Tuesday, June 30, 2026 12:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଲଜ୍ଜା! ପିଲାଙ୍କୁ କର୍ମୀ ସଜାଇଲେ ନେତା

by Our Correspondent
31 Dec, 2018- 03:08 PM
in Latest News, News, Story Of The Week
1 min read
0
ଲଜ୍ଜା!  ପିଲାଙ୍କୁ କର୍ମୀ ସଜାଇଲେ ନେତା
ଭୁୁବନେଶ୍ୱର: ମନ୍ତ୍ରୀ କି ନେତାଙ୍କ ଅଭ୍ୟର୍ଥନାରେ ଛୋଟ ଛୁଆଙ୍କୁ ନିୟୋଜିତ ନ କରାଇବାକୁ କଡ଼ା ନିୟମ ରହିଛି । ମାତ୍ର ଏହି କଟକଣା କେମିତି ପାଳନ ହେଉଛି ତାହା ସମସ୍ତଙ୍କୁ ଜଣା । କିଛି ଚାଲାକ୍ ନେତା ଅଲଗା ଢ଼ଙ୍ଗରେ ପିଲାଙ୍କୁ ବ୍ୟବହାର କରି ନିଜର ହୀନ ରାଜନୈତିକ ସ୍ୱାର୍ଥ ହାସଲ କରିବାକୁ ତିଳେମାତ୍ର କୁଣ୍ଠାବୋଧ କରୁନାହାନ୍ତି । ଏଭଳି ଦୁଇଟି ଘଟଣା ଏବେ ସାମନାକୁ ଆସିଛି ।
ଗତ ୨୫ ତାରିଖରେ ଭୁବନେଶ୍ୱର ଡିଏଭି ସ୍କୁଲ ସାମନାରେ ଏକ ମିନି ମାରାଥାନ୍ ଆୟୋଜନ ହୋଇଥିଲା । ଆୟୋଜକ ଥିଲେ ସ୍ଥାନୀୟ ଅଞ୍ଚଳ(ୱାର୍ଡ ନଂ ୪୭) ର କର୍ପୋରେଟର ତଥା ମେୟର ଅନନ୍ତ ନାରାୟଣ(ବୁନୁ) ଜେନା । ପାଖାପାଖି ୨୦୦ କୁନି କୁନି ସ୍କୁଲ ପିଲାଙ୍କୁ ବିଭିନ୍ନ ସ୍ଥାନରୁ ଅଣାଯାଇଥିଲା । ସମସ୍ତଙ୍କୁ ମାରାଥନ୍ ଗଂଜି ପିନ୍ଧାଇ ଦିଆଯାଇଥିଲା । ଏହି ଗଂଜିର ସାମନାରେ ଲେଖାଥିଲା ବିଜୁ ଯୁବ ବାହିନୀ । ଅର୍ଥାତ୍ ପିଲାମାନଙ୍କୁ ବିଜୁ ଯୁବ ବାହିନୀ ସଦସ୍ୟର ପରିଚୟ ଦିଆଯାଇଥିଲା । ବିଜୁ ଯୁବ ବାହିନୀର ସଦସ୍ୟତା ପାଇଁ ସର୍ବନିମ୍ନ ବୟସ ୧୫ ବର୍ଷ ଥିବା ବେଳେ ପାୱାରଫୁଲ୍ ମେୟର ମହାଶୟ ଏହି ୧୫ ବର୍ଷିଆ(!) କୁନି ପିଲାଙ୍କୁ କେଉଁଠୁ ଆଣିଲେ ଏବଂ ସେମାନଙ୍କୁ ବିଜୁ ଯୁବ ବାହିନୀ ବେଶରେ ସଜାଇଲେ ତାହା ତାଙ୍କୁ ଜଣା ଥିବ । ଏ ସମ୍ପର୍କରେ ଆମେ ମେୟରଙ୍କ ମତାମତ ଆଣିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କୁ ପାଇ ନ ଥିଲୁ ।
ସୂଚନା ଅନୁଯାୟୀ ଭୁବନେଶ୍ୱରର କିଛି ବସ୍ତିରୁ ମେୟର ମହୋଦୟ ଏହି ପିଲାମାନଙ୍କୁ ଯୋଗାଡ଼ କରି ଆଣିଥିଲେ । ବିଜେଡ଼ି ରାଲି ହେଉଛି କହି ଅଭିଭାବକମାନଙ୍କୁ ପ୍ରବର୍ତ୍ତା ଯାଇଥିଲା । ସେଥିପାଇଁ ହାତଗୁଂଜା ବି ଦିଆଯାଇଥିଲା । ପିଲାମାନଙ୍କୁ ଗୋଟିଏ ଗଂଜି ଓ ଗୋଟିଏ ଖାଦ୍ୟ ପୁଡ଼ିଆର ଲୋଭ ଦିଆଯାଇଥିଲା । ମେୟର ମହାଶୟ ନିରୀହ ପିଲାମାନଙ୍କୁ ଧରି ରାଜନୀତି କରିବା ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି । ଏହାକୁ କ୍ଷମତାର ଅହଂକାର ବୋଲି ଅନେକ ସମାଲୋଚନା କରିଛନ୍ତି ।

ସେହିଭଳି ରାଉରକେଲାରେ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ କୁନି କୁନି ପିଲାଙ୍କୁ ରାଜନୀତି ମଇଦାନରେ ବ୍ୟବହାର କରିବାକୁ ପଛେଇ ନାହାନ୍ତି । ଗତ ୨୯ ତାରିଖରେ ବିଜେପିର ଏକ ମିଶ୍ରଣ ପର୍ବ ଆୟୋଜନ କରିଥିଲେ ଜୁଏଲ୍ । ଅନ୍ୟ କର୍ମୀଙ୍କ ଗହଣରେ ପାଖାପାଖି ୨୫ ପିଲାଙ୍କୁ ସେଠାରେ ଦେଖିବାକୁ ମିଳିଥିଲା । ସେମାନଙ୍କ ପରିଚୟ ବଦଳା ଯାଇଥିଲା । ପିଲାରୁ ସେମାନେ ବନିଥିଲେ ବିଜେପି କର୍ମୀ । ସମସ୍ତଙ୍କ ମୁଣ୍ଡରେ ଥିଲା ବିଜେପି ଟୋପି ଓ ଦେହରେ ଥିଲା ଗେରୁଆ ଗାମୁଛା । ବିଜେପିରୂପୀ ସେହି କୁନି କୁନି ପିଲା ନରେନ୍ଦ୍ର ମୋଦୀ.. ଜିନ୍ଦାବାଦ, ଅମିତ୍ ଶାହା..ଜିନ୍ଦାବାଦ, ଜୁଏଲ୍ ଓରାମ୍…ଜିନ୍ଦାବାଦ ଧ୍ୱନି ଦେଉଥିଲେ । ସେଥିପାଇଁ ସେମାନଙ୍କୁ ଆଗରୁ ଟ୍ରେନିଂ ଦିଆଯାଇଥିବା ଖବର ମିଳିଛି । ପିଲାଙ୍କ ବେଶଭୂଷା ଓ ଜିନ୍ଦାବାଦ ଧ୍ୱନି କେନ୍ଦ୍ରମନ୍ତ୍ରୀଙ୍କୁ ଭାରି କୁତୁକୁତୁ କରିଥିଲା ।
Previous Post

୨୦୧୮ ପୃଷ୍ଠାରେ ଓଡ଼ିଶା ରାଜନୀତି

Next Post

୨୦୧୯: ନୂଆ ସ୍ୱପ୍ନ, ନୂଆ ସମ୍ଭାବନା

Next Post
୨୦୧୯: ନୂଆ ସ୍ୱପ୍ନ, ନୂଆ ସମ୍ଭାବନା

୨୦୧୯: ନୂଆ ସ୍ୱପ୍ନ, ନୂଆ ସମ୍ଭାବନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA