Thursday, April 30, 2026 11:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

“ପଞ୍ଚାୟତରେ କରୋନାକୁ ପଶିବାକୁ ଦେବିନି”

by Our Correspondent
22 Apr, 2020- 04:02 PM
in Latest News
1 min read
0
“ପଞ୍ଚାୟତରେ କରୋନାକୁ ପଶିବାକୁ ଦେବିନି”

ସରପଞ୍ଚଙ୍କୁ ଶପଥ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: “ମୁଁ ଶପଥ କରି କହୁଅଛି ଯେ, ମୋ ପଞ୍ଚାୟତରେ, କରୋନାକୁ ରୋକିବା ପାଇଁ, ମୋତେ ଦିଆଯାଇଥିବା ଦାୟିତ୍ୱ, ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିବି । ଅନ୍ୟ ରାଜ୍ୟରୁ, ଗାଁ କୁ ଆସୁଥିବା ଲୋକମାନଙ୍କୁ, କ୍ୱାରେଣ୍ଟାଇନ୍ ରେ ରଖିବି ।
ସେମାନଙ୍କ ରହିବା, ଖାଇବା ଓ ଚିକିତ୍ସାର ଉଚିତ ବ୍ୟବସ୍ଥା କରିବି । କରୋନାକୁ ରୋକିବା ପାଇଁ, ସରକାରଙ୍କ ସବୁ ପଦକ୍ଷେପକୁ, ମୋ ପଞ୍ଚାୟତର ଭାଇଭଉଣୀମାନଙ୍କ ମଙ୍ଗଳ ପାଇଁ, କଡ଼ାକଡ଼ି ଭାବରେ ପାଳନ କରିବି । ମୋ ପଞ୍ଚାୟତରେ, କରୋନାକୁ ପଶିବାକୁ ଦେବି ନାହିଁ ।”

କରୋନା ମୁକାବିଲାରେ ଜିଲ୍ଲାପାଳ କ୍ଷମତା ପାଇଥିବା ରାଜ୍ୟର ୬୭୯୮ ସରପଞ୍ଚଙ୍କୁ ଆଜି ଏହି ଶପଥପାଠ କରାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଭିଡ଼ିଓ କନଫରେନ୍ସିଂ ଯୋଗେ ରାଜ୍ୟର ସବୁ ସରପଞ୍ଚଙ୍କୁ କରୋନା ମୁକାବିଲାର ଦାୟିତ୍ୱ ଓ କର୍ତ୍ତବ୍ୟ ଜଣାଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ, ଆପଣମାନେ ଏହି ରୋଗ ବିଷୟରେ ଭଲ ଭାବରେ ଜାଣନ୍ତି । ଏହି ରୋଗର ମେଡ଼ିସିନ୍ ବା ଭ୍ୟାକସିନ୍ ଏ ପର୍ଯ୍ୟନ୍ତ ଆସିନାହିଁ । କେବଳ ସଚେତନତା ଓ ସାମାଜିକ ଦୂରତା ଦ୍ୱାରା ହିଁ ଆମେ ଏହାକୁ ରୋକିପାରିବା । ଆପଣମାନଙ୍କ ଦକ୍ଷତା ଉପରେ ମୋର ପୁରା ଭରସା ଅଛି । ଏଥିପାଇଁ ମୁଁ ଆପଣମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛି । ଆପଣମାନେ କଡ଼ା ରହିଲେ, କରୋନା ଗାଁରେ ପଶିପାରିବ ନାହିଁ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋରାପୁଟ ସଦର ବ୍ଲକ୍, କେନ୍ଦ୍ରାପଡ଼ା ସଦର ବ୍ଲକ୍, ଏରସମା ବ୍ଲକ୍, ସମ୍ବଲପୁରର ଧାନକଉଡ଼ା ବ୍ଲକ୍, ବରଗଡ଼ର ବର୍ଦୋଲ ଏବଂ ଭଦ୍ରକର ବାସୁଦେବପୁର ବ୍ଲକ୍ ର ବିଭିନ୍ନ ସରପଞ୍ଚମାନଙ୍କ ସହିତ ଆଲୋଚନା କରିଥିଲେ । ପଞ୍ଚାୟତରେ ସେମାନଙ୍କ ପ୍ରସ୍ତୁତି କିଭଳି ଅଛି ସଂପୃକ୍ତ ସରପଞ୍ଚମାନଙ୍କଠାରୁ ପଚାରି ବୁଝିଥିଲେ ।
ଲକ୍ ଡାଉନ୍ ଖୋଲିବା ପରେ ବାହାରେ ଅଟକି ରହିଥିବା ଓଡ଼ିଆଙ୍କ ଜରିଆରେ କରୋନା ସଂକ୍ରମଣ ନ ବ୍ୟାପିବା ଲାଗି ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଦାୟିତ୍ୱ ଦେଇଛନ୍ତି । ଆଜିର ଭିଡ଼ିଓ କନଫରେନ୍ସିଂ ଆଲୋଚନାରେ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ମୁଖ୍ୟତଃ ସଚେତନ କରାଇଥିଲେ । ନିଜ ପଞ୍ଚାୟତରେ ବାହାର ରାଜ୍ୟ ଫେରନ୍ତାଙ୍କୁ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ । ପଞ୍ଚୟତ କ୍ୱାରେଣ୍ଟାଇନ୍ ସେଣ୍ଟରରେ ସମସ୍ତ ସୁବିଧା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ଗାଁକୁ ଫେରିଥିବା ଏବଂ ଫେରିବାକୁ ଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିବା ଲାଗି ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ. ପାଣ୍ଡିଆନ୍ ସରପଞ୍ଚମାନଙ୍କ ସହିତ ଆଲୋଚନା କରି ଗ୍ରାମାଞ୍ଚଳରେ କରୋନା ସଂକ୍ରମଣକୁ ରୋକିବା ପାଇଁ କେତେକ ସୁଚିନ୍ତିତ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନରୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲା ବେଳେ ସରପଞ୍ଚମାନେ ବ୍ଲକ୍ ସ୍ତରରୁ ଭିଡ଼ିଓ କନଫରେନ୍ସିଂରେ ଯୋଡି ହୋଇଥିଲେ ।
Previous Post

ହ୍ୱାଟସ୍ ଆପ୍ ୯୩୩୭୯୨୯୦୦୦ ରେ ମିଳିବ କରୋନା ତଥ୍ୟ

Next Post

କେସ୍ ନଂ ୭୦-୮୨: କୋଲକତା ଲିଙ୍କ୍ ରେ ୮, ଆକ୍ରାନ୍ତ ପରିବାରର ୫

Next Post
କେସ୍ ନଂ ୭୦-୮୨: କୋଲକତା ଲିଙ୍କ୍ ରେ ୮, ଆକ୍ରାନ୍ତ ପରିବାରର ୫

କେସ୍ ନଂ ୭୦-୮୨: କୋଲକତା ଲିଙ୍କ୍ ରେ ୮, ଆକ୍ରାନ୍ତ ପରିବାରର ୫

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA