ଭୁୁବନେଶ୍ୱର: ଭୁବନେଶ୍ୱର ଜାଭିୟର୍ ବିଶ୍ୱବିଦ୍ୟାଳୟରେ ଖୋଲିଲା ସ୍କୁଲ ଅଫ୍ ଗଭର୍ଣ୍ଣମେଣ୍ଟ ଆଣ୍ଡ ପବ୍ଲିକ୍ ଆଫାୟର୍ସ(ଏସଜିପିଏ) । ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି । ଏଥିସହ ଇଣ୍ଟରନ୍ୟାସନାଲ୍ ସେଣ୍ଟର ଏକ ନୂଆ ବିଲଡିଂ କୁ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି । ଭାରତର ପ୍ରଥମ ଡିଜିଟାଲ୍ ବିଶ୍ୱବିଦ୍ୟାଳୟର ମାନ୍ୟତା ଲାଭ କରିଥିବା ଜାଭିୟର୍ ଇନଷ୍ଟିଚ୍ୟୁଟ୍ ରେ ସ୍କୁଲ ଅଫ୍ ଗଭର୍ଣ୍ଣମେଣ୍ଟ ଆଣ୍ଡ ପବ୍ଲିକ୍ ଆଫାୟର୍ସକୁ ମିଶାଇଲେ ସ୍କୁଲ ସଂଖ୍ୟା ୧୩ରେ ପହଞ୍ଚିଛି ।
ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣରେ ଜାଭିୟର୍ ର ସଫଳତା ପାଇଁ ଖୁସି ପ୍ରକଟ କରିବା ସହ ନିରନ୍ତର ଅଭିବୃଦ୍ଧି ଓ ବିକାଶ ପାଇଁ ପବ୍ଲିକ୍ ଆଫାୟର୍ସ ଏବଂ ଗଭର୍ଣ୍ଣାସ୍ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ଏକ ଉଚ୍ଚାକାଂକ୍ଷୀ ଭାରତ ଏବଂ ଆକାଂକ୍ଷୀ ଓଡ଼ିଶା ନିର୍ମାଣ ପାଇଁ ନୀତି ନିର୍ଦ୍ଧାରକମାନେ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ବୁଝିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।








