Friday, April 17, 2026 10:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବୈଜୟନ୍ତ ସାବାଡ୍

by Our Correspondent
13 May, 2017- 01:05 AM
in Latest News, Politics
1
ବୈଜୟନ୍ତ ସାବାଡ୍

ଭୁବନେଶ୍ୱର: ଆକ୍ସନ୍ ମୁଡ଼ରେ ଥିବା ମୁଖ୍ୟମନ୍ତ୍ରୀଙ୍କର ପାହାର ପଡ଼ିଛି ବୈଜୟନ୍ତ “ଜୟ” ପଣ୍ଡାଙ୍କ ଉପରେ । ତାଙ୍କ ଦିଲ୍ଲୀ ମାର୍କା ଫୁଟାଣିକୁ ଆଉ ବରଦାସ୍ତ କରିନାହାନ୍ତି ନବୀନ । ଦିଲ୍ଲୀ ସଂସଦୀୟ ଦଳର ମୁଖପାତ୍ର ପଦରୁ ହଟାଇ ସତର୍କ ଘଣ୍ଟି ବଜାଇଛନ୍ତି । “ଖବରକାଗଜରେ ପ୍ରବନ୍ଧ କି ଟ୍ୱିଟର୍ ରେ ଆଉ ବ୍ଲାକ୍ ମେଲିଂ କରନି । ବେପାରଠାରୁ ରାଜନୀତି ପର୍ଯ୍ୟନ୍ତ ଯେତିକି ଦେଇଛି ବହୁତ ଦେଇଛି ।” ବୈଜୟନ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜରିଆରେ ନବୀନ ଅନ୍ତତଃ ଏହି ବାର୍ତ୍ତା ଦେଇଛନ୍ତି । ବୈଜୟନ୍ତଙ୍କ ଅର୍ନ୍ତଘାତୀ କାର୍ଯ୍ୟକଳାପ ସମ୍ପର୍କରେ ଆଜି ପର୍ଯ୍ୟନ୍ତ ଚୁପ୍ ଥିବା ନବୀନ ଏଥିସହ ବିଜେଡ଼ିରେ ତାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି ।

ବିଜୁ ପରିବାରର ଦୟାରେ ନିଜକୁ କାଢ଼ୁଆ ନେତା ବୋଲାଇଛନ୍ତି ବୈଜୟନ୍ତ । ନବୀନଙ୍କ ଅନ୍ଧ ଆର୍ଶିବାଦ ଦିଲ୍ଲୀରେ ତାଙ୍କୁ ବେଶ୍ ଶକ୍ତିଶାଳୀ କରିଛି । ଖାଲି ସେତିକି ନୁହେଁ, ଓଡ଼ିଶାରେ ନବୀନଙ୍କ ବିକଳ୍ପ ଭାବେ ସେ ମନେ ମନେ ନିଜକୁ ଉପସ୍ଥାପନ କରି ଆସୁଛନ୍ତି । ସାରା ରାଜ୍ୟରେ ନିଜର ଏଜେନ୍ସି ଖୋଲି ବିଜେଡ଼ି ଭିତରେ ସମାନ୍ତରାଳ ଶାସନ ଚଳାଇଥିବା ଦଳରେ କାହାରିକୁ ଅଛପା ନାହିଁ । ପଇସା ଓ ମିଡ଼ିଆ ବଳ ତାଙ୍କୁ ଉତ୍ପାତିଆ କରିଛି । ନିଜ ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମହାକାଳପଡ଼ାରେ ବିଧାୟକ ତଥା ଦଳର ହେଭିୱେଟ୍ ଅତନୁ ସବ୍ୟସାଚୀ ନାୟକଙ୍କ ପକ୍ଷଚ୍ଛେଦନ ପାଇଁ ଖୋଲାଖୋଲି ଜାଲ୍ ବିଛାଇଛନ୍ତି । ଏସବୁ ଯେ ନବୀନ ଜାଣିନାହାନ୍ତି ତାହା ନୁହେଁ ବରଂ ବୈଜୟନ୍ତଙ୍କ ଦେହରେ ହାତ ନ ମାରି ନିଜର ମହାନତା ଦେଖାଇ ଆସୁଥିଲେ ।

ନବୀନଙ୍କର ନିରବତା ବୈଜୟନ୍ତଙ୍କୁ ନିଜ ଅଭିଯାନ ଆଗକୁ ବଢ଼ାଇବା ପାଇଁ ଅଧିକ ସୁଯୋଗ ଦେଇଥିଲା । ରାଜ୍ୟ ରାଜନୀତିରେ କ୍ଷମତା ଦଖଲ ଲୋଭ ସାଙ୍ଗକୁ ଜାତୀୟ ରାଜନୀତିରେ ନିଜର ପ୍ରଭାବ ବିସ୍ତାର କରିବାର ସୁଯୋଗକୁ ବୈଜୟନ୍ତ ହାତଛଡ଼ା କରୁ ନ ଥିଲେ । ଦିଲ୍ଲୀରେ ନରେନ୍ଦ୍ର ମୋଦି ସରକାର ଆସିବା ପରେ ଜାତୀୟ ଗଣମାଧ୍ୟମରେ ତାଙ୍କୁ ପ୍ରଶଂସାରେ ପୋତି ଚାଲିଛନ୍ତି ସେ । ଏହି କ୍ରମରେ ଜାତୀୟସ୍ତରରେ ବିଜେପିକୁ ପରୋକ୍ଷ ସମର୍ଥନ ଦେଇ ଚାଲିଛନ୍ତି ସେ । ସମାନ୍ତରାଳ ଭାବେ ବୈଜୟନ୍ତ ଟ୍ୱିଟ୍ କରି ବିଜେଡ଼ି ଘରେ ନିଆଁ ଲଗାଇ ଚାଲିଛନ୍ତି । ନିଜ ଟିଭିକୁ ବିଜେଡ଼ି ବିରୋଧରେ ଲଗାଇଛନ୍ତି । ଆଉ ନବୀନଙ୍କର ନିରବତାକୁ ବୈଜୟନ୍ତ ଦୁର୍ବଳତା ଭାବି ନିଜ ମିସନ୍ କୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବାରେ ଲାଗିପଡ଼ିଥିବା କୁହାଯାଉଛି । ସୂଚନାଯୋଗ୍ୟ, ନବୀନଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ମଉଳିଥିବାରୁ ବୈଜୟନ୍ତ ବିଜେଡ଼ି ଘରକୁ ଭାଙ୍ଗି ନିଜେ ବିଜେପି ମୁହାଁ ହୋଇଥିବା ଚର୍ଚ୍ଚା ହେଉଛି । ଦିଲ୍ଲୀରେ ବିଜେପି ନେତାଙ୍କ ସହ ତାଙ୍କର ଗୋପନ ଯୋଗସୂତ୍ର ମଧ୍ୟ ଦାଣ୍ଡରେ ପଡ଼ି ହାଟରେ ଗଡୁଛି ।

ନବୀନଙ୍କ ପ୍ରତି ବିମୁଖ ବୈଜୟନ୍ତ କିଛି ମାସ ହେଲା ବିଜେଡ଼ି ଭିତରେ ଗୋଷ୍ଠୀ କନ୍ଦଳର ମୁଖ୍ୟ ସୂତ୍ରଧର ଥିବା ନବୀନ ନିବାସ ଖବର ପାଇଛି । ଖାଲି ସେତିକି ନୁହେଁ ବିଜେଡ଼ିରୁ ଅସନ୍ତୁଷ୍ଟ ନେତାଙ୍କୁ ବିଜେପି ମୁହାଁ କରିବାକୁ ବୈଜୟନ୍ତ ଏଜେଣ୍ଟ ସାଜିଥିବା ନବୀନଙ୍କ ପାଖେ ଖବର ପହଞ୍ଚିଛି । ବୈଜୟନ୍ତଙ୍କ ଦଳବିରୋଧୀ କାର୍ଯ୍ୟକଳାପ ସୀମା ପାର୍ ହେବା ପରେ ନବୀନ ଆଉ ସହ୍ୟ କରିନାହାନ୍ତି । ଦଳରେ ବୈଜୟନ୍ତଙ୍କୁ ରଖି ଛଟପଟ କରିବାକୁ ଯୋଜନା କରିଛନ୍ତି । ତେଣୁ ତାଙ୍କ ବେକରେ ସିଧା ଖଣ୍ଡା ନ ବୁଲାଇ ପକ୍ଷଚ୍ଛେଦନ କରିଛନ୍ତି । ଏତିକିରୁ ବୈଜୟନ୍ତ ନିଜର ଭବିଷ୍ୟତ ନିଶ୍ଚିତ ବୁଝିସାରିବେଣି ।

Previous Post

ସୌମ୍ୟଙ୍କୁ ସାଥ୍ ଦେଉନି ଭାଗ୍ୟ

Next Post

ମେୟର ଅନନ୍ତ ଜେନାଙ୍କ ଇସ୍ତଫା ଚର୍ଚ୍ଚା

Next Post
ମେୟର ଅନନ୍ତ ଜେନାଙ୍କ ଇସ୍ତଫା ଚର୍ଚ୍ଚା

ମେୟର ଅନନ୍ତ ଜେନାଙ୍କ ଇସ୍ତଫା ଚର୍ଚ୍ଚା

Comments 1

  1. LNK says:
    9 years ago

    Naveen can’t be called as a big leader, who even doesn’t remember all the names of tall leaders of his party, leave aside the state interest. Baijayant or anyone from BJD will be better for the state. It is astonishing that people of Odisha has tolerated him yet, as they are not well informed about his efficiency.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA