Thursday, April 30, 2026 09:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କେସ୍ ନଂ ୭୦-୮୨: କୋଲକତା ଲିଙ୍କ୍ ରେ ୮, ଆକ୍ରାନ୍ତ ପରିବାରର ୫

by Our Correspondent
22 Apr, 2020- 08:46 PM
in Latest News, News
1 min read
0
କେସ୍ ନଂ ୭୦-୮୨: କୋଲକତା ଲିଙ୍କ୍ ରେ ୮, ଆକ୍ରାନ୍ତ ପରିବାରର ୫

ଯାଜପୁରରୁ ଆଉ ଏକ ପଜିଟିଭ୍, ଆକ୍ରାନ୍ତଙ୍କ ସଂଖ୍ୟା ୮୩

ଭୁୁବନେଶ୍ୱର: କରୋନାରେ ଆକ୍ରାନ୍ତ ୧୨ ଜଣଙ୍କର ଟ୍ରାଭେଲ୍ ହିଷ୍ଟ୍ରି ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୭୦ ରୁ ୮୨ ନଂ ଆକ୍ରାନ୍ତଙ୍କ ମଧ୍ୟରେ ୮ ଜଣଙ୍କର କୋଲକତା ଲିଙ୍କ୍ ରହିଛି । ୬୪ ନଂ ଆକ୍ରାନ୍ତଙ୍କ ସାଙ୍ଗରେ ଗୋଟିଏ ଗାଡ଼ିରୁ କୋଲକତାରୁ ଆସିଥିବା ୩ ଜଣ ସହଯାତ୍ରୀ ବି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ଘର ଭଦ୍ରକ ବାସୁଦେବପୁର ଅଞ୍ଚଳରେ । ସେହିପରି ବାଲେଶ୍ୱରର ୬୧ ନଂ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ ୫ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ଜଣେ ୧୨ ବର୍ଷର ପୁଅ ଓ ୩୪ ବର୍ଷର ଦୁଇ ମହିଳା ।
ଯାଜପୁରରୁ ଆଉ ଜଣେ ପଜିଟିଭ୍: ଅନ୍ୟପକ୍ଷରେ ରାଜ୍ୟରୁ ଆଉ ଜଣେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଯାଜପୁରର ଜଣେ ୩୮ ବର୍ଷର ଯୁବକଙ୍କର କୋଭିଡ୍ ଟେଷ୍ଟ ପଜିଟିଭ୍ ଆସିଛି । ଆଜି ସକାଳେ ଭଦ୍ରକରୁ ୩ ଜଣ ପଜିଟିଭ୍ ଆସିଥିଲେ । ଯାଜପୁର ନୂଆ ପଜିଟିଭ୍ ଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୩ ରେ ପହଞ୍ଚିଛି ।
ଭୁବନେଶ୍ୱରର ଆଉ ଦୁଇ ସୁସ୍ଥ: ଖୁସିର କଥା ଆଜି ଆଉ ଦୁଇଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏମାନେ ଭୁବନେଶ୍ୱରର । ଏହି ଦୁଇଜଣଙ୍କୁ ମିଶାଇ ୩୨ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି ।
ଟ୍ରାଭେଲ୍ ହିଷ୍ଟ୍ରି
କେସ୍ ନଂ-୭୦(କୋଲକତା ଫେରନ୍ତା): ୫୦ ବର୍ଷର ଏହି ବ୍ୟକ୍ତିଙ୍କ ଘର ଯାଜପୁର କୋରେଇରେ । ମାର୍ଚ୍ଚ ୨୮ରେ କୋଲକତା ହାୱାଡାର ବଡ଼ ବଜାରରୁ ୨୮ ଜଣ ସହଯାତ୍ରୀଙ୍କ ସହ ଏକ ଭଡ଼ା ଗାଡ଼ିରେ ଆସିଥିଲେ । ବାହାରୁ ଆସିଥିବାରୁ ମାର୍ଚ୍ଚ ୩୧ରେ କୋରେଇ ସିଏଚସି ଯାଇଥିଲେ ରେଜିଷ୍ଟ୍ରେସନ୍ କରିବାକୁ । ସେଠା ଡାକ୍ତରଙ୍କ ପରାମର୍ଶକ୍ରମେ ମାର୍ଚ୍ଚ ୩୧ରୁ ଏପ୍ରିଲ୍ ୧୯ ଯାଏଁ ନିଜ ଘର କୋରେଇ ମୁକୁନ୍ଦପୁରରେ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିଲେ । ଲକ୍ଷଣ ନ ଥିଲେ ବି ଟ୍ରାଭେଲ୍ ହିଷ୍ଟ୍ରି ଥିବା ଯୋଗୁଁ ଏପ୍ରିଲ୍ ୨୦ ରେ ତାଙ୍କର ସାମ୍ପଲ୍ ଟେଷ୍ଟ୍ କରାଯାଇଥିଲା । ପଜିଟିଭ୍ ବାହାରିବା ପରେ ଚିକିତ୍ସା ପାଇଁ କଳିଙ୍ଗନଗର ଟାଟା କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ।
କେସ୍ ନଂ-୭୧(କୋଲକତା ଫେରନ୍ତା): ୨୮ ବର୍ଷର ଯୁବକଙ୍କ ଘର ଯାଜପୁର ସଦର ବେହେରାପାଟଣାରେ । ମାର୍ଚ୍ଚ ୨୯ରେ ୧୧ ସହଯାତ୍ରାଙ୍କ ସହ ଏକ ଭଡ଼ା ଘାଡ଼ିରେ କୋଲକତାରୁ ଆସିଥିଲେ । ମାର୍ଚ୍ଚ ୩୦ ରେ ଭାଇଙ୍କ ସହ ଯାଜପୁର ଡିଏଚଏଚକୁ ରେଜିଷ୍ଟ୍ରେସନ୍ ପାଇଁ ଯାଇଥିଲେ । ମାର୍ଚ୍ଚ ୩୧ ରୁ ଏପ୍ରିଲ୍ ୧୪ ଯାଏଁ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିଲେ । ଜ୍ୱର ହେବାରୁ ଏପ୍ରିଲ୍ ୧୫ରେ ଯାଜପୁର ଡିଏଚଏଚ ଯାଇ ଡାକ୍ତରଙ୍କୁ ଦେଖାଇଥିଲେ । ମାର୍ଚ୍ଚ ୧୫ରୁ ୨୦ ଯାଏଁ ଡାକ୍ତରଖାନାର ଆଇସୋଲେସନ୍ ୱାର୍ଡରେ ରହିଲେ । ଏପ୍ରିଲ୍ ୨୦ରେ ତାଙ୍କର କୋଭିଡ ଟେଷ୍ଟ ପଜିଟିଭ୍ ବାହାରିଲା । ସେହିଦିନ କଳିଙ୍ଗନଗର ଟାଟା କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ।
କେସ୍ ନଂ-୭୨(କୋଲକତା ଫେରନ୍ତା): ୬୪ ବର୍ଷର ବ୍ୟକ୍ତିଙ୍କ ଘର ଯାଜପୁର ଜିଲ୍ଲା ବାସୁଦେବପୁରରେ । ମାର୍ଚ୍ଚ ୨୯ରେ ହାୱାଡା ବଡ଼ବଜାରରୁ ଦୁଇଜଣ ସହଯାତ୍ରୀଙ୍କ ସହ ଏକ ଭଡ଼ା ଗାଡ଼ିରେ ଯାଜପୁର ଆସିଥିଲେ । ଯାଜପୁରରୁ ଏକ ଅଟୋ ଭଡ଼ା କରି ଘରକୁ ଆସିଲେ । ମାର୍ଚ୍ଚ ୨୯ରୁ ଏପ୍ରିଲ୍ ୧୯ ଯାଏଁ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିଲେ । ଲକ୍ଷଣ ନ ଥିଲେ ମଧ୍ୟ ଏପ୍ରିଲ୍ ୨୦ରେ ତାଙ୍କର ସାମ୍ପଲ୍ ଟେଷ୍ଟ ପଜିଟିଭ୍ ବାହାରିଲା । ଟାଟା କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସିତ ।
କେସ୍ ନଂ-୭୩(କୋଲକତା ଫେରନ୍ତା): ୫୮ ବର୍ଷର ବ୍ୟକ୍ତିଙ୍କ ଘର ଯାଜପୁର ଜିଲ୍ଲା ବାସୁଦେବପୁରରେ । ମାର୍ଚ୍ଚ ୨୯ରେ ହାୱାଡା ବଡ଼ବଜାରରୁ ୨ ଜଣ ସହଯାତ୍ରୀଙ୍କ ସହ ଏକ ଭଡ଼ା ଗାଡ଼ିରେ ଆସିଥିଲେ । ମାର୍ଚ୍ଚ ୨୯ରୁ ଏପ୍ରିଲ୍ ୧୯ ଯାଏଁ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିଲେ । ଏପ୍ରିଲ୍ ୧୭ ରେ ଗାଁ ପିଡିଏସ୍ ଡିଲର୍ ଙ୍କ ପାଖକୁ ରାସନ୍ ପାଇଁ ଯାଇଥିଲେ । ଏପ୍ରିଲ୍ ୨୦ ରେ ଗାଁ ସାଙ୍ଗମାନଙ୍କ ସହ ତାସ୍ ଖେଳିଥିଲେ । ଲକ୍ଷଣ ନ ଥିଲେ ମଧ୍ୟ ଟ୍ରାଭେଲ୍ ହିଷ୍ଟ୍ରି ଯୋଗୁଁ ସେଦିନ ସାମ୍ପଲ୍ ଟେଣ୍ଟ ହୋଇଥିଲା । ତାହା ପଜିଟିଭ୍ ବାହାରିବା ପରେ ଟାଟା କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ।
କେସ୍ ନଂ-୭୪(କୋଲକତା ଫେରନ୍ତା): ୩୨ ବର୍ଷର ଏହି ଯୁବକଙ୍କ ଘର ଯାଜପୁର ସଦର ଅନ୍ତର୍ଗତ ବିରାଜପୁର । ମାର୍ଚ୍ଚ ୨୯ରେ କୋଲକତା ମଙ୍ଗଳାହାଟରୁ ୧୧ ସହଯାତ୍ରୀଙ୍କ ସହ ଏକ ଭଡ଼ା ଗାଡ଼ିରେ ଯାଜପୁର ଟାଉନ୍ ଆସିଥିଲେ । ସେଠାରୁ ଗାଁକୁ ଏକ ଅଟୋରେ ଯାଇଥିଲେ । ମାର୍ଚ୍ଚ ୨୯ରୁ ଏପ୍ରିଲ୍ ୧୯ ଯାଏଁ ହୋମ୍ କ୍ୱାରେଣ୍ଟାଇନ୍ ରେ ରହିଲେ । ଏପ୍ରିଲ୍ ୧୫ରେ ପାଳସାହି ଗାଁର ଜଣେ ସାଙ୍ଗ ଘରେ ଅନ୍ୟ ଦୁଇ ସାଙ୍ଗ ମିଶି ଖାଇଥିଲେ । ଏପ୍ରିଲ୍ ୧୬ ଏବଂ ୧୭ ଦୁଇ ଦିନ ଧରି ରାମବାଗରେ ଚିକେନ୍ ଦୋକାନ, ତେଜରାତି ଏବଂ ପରିବା ଦୋକାନ ଯାଇଥିଲେ । ଲକ୍ଷଣ ନ ଥିଲେ ମଧ୍ୟ ଏପ୍ରିଲ୍ ୨୦ରେ ତାଙ୍କର କୋଭିଡ୍ ଟେଷ୍ଟ ପଜିଟିଭ୍ ବାହାରିଲା । ଟାଟା କୋଭିଡ ହସ୍ପିଟାଲ୍ ରେ ସେ ଚିକିତ୍ସିତ ।
କେସ୍ ନଂ-୭୫: ୩୪ ବର୍ଷର ଏହି ମହିଳାଙ୍କ ଘର ବାଲେଶ୍ୱର ନେଳିଆବାଗରେ । ୬୧ ନଂ ଆକ୍ରାନ୍ତଙ୍କ ସେ ନିକଟ ସମ୍ପର୍କୀୟ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୧୯ ଯାଏଁ ହୋମ୍ କ୍ୱାରେଣ୍ଟାଇନ୍ ରେ ଥିଲେ । ଲକ୍ଷଣ ନ ଥିଲେ ମଧ୍ୟ ଏପ୍ରିଲ୍ ୨୦ ରେ ସାମ୍ପଲ୍ ଟେଷ୍ଟ୍ ପଜିଟିଭ୍ ବାହାରିଲା । ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଏବେ ଚିକିତ୍ସିତ ।
କେସ୍ ନଂ-୭୬: ୩୮ ବର୍ଷର ଯୁବକଙ୍କ ଘର ବାଲେଶ୍ୱର ନେଳିଆବାଗ । ୬୧ ନଂ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୧୯ ଯାଏଁ ଲକ୍ ଡାଉନ୍ ଯୋଗୁଁ ଘରୁ ବାହାରିନାହାନ୍ତି । କିଛି ଲକ୍ଷଣ ନ ଥିଲା । ଏପ୍ରିଲ୍ ୨୦ ରେ ତାଙ୍କର ସାମ୍ପଲ୍ ଟେଷ୍ଟ ପଜିଟିଭ୍ ବାହାରିଲା । ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସାଧୀନ ।
କେସ୍ ନଂ-୭୭: ୧୨ ବର୍ଷର ପୁଅ । ବାଲେଶ୍ୱର ନେଳିଆବାଗ ଘର । ସେହି ୬୧ ନଂ ଆକ୍ରାନ୍ତଙ୍କ ସମ୍ପର୍କୀୟ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୧୯ ଯାଏଁ ଘରୁ ବାହାରି ନାହାନ୍ତି । କିଛି ଲକ୍ଷଣ ନ ଥିଲା । ଏପ୍ରିଲ୍ ୨୦ରେ ତାଙ୍କର ସାମ୍ପଲ୍ ଟେଷ୍ଟ ପଜିଟିଭ୍ ବାହାରିଲା । ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସାଧୀନ ।
କେସ୍ ନଂ-୭୮: ୨୬ ବର୍ଷର ଯୁବକଙ୍କ ଘର ବାଲେଶ୍ୱର ନେଳିଆବାଗ । ଇଏ ବି ୬୧ ନଂ ଆକ୍ରାନ୍ତଙ୍କ ସମ୍ପର୍କୀୟ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୧୯ ପ୍ରାୟ ଘରେ ଥିଲେ । ଏପ୍ରିଲ୍ ୭,୧୩ ଏବଂ ୧୪ ତାରିଖରେ ସେ ନିକଟ ସମ୍ପର୍କୀୟ ଆକ୍ରାନ୍ତଙ୍କ ସହ ବାଲେଶ୍ୱର ଓ ଭୁବନେଶ୍ୱରର ବିଭିନ୍ନ ହସ୍ପିଟାଲ୍ ଆସିଥିଲେ । ଲକ୍ଷଣ ନ ଥିଲେ ମଧ୍ୟ ଏପ୍ରିଲ୍ ୨୦ରେ ସାମ୍ପଲ୍ ଟେଷ୍ଟ ପଜିଟିଭ୍ ବାହାରିଲା । ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଏବେ ଚିକିତ୍ସିତ ।
କେସ୍ ନଂ-୭୯: ୩୪ ବର୍ଷର ମହିଳାଙ୍କ ଘର ବାଲେଶ୍ୱର ନେଳିଆବାଗ । ଇଏ ମଧ୍ୟ ୬୧ ନଂ ଆକ୍ରାନ୍ତଙ୍କ ନିକଟ ସମ୍ପର୍କୀୟ । ମାର୍ଚ୍ଚ ୨୨ରୁ ଏପ୍ରିଲ୍ ୧୯ ଘରୁ ବାହାରିନାହାନ୍ତି । କୌଣସି ଲକ୍ଷଣ ନ ଥିଲା । ଏପ୍ରିଲ୍ ୨୦ ରେ ସାମ୍ପଲ୍ ଟେଷ୍ଟ ପଜିଟିଭ୍ ବାହାରିଲା । ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଚିକିତ୍ସାଧୀନ ।
କେସ୍ ନଂ-୮୦(କୋଲକତା ଫେରନ୍ତା): ୫୫ ବର୍ଷର ବ୍ୟକ୍ତିଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ଅନ୍ତର୍ଗତ ଲୁଙ୍ଗା । ୬୪ ନଂ ଆକ୍ରାନ୍ତ ଯେଉଁ ଗାଡ଼ିରେ କୋଲକତାରୁ ଆସିଥିଲେ ଇଏ ବି ସାଙ୍ଗରେ ଥିଲେ । କୋଲକତା ନୂତନ ବଜାରରୁ ଗୋଟିଏ ଗାଡ଼ିରେ ୧୫ ଜଣ ଆସିଥିଲେ । ମାର୍ଚ୍ଚ ୩୦ ରାତି ୨ଟାରେ ଲକ୍ଷ୍ମଣନାଥ ଚେକ୍ ପୋଷ୍ଟରେ ପହଞ୍ଚିଥିଲେ । ସେଠାରୁ ଏକ ବୋଲେରୋରେ ବାସୁଦେବପୁର ଆସି ସକାଳ ୯ରେ ଘରେ ପହଞ୍ଚିଥିଲେ । ମାର୍ଚ୍ଚ ୩୦ରୁ ଏପ୍ରିଲ୍ ୨୧ ଘରେ ରହିଥିଲେ । ଲକ୍ଷଣ ନ ଥିଲେ ମଧ୍ୟ ୨୧ ତାରିଖରେ ହୋଇଥିବା ସାମ୍ପଲ୍ ଟେଷ୍ଟ ପଜିଟିଭ୍ ବାହାରିଲା । ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି ।
କେସ୍ ନଂ-୮୧(କୋଲକତା ଫେରନ୍ତା): ୩୫ ବର୍ଷର ଯୁବକଙ୍କ ଘର ଭଦ୍ରକ ବାସୁଦେବପୁର ଅନ୍ତର୍ଗତ ନନ୍ଦପୁର । ୬୪ ନଂ ଆକ୍ରାନ୍ତଙ୍କ ସାଙ୍ଗରେ ଗୋଟିଏ ଗାଡ଼ିରେ ଇଏ ବି ସେଦିନ କୋଲକତାରୁ ଆସିଥିଲେ । ମାର୍ଚ୍ଚ ୩୦ରୁ ଏପ୍ରିଲ୍ ୨୧ ଯାଏଁ ଘରେ ଥିଲେ । କୋ÷ଣସି ଲକ୍ଷଣ ବି ନ ଥିଲା । ଏପ୍ରିଲ୍ ୨୧ରେ ସାମ୍ପଲ୍ ଟେଷ୍ଟ ପଜିଟିଭ୍ ବାହାରିଲା । ଏବେ ସେ ଅଶ୍ୱିନୀ କୋଭିଡ ହସ୍ପିଟାଲ୍ ରେ ।
କେସ୍ ନଂ-୮୨(କୋଲକତା ଫେରନ୍ତା): ୪୦ ବର୍ଷର ଏହି ବ୍ୟକ୍ତିଙ୍କ ଘର ଭଦ୍ରକ ବାସୁଦେବପୁର ଅନ୍ତର୍ଗତ ବନ୍ଧସାହିରେ । ୬୪ ନଂ ଆକ୍ରାନ୍ତଙ୍କ ସାଙ୍ଗରେ ଇଏ ବି କୋଲକତାରୁ ସହାଯାତ୍ରୀ ଭାବେ ଆସିଥିଲେ । ମାର୍ଚ୍ଚ ୩୦ ରୁ ଏପ୍ରିଲ୍ ୨୧ ଘରେ ରହିଲେ । ଲକ୍ଷଣ ନ ଥିଲେ ମଧ୍ୟ ୨୧ରେ ସାମ୍ପଲ୍ ଟେଷ୍ଟ ପଜିଟିଭ୍ ବାହାରିଲା । ଅଶ୍ୱିନୀ କୋଭିଡ୍ ହସ୍ପିଟାଲ୍ ରେ ଏବେ ଚିକିତ୍ସିତ ।
Previous Post

“ପଞ୍ଚାୟତରେ କରୋନାକୁ ପଶିବାକୁ ଦେବିନି”

Next Post

କଣ୍ଟେନମେଣ୍ଟ ମୁକ୍ତ ହେଲା ଭୁବନେଶ୍ୱର

Next Post
କଣ୍ଟେନମେଣ୍ଟ ମୁକ୍ତ ହେଲା ଭୁବନେଶ୍ୱର

କଣ୍ଟେନମେଣ୍ଟ ମୁକ୍ତ ହେଲା ଭୁବନେଶ୍ୱର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA