ଭୁୁବନେଶ୍ୱର: ଏଥର ହାତ ପାହାନ୍ତାରେ ଲୋକଙ୍କୁ ମିଳିବ କରୋନା ସମ୍ପର୍କିତ ତଥ୍ୟ । ଏହା ଜନସାଧାରଣଙ୍କ ପାଖରେ ପହଞ୍ଚାଇବାକୁ ରାଜ୍ୟ ସରକାର ଅଭିନବ ପଦକ୍ଷେପ ନେଇଛନ୍ତି । ଏକ ହ୍ୱାଟସ୍ ଆପ୍ ଗ୍ରୁପ୍ ଜରିଆରେ ତଥ୍ୟ ପହଞ୍ଚାଇବାକୁ ଉଦ୍ୟମ କରାଯାଇଛି । ‘ଓଡ଼ିଶା ସରକାର ଇନଫୋ ଡେସ୍କ’ ନାମରେ ଆଜି ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାର ନମ୍ବର ହେଉଛି 9337929000। ଏହି ନମ୍ବରରେ Hi ଲେଖି ପଠାଇଲେ ଗ୍ରୁପ୍ ସହ ଯୋଡି ହୋଇଯିବେ । ନଚେତ bit.Iy/OGCovidWhatsApp କୁ Hi ଲେଖିପାରିବେ ।
କରୋନା ସମ୍ପର୍କିତ ରାଜ୍ୟର ତଥ୍ୟ ସହିତ ସର୍ବଭାରତୀୟ ତଥ୍ୟ ଜାଣିବା ପାଇଁ ଏକ କୋଭିଡ ୧୯ ୱେବ୍ ଡାସବୋର୍ଡ ର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ତଥ୍ୟ ପାଇବା ପାଇଁ statedashboard.odisha.gov.in ରେ କ୍ଲିକ୍ କରିବାକୁ ହେବ । ମୋବାଇଲ୍ ପ୍ଲେ ଷ୍ଟୋର୍ ରେ ମଧ୍ୟ ଏହାର ଆପ୍ ଉପଲବ୍ଧ କରାଯାଇଛି । ଏହି ଆପ୍ ର ନାଁ ରହିଛି ଓଡ଼ିଶା କୋଭିଡ ଡାସବୋର୍ଡ / odisha COVID Dashboard।