Thursday, April 16, 2026 09:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ବିବେକ ନାହିଁ କି ଲାଜ ସରମ୍ ନାହିଁ

by Our Correspondent
17 Nov, 2016- 05:05 PM
in News
1 min read
0
ବିବେକ ନାହିଁ କି ଲାଜ ସରମ୍ ନାହିଁ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଆମେ ଭୋଟ ଦେଇ ସେମାନଙ୍କୁ ବିଧାୟକ, ମନ୍ତ୍ରୀ କରିଛୁ । ଆମ ସ୍ୱରକୁ ଭୁବନେଶ୍ୱର କି ଦିଲ୍ଲୀକୁ ନେବେ । ହେଲେ ଲାଜ ଲାଗିଲାଣି ଏମାନଙ୍କୁ ଆମ ପ୍ରତିନିଧି କହିବାକୁ । ଭୋଟ ପାଇଗଲା ପରେ ପଦ, କ୍ଷମତା ଓ ଅର୍ଥ ଏମାନଙ୍କୁ ଖାଲି ଅହଂକାରୀ କରିନି ବରଂ ମାନବିକତାକୁ ସମାଧି ଦେଇଦେଇଛି । ମାଲକାନଗିରିରେ ଜାପାନୀ ରୋଗରେ ୧୨୫ ରୁ ଅଧିକ ଶିଶୁ ଆଖି ବୁଜିଲେଣି । ହେଲେ ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ସେଠାକୁ ଯାଇ ଆଶ୍ୱାସନା ଦେବାକୁ ତାଙ୍କ ବିବେକ ଡାକୁନି । ଓଡ଼ିଶାବାସୀ ତାଙ୍କୁ ଭୋଟ ଦେଇ ଚାରି ଚାରି ଥର ମୁଖ୍ୟମନ୍ତ୍ରୀ କଲେଣି । ତାଙ୍କୁ ଭଗବାନ କରି ମୁଣ୍ଡରେ ବସାଇଛନ୍ତି । ହେଲେ ଲୋକଙ୍କ ଭାବନା ଓ ଆବେଗକୁ ବୁଝିପାରୁନାହାନ୍ତି ପ୍ରିୟ ନବୀନ ପଟ୍ଟନାୟକ । ସରକାରୀ ପଇସାରେ ପଞ୍ଚାୟତ ଭୋଟ ପ୍ରଚାର ପାଇଁ ହେଲିକପଟରରେ ସାରା ରାଜ୍ୟ ଘୁରୁଛନ୍ତି । ତିନି ଦିନ ତଳେ ରାୟଗଡ଼ା, ଗୁଣୁପୁର ବୁଲି ଆସିଲେ । ହେଲେ ମାଲକାନଗିରି କଲେନି । ଦୁର୍ଭାଗ୍ୟର କଥା ଆମ ଓଡ଼ିଶାବାସୀ ମୁଖ୍ୟନ୍ତ୍ରୀଙ୍କର ଏହି ହୃଦୟହୀନ ଆଚରଣକୁ “ଟେକେନ୍ ଫର୍ ଗ୍ରାଣ୍ଟେଡ’ ହିସାବରେ ନେଇଯାଇଛନ୍ତି । କଟକ ଶିଶୁଭବନରେ ୬୦ ଜଣ ଶିଶୁ ମରିଯାଇଥିଲେ ମଧ୍ୟ ସେଠାକୁ ମୁଖ୍ୟମନ୍ତ୍ରୀ ଯେତେବେଳେ ଯିବାକୁ ମନ କଲେନି ସେହି ମୁଖ୍ୟମନ୍ତ୍ରୀ ଯେ ସୁଦୂର ମାଲକାନଗିରି ଯିବେ ତାହା ଆଶା କରିବା ଭ୍ରମ ଛଡ଼ା କିଛି ନୁହେଁ । ତାଙ୍କ ଦଳର ବେଲଜ୍ଜିଆ ନେତାମାନେ ଏଥିରେ ଦୁଃଖପ୍ରକାଶ କରିବେ କ’ଣ ଓଲଟି ମୁଖ୍ୟମନ୍ତ୍ରୀ ନ ଯିବା ସପକ୍ଷରେ ଯୁକ୍ତି ବାଢ଼ୁଛନ୍ତି । ଏହାଠାରୁ ଓଡ଼ିଶାବାସୀଙ୍କ ପାଇଁ ଦୁର୍ଭାଗ୍ୟ ଆଉ କିଛି ହୋଇ ନ ପାରେ ।

ମୁଖ୍ୟମନ୍ତ୍ରୀଙ୍କ ଦେଖାଦେଖି ତାଙ୍କ ଦଳର ନେତାମାନେ ବି ମାଲକାନଗିରିକୁ ନାକ ଟେକୁଛନ୍ତି । ଗତକାଲି(ବୁଧବାର) ଗୋଟିଏ ଦିନରେ ଜାପାନୀ ଜ୍ୱରରେ ମାଲକାନଗିରିରେ ମଲେ ୪ ଆଦିବାସୀ ଶିଶୁ । ଠିକ୍ ସେହି ଦିନ ମାଲକାନଗିରିଠାରୁ ମାତ୍ର ୧୩୫ କିମି ଦୂର ବୋରିଗୁମ୍ମା ଯାଇଥିଲେ ଆମର ମାନ୍ୟବର ଆଦିବାସୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ସୁଦାମ ମାରାଣ୍ଡି । ଯାଇଥିଲେ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିବାକୁ । ସାଙ୍ଗରେ ଥିଲେ ଫିଲ୍ମ ହୀରୋ ବ୍ରହ୍ମପୁର ଏମପି ସିଦ୍ଧାନ୍ତ ମହାନ୍ତି । ମାଲକାନଗିରି ଯିବେ କି ବୋଲି ସାମ୍ବାଦିକମାନେ ପଚାରିବାରୁ ମାନ୍ୟବର ମନ୍ତ୍ରୀ ସିଧା ସିଧା କହିଦେଲେ ସେଠାକୁ ଯିବା ଦରକାର ନାହିଁ । ଆମ ସରକାର ଭୁବନେଶ୍ୱର ସଚିବାଳୟରେ ବସି ଫୁଲ ଦମ୍ ରେ ସ୍ଥିତି ମନିଟର୍ କରୁଛନ୍ତି ବୋଲି କହିଲେ । ଏକଥା କହିଲା ବେଳେ ତାଙ୍କ ମୁହଁରେ ସାମାନ୍ୟ ଲାଜ ମହତ୍ ନ ଥିଲା କି ସେଠାକୁ ନ ଯିବାର ଦୁଃଖ ନ ଥିଲା । ସେପଟେ ଟୁର୍ଣ୍ଣାମେଣ୍ଟ ଉଦଘାଟନୀ ସଭାରେ ହୀରୋ ସିଦ୍ଧାନ୍ତ ନିଜ ଫିଲ୍ମ ଡାଇଲଗ ମାରି ଟୋକାଙ୍କୁ ଖୁସି କରାଉଥିଲେ । ମଞ୍ଚରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ମୁଖପାତ୍ର ରବିନାରାୟଣ ନନ୍ଦ ବସି ତାଳି ମାରୁଥିଲେ । ସେଠାକାର ନିରୀହ ଆଦିବାସୀ ଯୁବକ ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ ଓ ଫିଲ୍ମ ହୀରୋ ଏମପିଙ୍କୁ ଦେଖି ଭଳି ଯାଇଥିଲେ । ସେମାନଙ୍କ ଭାଗ୍ୟ ଭଲ । ନିରୀହ ଆଦିବାସୀ ଲୋକେ ସଚେତନ ନୁହଁନ୍ତି । ସଚେତନ ଥିଲେ ହୁଏତ ତିନିହେଁ ଜୋତା ମାଡ଼ ଖାଇ ସେଠୁଁ ଫେରିଥାନ୍ତେ ।

ମାନ୍ୟବର ଆଦିବାସୀ କଲ୍ୟାଣ ମନ୍ତ୍ରୀ(କ୍ୟାବିନେଟ୍) ଲାଲବିହାରି ହିମିରିକା ବି ସେୟା । ନିଜ ଜାତିଭାଇଙ୍କ କଲ୍ୟାଣ ବିଭାଗର ସରକାର ହୋଇ ବି ଏ ଯାଏଁ ମାଲକାନଗିରିରେ ତାଙ୍କର ପାଦ ପଡ଼ିଲାନି । କ’ଣ କରିବେ ଅବା ସେ । ବିଭାଗର ଭଲମନ୍ଦ କିଛି ବୁଝନ୍ତିନି କି ଜାଣନ୍ତିନି । ରାଜ୍ୟ ଖବର ବି ତାଙ୍କୁ ମାଲୁମ୍ ନ ଥାଏ । ମାଲକାନଗିରିରେ ହଜାରେ ପିଲା ମଲେ ବି ତାଙ୍କର ହୁଲଧୂଲ୍ ନାହିଁ । ମାଲକାନଗିରିରେ ଜାପାନୀ ଜ୍ୱରରେ ପିଲା ମରିବା ପ୍ରସଙ୍ଗ ପଚାରିଲେ ସେ ନିଶ୍ଚିତ କହିବେ “ମତେ ଆଜ୍ଞା କାହିଁକି ସେକଥା ପଚାରୁଛନ୍ତି । କ’ଣ ହେଇଚି ବୁଝିକି ଆଜ୍ଞା କହିବି ।’ ମାନ୍ୟବର ମନ୍ତ୍ରୀ ନିଜ ବିଭାଗର ବହୁ ସ୍ପର୍ଶକାତର ଘଟଣା ବେଳେ ଏମିତିକା ଲଜ୍ଜାହୀନ ଡାଇଲଗ୍ ମାରନ୍ତି । ତେଣୁ ସେଥିରେ ଆଶ୍ଚର୍ଯ୍ୟ ନ ହୋଇ ନିଜେ ନିଜ ମୁଣ୍ଡକୁ ଇଟାରେ ପିଟିବା ବରଂ ଭଲ ।

ବାକି ରହିଲେ ଆମର ହାକିମ୍ ବାବୁମାନେ । ମୁଖ୍ୟ ଶାସନ ସଚିବଙ୍କର ପାଦ ବି ଆଜି ଯାଏଁ ପଡ଼ିଲାନି ମାଲକାନଗିରିରେ । ସଚିବାଳୟର ଏସି ରୁମ୍ ରେ ବସି ପ୍ରତିଦିନ ଡର୍ଜନେ ସମୀକ୍ଷା ବୈଠକ କରୁଥିବା ମୁଖ୍ୟ ଶାସନ ସଚିବଙ୍କର ବିବେକ କହୁନି ମାଲକାନଗିରି ଯାଇ ବୁଲି ଆସିବାକୁ । ଉନ୍ନୟନ କମିସନର ଆର.ବାଲକ୍ରିଷ୍ଣନ୍ ବି ସେୟା । ମାଲକାନଗିରିବାସୀଙ୍କ ସୌଭାଗ୍ୟ ଯେ ସେମାନେ ଜଣେ ଦରଦୀ ଜିଲ୍ଲାପାଳଙ୍କୁ ପାଇଛନ୍ତି ଯିଏ ଲୋକଙ୍କ ଘରେ ଯାଇ ପହଞ୍ଚୁଛନ୍ତି । ଶାନ୍ତି ଭଳି ଜ୍ୱରରେ ଆକ୍ରାନ୍ତ ଘରର ଏକମାତ୍ର ଛୁଆକୁ ନିଜ ରିସ୍କ୍ ରେ କୋଳେଇ ହସ୍ପିଟାଲ୍ ଆଣୁଛନ୍ତି । ସୁଦର୍ଶନଙ୍କ ଭଳି ଯୁବ ଆଇଏଏସ୍ ଙ୍କଠାରୁ ଆମର ବଡ଼ବଡ଼ିଆ ନେତା, ବଡ଼ବଡ଼ିଆ ଅଫିସର ଅନ୍ତତଃପକ୍ଷେ ମାନବପଣିଆ ଶିଖିଲେ ଓଡ଼ିଶାବାସୀ ସେମାନଙ୍କ ଦୁଃଖ ଭୁଲିଯାଆନ୍ତେ ।

Previous Post

ଭର୍ତ୍ତୃହରି ଠିକ୍ କହୁଥିଲେ ସାଂଘାତିକ

Next Post

ଡାହା ମିଛ ଗିଳିଲେ ଅରୁଣ

Next Post
ଡାହା ମିଛ ଗିଳିଲେ ଅରୁଣ

ଡାହା ମିଛ ଗିଳିଲେ ଅରୁଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5484 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA