Wednesday, April 29, 2026 10:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବୈଜୟନ୍ତ ହେବେ ଶିଶୁପାଳ !

by Our Correspondent
29 Dec, 2018- 09:29 PM
in Latest News, News, Politics
1 min read
0
ବୈଜୟନ୍ତ ହେବେ ଶିଶୁପାଳ !
ଭୁବନେଶ୍ୱର: ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କୁଆଡ଼େ ଯିବେ କ’ଣ କରିବେ ଆଉ କାହାରିକୁ ବୁଝାପଡୁନାହିଁ । ଯେଉଁ ବିଜେପି ପ୍ରେମରେ ପଡ଼ି ସେ ବିଜେଡ଼ିରୁ ତଡ଼ା ଖାଇଥିଲେ ସେହି ବିଜେପି ତାଙ୍କୁ ଗ୍ରହଣ କରିବାକୁ ସମ୍ଭବତଃ ନାରାଜ । ଅଳ୍ପ ଦିନ ତଳେ ବୈଜୟନ୍ତଙ୍କ ଟୁଇଟ୍ ଏହି ଆଭାସ ଦେଇଛି । ବିଜେପି ସହ ତାଙ୍କର ଯେ କିଛି ଗଡ଼ବଡ଼ ଅଛି ତାହା ଧରାପଡ଼ିଯାଇଛି । କଂଗ୍ରେସରେ ବି ସେ ଥଳକୂଳ ପାଉ ନ ଥିବା କୁହାଯାଉଛି । ନିର୍ବାଚନ ଆଉ ମାତ୍ର ୪ ମାସ ଥିବା ବେଳେ ବୈଜୟନ୍ତଙ୍କର ଅନାଥ ଅବସ୍ଥା ହୋଇଛି । ଅନ୍ୟ ବିକଳ୍ପ ସନ୍ଧାନରେ ଥିବା ବୈଜୟନ୍ତ ଆଗକୁ ଯେ ସଫଳ ହେବେ ଏବଂ ନିର୍ବାଚନ ଜିଣି ପୂର୍ବ କ୍ଷମତାକୁ ଫେରିପାଇବେ ତାହା ବର୍ତ୍ତମାନ ସ୍ଥିତିରେ ସମ୍ଭବ ଦିଶୁନାହିଁ ।
୨୦୧୮ ସାରା ବର୍ଷ ଚର୍ଚ୍ଚାରେ ରହିବାକୁ ଭଲ ପାଇଛନ୍ତି ବୈଜୟନ୍ତ । ରାଜନୈତିକ ମହଲ ତାଙ୍କୁ ଯେତେ ଗୁରୁତ୍ୱ ଦେଇନି, ତାଠାରୁ ସେ ନିଜେ ନିଜକୁ ଅଧିକ ଗୁରୁତ୍ୱ ଦେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରିଛନ୍ତି । ଟୁଇଟର୍ ରେ କ’ଣ ଗୋଟେ ମନ୍ତବ୍ୟ ଦେବେ ଏବଂ ତାଙ୍କ ଟିଭି ତାକୁ ବ୍ରେକିଂ ଖବର କରିବ । ଏହି ନିରନ୍ତର ଧାରାରେ ସେ ଖୁସି ରହିଛନ୍ତି । କାର୍ଯ୍ୟକ୍ରମ ହିସାବରେ ତାଙ୍କର ଏକମାତ୍ର କାର୍ଯ୍ୟ ହୋଇଛି ‘ହେଇଯାଉ’ । ରାଜ୍ୟର ବିଭିନ୍ନ ସ୍ଥାନରେ ଲୋକମେଳି ପ୍ରାୟୋଜିତ କରି ପହଞ୍ଚୁଛନ୍ତି ଏବଂ ଲୋକଙ୍କୁ ଚା’ ପିଆଉଛନ୍ତି । ଏହି ଦୁଇଟି ପ୍ରଚାରଧର୍ମୀ କାର୍ଯ୍ୟକ୍ରମକୁ ଛାଡ଼ିଦେଲେ ତାଙ୍କର ଅନ୍ୟ କୌଣସି ରାଜନୈତିକ କାର୍ଯ୍ୟକ୍ରମ ନାହିଁ । ସୁତରାଂ ବୈଜୟନ୍ତ ନିଜକୁ କେବଳ ଚର୍ଚ୍ଚାରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମସ୍କନ୍ଦ ଭାବି ହେଉଥିଲେ । ନିଜ ଟିଭି ହାତରେ ଗଢ଼ା ନିଜର ଉଚ୍ଚ ଛବି ତାଙ୍କୁ ଖୁସି କରୁଥିଲା । ମାତ୍ର ଏବେ ତାହା ମଉଳି ଯାଇଥିବା କୁହାଯାଉଛି ।
ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ମତରେ, ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ଆର୍ଶିବାଦରେ ଚାରି ଚାରି ଥର ସାଂସଦ ରହି ବୈଜୟନ୍ତ ପ୍ରବଳ କ୍ଷମତା ଭୋଗ କଲେ । କ୍ଷମତାର ଛତ୍ରଛାୟାରେ ପାରିବାରିକ ବ୍ୟବସାୟକୁ ବେଶ୍ ସମୃଦ୍ଧ କଲେ । ହେଲେ ଅତି ସିଆଣିଆ ଅବସ୍ଥା ବୈଜୟନ୍ତଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଲା । ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ତାଙ୍କୁ ଏତେ ମସଗୁଲ୍ କଲା ଯେ ସେ ନିଜର ସୀମା ଭୁଲିଗଲେ । ଯେଉଁ ଦଳ ଓ ନେତୃତ୍ୱ ତଳେ ନିଜକୁ ବିସ୍ତାର କରି ଅସମ୍ଭବକୁ ସମ୍ଭବ କରୁଥିଲେ, ସ୍ୱାର୍ଥରେ ବ୍ୟାଘାତ ହେଲାରୁ ସେହି ଦଳ ଓ ନେତୃତ୍ୱ ତାଙ୍କୁ ଗନ୍ଧାଇଲା । ନିଜକୁ ସଂଗ୍ରାମୀ ବୋଲାଇ ଜନମାନସରେ ହୀରୋ ହେବାକୁ ଉଦ୍ୟମ କଲେ ।
ରାଜନୀତିରେ ସଫଳ ବ୍ୟକ୍ତିଙ୍କ ଇତିହାସ କହୁଛି, ନିଜ ବଳରେ ନିଜେ ହୀରୋ ହୁଅ । କିନ୍ତୁ ଅନ୍ୟକୁ ନୀଚ କରି ନିଜେ ଉଚ୍ଚା ଦେଖେଇଲେ ସେଥିରେ ବିଲକୁଲ ସଫଳତା ମିଳେ ନାହିଁ । ପ୍ରତିଦ୍ୱନ୍ଦୀଙ୍କୁ ଛୋଟ କରି ନୁହେଁ, ନିଜକୁ ବଡ଼ କରିବାର ଦମ୍ ରଖିବା ଦରକାର । ବିଜୁବାବୁଙ୍କ ସୂର୍ଯ୍ୟବନ୍ଧୁ (ପୁତୁରା) ବୋଲାଇ ବୈଜୟନ୍ତ ନିଜକୁ ଉଚ୍ଚା ଦେଖେଇବାରେ ମନା ନ ଥିଲା । ମାତ୍ର ସେହି ଉଚ୍ଚତା ହାସଲ କରିବା ପାଇଁ ତଥାକଥିତ ମଉସା ପୁଅ ଭାଇ ତଥା ତାଙ୍କ ନେତା ନବୀନ ପଟ୍ଟନାୟକଙ୍କୁ ନୀଚ ଦୃଷ୍ଟିରେ ଦେଖିବା ଆରମ୍ଭ କଲେ । ନିଜେ ଉଚ୍ଚ ଢ଼ଙ୍ଗରେ କାମ କରିଥିଲେ ଲୋକଙ୍କ ଦ୍ୱାରା ଆଦୃତ ହୋଇଥାଆନ୍ତେ । ମାତ୍ର ତାହା ହେଲା ନାହିଁ ।
ବୋଧହୁଏ, ସେଭଳି ହେବାର ସାମର୍ଥ ନ ଥିଲା ତାଙ୍କର । ଅର୍ଥ ଓ ଟିଭି ବଳ ଥାଇ ବି ଲୋକଙ୍କ ସମସ୍ୟା ସହ ନିଜକୁ ଜଡ଼ିତ କରି ଜନନେତା ହୋଇପାରିଲେନି । ସୋସିଆଲ୍ ମିଡ଼ିଆରେ ଅନେକ ସମର୍ଥକଙ୍କୁ ପଛରେ ରଖି ପ୍ରାୟୋଜିତ ପ୍ରଚାର ଜରିଆରେ ନିଜକୁ ବଡ଼ ଭାବିଦେଲେ । ମନରେ ଏତେ ଅସହାୟତା ଥିଲା ଯେ ନବୀନ ପଟ୍ଟନାୟକଙ୍କ ସହ ସିଧା ଲଢ଼ିବାର ସାହାସ ଜୁଟାଇ ପାରିଲେନି । ବାଛି ବାଛି ତାଙ୍କ ମନ୍ତ୍ରୀ, ଅଫିସରଙ୍କ ପଛରେ ଲାଗିଲେ ଏବଂ ସେଥିରେ ନିଜକୁ ନିଜେ ବଡ଼ ମଣିଲେ ।
ଅନ୍ୟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ହେଲା, ବୈଜୟନ୍ତଙ୍କ ବ୍ୟବସାୟିକ ଦୃଷ୍ଟିଭଙ୍ଗୀ । ରାଜନୀତି ସହ ନିଜର ପାରିବାରିକ ବ୍ୟବସାୟକୁ ସାଙ୍ଗରେ ନେଇ ସଫଳତାର ଶୀର୍ଷରେ ପହଞ୍ଚିଥିଲେ ବୈଜୟନ୍ତ । ମାତ୍ର ରାଜନୀତିରେ ଏହା ସବୁବେଳେ ସମ୍ଭବ ନୁହେଁ । ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ଆର୍ଶିବାଦରେ ଏହା ସମ୍ଭବ ହୋଇଥିଲା ବୋଲି ଅନ୍ୟ ରାଜନୈତିକ ଦଳରେ ଏହା ସମ୍ଭବ, ସେମିତି କିଛି ମାନେ ନାହିଁ । କୁହାଯାଉଛି, ବୈଜୟନ୍ତ ବିଜେପିକୁ ଯିବା ପାଇଁ ଯେଉଁ ସର୍ତ୍ତ ରଖୁଛନ୍ତି ସେଥିରେ ରାଜନୈତିକ କ୍ଷମତା ସହ ତାଙ୍କର ପାରିବାରିକ ବ୍ୟବସାୟର ସ୍ୱାର୍ଥ ସୁରକ୍ଷାକୁ ପ୍ରାଧାନ୍ୟ ଦେଉଛନ୍ତି । ମାତ୍ର ଦଳର ହାଇକମାଣ୍ଡ ଏଥିରେ ରାଜି ହୋଇପାରୁନାହାନ୍ତି । ଯେଉଁଥିପାଇଁ ତାଙ୍କର ବିଜେପି ଅଙ୍କ ଛିଣ୍ଡିପାରୁନାହିଁ । ସଂଘ ପରିବାରର ଶରଣ ବି ତାଙ୍କ ଭାଗ୍ୟ ଖୋଲି ପାରୁନାହିଁ ।
ଏଭଳି ସ୍ଥିତିରେ ବୈଜୟନ୍ତ ନିଜର ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡ଼ିବା ସ୍ୱାଭାବିକ । ଯେଉଁ ବିଜେପିକୁ ଆଖିରେ ରଖି ବଡ଼ ବଡ଼ ସ୍ୱପ୍ନ ତିଆରି କରିଥିଲେ ତାହା ମରିଚିକା ହେବାକୁ ବସିଲାଣି । ହୋଇପାରେ, ଆଗକୁ କିଛି ସରଳ ଏଣ୍ଟ୍ରି ଫର୍ମୂଲା ବାହାରିବ । ହେଲେ ସେଥିରେ ବୈଜୟନ୍ତଙ୍କ ରାଜନୈତିକ ଅଭିଳାଷ ଓ ବ୍ୟବସାୟିକ ସ୍ୱାର୍ଥର ସୁରକ୍ଷା ହୋଇପାରିବାର ସମ୍ଭାବନା କମ । ବିଜେପି ନହେଲେ ସ୍ଥିତି ବଞ୍ଚାଇବାକୁ ତାଙ୍କ ପାଖରେ ଆଉ ଦୁଇଟି ବିକଳ୍ପ । କଂଗ୍ରେସ ନଚେତ୍ ନୂଆ ଦଳ । ତେବେ ବୈଜୟନ୍ତଙ୍କ କଂଗ୍ରେସ ସମ୍ଭାବନା ଅସ୍ପଷ୍ଟ ଥିବା ବେଳେ ନୂଆ ଦଳ ଗଢ଼ିବା ପାଇଁ ଆଉ ସମୟ ନାହିଁ ।
ରାଜନୀତିରେ ପ୍ରବଳ ଉଚ୍ଚକାଂକ୍ଷୀ ବୈଜୟନ୍ତଙ୍କର ଏଭଳି ଅବସ୍ଥାକୁ ନେଇ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଆଲୋଚନା ହେଉଛି । କିଛି ସମର୍ଥକ ବୈଜୟନ୍ତଙ୍କ ରାଜନୈତିକ ଭବିଷ୍ୟତ ନେଇ ତଥାପି ଆଶାବାଦୀ ଥିବା ବେଳେ ଅନେକ ତାଙ୍କୁ ଶିଶୁପାଳ ଆଖ୍ୟା ଦେଲେଣି ।
Previous Post

ନେଲ୍‌ପଲିସ୍‌ ଲଗାଇଲେ ହୋଇପାରେ କ୍ୟାନସର୍‌ !

Next Post

୨୦୧୮ ପୃଷ୍ଠାରେ ଓଡ଼ିଶା ରାଜନୀତି

Next Post
୨୦୧୮ ପୃଷ୍ଠାରେ ଓଡ଼ିଶା ରାଜନୀତି

୨୦୧୮ ପୃଷ୍ଠାରେ ଓଡ଼ିଶା ରାଜନୀତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA