Monday, May 25, 2026 10:15 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭୂଷୁଡ଼ିଲା ବିଜେଡ଼ି ଗଡ଼

by Our Correspondent
14 Feb, 2017- 11:47 AM
in Latest News, Politics
1 min read
0
ଭୂଷୁଡ଼ିଲା ବିଜେଡ଼ି ଗଡ଼

ଭୁବନେଶ୍ୱର(ମିଡ-ଡ଼େ ଓଡ଼ିଶା): ଚିଟଫଣ୍ଡ, ଖଣି ଦୁର୍ନୀତି, ଚାଷୀ ଆତ୍ମହତ୍ୟାଠାରୁ ଆରମ୍ଭ କରି ନମତରା, ଗୁମୁଡ଼ୁମାହା ଗୁଳିକାଣ୍ଡ, ନଗଡ଼ା ଅପପୃଷ୍ଟି, ଜାପାନୀ ଜ୍ୱର, ମହାନଦୀ ମହାବିବାଦ, ଭୁବନେଶ୍ୱର ମେୟରଙ୍କ ଯୌନ କେଳେଙ୍କାରୀ, କେନ୍ଦ୍ରାପଡ଼ା ବିଧାୟକଙ୍କ ଜାଲିଆତି, ଓୟୁଏଟି ଛାତ୍ରୀ ସୁଚିସ୍ମିତାଙ୍କୁ ବିଧାୟକ ପରିବାରର ଗାଡ଼ି ଚଡ଼ାଇ ହତ୍ୟା । ଲୋକଙ୍କ ଅସନ୍ତୋଷ ଓ ବିରୋଧର ସ୍ୱର ଯେତେ ବଢ଼ିଲେ ମଧ୍ୟ ସଂଖ୍ୟାବଳୀ ବିଜେଡ଼ିର ଗର୍ବ ଓ ଅହଂକାର ତାକୁ ପାସଙ୍ଗରେ ନେଲାନାହିଁ । ଓଲଟି ବିରୋଧୀ ସ୍ୱରକୁ ଦମନ କରିବାରେ ଲାଗିଗଲେ । ଲୋକଙ୍କ ସମର୍ଥନ ଆମ ପଛରେ ଅଛି କହି ଛାତି ଫୁଲାଇଲେ । ନବୀନଙ୍କ ଲୋକପ୍ରିୟତା ଓ ଜନସମର୍ଥନ ନାଁରେ ଇନ୍ଦ୍ର, ଚନ୍ଦ୍ର ମାନିଲେ ନାହିଁ । ବିଧାୟକ ଓ ଦଳୀୟ ନେତାମାନେ ନିଜେ ଗୁଣ୍ଡା ସାଜି ବିରୋଧୀଙ୍କୁ ବୁଟ୍ ରେ ଦଳିଲେ । ଯୌନ କେଳେଙ୍କାରୀ ଅଭିଯୁକ୍ତ ମେୟର ନିଜ ସମର୍ଥକଙ୍କୁ ଧରି ରାତି ଅଧିଆ ଥାନା କବଜା କଲେ । ଲୋକଙ୍କୁ ଭକୁଆ ଭାବି ଗୁଣ୍ଡାରାଜ ଚଳାଇଲେ । ଶାସକଦଳର ଏସବୁ କାରନାମା ସହିବାର ସୀମା ପାର୍ କରିଥିଲେ ମଧ୍ୟ ଲୋକ ସହିବାକୁ ବାଧ୍ୟ ହେଉଥିଲେ । ଏବେ ସୁଯୋଗ ପାଇ ଛାଞ୍ଚିବା ଆରମ୍ଭ କରିଦେଲେ । ବିଜେପି ପ୍ରତି ଲୋକ ଆକୃଷ୍ଟ ହେବାଟା ଯେତିକି ବଡ଼କଥା ନୁହେଁ, ରାଜ୍ୟବାସୀ ଯେ ବିଜେଡ଼ି ଓ ନବୀନଙ୍କ ବିକଳ୍ପ ଖୋଜିବା ଆରମ୍ଭ କରିଛନ୍ତି ତାହା ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଫଳାଫଳ ସ୍ପଷ୍ଟ କରିଛି ।

ଗତଥର ଏହି ପର୍ଯ୍ୟାୟରେ ୧୮୭ ଟି ଜିଲ୍ଲା ପରିଷଦ ଆସନରୁ ବିଜେଡ଼ି ୧୪୯ ଟି ଆସନ ଦଖଲ କରିଥିବା ବେଳେ ଏଥର ତାହା ୧୦୩ କୁ ଖସିଆସିଛି । ସେତେବେଳେ ମାତ୍ର ୬ ଟି ଆସନ ବିଜେପି ଜିତିଥିଲା ବେଳେ ଏଥର ଦଳର ଆସନ ସଂଖ୍ୟା ୧୨ ଗୁଣା ଅର୍ଥାତ୍ ୭୧ କୁ ବଢ଼ିଯାଇଛି । ଆଉ କଂଗ୍ରେସ ଗତଥର ୨୨ ପାଇଥିଲା ବେଳେ ଏଥର ଅଧା ଅର୍ଥାତ୍ ୧୧କୁ ଖସିଆସିଛି । ବିଧାନସଭାରେ ୧୧୭ ବିଧାୟକ ସଂଖ୍ୟା ବିଶିଷ୍ଟ ବିଜେଡ଼ି ହାତରୁ ପ୍ରଥମ ପର୍ଯ୍ୟାୟ ଭୋଟରେ ୪୬ଟି ଜିଲ୍ଲା ପରିଷଦ ଆସନ ଖସିଯାଇଥିବାରୁ ଲୋକେ ଦଳଠାରୁ ମୁହଁ ଫେରାଇ ନେଉଥିବା ସ୍ପଷ୍ଟ ହୋଇଛି ।

ସବୁଠାରୁ ବଡ଼କଥା ହେଲା, ଟାଣୁଆ ମନ୍ତ୍ରୀ ଦେବୀ ମିଶ୍ରଙ୍କ ଗଡ଼ କୁହାଯାଉଥିବା ବଡ଼ମ୍ବା-ନରସିଂହପୁରରେ ତାଙ୍କ ସ୍ଥିତି ହଜିଯାଇଛି । ସେଠାରେ ୪ ଟି ଯାକ ଆସନ ବିଜେପି ଦଖଲ କରିନେଇଛି । କଳାହାଣ୍ଡିରେ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓଙ୍କ ଚୈତନ୍ୟ ହଜିଯାଇଛି । ଖାଲି ମନ୍ତ୍ରୀ ନୁହଁନ୍ତି ଜିଲ୍ଲା ବିଜେଡ଼ିର ସେ ସଭାପତି ମଧ୍ୟ । ସେଠି ୯ ଟି ଯାକ ଆସନକୁ ବିଜେପି କବଜା କରିନେଇଛି । ମୟୁରଭଞ୍ଜରେ ମନ୍ତ୍ରୀ ସୁଦାମ ମାରାଣ୍ଡି ବି ଚିତପଟାଙ୍ଗ ମାରିଛନ୍ତି । ଜିଲ୍ଲାରେ ୧୫ ଟି ଆସନରୁ ବିଜେପି ୧୨ ଟି ଆସନ ମାରିନେଇଛି । ବରଗଡ଼ ଜିଲ୍ଲାରେ ବିଜେଡ଼ିର ସର୍ବେସର୍ବା ବନିଥିବା ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ ମାଟି କାମୁଡ଼ିଛନ୍ତି । ମାତ୍ର ୨ ଟି ଆସନ ହାତେଇବାରେ ସମର୍ଥ ହୋଇ ୫ ଟି ଆସନ ବିଜେପି ହାତକୁ ଟେକିଦେଇଛନ୍ତି । ବଲାଙ୍ଗୀର ଜିଲ୍ଲାରେ ମନ୍ତ୍ରୀ ଯୋଗେନ୍ଦ୍ର ବେହେରା ହଜିଯାଇଛନ୍ତି । ବିଜେଡ଼ି ମାତ୍ର ଗୋଟିଏ ଆସନ ପାଇଥିଲା ବେଳେ ବିଜେପି ୬ ଟି ଜୋନ୍ ପୋଛିନେଇଛି । ପାୱାରଫୁଲ ମନ୍ତ୍ରୀ ଅରୁଣ ସାହୁ ଏବଂ ଅଶୋକ ପଣ୍ଡାଙ୍କ ସ୍ଥିତି ମଧ୍ୟ ଦୋହଲିଯାଇଛି । ଅରୁଣଙ୍କ ଜିଲ୍ଲା ନୟାଗଡ଼ର ବିଜେଡ଼ି ଦୁର୍ଗରେ ବିଜେପି ପଶି ଅଧା ଆସନ ନେଇଯାଇଛି । ସେଠି ୨ ଟିରେ ବିଜେଡ଼ି ଓ ୨ ଟିରେ ବିଜେପି ଜିତିଛି । ଖୋଦ୍ ଭୁବନେଶ୍ୱରର ଏକାମ୍ର ବିଧାୟକ ଅଶୋକ ପଣ୍ଡାଙ୍କ ଦୁର୍ଗରେ ପଶିଛି ବିଜେପି । ତାଙ୍କ ନିଜ ନିର୍ବାଚନମଣ୍ଡଳୀର ଗୋଟିଏ ଆସନ ବିଜେପି ଦଖଲକୁ ଚାଲିଯାଇଛି ।

ଖୋଦ୍ ମନ୍ତ୍ରୀମାନଙ୍କ ଗଡ଼ରେ ବିଜେପିର ରାଜ୍ ଯୋଗୁଁ ବିଜେଡ଼ି ଶିବିରରେ ଆତଙ୍କ ଖେଳିଯାଇଛି । ତେଣେ ପ୍ରଥମ ପର୍ଯ୍ୟାୟ ଫଳାଫଳ ଆସିବା ପରେ ସାରା ରାଜ୍ୟରେ ବିଜେଡ଼ି ବିରୋଧୀ ଅନ୍ତଃସ୍ରୋତ ବୋହିବା ଆରମ୍ଭ କରିଛି । ବିଜେଡ଼ି ପ୍ରତି ସେମାନେ ବିମୁଖ ବୋଲି ଜଣାପଡ଼ିଯାଉଛି । ଭୋଟରଙ୍କ ଭାବନା ବାରି ବିଜେଡ଼ି ନେତା ଓ କର୍ମୀଙ୍କ ଫୁଟାଣି ଭାଙ୍ଗିଯାଇଛି । ଫଳାଫଳ ସମ୍ପର୍କରେ ପଚାରିଲେ ସେମାନଙ୍କ ପାଟି ଖନି ମାରିଯାଉଛି ।

Previous Post

ବିଧାୟକଙ୍କ ପ୍ରେମ-ବିବାହ-ପ୍ରତାରଣା !

Next Post

ଡାକ୍ତର ଖାଲି ପଦବୀ ତାଲିକା ପ୍ରସ୍ତୁତିରେ ଫିକ୍ସିଂ !

Next Post
ଡାକ୍ତର ଖାଲି ପଦବୀ ତାଲିକା ପ୍ରସ୍ତୁତିରେ ଫିକ୍ସିଂ !

ଡାକ୍ତର ଖାଲି ପଦବୀ ତାଲିକା ପ୍ରସ୍ତୁତିରେ ଫିକ୍ସିଂ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA