Monday, May 25, 2026 09:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସଜ୍ଜନଙ୍କ ପ୍ରଶ୍ନକୁ ନବୀନ ଡରିଗଲେ ?

by Our Correspondent
24 Dec, 2017- 02:20 PM
in Latest News, Politics
1 min read
0
ସଜ୍ଜନଙ୍କ ପ୍ରଶ୍ନକୁ ନବୀନ ଡରିଗଲେ ?
ଭୁବନେଶ୍ୱର: ବିଜେପିର ସଜ୍ଜନ ଶର୍ମା ପ୍ରଶ୍ନ ଉଠାଇଲେ । ଆଉ ସେଥିରେ ନବୀନ ପଟ୍ଟନାୟକ ଡରି ଛାନିଆଁ ହୋଇଗଲେ ? ଦାମ ରାଉତଙ୍କୁ ଦଳର ଉପସଭାପତି ଓ ଢ଼େଙ୍କାନାଳ ଜିଲ୍ଲା ପର୍ଯ୍ୟବେକ୍ଷକ ପଦରୁ ହଟାଇବା ପଛରେ ସଜ୍ଜନ ଶର୍ମାଙ୍କ ଚାପ କାମ କଲା ବୋଲି ଏକ ଖବରକାଗଜ ଲେଖିଛି । ମନ୍ତ୍ରୀମଣ୍ଡଳରୁ ବହିଷ୍କୃତ ଦାମ ରାଉତଙ୍କୁ ଦଳୀୟ ପଦପଦବୀରୁ ନ ହଟାଇ ମୁଖ୍ୟମନ୍ତ୍ରୀ ସୁରକ୍ଷା ଦେଉଛନ୍ତି ବୋଲି ସଜ୍ଜନ ଶର୍ମା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଟିଭିରେ ଏହା ବ୍ରେକିଂ ଖବର ହୋଇ ଚାଲିବା ପରେ କୁଆଡେ ମୁଖ୍ୟମନ୍ତ୍ରୀଙ୍କର ହୋସ୍ ଉଡ଼ିଗଲା । ଛାନିଆଁ ହୋଇ ତୁରନ୍ତ ଦାମଙ୍କ ହାତରୁ ଦଳୀୟ ପଦପଦବୀ ଓ ଦାୟିତ୍ୱ କାଢ଼ିନେଲେ ।
ନିର୍ଦ୍ଦିଷ୍ଟ ଏକ ଖବରକାଗଜର ଏହି ରିପୋର୍ଟକୁ ବିଶ୍ୱାସ କଲେ ଏତିକି କୁହାଯାଇପାରେ କି ନବୀନଙ୍କ ସହ ଲଢ଼ିବାକୁ ଆଉ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର ଦରକାର ନାହିଁ । ସଜ୍ଜନ ଶର୍ମା କାଫି । ସଜ୍ଜନଙ୍କ ପ୍ରେସ୍ ମିଟ୍ ଯଦି ନବୀନଙ୍କ ହୋସ୍ ଉଡ଼ାଇଲା ସେଥିରେ ଦିଲ୍ଲୀରୁ ଧର୍ମେନ୍ଦ୍ର ବାରମ୍ବାର ଏଠାକୁ ଆସି ସମୟ ଓ ପଇସା ଖର୍ଚ୍ଚ କରିବାର ଆବଶ୍ୟକତା ନାହିଁ । ସୂଚନାଯୋଗ୍ୟ, ସଜ୍ଜନ ଶର୍ମା ଅବିକା ବିଜେପିର ମୁଖ୍ୟ ମୁଖପାତ୍ର । ଜୀବନରେ ୱାର୍ଡମେମ୍ବର ହୋଇନାହାନ୍ତି । ବିଜେପି ମେଣ୍ଟ ସରକାର ଅମଳରେ ଏହି ସଜ୍ଜନ କଟକ ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ ସଭାପତି ଥିଲେ । ତାଙ୍କ ବିରୋଧରେ କୋଟି କୋଟି ଟଙ୍କାର ଘୋଟାଲା ଅଭିଯୋଗ ଆସିଥିଲା । ସେଥିରେ ଭିଜିଲାନସ୍ କେସ୍ ଖାଇଥିଲେ ଯାହା ଏବେ ବି ଚାପି ରହିଛି । ତେବେ ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କ ସଭାପତି ପଦରୁ ବିଦାୟ ନେଲା ପରେ ତାଙ୍କର ଠିକଣା ହଜିଗଲା । ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ରମନ୍ତ୍ରୀ ହେବା ପରେ ତାଙ୍କର ପୁଣି ଆର୍ବଭାବ ହୋଇଛି । ଖାଲି ଆର୍ବିଭାବ ନୁହେଁ, ଟିଭିରେ ମୁହଁ ଦେଖାଇ ଦେଖାଇ ବିଜେପିର ଏକ ମୁଣ୍ଡି ହୋଇଯାଇଛନ୍ତି ।
ଆଲୋଚନା ହେଉଛି, ଯଦି ଏହି ସଜ୍ଜନଙ୍କ କଥାରେ ନବୀନ ଡରୁଛନ୍ତି ତାହା ହେଲେ ଓଡ଼ିଶାରେ ବିଜେପିର ଦୁଃଖ ଗଲା ବୋଲି ଜାଣ । ତେବେ ଖାଲି ସଜ୍ଜନଙ୍କ କଥା ନୁହେଁ, ତାଙ୍କ ଦଳର ଅନ୍ୟ ନେତା ଓ ନେତ୍ରୀମାନେ ମଧ୍ୟ ଦାମ ରାଉତ ପ୍ରସଙ୍ଗରେ ବେଶ୍ ବାହାଦୁରି ମାରିଛନ୍ତି । ସମୀର ମହାନ୍ତି, ପୃଥ୍ୱୀରାଜ ହରିଚନ୍ଦନ, ଗୋଲକ ମହାପାତ୍ରଙ୍କ ଭଳି ଦଳର ମୁଣ୍ଡିଆଳମାନେ ଏହା ବିଜେପିର ବିଜୟ ବୋଲି ପରୋକ୍ଷରେ ଦାବି କରିଛନ୍ତି । ଅବଶ୍ୟ ବିଭିନ୍ନ ପ୍ରସଙ୍ଗରେ ଦାମ ରାଉତଙ୍କ ବିବାଦୀୟ ବୟାନ ଉପରେ ତାଙ୍କର ବହିଷ୍କାର କରୁଥିବା ଏହି ନେତାମାନେ ଏବେ ନିଜର ପାଲ ବୁଲାଇଛନ୍ତି । ରାଜନୈତିକ ଫାଇଦା ପାଇଁ ଭିନ୍ନ ଭିନ୍ନ ବୟାନ ରଖିଛନ୍ତି । ମହିଳା ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ଦୁଇପାଦ ଆଗକୁ ଯାଇଛନ୍ତି । ତାଙ୍କ ପ୍ରତି ଦାମଙ୍କ ଅଙ୍ଗନବାଡ଼ି ସ୍ୱାମୀ ଛାଡ଼ି ମନ୍ତବ୍ୟକୁ ନେଇ ଯେଉଁ ଲେଖାଶ୍ରୀ ତୁମ୍ବିତୋଫାନ କରୁଥିଲେ, ପଲଟନ ଧରି ରାଜରାସ୍ତାରେ ଦାମଙ୍କ ବହିଷ୍କାର ଦାବି କରୁଥିଲେ ସେହି ଲେଖାଶ୍ରୀ କହିଛନ୍ତି.. ‘ଶିଖଣ୍ଡିର କାମ ସରିଗଲା ପରେ ଧ୍ରୃତରାଷ୍ଟ୍ର ତାଙ୍କୁ ରାଜନୀତିର ଅଳିଆଗଦାକୁ ଫିଙ୍ଗିଦେଲେ । ନିଜର ଭାବମୂର୍ତ୍ତି ରକ୍ଷା କରିବାକୁ ଏହା ନବୀନବାବୁଙ୍କର ଅପଚେଷ୍ଟା’ ।
ଦାମଙ୍କ ବହିଷ୍କାରର ଶ୍ରେୟ ନେବାକୁ ପ୍ରମୁଖ ଟିଭି ଚାନେଲ ମଧ୍ୟ ନିଜକୁ ମୁଖ୍ୟ ହକଦାର କରିଛି । ଦାମଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନକୁ ଚାନେଲର ମହାପ୍ରଭାବ ବୋଲି ସେମାନେ ଦେଖାଉଛନ୍ତି । ତେବେ ଏହି ଦାବିଦାରର ଲଢ଼େଇକୁ କିନ୍ତୁ ସାଧାରଣ ଲୋକେ ଗ୍ରହଣ କରିନାହାନ୍ତି । ୧୭ ବର୍ଷ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜାଣିଥିବା ଓଡ଼ିଶାବାସୀ ଭଲଭାବେ ବୁଝିଛନ୍ତି ଦାମଙ୍କ ପ୍ରସ୍ଥାନ ପଛରେ କାହାର କେତେ ଶ୍ରେୟ । ରାଜନୀତିରେ ରୁଚି ରଖୁଥିବା ଲୋକଙ୍କ ବିଶ୍ୱାସ, ନବୀନ କାହାରି କଥାରେ ଭାସନ୍ତି ନାହିଁ । ବିଜେଡ଼ି ମହଲର ଆଲୋଚନା ଅନୁଯାୟୀ, ଦାମଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ କ୍ରୋଧ ଆଜିର ନୁହେଁ । ତାଙ୍କର ବିବାଦୀୟ ମନ୍ତବ୍ୟ ପାଇଁ ମୁଖ୍ୟମନ୍ତ୍ରୀ ବହୁଥର ତାଗିଦ୍ କରିଛନ୍ତି । ମାତ୍ର ତାହା ଫେଲ୍ ମାରିଲା ପରେ ସେ ଦାମଙ୍କୁ ହଟାଇଦେବାକୁ ନିଷ୍ପତ୍ତି ନେଲେ । ନବୀନ ତାଙ୍କର ମୂଳ ଫର୍ମୂଲାକୁ ଫେରିଥିବାରୁ ରାଜନୈତିକ ଦୃଷ୍ଟିରୁ ଦାମଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଅବଶ୍ୟମ୍ଭାବୀ ଥିଲା ଏବଂ ସେଥିରେ ଅନ୍ୟ କାହାରି ବାହାଦୁରି ନାହିଁ ବୋଲି ସେମାନଙ୍କ ଯୁକ୍ତି । ବିଜେପି କି କେଉଁ ଚାନେଲ ସେଥିରେ ବାହାଦୁରି ନେବା ଲୋକହସା ଛଡ଼ା କିଛି ନୁହେଁ ବୋଲି ବିଜେଡ଼ିର ଜଣେ ବରିଷ୍ଠ ନେତା କହିଛନ୍ତି ।
Previous Post

ବିଜେଡ଼ିରେ ଅଲୋଡ଼ା ହେଲେ ଦାମ

Next Post

ଭରସା ପାଉନି: ୧୨୦ରୁ ୭୮କୁ ଖସିଲେ ଧର୍ମେନ୍ଦ୍ର

Next Post
ଭରସା ପାଉନି: ୧୨୦ରୁ ୭୮କୁ ଖସିଲେ ଧର୍ମେନ୍ଦ୍ର

ଭରସା ପାଉନି: ୧୨୦ରୁ ୭୮କୁ ଖସିଲେ ଧର୍ମେନ୍ଦ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA