତାଙ୍କର ପରିଚୟ । ଆଉ ସେହି ପରିଚୟକୁ ବୈଜୟନ୍ତଙ୍କ ପାଇଁ ସମର୍ପି ସଫଳତାର ସିଢ଼ି ତିଆରି କରିପାରିଥିଲେ ।
Previous Post

ଚାଷୀଙ୍କ ପାଇଁ ସମସ୍ତେ କାନ୍ଦିଲେ

Next Post

ବିଜେପି ମୋହ ଛାଡ଼ିଲେ ଦିଲ୍ଲୀପ !

Next Post
ବିଜେପି ମୋହ ଛାଡ଼ିଲେ ଦିଲ୍ଲୀପ !

ବିଜେପି ମୋହ ଛାଡ଼ିଲେ ଦିଲ୍ଲୀପ !

Comments 1

  1. Siba Sankar Tripathy says:
    8 years ago

    Dukha. Bibhuti Bhai amaku chadi gale, mote ascharya laguthila, epari Sarala byakti rajaniti ku kemiti deal karuchi? Kintu se bhinna thile. Otv re chakiri karithiba bele Bibhuti Bhai nka sahita Moro Parichay. Nija Mana katha kholi kahichi, se mo pain Jane bada Bhai ra sahasa heithili, Bhagwan tanku Nischsya jathesta sanmana deithibe Moro Biswas. Aau rajneta Kebe kahara nuhanti. Kebala swartha ra dasa. Mukha byatita semanka asala chehera kehi dekhiparanti nahin. Selphist… opportunities…Sabu ninda ra hakdar. Kintu byabastha ra bichitrata ame semananku hi sabuthe sresthasana deu.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA