Monday, May 25, 2026 09:41 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭରସା ପାଉନି: ୧୨୦ରୁ ୭୮କୁ ଖସିଲେ ଧର୍ମେନ୍ଦ୍ର

by Our Correspondent
24 Dec, 2017- 07:59 PM
in Latest News, Politics
1 min read
1
ଭରସା ପାଉନି: ୧୨୦ରୁ ୭୮କୁ ଖସିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ବିଜେପି ମିଶନ ୧୨୦+ ର ସଂଶୋଧନ ହୋଇ ବଜାରକୁ ନୂଆ ସଂସ୍କରଣ ଆସିଛି । ୧୨୦+ ର ମୁଖ୍ୟ ଉଦ୍ୟୋକ୍ତା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଏକପ୍ରକାର ସରେଣ୍ଡର କରିଛନ୍ତି । ଗୁଜୁରାଟ ଗଣିତରେ ଓଡ଼ିଶାରେ ତାଙ୍କ ବିଜେପିର ଭାଗ ୭୮ କୁ ଖସିଆସିଛି । ‘ଗୁଜୁରାଟରେ ଆମେ ୧୫୦+ କହି ୯୯ ଆସନ ପାଇଲୁ । ଏଠି ୧୨୦+ ଟାର୍ଗେଟ୍ ଥିବାରୁ ସେହି ଅନୁପାତରେ ଆମକୁ ୭୮ ଆସନ ମିଳୁଛି । ସରକାର ଗଠନ ପାଇଁ ୭୪ ଆସନ ଦରକାର । ୭୮ ଆସନ ମିଳିଲେ ବହୁମତ ହେବ’ ବୋଲି ଧର୍ମେନ୍ଦ୍ର କହିଛନ୍ତି । ଗତକାଲି ଦିଲ୍ଲୀରେ ଓଟିଭିର ୨୦ ବର୍ଷ ପୂର୍ତ୍ତି ପାଳନରେ ଅତିଥି ହୋଇଥିବା ଧର୍ମେନ୍ଦ୍ରଙ୍କ ଏହି ସଂଶୋଧିତ ଆକଳନ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି ।
ଓଡ଼ିଶାରେ ମିସନ୍ ୧୨୦+ ହେଉଛି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା-ଧର୍ମେନ୍ଦ୍ର ପ୍ରଧାନ ଯୋଡ଼ିଙ୍କ ଆବିଷ୍କାର । ଗତ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଶାହା ତାଙ୍କ ଓଡ଼ିଶା ଗସ୍ତ ସମୟରେ ମିଶନ୍ ୧୨୦+ ଭୂମିଷ୍ଠ କରାଇଥିଲେ । ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ଦୁଇ ତୃତୀୟାଂଶ ଆସନ ଅର୍ଥାତ୍ ୧୨୦ ରୁ ଅଧିକ ସିଟ୍ ଦଖଲ କରିବ ବୋଲି ଘୋଷଣା କରିଥିଲେ । ଅମିତ୍ ଶାହାଙ୍କ ଘୋଷଣା ପରେ ବିଜେପି ‘ମିଶନ୍ ୧୨୦+ ହୋଡିଂରେ ସାରା ରାଜ୍ୟର କାନ୍ଥବାଡ଼କୁ ଛାଇଦେଇଛି । ଭୁବନେଶ୍ୱର ପାର୍ଟି ଅଫିସରେ ଆଖି ଫାଟିଗଲା ପରି ବିରାଟ ହୋଡିଂ ଶୋଭାପାଉଛି । ବିଜେପି ନେତାଏ କଥାକଥାକେ ୧୨୦ ଆସନର ହାରକିନ୍ ଦେଖାଉଛନ୍ତି । ତେବେ ସଦ୍ୟ ସମାପ୍ତ ଗୁଜୁରାଟ ନିର୍ବାଚନ ଫଳାଫଳ ବିଜେପିର ଓଡ଼ିଶା ଅଙ୍କକୁ ସମ୍ଭବତଃ ବିଗାଡ଼ି ଦେଇଛି । ପ୍ରଧାନମନ୍ତ୍ରୀ ଓ ତାଙ୍କ ନିଜ ରାଜ୍ୟ ଗୁଜୁରାଟରେ ଅମିତ୍ ଶାହା ୧୫୦+ ର ଦମ୍ଭ ଦେଖାଇଥିଲେ । ମାତ୍ର ୧୫୦ ଦୂର କଥା ଦଳର ଆସନ ସଂଖ୍ୟା ୧୦୦ ବି ଛୁଇଁପାରିଲାନି । ଶାହାଙ୍କ ଭୁଲ୍ ଭବିଷ୍ୟବାଣୀ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ହୋଇଯାଇଛି । ପରରାଜ୍ୟ ଓଡ଼ିଶାରେ ଶାହାଙ୍କ ୧୨୦+ ବାଣୀର ବାସ୍ତବତାକୁ ନେଇ ମଧ୍ୟ ଅନେକ ସନ୍ଦେହ କରିଛନ୍ତି । ଏଠି ଶାହାଙ୍କ ଦମ୍ଭକୁ ଫମ୍ପା ଆୱାଜ୍ କହି ପବନରେ ଉଡ଼ାଉଛନ୍ତି ବିଜୁ ଜନତା ଦଳ ।
ଏତିକିବେଳେ ୧୨୦+ ର ବିନ୍ଧାଣୀ ଧର୍ମେନ୍ଦ୍ର ପ୍ରଧାନ ବି ସମ୍ଭାବ୍ୟ ବାସ୍ତବତାକୁ ନେଇ ଝୁଣ୍ଟି ପଡ଼ିଛନ୍ତି । ୧୨୦+ ର ଦମ୍ଭ ମାରିବାକୁ ଆଉ ତାଙ୍କ ପାଟିଯାଇନି । ବରଂ ୭୮ ଆସନରେ ନିଜର ଖୁସି ଜାହିର କରିଛନ୍ତି । ଗୁଜୁରାଟ ନିର୍ବାଚନ ଫଳାଫଳ ଏବଂ ଓଡ଼ିଶାରେ ଦଳର ସ୍ଥିତିକୁ ଆକଳନ କରି ଧର୍ମେନ୍ଦ୍ର ନିଜର ଆତ୍ମବିଶ୍ୱାସ ହରାଇଥିବା କୁହାଗଲାଣି । ଧର୍ମେନ୍ଦ୍ର ବାସ୍ତବତାକୁ ଡେରିରେ ବୁଝିଛନ୍ତି ଏବଂ ବାଧ୍ୟ ହୋଇ ଗୁଜୁରାଟ ମଡେଲରେ ଏଠିକା ଅଙ୍କ କଷି ମନ ବୁଝାଇଛନ୍ତି ବୋଲି ବିଭିନ୍ନ ମହଲରେ ଚାଲିଛି ଜୋରଦାର ଆଲୋଚନା । ଗୁଜୁରାଟ ଭଳି ଓଡ଼ିଶାରେ ଅମିତ୍ ଶାହାଙ୍କ ଟାର୍ଗେଟ୍ ଉପରେ ୨୮ ପ୍ରତିଶତ ଜିଏସଟି ଲାଗୁ ହେଉଛି କି ବୋଲି ଟାହିଟାପରା ଆରମ୍ଭ ହୋଇଛି । ତେବେ ଏବେକାର ବାସ୍ତବତା ଯାହା ୭୮ ଆସନ ବି ବିଜେପି ପାଇଁ ଆକାଶର ତାରା ସଦୃଶ ବୋଲି ବିଜେଡ଼ି ମହଲରୁ କୁହାଯାଇଛି ।
Previous Post

ସଜ୍ଜନଙ୍କ ପ୍ରଶ୍ନକୁ ନବୀନ ଡରିଗଲେ ?

Next Post

୨୦ ବର୍ଷ ପାଇଁ ବିଜେଡ଼ି ତୟାର୍, ବିଜେପିର ୨୦ ପ୍ରଶ୍ନ

Next Post
୨୦ ବର୍ଷ ପାଇଁ ବିଜେଡ଼ି ତୟାର୍, ବିଜେପିର ୨୦ ପ୍ରଶ୍ନ

୨୦ ବର୍ଷ ପାଇଁ ବିଜେଡ଼ି ତୟାର୍, ବିଜେପିର ୨୦ ପ୍ରଶ୍ନ

Comments 1

  1. Bikash Bindhani says:
    8 years ago

    Total bjp age 10seat bancheiki rakhu tapare kahiba. Our cm our no1hero

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA