ଆଉ କେଇ ଘଣ୍ଟା ପରେ ଅତୀତ ହୋଇଯିବ ୨୦୧୮ । ଇତିହାସ ଫର୍ଦ୍ଦରେ ଯୋଡି ହୋଇଯିବ ଆଉ ଗୋଟିଏ ବର୍ଷର ସ୍ମୃତି । ସମୟ ଏମିତି ଆସେ, ଚାଲିଯାଏ । ସଂସାରର ଧରାବନ୍ଧା ନିୟମରେ ବାନ୍ଧି ହୋଇ ରହେନି । ସଂସାରର ସବୁ ଏମିତି କ୍ଷଣସ୍ଥାୟୀ । ବଞ୍ଚିବାର ସଂଘର୍ଷ ଭିତରେ ଗଡ଼ିଯାଏ ସମୟ । ଯିଏ ସମୟ ସହ ତାଳ ଦେଇ ଚାଲିପାରିଲେ ସେ ଜୀବନ ସଂଗ୍ରାମରେ ଜିତିଲେ, ଯିଏ ପାରିଲେନି ସେ ହାରିଲେ । ମଣିଷର ହାରଜିତ୍ ରହିଛି ଓ ରହିବ ମଧ୍ୟ । ତେବେ ଏହି ହାରଜିତ ଭିତରେ ମଣିଷପଣିଆ ହିଁ ବଡ଼କଥା । ମଣିଷ ମଣିଷକୁ ଭଲ ପାଉ । ସଂକୀର୍ଣ୍ଣତା, ସ୍ୱାର୍ଥପରତା ନ ରହୁ । ଜଗତର ନାଥ ଜଗନ୍ନାଥଙ୍କ ନିକଟରେ ଆଜି ଏତିକି ପ୍ରାର୍ଥନା । ନୂୂଆବର୍ଷ ସମସ୍ତଙ୍କ ମନରେ ନୂଆ ସ୍ୱପ୍ନ, ନୂଆ ସମ୍ଭାବନା ଆଣୁ । ସମସ୍ତେ ଖୁସିରେ ରହନ୍ତୁ । ପୁରୁଣା ବର୍ଷର ବିଦାୟ ବେଳାରେ ‘ମିଡ଼ଡ଼େ ଓଡ଼ିଶା’ ପରିବାରର ଏତିକି କାମନା ।
-ସମ୍ପାଦକ