Thursday, April 30, 2026 12:21 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୨୦୧୮ ପୃଷ୍ଠାରେ ଓଡ଼ିଶା ରାଜନୀତି

by Our Correspondent
30 Dec, 2018- 10:22 PM
in Latest News, News, Politics
1 min read
0
୨୦୧୮ ପୃଷ୍ଠାରେ ଓଡ଼ିଶା ରାଜନୀତି
ଭୁୁବନେଶ୍ୱର: ୨୦୧୮ ବର୍ଷର ଓଡ଼ିଶା ରାଜନୀତି ମାନଚିତ୍ରରେ ଥିଲା ଅନେକ ଘଟଣାବଳୀ । ତିନି ପ୍ରମୁଖ ଦଳରେ ଥିଲା ଅନେକ ସଫଳ ଓ ବିଫଳ କାହାଣୀ । କେଉଁଠି ହୀରୋ ଭିଲିଆନ୍ ବନିଥିଲେ ତ ଆଉ କେଉଁଠି ଭିଲିଆନ୍ ହୋଇଥିଲେ ହୀରୋ । ସାଇଡ୍ ହୀରୋ ଓ ସାଇଡ୍ ଭିଲିଆନ୍ ଙ୍କ ବି କାରନାମା ଦେଖିଥିଲା ଏହି ବର୍ଷ । ବର୍ଷ ଆରମ୍ଭରୁ ହିଁ ସାଧାରଣ ନିର୍ବାଚନମୁହାଁ ହୋଇଯାଇଥିଲେ ତିନି ଦଳ । ବର୍ଷତମାମ ଦଳୀୟ କାର୍ଯ୍ୟକ୍ରମରେ ଭୋଟ ରାଜନୀତିର ଗନ୍ଧ ବାରି ହୋଇଥିଲା । ତେବେ କାହାରି ରାଜନୈତିକ ଦୃଷ୍ଟିଭଙ୍ଗୀ ଓ ପରିଭାଷାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିଲାନି । ଚିରାଚରିତ ଆରୋପ ଓ ପ୍ରତ୍ୟାରୋପରେ ସୀମିତ ରହିଗଲେ ନେତୃବୃନ୍ଦ । ନେତାଙ୍କ ଭାଷଣରେ ପରିବର୍ତ୍ତନର ସ୍ୱର ବହିଲା ମାତ୍ର କାର୍ଯ୍ୟକ୍ଷେତ୍ରରେ ଏହାର ସେଭଳି ପ୍ରତିଫଳନ ଲୋକେ ଅନୁଭବ କଲେନି ।
ରାଜ୍ୟର ଏକ ନମ୍ବର ଦଳ ବିଜେଡ଼ି ପାଇଁ ବର୍ଷଟି ସହଜ ନ ଥିଲା । ଦଳ ଓ ସରକାରରେ ନବୀନ ପଟ୍ଟନାୟକଙ୍କ ପାଇଁ ଅନେକ ଚାଲେଂଜ ଆସିଥିଲା । ସରକାରଙ୍କ ବିରୋଧରେ ଆସିଥିଲା ବିଭିନ୍ନ ଦୁର୍ନୀତି, ଭ୍ରଷ୍ଟାଚାରର ଆରୋପ । ବହୁ ନେତା ଓ ଅଫିସର ଅପବାଦରେ ଛନ୍ଦି ହୋଇଥିଲେ । ମାତ୍ର ନବୀନ ଏଥିରେ ବିଚଳିତ ହୋଇ ନ ଥିଲେ । ପରିସ୍ଥିତିକୁ ବେଶ୍ ଧୈର୍ଯ୍ୟର ସହ ସାମନା କରିଥିଲେ । ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କୁ ଟାଣ ଜବାବ ଦେଇଥିଲେ । ରାଜ୍ୟ ଓ ଜାତୀୟସ୍ତରରେ ନିଜର ଭାବମୂର୍ତ୍ତି ରକ୍ଷା କରିବାକୁ କାର୍ଡ ପରେ କାର୍ଡ ଖେଳି ପ୍ରଶଂସା ସାଉଁଟିଥିଲେ । କଳିଙ୍ଗ ଷ୍ଟାଡିୟମ୍ ରେ ବିଶ୍ୱକପ୍ ହକିର ସଫଳ ଆୟୋଜନ ତାଙ୍କୁ ବିଶ୍ୱସ୍ତରରେ ଆଦୃତ କରାଇଥିଲା । ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଜରିଆରେ ସେ ନିଜର ଲୋକପ୍ରିୟତା ଅତୁଟ ରଖିବାକୁ ଯଥାସାଧ୍ୟ ଚେଷ୍ଟା କରିଥିଲେ । ତେବେ ଲୋକପ୍ରିୟତାର ଶୀର୍ଷରେ ଥାଇ ବି ନିଜ ଘର ବିଜେଡ଼ିରୁ ଅଳିଆ ସଫା କରି ସଜାଡ଼ି ପାରିନାହାନ୍ତି ନବୀନ । ଦଳରେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିଛି ଏବଂ ଗୋଛି କଟା ରାଜନୀତି ସାଂଘାତିକ ରୂପ ନେଇଛି । ଆଗାମୀ ନିର୍ବାଚନରେ ଏହା ନବୀନ ପଟ୍ଟନାୟକଙ୍କ ପାଇଁ ବିରାଟ ଚାଲେଂଜ ସୃଷ୍ଟି କରିପାରେ ।
ବିଜେଡ଼ିର ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାବେ ଉଭା ହୋଇଥିବା ବିଜେପିି ଗତବର୍ଷ ତୁଳନାରେ ଲାଭବାନ ହୋଇନାହିଁ । ଗତବର୍ଷ ଅନୁଷ୍ଠିତ ପଂଚାୟତ ନିର୍ବାଚନରେ ଦଳକୁ ଆଶାତୀତ ସଫଳତା ମିଳିଥିଲା । ମାତ୍ର ସେହି ସଫଳତାକୁ ଦଳ ବଜାୟ ରଖି ପାରିନାହିଁ । ବିଜେପୁର ଉପନିର୍ବାଚନଠାରୁ ଆରମ୍ଭ କରି ଅନ୍ୟ ସବୁ ଉପନିର୍ବାଚନରେ ଦଳ ପରାଜୟ ବରଣ କରିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଓଡ଼ିଶା ପାଇଁ ମିସନ୍ ୧୨୦ + ର ନାରା ଦେଇଥିଲେ ମଧ୍ୟ ତାହାର ବାସ୍ତବତା ବହୁ ପଛରେ ପଡ଼ିଯାଇଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରେ ଦଳର ଅଘୋଷିତ ନେତୃତ୍ୱ ଥିଲେ ମଧ୍ୟ ସବୁବର୍ଗର ନେତାଙ୍କୁ ଏକାଠି ନେଇ ଚାଲିବାରେ ସକ୍ଷମ ହୋଇନାହାନ୍ତି । ଦଳର ତୃଣମୂଳ ସଂଗଠନ ବଳଶାଳୀ ହୋଇନାହିଁ । ରାଜ୍ୟ ବିଜେପିକୁ ଧର୍ମେନ୍ଦ୍ର ଯଥେଷ୍ଟ କ୍ରିୟାଶୀଳ କରିଛନ୍ତି ସତ ମାତ୍ର ତାଙ୍କର ଗ୍ରହଣୀୟ ପଛରେ ପଡ଼ିଯାଇଛି । ନବୀନ ପଟ୍ଟନାୟକଙ୍କ ବିକଳ୍ପ ଭାବେ ନିଜକୁ ପ୍ରତିଷ୍ଠିତ କରିବାରେ ଧର୍ମେନ୍ଦ୍ର ସଫଳ ହୋଇନାହାନ୍ତି । ତେବେ ରାଜ୍ୟ ବିଜେପି ପାଇଁ ସଞ୍ଜିବନୀ ହୋଇଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।
ଦୀର୍ଘ ୧୮ ବର୍ଷ ଧରି ବିଫଳତାର ସ୍ୱାଦ ଚାଖୁଥିବା କଂଗ୍ରେସର ସ୍ଥିତି ଏବର୍ଷ ସାମାନ୍ୟ ସୁଧୁରିଛି । ନିରଂଜନ ପଟ୍ଟନାୟକ ଦଳର ନେତୃତ୍ୱ ନେଲା ପରେ ସଂଗଠନ କ୍ରିୟାଶୀଳ ହୋଇଛି । ଗାଁ ଗହଳି କର୍ମୀମାନେ ଚଳଚଞ୍ଚଳ ହୋଇଛନ୍ତି । ୩ଟି ରାଜ୍ୟର ନିର୍ବାଚନ ଫଳ କଂଗ୍ରେସ କର୍ମୀଙ୍କ ଜୋସ୍ ବଢ଼ାଇ ଦେଇଛି । ତେବେ ଏହା ଆଗକୁ ଯିବାରେ ଏକ ବିରାଟ ପ୍ରତିବନ୍ଧକ ରହିଛି । ନେତାଙ୍କ ପୁରୁଣା ଅଭ୍ୟାସ ବଦଳିନାହିଁ । ଦଳ ଭିତରେ ଏକତାର ଭାବ ଆସିପାରିନାହିଁ । ନିରଂଜନଙ୍କ ବିରୋଧରେ ଶ୍ରୀକାନ୍ତ ଜେନା ଖୋଲାଖୋଲି ବିଦ୍ରୋହ କରିଛନ୍ତି । କୃଷ୍ଣ ସାଗରିଆ ବିଧାୟକ ପଦରୁ ଇସ୍ତଫା ଦେବା ସହ ନେତୃତ୍ୱ ବିରୋଧରେ ସ୍ୱର ଉଠାଇଛନ୍ତି । କାହ୍ନୁଚରଣ ଲେଙ୍କାଙ୍କ ଭଳି ବରିଷ୍ଠ ନେତା ମଧ୍ୟ ନିରଂଜନଙ୍କୁ ସମର୍ଥନ କରୁନାହାନ୍ତି । ପ୍ରସାଦ ହରିଚନ୍ଦନଙ୍କ ଭଳି ନିରଂଜନ ବି ସମସ୍ତଙ୍କୁ ଏକାଠି ନେଇ ଚାଲିପାରିନାହାନ୍ତି ।

ଚର୍ଚ୍ଚାରେ ନେତା:

ବୈଜୟନ୍ତ ପଣ୍ଡା: ସରକାର ଓ ଦଳୀୟ ଦୃଷ୍ଟିକୋଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗଭଳି ବର୍ଷତମାମ ଚର୍ଚ୍ଚାରେ ରହିଲେ । ତେବେ ଏବର୍ଷ ଆଉ ଯେଉଁ କିଛି ନେତା ଚର୍ଚ୍ଚାକୁ ଆସିଥିଲେ ସେମାନଙ୍କ ମଧ୍ୟରେ ଆଗରେ ଥିଲେ ବୈଜୟନ୍ତ ପଣ୍ଡା । ଦଳବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡି ତାଙ୍କୁ ଜାନୁଆରୀ ୨୪ରେ ଦଳରୁ ନିଲମ୍ବନ କରିଥିଲା । ମେ ୨୮ରେ ସେ ନିଜ ଆଡୁ ବିଜେଡ଼ି ଛାଡ଼ିଥିଲେ ଏବଂ ଜୁନ୍ ୧୨ ତାରିଖରେ ସାଂସଦ ପଦ ଛାଡ଼ିଥିଲେ । ବିଜେପିକୁ ଯିବେ ବୋଲି ଜୋର ଚର୍ଚ୍ଚା ହୋଇଥିଲେ ମଧ୍ୟ ବର୍ଷଟେ ସରିଗଲା ପଛେ କିଛି ହେଲାନି । ବିଜେଡ଼ିରେ ଏକଦା ଖୁବ୍ କ୍ଷମତାଶାଳୀ ଥିବା ବୈଜୟନ୍ତଙ୍କ ରାଜନୈତିକ ଭବିଷ୍ୟତ ଅନିଶ୍ଚିତତାକୁ ଚାଲିଯାଇଛି ।
ଦାମୋଦର ରାଉତ: ବିଜେଡ଼ିର ଅନ୍ୟତମ ବରିଷ୍ଠ ନେତା ଏବଂ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ମଧ୍ୟ ବୈଜୟନ୍ତଙ୍କ ଅବସ୍ଥା ଭୋଗିଲେ । ବ୍ରାହ୍ମଣଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଗତବର୍ଷ ଡିସେମ୍ବର ୨୨ ତାରିଖରେ ସେ ମନ୍ତ୍ରୀପଦ ହରାଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିବା ତାଙ୍କ ପାଇଁ ଭୀଷଣ ମହଙ୍ଗା ପଡ଼ିଲା । ସେପ୍ଟେମ୍ବର ୨୨ ତାରିଖରୁ ସେ ବିଜେଡ଼ିରୁ ବହିଷ୍କୃତ ହେଲେ । ନବୀନ ପଟ୍ଟନାୟକଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରି ସେ ତଥାକଥିତ ବିଜୁ ଅନୁଗତଙ୍କୁ ଏକାଠି କରିବାକୁ ଉଦ୍ୟମ କରିଥିଲେ ମଧ୍ୟ କେହି ଆସିଲେନି । କେବଳ ବ୍ରଜ ତ୍ରିପାଠୀ ତାଙ୍କ ସହ ରହିବାକୁ ରାଜିହେଲେ । ବ୍ରଜଙ୍କ ଦ୍ୱାରା ଗଠିତ ସମତା କ୍ରାନ୍ତିର ନାଁ ବଦଳେଇ ପଛରେ ବିଜୁ ଙ୍କ ନାଁକୁ ଯୋଡିଲେ ଦାମ । ନଭେମ୍ବର ୨୩ ରେ ଦାମ ‘ବିଜୁ ସମତାକ୍ରାନ୍ତି ଦଳ’ ଘୋଷଣା କଲେ । ମାତ୍ର ଦିନ କେଇଟା ନ ଯାଉଣୁ ଦାମ ଓ ବ୍ରଜଙ୍କ ଭିତରେ ପଡ଼ିଲାନି । ବିଜୁ ସମତା କ୍ରାନ୍ତି ଦଳ ଉଭେଇ ଗଲା । ଏବେ ଦାମ ପରିଚୟ ସଙ୍କଟରେ ପଡ଼ିଛନ୍ତି । ଆଉ ତାଙ୍କ ତୁଣ୍ଡ ଶୁଭୁନି ।
ବିଜୟ ମହାପାତ୍ର, ଦିଲ୍ଲୀପ ରାୟ: ଓଡ଼ିଶା ରାଜନୀତିର ଦୁଇ ଟାଣୁଆ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ ବି ରାଜନୈତିକ ସଙ୍କଟ ଭିତରେ ନୂଆ ପରିଚୟ ଖୋଜୁଛନ୍ତି । ନଭେମ୍ବର ୩୦ ତାରିଖରେ ସେମାନେ ବିଜେପିରୁ ଇସ୍ତଫା ଦେଇଥିଲେ । ଦଳର ପରିଚାଳନା ଓ ନେତୃତ୍ୱର ଏକଛତ୍ରବାଦକୁ ସେମାନେ ବରଦାସ୍ତ ନ କରି ଏଭଳି ପଦକ୍ଷେପ ନେଇଥିଲେ । ଦୁହେଁ ବିଜେଡ଼ିକୁ ଯିବେ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ତାହା ଦେଖିବାକୁ ମିଳିଲା ନାହିଁ । ସେମାନେ କୁଆଡେ ଯିବେ ତାହା ଏ ପର୍ଯ୍ୟନ୍ତ ଜଣାପଡୁନାହିଁ ।
ଅନ୍ୟପକ୍ଷରେ ଆଇଏଏସ ଚାକିରି ଛାଡ଼ି ବିଜେପିରେ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ଯୋଗଦାନ ବେଶ୍ ଚର୍ଚ୍ଚାର ବିଷୟ ହୋଇଥିଲା । ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ତାଙ୍କୁ ବିଭିନ୍ନ ଗଣମାଧ୍ୟମରେ ଉପସ୍ଥାପିତ କରାଯିବା ଦଳୀୟ ମାହୋଲ୍ କୁ ସରଗରମ କରିଥିଲା ।
ନିରଞ୍ଜନ ଓ ସୌମ୍ୟରଞ୍ଜନ ପଟ୍ଟନାୟକ: ଚଳିତବର୍ଷ ସବୁଠାରୁ ବେଶୀ ଲାଭବାନ ହୋଇଥିଲେ ପଟ୍ଟନାୟକ ପରିବାର । ନିରଞ୍ଜନ ପଟ୍ଟନାୟକ ଦ୍ୱିତୀୟ ଥର ପାଇଁ ପିସିସି ସଭାପତି ଦାୟିତ୍ୱ ପାଇ କଂଗ୍ରେସ ନେତୃତ୍ୱ ସମ୍ଭାଳିଛନ୍ତି । କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ସେ ଏବେ ଦାବିଦାର । ଅନ୍ୟପକ୍ଷରେ ତାଙ୍କ ଭାଇ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ନିଜ ପାଇଁ ସୁରକ୍ଷିତ ଜାଗା ହାସଲ କରିନେଇଛନ୍ତି । ରାଜନୀତିରେ ବିଫଳ ନାୟକର ପରିଚୟ ଧରିଥିବା ସୌମ୍ୟମ୍ୟରଂଜନ ଠିକ ବେଳକାଳ ଦେଖି ବିଜେଡ଼ିକୁ ପଳାଇ ଆସିଲେ ଏବଂ କେଇ ଘଣ୍ଟା ମଧ୍ୟରେ ରାଜ୍ୟସଭା ଆସନ ଦଖଲ କରିନେଲେ । ଯେଉଁ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କୁ କଟୁ ସମାଲୋଚନା କରୁଥିଲେ କ୍ଷମତା ପାଇଁ ସ୍ୱର ବଦଳାଇ ସ୍ତୁତିଗାନ କଲେ । ଏହା ତାଙ୍କ ପାଇଁ ବେଶ୍ ଅପବାଦ ଆଣିଲା ।
ଖାରବେଳ ସ୍ୱାଇଁ: ତିନି ତିନି ଥର ଆକ୍ରମଣର ଶିକାର ହୋଇ ଚର୍ଚ୍ଚାକୁ ଆସିଥିଲେ ଉକ୍ରଳ ଭାରତର ସଭାପତି ଖାରବେଳ ସ୍ୱାଇଁ । ବିଜେଡ଼ି ବିରୋଧରେ ଭାଷଣ ଦେବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ସେ ଅଭିଯୋଗ କରିଥିଲେ ।
Previous Post

ବୈଜୟନ୍ତ ହେବେ ଶିଶୁପାଳ !

Next Post

ଲଜ୍ଜା! ପିଲାଙ୍କୁ କର୍ମୀ ସଜାଇଲେ ନେତା

Next Post
ଲଜ୍ଜା!  ପିଲାଙ୍କୁ କର୍ମୀ ସଜାଇଲେ ନେତା

ଲଜ୍ଜା! ପିଲାଙ୍କୁ କର୍ମୀ ସଜାଇଲେ ନେତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA