Tuesday, May 26, 2026 12:56 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭୁବନେଶ୍ୱର ଫେରିଲେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’

by Our Correspondent
22 Jan, 2018- 06:29 PM
in Latest News, News
1 min read
0
ଭୁବନେଶ୍ୱର ଫେରିଲେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’
– ବିମାନବନ୍ଦରରୁ ନବୀନ ନିବାସ ଜନସମୁଦ୍ର
– ଆପଣମାନଙ୍କ ଭଲ ପାଇବା ମୋତେ ଋଣୀ କରିଛି: ନବୀନ
– ସବୁ ପ୍ରାୟୋଜିତ: ବିଜେପି
ଭୁବନେଶ୍ୱର: ଭାରତବର୍ଷର ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ଭାବେ ସମ୍ମାନିତ ହୋଇ ପୁନେରୁ ଭୁବନେଶ୍ୱର ଫେରିଛନ୍ତି ନବୀନ ପଟ୍ଟନାୟକ । ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ଙ୍କୁ ସ୍ୱାଗତ କରିବା ପାଇଁ ଆଜି ଅପରାହ୍ନରେ ବିମାନବନ୍ଦରରୁ ନବୀନ ନିବାସ ଜନସମୁଦ୍ର ପାଲଟିଯାଇଥିଲା । ବିଭିନ୍ନ ଅଞ୍ଚଳରୁ ପ୍ରାୟ ୩୦ ହଜାର ବିଜେଡ଼ି କର୍ମୀଙ୍କ ସମେତ ସାଧାରଣ ଜନତା ତାଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସ୍ୱାଗତ ପାଇଁ ଉତ୍ସାହିତ ହୋଇପଡ଼ିଥିଲେ । ତାଙ୍କ ମିନିଟିକିଆ ଉଦବୋଧନରେ ଓଡ଼ିଶାବାସୀଙ୍କ ଆଦର, ଭଲ ପାଇବା ତାଙ୍କୁ ଋଣୀ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଓଡ଼ିଶାକୁ ନମ୍ବର ୱାନ୍ କରିବା ପାଇଁ ସମସ୍ତେ କାମ କରିଚାଲିବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ ।
ଅପରାହ୍ନ ୩.୨୦ ମିନିଟ୍ ରେ ମୁଖ୍ୟମନ୍ତ୍ରୀ ବିମାନବନ୍ଦରରେ ପହଞ୍ଚିଥିଲେ । ନବୀନ ପଟ୍ଟନାୟକ ଜିନ୍ଦାବାଦ..ଆଦର୍ଶ ମୁଖ୍ୟମନ୍ତ୍ରୀ ଜିନ୍ଦାବାଦ..ଧ୍ୱନିରେ ପ୍ରକମ୍ପିତ ହୋଇଯାଇଥିଲା ବିମାନବନ୍ଦର ଅଞ୍ଚଳ । ସେଠାରେ ଉପସ୍ଥିତ ଦଳର ସବୁବର୍ଗର ନେତା ମୁଖ୍ୟମନ୍ତ୍ରୀଙ୍କୁ ଭାବବିହ୍ୱଳ ସମ୍ବର୍ଦ୍ଧିତ କରି ପାଛୋଟି ନେଇଥିଲେ । ଏକ ସୁସଜ୍ଜିତ ଭ୍ୟାନ୍ ର ଆଗରେ ବସି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ହାତ ହଲାଇ ହଲାଇ ଆଗକୁ ବଢ଼ିଥିଲେ । ସେଠାରେ ଆୟୋଜିତ ସଭାମଞ୍ଚରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ ତାଙ୍କର ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନକୁ ପୁଣି ଥରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ବିରାଟ ପଟୁଆରରେ ନବୀନ ନିବାସ ନିଆଗଲା ବେଳେ ଅଞ୍ଚଳ ଜନସମୁଦ୍ର ପାଲଟିଯାଇଥିଲା । ରାସ୍ତାର ଦୁଇପଟେ ପ୍ରସ୍ତୁତ କରାଯାଇଥିବା ୨୨ଟି ମିନି ମଂଚରୁ ପାରମ୍ପରିକ ସ୍ୱାଗତ ସମ୍ଭାଷଣ କରାଯାଇଥିଲା । କେଉଁଠି ବାଜା ବାଜୁଥିଲା ତ କେଉଁଠି ଶଙ୍ଖ ଆଉ ମହୁରୀ । ପାରମ୍ପରିକ ନୃତ୍ୟ ମାଧ୍ୟମରେ ଶିଳ୍ପୀମାନେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରୁଥିଲେ । ଅଞ୍ଚଳ ଏତେ ଭିଡ଼ ହୋଇଥିଲା ଯେ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା ।
ମୁଖ୍ୟମନ୍ତ୍ରୀଙ୍କ ଏହି ସ୍ୱାଗତ ପର୍ବକୁ ଝାକାସ୍ କରିବାକୁ ବିଜେଡ଼ି ବହୁତ କସରତ୍ କରିଥିଲା । ବିଭିନ୍ନ ଅଞ୍ଚଳରୁ ବସ୍, କାର୍ ଯୋଗେ କର୍ମୀମାନେ ଆସିଥିଲେ ଭୁବନେଶ୍ୱର । କିଛି ଅଞ୍ଚଳରୁ କର୍ମୀମାନେ ମଟରସାଇକେଲ ଶୋଭାଯାତ୍ରାରେ ଆସିଥିଲେ । ବିଶେଷକରି ଉପକୂଳବର୍ତ୍ତୀ ଅଞ୍ଚଳରୁ ବିଧାୟକଙ୍କ ଦାୟିତ୍ୱରେ ଆସିଥିଲେ ହଜାର ହଜାର ନେତା ଓ କର୍ମୀ । ବିମାନବନ୍ଦରରୁ ନବୀନ ନିବାସ ରାସ୍ତା ହୋଡିଂ, ବ୍ୟାନରରେ ଛାଇ ହୋଇଯାଇଥିଲା । ଗତଥର ମୁଖ୍ୟମନ୍ତ୍ରୀ ଶ୍ରେଷ୍ଠ ପ୍ରଶାସକ ସମ୍ମାନିତ ହୋଇ ଦିଲ୍ଲୀରୁ ଫେରିବା ବେଳେ ତାଙ୍କୁ କରାଯାଇଥିବା ସ୍ୱାଗତ ସମ୍ବର୍ଦ୍ଧନାଠରୁ ଏହା ଆହୁରି ଆକର୍ଷଣୀୟ ହୋଇଥିଲା । ସେମାନଙ୍କର ନେତାଙ୍କ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ ପାଇଁ ଦଳର ବରିଷ୍ଠ ନେତାଙ୍କଠାରୁ ଆରମ୍ଭ କରି ତଳିଆ କର୍ମୀମାନେ ବେଶ୍ ଉଲ୍ଲସିତ ହୋଇଯାଇଥିଲେ ।
ତେବେ ବିଜେଡ଼ିର ଏହି ସ୍ୱାଗତ ପର୍ବକୁ ବିଜେପି ସମାଲୋଚନା କରିଛି । ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନକୁ ପ୍ରାୟୋଜିତ କହି ସମାଲୋଚନା କରୁଥିବା ବିଜେପି ଏହି ସ୍ୱାଗତପର୍ବକୁ ବ୍ୟୟବହୁଳ ଓ ଫାର୍ସ କହି ସାନି ସମାଲୋଚନା କରିଛି । ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ଏହା ଆଉ ଏକ ପ୍ରୟାସ ବୋଲି କୁହାଯାଇଛି ।
Previous Post

ଜୀବନ ହାରିଲେ କୁନ୍ଦୁଲି ପୀଡ଼ିତା

Next Post

କୁନ୍ଦୁଲି ଲଜ୍ଜା

Next Post
କୁନ୍ଦୁଲି ଲଜ୍ଜା

କୁନ୍ଦୁଲି ଲଜ୍ଜା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA