ଭୁବନେଶ୍ୱର: ଉତ୍ତମ କହୁଚି । ଧନ୍ୟବାଦ ଆପକୋ ।
ଭାରତର ମହାମହିମ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁଙ୍କର ଏହି ଦୁଇପଦ ହାତଲେଖା ଚିଠାଟିଏ ପାଇଛନ୍ତି ବିଜେଡ଼ି ଯୁବ ସାଂସଦ ଡ. ସସ୍ମିତ୍ ପାତ୍ର । ଆଜି ରାଜ୍ୟସଭାରେ ସସ୍ମିତ୍ ନିଜ ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ରଖିଥିବା ଓଡ଼ିଆ ଅଭିଭାଷଣରେ ମୁଗ୍ଧ ହୋଇପଡ଼ିଥିବା ଅଧ୍ୟକ୍ଷ ତାଙ୍କୁ ସାବାସି ଜଣାଇ ହାତଲେଖା ଚିଠାଖଣ୍ଡେ ଦେବାକୁ କୁଣ୍ଠାବୋଧ କରିନାହାନ୍ତି । ସସ୍ମିତ୍ ଙ୍କ ପରଫରମାନସ୍ ରେ ଭେଙ୍କେୟା କେତେ ପ୍ରଭାବିତ ତାହା ଏହି ଚିଠା ଖଣ୍ଡିକରେ ଲିପିବଦ୍ଧ ହୋଇଯାଇଛି । ଅଧ୍ୟକ୍ଷଙ୍କଠାରୁ ଏଭଳି ସାର୍ଟିଫିକେଟ୍ ପାଇବା ପରେ ସସ୍ମିତ୍ ତାଙ୍କ ପ୍ରତି ଗଭୀର କୃତଜ୍ଞତା ଜଣାଇବା ସହ ତାଙ୍କ ଅନୁମତିକ୍ରମେ ତାହାକୁ ନିଜ ଟୁଇଟରରେ ଛାଡ଼ିଛନ୍ତି ।







