Friday, April 17, 2026 09:57 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଭର୍ତ୍ତୃହରି ଠିକ୍ କହୁଥିଲେ ସାଂଘାତିକ

by Our Correspondent
15 Nov, 2016- 05:59 AM
in Latest News
1 min read
0
ଭର୍ତ୍ତୃହରି ଠିକ୍ କହୁଥିଲେ ସାଂଘାତିକ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ନବୀନଙ୍କ ଗୁମର ଖୋଲିଛନ୍ତି ଭର୍ତ୍ତୃହରି ମହତାବ । କଂଗ୍ରେସ ସହ ବିଜେଡ଼ି ମେଣ୍ଟ ସମ୍ପର୍କରେ ସେ ଯାହା କହିଥିଲେ ତାହା କୁଆଡେ ମୁଖ୍ୟମନ୍ତ୍ରୀଙ୍କ ମନର କଥା ଥିଲା । ତାଙ୍କ କହିବା ଅନୁସାରେ ସେ ଏହି ପ୍ରସଙ୍ଗ ଉଠାଇଥିଲେ ବୋଲି ଭର୍ତ୍ତୃହରି କହିଛନ୍ତି । ବିଜେପିକୁ ଟକ୍କର ଦେବାକୁ ଏହା ହିଁ ବିକଳ୍ପ ବୋଲି ନବୀନ ବିଚାର କରୁଥିବା ସେ ସୂଚାଇ ଦେଇଛନ୍ତି । ଖାଲି ସେତିକି ନୁହେଁ, ବିଜେପି ସହ ତାଙ୍କ ଦଳର ସଲାସୁତୁରାର ସମ୍ପର୍କ ଥିବା କହିଛନ୍ତି ଲୋକସଭାରେ ବିଜେଡ଼ି ସଂସଦୀୟ ଦଳ ନେତା ଭର୍ତ୍ତୃହରି । ସିବିଆଇ ଟେନସନରୁ ବର୍ତ୍ତିବା ପାଇଁ ଏଭଳି ସଲାସୁତୁରା ରହିଥିବା ସେ ଇଙ୍ଗିତ ଦେଇଛନ୍ତି ।

ଭର୍ତ୍ତୃହରିଙ୍କ ଏହି ସାଂଘାତିକ ବୟାନ ଖାଲି ବିଜେଡ଼ି କାହିଁକି ସମଗ୍ର ରାଜନୈତିକ ମହଲକୁ ଆଲୋଡିତ କରିଛି । ଭର୍ତ୍ତୃହରିଙ୍କ ଭଳି ଜଣେ ଦାୟିତ୍ୱବାନ ସାଂସଦ ପୂର୍ବରୁ କଂଗ୍ରେସ ସହ ମେଣ୍ଟ କଥା ଉଠାଇଲା ବେଳେ ବିଜେଡ଼ି ପକ୍ଷରୁ ଏହା ତାଙ୍କର ବ୍ୟକ୍ତିଗତ ମତ ବୋଲି କୁହାଯାଇଥିଲା । ଖୋଦ୍ ମୁଖ୍ୟମନ୍ତ୍ରୀ କାଳବିଳମ୍ବ ନ କରି ଏହାକୁ ଅସ୍ୱୀକାର କରିଥିଲେ । ପୂର୍ବଥର ଭର୍ତ୍ତୃହରି କହୁ କହୁ ପାଟିରୁ ଏଭଳି କଥା ଖସାଇ ଦେଇଥିଲେ ବୋଲି ଯଦି ଧରାଯିବ ତେବେ ଏବେ ? ଏବେ ତ ସେଭଳି ଗାଲୁଆମି କରାଯାଇ ପାରିବ ନାହିଁ । ଏବେ ଭର୍ତ୍ତୃହରିଙ୍କ ବୟାନ ଏତିକି ସ୍ପଷ୍ଟ କରୁଛି ଯେ ଆଗରୁ ସେ ଯାହା କହିଥିଲେ ଟ୍ରେଲର୍ ଥିଲା । ଏବେ ପୂରା କାହାଣୀ ବଖାଣିଛନ୍ତି ।

ଏଥର ବିଜେଡ଼ି ତୁଣ୍ଡମାନେ ଭର୍ତ୍ତୃହରିଙ୍କର ଏହା ବ୍ୟକ୍ତିଗତ ମତ କହି ଏଡାଇ ପାରିବେ ତ ? ବିଜେଡ଼ି ସୁପ୍ରିମୋ ଏହାକୁ ଅସ୍ୱୀକାର କରି ମୁହଁ ଖୋଲିବେ ତ ? ଆମ ବିଚାରରେ ମୁଖ୍ୟମନ୍ତ୍ରୀ ଯଦି ସତରେ ଏଭଳି କୁଟୀଳ ରାଜନୀତିରେ ନାହାନ୍ତି ତେବେ ଚୁପ୍ ନ ରହି ଆଗକୁ ଆସିବା ଦରକାର । ଗୁମୁରେଇ ମୁହଁ ଜାକିଦେଲେ ଲୋକେ ଗ୍ରହଣ କରିପାରିବେ ନାହିଁ । ନବୀନଙ୍କୁ ଭଲ ପାଇ ଭୋଟ ଦେଉଥିବା ଲୋକେ ତାଙ୍କର ଅସଲ ମୁଖା ଜାଣିଦେବେ । ଆଉ ଯଦି ଭର୍ତ୍ତୃହରିଙ୍କ କଥା ମିଛ ବୋଲି କହିବାର ଅଛି ନବୀନ ହଲପ୍ କରନ୍ତୁ । ବିଶୃଙ୍ଖଳା ଏବଂ ଦଳ ଭାଙ୍ଗିବା ଷଡ଼ଯନ୍ତ୍ରର ବାଡି ଧରନ୍ତୁ । ଖାଲି ଧାଡିକରେ ବାଆଁରେଇ ଦେଲେ ହେବନାହିଁ । ସତର ସାମନା କରି ଭର୍ତ୍ତୃହରିଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ । ପ୍ରଫୁଲ୍ଲ ଘଡ଼ାଇଙ୍କୁ ଯଦି ବିଶୃଙ୍ଖଳତାର ମାପକାଠିରେ ଦଳରୁ ବହିଷ୍କାର କଲେ ତେବେ ଭର୍ତ୍ତୃହରିଙ୍କୁ କାହିଁକି କରି ନ ପାରିବେ ? ହଁ କି ନାଁ ଏହି ଦୁଇଟି କଥାରୁ ନବୀନ କେଉଁ ବାଟରେ ଯିବେ ତାହା ସ୍ପଷ୍ଟ ହୋଇଯିବା ଉଚିତ୍ । ନଚେତ ନବୀନଙ୍କ ଦୋମୁହାଁ ନୀତି ଧରାପଡ଼ିଯିବ । ବିଜେଡ଼ିକୁ ଭଲ ପାଉଥିବା କୋଟି କୋଟି ଓଡ଼ିଶାବାସୀଙ୍କର ବିଶ୍ୱାସ ତୁଟିଯିବ ।

Previous Post

ପ୍ରସାଦ-ହରିପ୍ରସାଦ ଯୋଡିକୁ ବ୍ରେକ୍

Next Post

ବିବେକ ନାହିଁ କି ଲାଜ ସରମ୍ ନାହିଁ

Next Post
ବିବେକ ନାହିଁ କି ଲାଜ ସରମ୍ ନାହିଁ

ବିବେକ ନାହିଁ କି ଲାଜ ସରମ୍ ନାହିଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA