Thursday, April 30, 2026 02:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଜଣଙ୍କୁ ଚାକିରି ମିଳିବା ସମ୍ଭାବନା ଉଜ୍ଜଳ

by Our Correspondent
07 Feb, 2020- 06:03 PM
in Latest News, News
1 min read
0
ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଜଣଙ୍କୁ ଚାକିରି ମିଳିବା ସମ୍ଭାବନା ଉଜ୍ଜଳ

୯ଟି ପ୍ରସ୍ତାବକୁ କ୍ୟାବିନେଟ୍ ମଂଜୁରୀ

ଭୁବନେଶ୍ୱର: ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କରୁଥିବା କର୍ମଚାରୀଙ୍କ ପରିବାରର ଜଣଙ୍କୁ ତୃତୀୟ କିମ୍ବା ଚତୁର୍ଥ ଶ୍ରେଣୀ ପଦବୀରେ ଅନୁକମ୍ପାମୂଳକ ନିଯୁକ୍ତି ଦେବାକୁ ଓଡ଼ିଶା ସିଭିଲ୍ ସର୍ଭିସ୍ (ରିହାବିଲିଟେସନ୍ ଆସିଷ୍ଟାଣ୍ଟ)ରୁଲ୍, ୧୯୯୦ରେ ବ୍ୟବସ୍ଥା ରହିଛି । ମାତ୍ର ମୂଳ ପଦବୀର ଖାଲି ଥିବା ୧୦ ପ୍ରତିଶତ ପଦବୀରେ ଏହି ନିଯୁକ୍ତି ବ୍ୟବସ୍ଥା ଥିବାରୁ ବହୁ ଆବେଦନକାରୀ ଚାକିରି ପାଇବାରୁ ବଞ୍ଚିତ ହେଉଥିଲେ । ରାଜ୍ୟ ସରକାର ଏହି ପ୍ରତିବନ୍ଧକୁ ଉଠାଇ ଦେଇଛନ୍ତି । ଏଣିକି ତୃତୀୟ ଓ ଚତୁର୍ଥ ଶ୍ରେଣୀ ମୂଳ ପଦବୀର ଖାଲି ଥିବା ୫୦ ପ୍ରତିଶତ ପଦବୀରେ ଅନୁକମ୍ପା ନିଯୁକ୍ତି ଦିଆଯିବ । ଏଥି ନିମନ୍ତେ ଆଇନରେ ସଂଶୋଧନ କରାଯାଇ ଓଡ଼ିଶା ସର୍ଭିସ୍ ରୁଲ୍ (ରିହାବିଲିଟେସନ୍ ଆସିଷ୍ଟାଣ୍ଟ) ରୁଲ୍ ,୨୦୨୦ ପ୍ରଣୟନ କରାଯାଇଛି ।
ଆଜି ରାଜ୍ୟ କ୍ୟବିନେଟ୍ ବୈଠକରେ ଏହା ଅନୁମୋଦିତ ହୋଇଛି । ଅନ୍ୟ ଏକ ନିଷ୍ପତ୍ତିରେ ଓଡ଼ିଶା ସର୍ଭିସ୍ ରୁଲ୍,୨୦୦୩ କୁ ସଂଶୋଧନ କରାଯାଇ ଓଡ଼ିଶା ସିଭିଲ୍ ସର୍ଭିସ୍ (ନିଯୁକ୍ତି ଏବଂ ପଦୋନ୍ନତି ଚୟନର ମାନଦଣ୍ଡ) ସଂଶୋଧିତ ନିୟମାବଳୀ,୨୦୦୯ ର ପ୍ରଣୟନ କରାଯାଇଛି । ଏହି ନୂତନ ବ୍ୟବସ୍ଥାରେ ନିୟମ-୪ର ଉପନିୟମ-୨ ଅନୁଯାୟୀ ସେହି ବର୍ଷର ପ୍ରତ୍ୟାଶାମୂଳକ ଖାଲି ପଡ଼ିଥିବା ପଦୋନ୍ନତି ପଦବୀର ସମାନ ବ୍ୟକ୍ତିଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ । ପୂର୍ବରୁ ୧.୨୫ ଗୁଣା ବ୍ୟକ୍ତିଙ୍କୁ ତାଲିକାରେ ଅର୍ନ୍ତଭୁକ୍ତ କରିବାର ବ୍ୟବସ୍ଥା ଥିଲା ।
ଉପରୋକ୍ତ ପ୍ରସ୍ତାବ ସହ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟବିନେଟ୍ ବୈଠକରେ ସମୁଦାୟ ୯ଟି ପ୍ରସ୍ତାବକୁ ମଂଜୁର ମିଳିଛି । ସେଥିମଧ୍ୟରେ ଓଡ଼ିଶା ଖଣି ନିଗମର ଯାନ୍ତ୍ରିକ ଖଣିଜ ଉତ୍ତୋଳନ ବ୍ୟବସ୍ଥାରେ ଥିବା ଦୀର୍ଘ କାଳୀନ ଲିଙ୍କେଜ୍ ପଲିସି ରେ ପରିବର୍ତ୍ତନ ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ରହିଛି ।
– ଓଡ଼ିଶା ଖଣି ନିଗମ ଲିଃ ସହ ଦୀର୍ଘ ମିଆଦି ସଂଯୋଗରେ ଥିବା ଯେଉଁ କ୍ରେତାମାନେ ଯାନ୍ତ୍ରିକ ଖଣିଜ ଉତ୍ତୋଳନ ବ୍ୟବସ୍ଥାରେ ପୁଞ୍ଜି ବିନିଯୋଗ କରିବା ପାଇଁ ଇଚ୍ଛୁକ, ସେହିମାନେ ୫ ବର୍ଷରୁ ଉଦ୍ଦ୍ୱର୍ ଦୀର୍ଘ ମିଆଦୀ ଖଣିଜ ଯୋଗାଣ ଚୁକ୍ତି କରିବା ପାଇଁ ଉପଯୁକ୍ତ ବିବେଚିତ ହେବେ । ଏହାଦ୍ୱାରା ଓଡ଼ିଶା ଖଣି ନିଗମ ଜରିଆରେ ଅଧିକ ଖଣିଜ ଉତ୍ତୋଳନ ହେବ । ଅନ୍ୟପକ୍ଷରେ, ଯେଉଁ ଖଣି ପଟ୍ଟାଧାରୀମାନଙ୍କର କ୍ରୋମ ଖଣିପଟ୍ଟା ଅଛି, ସେମାନଙ୍କୁ ଜାତୀୟ ଇ-ଖଣି ନିଲାମରେ ଭାଗ ନେବା ପାଇଁ ଅନୁମତି ଦିଆଯିବ ନାହିଁ । ଏହାଦ୍ୱାରା କ୍ରୋମ ଭଳି ଦୁଷ୍ପା୍ର୍ର୍ରପ୍ୟ କଞ୍ଚାମାଲର ଉପଯୁକ୍ତ ବଜାର ଦର ନିର୍ଦ୍ଧାରଣ କରିହେବ ।
– ରାଜ୍ୟର ଯେ କୌଣସି ସ୍ଥାନରେ ସଫ୍ଟୱେୟାର୍ ଟେକ୍ନଲୋଜି ପାର୍କସ୍ ଅଫ ଇଣ୍ଡିଆ(ଏସଟିପିଆଇ) କେନ୍ଦ୍ର ପ୍ରତିଷ୍ଠା ନିମନ୍ତେ ୩ ଏକର ପର୍ଯ୍ୟନ୍ତ ସରକାରୀ ଜମି ବିନା ପ୍ରିମିୟମ ଓ ବିନା ଇନସିଡଣ୍ଟାଲ୍ ଚାର୍ଜରେ ଲିଜ୍ ସୂତ୍ରରେ ଯୋଗାଇ ଦିଆଯିବ । ତେବେ ଲିଜ୍ ରେ ପ୍ରଦାନ କରାଯିବାକୁ ଥିବା ଏହି ସରକାରୀ ଜମି ନିମନ୍ତେ ଏସଟିପିଆଇ କର୍ତ୍ତୃପକ୍ଷଙ୍କୁ ଜମିର ବଜାର ଦରର ୧ ପ୍ରତିଶତ ହିସାବରେ ବାର୍ଷିକ ଖଜଣା ଓ ବାର୍ଷିକ ଖଜଣାର ୭୫ ପ୍ରତିଶତ ହିସାବରେ ସେସ୍ ଦେବାକୁ ପଡ଼ିବ ।
– ସୁନ୍ଦରଗଡ଼ ଜିଲ୍ଲାର ୨ଟି ବ୍ଲକ୍ (କୁଆଁରମୁଣ୍ଡା, ନୂଆଗାଁ) ର ୩୮ଟି ପଞ୍ଚାୟତ ଅଧୀନରେ ଥିବା ୨୧୯ ଗ୍ରାମକୁ ବିଶୁଦ୍ଧ ଜଳ ଯୋଗାଇବା ନିମନ୍ତେ ଦୁଇଟି ପ୍ରକଳ୍ପ କାର୍ଯ୍ୟ ମେସର୍ସ ଭୋଲଟାସ୍ ଲିମିଟେଡ଼, ଥାନେ କରିବ । ଏଥିପାଇଁ ୩୪୦ କୋଟି ୩୯ ଲକ୍ଷ ଟଙ୍କାର ସର୍ବନିମ୍ନ ଟେଣ୍ଡରକୁ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି । ୨୪ ମାସ ମଧ୍ୟରେ ଏହା କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖାଯାଇଛି ।
– ସେହିଭଳି ଜିଲ୍ଲାର ୩ଟି ବ୍ଲକ୍( ଗୁରୁଣ୍ଡିଆ, କୋଇରା, ଲହୁଣୀପଡ଼ା) ଅନ୍ତର୍ଗତ ୨୫ଟି ପଞ୍ଚାୟତ ଅଧୀନରେ ଥିବା ୨୬୨ ଗ୍ରାମକୁ ବିଶୁଦ୍ଧ ଜଳ ଯୋଗାଇ ଦେବା ପାଇଁ ଅନ୍ୟ ତିନୋଟି ବୃହତ୍ତ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ୩୨୦ କୋଟି ୧୧ ଲକ୍ଷ ୨୦ ହଜାର ଟଙ୍କାର ସର୍ବନିମ୍ନ ଟେଣ୍ଡର ପକାଇଥିବା ମେସର୍ସ ଭୋଲଟାସ୍ ଲିମିଟେଡ଼କୁ ବି ଏହି କାର୍ଯ୍ୟ ଦିଆଯାଇଛି । ୨୪ ମାସ ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ।
କ୍ୟାବିନେଟ୍ ବୈଠକରେ ପଞ୍ଚମ ଅର୍ଥ କମିଶନ ଆକ୍ସନ୍ ଟେକେନ୍ ରିପୋର୍ଟ ଉପସ୍ଥାପିତ ହୋଇଥିଲା ବେଳେ ବିଧାନସଭା ତୃତୀୟ ଅଧିବେସନକୁ ମଂଜୁର ଦିଆଯାଇଥିଲା ।

ବଜେଟ୍ ପରିମାଣ ଟପିବ ଦେଢ଼ ଲକ୍ଷ କୋଟି

ସେପଟେ ୨୦୨୦-୨୧ ଆର୍ଥିକ ବର୍ଷର ବଜେଟ୍ ଚିଠା ପ୍ରସ୍ତାବକୁ ମନ୍ତ୍ରୀ ପରିଷଦ ବୈଠକରେ ଅନୁମୋଦନ ମିଳିଛି । ଏଥର ବଜେଟ୍ ପରିମାଣ ଦେଢ଼ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବାର ସମ୍ଭାବନା ରହିଛି । ଗତବର୍ଷ ବଜେଟ୍ ପରିମାଣ ଥିଲା ୧ ଲକ୍ଷ ୩୯ ହଜାର କୋଟି । ଆସନ୍ତା ୧୮ ତାରିଖରେ ବିଧାନସଭାରେ ବଜେଟ୍ ଉପସ୍ଥାପନ ହେବ ।

Previous Post

ଜାଭିୟର୍ ରେ ଖୋଲିଲା ସ୍କୁଲ ଅଫ୍ ଗଭର୍ଣ୍ଣମେଣ୍ଟ ଆଣ୍ଡ ପବ୍ଲିକ୍ ଆଫାୟର୍ସ

Next Post

ଭେଙ୍କେୟାଙ୍କ ମନ ଜିଣିଲେ ସସ୍ମିତ୍

Next Post
ଭେଙ୍କେୟାଙ୍କ ମନ ଜିଣିଲେ ସସ୍ମିତ୍

ଭେଙ୍କେୟାଙ୍କ ମନ ଜିଣିଲେ ସସ୍ମିତ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA