Thursday, April 30, 2026 08:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଭଗବାନ ଶ୍ରୀରାମ ନେପାଳୀ !!

by Our Correspondent
14 Jul, 2020- 12:17 PM
in Latest News, National, News
1 min read
0
ଭଗବାନ ଶ୍ରୀରାମ ନେପାଳୀ !!
ରିପୋର୍ଟ: ବରେନ୍ଦ୍ର କୃଷ୍ଣ ସାହୁ
ରାମ କାହାର ? ରାମାୟଣରେ ବର୍ଣ୍ଣିତ ଭଗବାନ୍ ଶ୍ରୀରାମ ଭାରତବର୍ଷର ନୁହଁନ୍ତି ? ଉତ୍ତର ପ୍ରଦେଶର ଅଯୋଧ୍ୟ କ’ଣ ଶ୍ରୀରାମଙ୍କ ଜନ୍ମସ୍ଥାନ ନୁହେଁ ? ଏମିତି ଏବେ କଥା ଉଠିଲାଣି । ସୀମା ବିବାଦକୁ ନେଇ ତିକ୍ତତା ସୃଷ୍ଟି ହୋଇଥିବା ପଡ଼ୋଶୀ ଦେଶ ନେପାଳ ଏବେ ଏମିତି କିଛି କହିଲାଣି । ଭାରତୀୟ ସଂସ୍କୃତିର ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କୁ ନେପାଳୀ ବୋଲି କହିଲେଣି, ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି ।
କାଠମାଣ୍ଡୁରେ ନିଜ ଭାସଭବନରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ସେ । ଓଲିଙ୍କ କହିବା କଥା, ନେପାଳ ନନ୍ଦିନୀ ସୀତା, ଭଗବାନ ଶ୍ରୀରାମଙ୍କୁ ବିବାହ କରିଥିଲେ । ନେପାଳ, କେବଳ ଜଣେ ଯୁବରାଜଙ୍କୁ କନ୍ୟାଦାନ କରିନି, ବରଂ ସେହି ଯୁବରାଜ ହିଁ ଥିଲେ ନେପାଳର । ସାଂସ୍କୃତିକ ଅତ୍ୟାଚାରରେ ମାହିର୍ ଭାରତ, ନେପାଳର ସଂସ୍କୃତିରେ ଧସେଇ ପଶିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ କେ. ପି. ଶର୍ମା ଓଲି । ରାଜଧାନୀ କାଠମାଣ୍ଡୁ ଠାରୁ 135 କିଲୋମିଟର ଦୂର ବୀରଗୁଞ୍ଜ ଜିଲ୍ଲାର ଅଯୋଧ୍ୟା ଗାଁ ହିଁ, ଭଗବାନ ଶ୍ରୀରାମଙ୍କ ପ୍ରକୃତ ଜନ୍ମସ୍ଥାନ ବୋଲି ସେ କହିଛନ୍ତି । ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରୁ ଠିକ୍ 135 କିଲୋମିଟର ଦୂର ଅଯୋଧ୍ୟା ସହରକୁ ରାମଙ୍କ ଜନ୍ମସ୍ଥାନ ବୋଲି ଖଣ୍ଡନ କରିଛନ୍ତି ସେ ।
ନିକଟରେ ଓଲି ସରକାର ଆଙ୍କିଥିବା ଦେଶର ନୂଆ ମାନଚିତ୍ରକୁ ନେଇ ନେପାଳ-ଭାରତ ମଧ୍ୟରେ ବିବାଦ ସୃଷ୍ଟି ହୋଇଛି । ଉତ୍ତରାଖଣ୍ଡର ଲିପୁଲେଖ୍ ପାସ୍, ଲିମ୍ପିଆଧୁରା ଏବଂ କଳାପାଣି ଅଞ୍ଚଳକୁ ମିଶାଇ ନେପାଳ ସରକାର ସାନି ମାନଚିତ୍ର ଆଙ୍କିଛନ୍ତି । ଗତମାସରେ ଏନେଇ ନେପାଳ ପାର୍ଲାମେଣ୍ଟରେ ସ୍ୱତନ୍ତ୍ର ପ୍ରସ୍ତାବ ଗୃହୀତ ହୋଇଥିବା ବେଳେ ନାସନାଲ୍ ଆସେମ୍ଲିରେ ବିଲ୍ ପାରିତ୍ କରାଯାଇଛି । 1962ରେ ଚୀନ୍ ସହ ଯୁଦ୍ଧ ପରଠାରୁ ଏସବୁ ଅଞ୍ଚଳ, ଭାରତ ପାଇଁ ଅତି ସମ୍ବେଦନଶୀଳ । ସେବେଠାରୁ ସେଠାରେ ସୀମା ସୁରକ୍ଷା ବ୍ୟବସ୍ଥାକୁ ଭାରତ ସରକାର କଡ଼ାକଡ଼ି କରି ରଖିଛନ୍ତି । କିନ୍ତୁ ଓଲି ସରକାର ସେସବୁ ଅଞ୍ଚଳକୁ ନିଜ ଦଖଲକୁ ନେବାକୁ ସାନି ନକ୍ସା କରିଛନ୍ତି । ଯାହାକୁ ନେଇ ଭାରତ-ନେପାଳ ମଧ୍ୟରେ କୂଟନୈତିକ ସମ୍ପର୍କ ତିକ୍ତ ହୋଇଛି ।
କେବଳ ସେତିକି ନୁହେଁ, କରୋନା ଭୂତାଣୁ ନେଇ ମଧ୍ୟ ଭାରତକୁ ଟାର୍ଗେଟ୍ କରିଥିଲେ ନେପାଳ ସରକାର । ଚୀନ୍ କିମ୍ବା ଇଟାଲୀ ନୁହେଁ, ଭାରତୀୟ ଭୂତାଣୁ ପାଇଁ ହିଁ ନେପାଳରେ କରୋନା ବ୍ୟାପୁଥିବା କହିଥିଲେ ସେ । ଆଉ ଏବେ କହିଲେଣି ସୀତା ଥିଲେ ନେପାଳୀ… ଆଉ ରାମ ବି ନେପାଳୀ ।
ରାମ୍ ନା ରହିମ୍… ଅଯୋଧ୍ୟାର ବାବ୍ରି ମସଜିଦ୍ ଭଙ୍ଗାକୁ ନେଇ ଅନେକ ଦିନ ହେବ ଭାରତରେ ଲାଗି ରହିଥିଲା ଆଇନଗତ ଲଢ଼େଇ । ବିବାଦୀୟ ସ୍ଥାନରେ ରାମ ମନ୍ଦିର  ନିର୍ମାଣ ହେବ ବୋଲି ନିକଟରେ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଭାରତ ସରକାର ମଧ୍ୟ, ମନ୍ଦିର ନିର୍ମାଣ ପାଇଁ ପ୍ରକ୍ରିୟା ଆରମ୍ଭ କଲେଣି । କିନ୍ତୁ ଏବେ ଓଲି କହିଲେଣି, ରାମ ଭାରତର ନୁହେଁ, ନେପାଳର । ରାମ, ରାମାୟଣ ଓ ରାମସେତୁକୁ ନେଇ ବିବାଦ ନୂଆ ନୁହେଁ । ବଞ୍ଚିଥିବା ବେଳେ ରାମସେତୁକୁ ଆଦୌ ବିଶ୍ୱାସ କରୁ ନଥିଲେ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଏମ୍. କରୁଣାନିଧି । ରାମ, ରାମାୟଣ ଓ ରାମସେତୁ… କାଳ୍ପନିକ ବୋଲି କହି ଭଲ ରକମ ବିବାଦ ସୃଷ୍ଟି କରିଥିଲେ ସେ ।
ଭାରତବର୍ଷର ମହାଭାରତ ଓ ରାମାୟଣ । ଭାରତୀୟ ସଂସ୍କୃତି ଓ ପରମ୍ପରାର  ପରିଚାୟକ । ଯାହାକୁ ଟେଲିଭିଜିନ୍ ସିରିଏଲ୍ ମାଧ୍ୟମରେ ନିଚ୍ଛକ ଉପସ୍ଥାପନ କରି ସାରା ବିଶ୍ୱରେ ଉଜ୍ଜୀବୀତ କରାଇଛନ୍ତି ରାମାନନ୍ଦ ସାଗର । ସାରା ବିଶ୍ୱରେ ଏହା ଯେତିକି ପ୍ରଶଂସନୀୟ, ସେତିକି ଲୋକପ୍ରିୟ ମଧ୍ୟ । ଭଗବାନ ଶ୍ରୀରାମ ଏବେ ବି ଭାରତୀୟଙ୍କ ଆରାଧ୍ୟ ଦେବତା ହୋଇ ଅଛନ୍ତି । କିନ୍ତୁ କଣ୍ଟା ବାଡ଼ରେ ଲୁଗା ପକାଇ କଳି କଲା ଭଳି, ଭାରତର ସେହି ମହାନ ସଂସ୍କୃତି ଉପରେ ବିବାଦୀୟ ଟୀପ୍ପଣି ଦେଇଛନ୍ତି ନେପାଳ ସରକାର ।
Previous Post

୧୪ ହଜାର ଟପିଲା: ନୂଆ ୫୪୩ ପଜିଟିଭ୍, ୪ ମୃତ୍ୟୁ

Next Post

ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ

Next Post
ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ

ଆଇପିଏସ୍ ସ୍ତରରେ ବଡ଼ ଅଦଳବଦଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA