ଭୁୁବନେଶ୍ୱର: ରାଜ୍ୟରେ ଆଉ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟ୍ ରେ ଏହି ସୂଚନା ଦିଆଯାଇଛି । ନୂଆ ପଜିଟିଭ୍ କେସ୍ ସମ୍ପର୍କରେ ଅନ୍ୟ କିଛି ସୂଚନା ଦିଆଯାଇ ନ ଥିଲେ ମଧ୍ୟ ସେମାନେ ଭଦ୍ରକରୁ ବୋଲି ଜଣାପଡ଼ିଛି । ଏମାନଙ୍କୁ ମିଶାଇ ଭଦ୍ରକରୁ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ହୋଇଥିବା ବେଳେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ଛୁଇଁଛି ।
ଲଗାତର ତିନି ଦିନ ଧରି ଭଦ୍ରକରୁ କରୋନା ପଜିଟିଭ୍ ରିପୋର୍ଟ ଆସୁଛି । ବିଶେଷକରି ବାସୁଦେବପୁର ଏବଂ ଭଣ୍ଡାରିପୋଖରୀରୁ ନୂଆ ନୂଆ କେସ୍ ଆସୁଛି । ଆକ୍ରାନ୍ତମାନଙ୍କର ପଶ୍ଚିମବଙ୍ଗ ଲିଙ୍କ୍ ଥିବାରୁ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ାଇଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଚିହ୍ନଟ ୮୨ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତୁ୍ୟ ହୋଇଛି । ଆକ୍ଟିଭ୍ କେସ୍ ୫୧ ଅଛନ୍ତି ।
ରାଜ୍ୟରେ କରୋନା ସ୍ଥିତି ସକାଳ ୮ଟା, ୨୨ ଏପ୍ରିଲ୍୨୦୨୦
ଜିଲ୍ଲା | ୨୧ ଏପ୍ରିଲ୍ ସ୍ଥିତି | ୨୨ ରେ ନୂଆ ଚିହ୍ନିତ | ସମୁଦାୟ |
ଖୋର୍ଦ୍ଧା | ୪୬ | ୪୬ | |
ବାଲେଶ୍ଵର | ୮ | ୮ | |
ଭଦ୍ରକ |
୮ |
୩ | ୧୧ |
ଯାଜପୁର | ୭ | ୭ | |
ସୁନ୍ଦରଗଡ଼ | ୩ | ୩ | |
କେନ୍ଦ୍ରାପଡ଼ା | ୨ | ୨ | |
କଳାହାଣ୍ଡି | ୨ | ୨ | |
ପୁରୀ | ୧ | ୧ | |
କଟକ | ୧ | ୧ | |
ଢେଙ୍କାନାଳ | ୧ | ୧ | |
ସମୁଦାୟ | ୭୯ | ୩ | ୮୨ |