Thursday, April 30, 2026 03:19 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମଦ ଦୋକାନରେ ମାଷ୍ଟ୍ରେ

by Our Correspondent
08 May, 2020- 11:39 AM
in Latest News, National, News
1 min read
0
ମଦ ଦୋକାନରେ ମାଷ୍ଟ୍ରେ
ମଦ ଦୋକାନରେ ମାଷ୍ଟ୍ରେ । ଶେଷରେ ମଦ ଦୋକାନରେ ସାର୍ ମାନଙ୍କର ପଡ଼ିଲା ଡ୍ୟୁଟି । ଦେଶରେ ଶିକ୍ଷକ ମାନଙ୍କୁ ପ୍ରଥମ ଥର ପାଇଁ ଏହି ଅତିରିକ୍ତ କାମ ଦେଇଛନ୍ତି ଆନ୍ଧ୍ରପ୍ରଦେଶର ୱାଇ. ଏସ୍. ଜଗନମୋହନ ରେଡି ସରକାର । ଫଳରେ ଇଚ୍ଛା ନଥାଇ,  ବିବେକ ବିରୋଧୀ କାମ କରିବାକୁ ବାଧ୍ୟ ହୋଇଛନ୍ତି ରାଜ୍ୟର ସରକାରୀ ଶିକ୍ଷକମାନେ ।
କରୋନା ପାଇଁ ସ୍କୁଲ ଛୁଟି । ଘର ଘର ବୁଲି ପିଲାଙ୍କୁ ଆଗୁଆ ୩ ମାସର ମଧ୍ୟାହ୍ନ ଭୋଜନ ଚାଉଳ ଏବଂ ବହି ବାଣ୍ଟି ସାରିବା ପରେ ଘରେ ବସିଥିଲେ ସାର୍ ମାନେ । କିନ୍ତୁ ହଠାତ୍ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଠାରୁ ଆସିଲା ଫୋନ୍ କଲ୍ । ତୁରନ୍ତ ଯାଇ ନିକଟସ୍ଥ ଥାନାରେ ହାଜିରା ପକାଇବାକୁ ନିର୍ଦ୍ଦେଶ ଦେଲେ ଡିଇଓ । ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ପାଇ ଶିକ୍ଷକମାନେ ଥାନାରେ ପହଞ୍ଚିବା ମାତ୍ରେ, ପୋଲିସ୍ ବାବୁ ସେମାନଙ୍କୁ ଧରାଇ ଦେଲେ ଅନୁମତି ପତ୍ର । ଯେଉଁଥିରେ ଲେଖା ଥିଲା, କେଉଁ ମଦ କାଉଣ୍ଟରରେ ସେମାନଙ୍କର ଡ୍ୟୁଟି ପଡ଼ିଛି ।
୪୦ ଦିନ ପରେ ଦେଶରେ ଖୋଲିଲା ଜାଲି ଘର । ଖୋଲୁ ଖୋଲୁ ଲାଗିଲା ଅସମ୍ଭବ ଭିଡ଼ । ଲୋକେ ମଦ ପିଇବାକୁ ଚାତକ ଭଳି ଏମିତି ଚାହିଁଥିଲେ ଯେ, ସାମାଜିକ ଦୂରତା ସମ୍ପୂର୍ଣ୍ଣ ଭୁଲିଗଲେ । ରାତିରୁ ଲାଗିଲା ଲାଇନ୍, ତାହା ପୁଣି ଦେଢ଼ କିଲୋମିଟର, ଦୁଇ କିଲୋମିଟର ଯାଏ । କିଛି ସ୍ଥାନରେ ପୋଲିସକୁ ଲାଠି ଚଳାଇବାକୁ ପଡ଼ିଲା । କିନ୍ତୁ ମଦ ନିଶା ଆଗରେ ପୋଲିସ୍ ମାଡ଼ ବି ଲୋକଙ୍କୁ କାଟିଲାନି ।
ମଦୁଆଙ୍କୁ ନିୟନ୍ତ୍ରଣ କରିବାକୁ ପୋଲିସ୍ ଏବଂ ମଦ ଦୋକାନୀଙ୍କ ଦ୍ୱାରା ନିଯୁକ୍ତ କର୍ମଚାରୀ ବିଫଳ ହେବା ପରେ ଜଗନ୍ ରେଡି ସରକାର ମାଷ୍ଟ୍ରମାନଙ୍କୁ ଡ୍ୟୁଟିକୁ ଡାକିଛନ୍ତି । ଆଉ ସେମାନଙ୍କ କାମ ହେଲା, ଧାଡ଼ିରେ ଛିଡ଼ା ହୋଇଥିବା ଲୋକଙ୍କୁ ଟୋକେନ୍ ଧରାଇ ମଦ ବିକ୍ରିକୁ ନିୟନ୍ତ୍ରିତ କରିବା ।
ପାଠ ପଢ଼ାଇବା ପାଇଁ ସିନା ମାଷ୍ଟ୍ରେ ଚାକିରି କରିଛନ୍ତି । କିନ୍ତୁ ଆମ ଦେଶରେ ସେମାନଙ୍କୁ ବହୁ ସମୟରେ ଅତିରିକ୍ତ କାମ କରିବାକୁ ପଡୁଛି । ଜନଗଣନା, ନିର୍ବାଚନ, ଟୀକାକରଣ… ଏମିତି କେତେ କଣ କାମରେ ସାମିଲ୍ ହେଉଛନ୍ତି ସେମାନେ । ତେବେ ସବୁ କାମ ଠାରୁ ବଳିଗଲା ଆନ୍ଧ୍ର ସରକାର ଦେଇଥିବା ମଦ ଡ୍ୟୁଟି । ଚାକିରିରେ ଯୋଗ ଦେବା ବେଳେ ସେମାନଙ୍କୁ ଏମିତି କାମ କରିବାକୁ ପଡ଼ିବ ବୋଲି ସେମାନେ କେବେ ବି କଳ୍ପନା କରି ନଥିଲେ । କିନ୍ତୁ ଏବେ ଚାକିରି ବଞ୍ଚାଇବାକୁ ବାଧ୍ୟ ହୋଇ ବିବେକ ବିରୋଧୀ କାମ କରୁଛନ୍ତି ।
ମଦର ମାତ୍ର ୩ ଜଣଙ୍କର ଲାଭ, ଆଉ ସମସ୍ତଙ୍କର କ୍ଷତି । ମଦ ପିଇ ମଦୁଆ କିଛି କ୍ଷଣ ପାଇଁ ନିଜକୁ ସ୍ୱର୍ଗର ଇନ୍ଦ୍ର ବୋଲି ଭାବିଥାନ୍ତି । ସେପଟେ ଆର୍ଥିକ ଫାଇଦା ପାଇଥାନ୍ତି, ସରକାର ଓ ମଦ ଦୋକାନୀ । ଆଇନ ଶୃଙ୍ଖଳା ରକ୍ଷା କରିବା ପୋଲିସର ଦାୟିତ୍ୱ । ତେଣୁ ମଦ ଦୋକାନ ଆଗରେ ପୋଲିସର ଡ୍ୟୁଟି ଅସ୍ୱାଭାବିକ ଲାଗୁନି । କିନ୍ତୁ ମାଷ୍ଟ୍ରେ ବିକିବେ ମଦ… କଥାଟା କାହିଁକି ସଭ୍ୟ ସମାଜରେ ହଜମ ହେଉନି । ଯଦି ମାଷ୍ଟ୍ରେ ମଦ ଦୋକାନରେ ଡ୍ୟୁଟି କରିବେ, ପିଲାଙ୍କୁ ମଦ ନପିଇବାକୁ ସେମାନେ ଉପଦେଶ ଦେଇପାରିବେ ତ ? କ୍ରାଉଡ୍ କଂଟ୍ରୋଲ୍ ପାଇଁ ଘରୋଇ ସୁରକ୍ଷା କର୍ମୀଙ୍କୁ କାହିଁକି ନିୟୋଜିତ କରାଗଲା ନାହିଁ ।
ମଦ ଦୋକାନ ଖୋଲୁ ଖୋଲୁ କିଛି ସ୍ଥାନରେ ଦେଖିବାକୁ ମିଳିଲା ଅଜବ ଦୃଶ୍ୟ । ମଦୁଆଙ୍କୁ ସିଧାସଳଖ ଦେଶର ଅର୍ଥନୀତି ଅଭିହିତ କରି ଦିଲ୍ଲୀର ଏକ ଦୋକାନ ଆଗରେ ସେମାନଙ୍କ ଉପରେ ପୁଷ୍ପ ବୃଷ୍ଟି କରାଗଲା । ଛତିଶଗଡ଼ରେ ଫୁଲମାଳ ପିନ୍ଧାଇ ଦୋକାନୀ  ଗ୍ରାହକଙ୍କୁ ସ୍ୱାଗତ କଲେ । ସେପଟେ ବିଭିନ୍ନ ରାଜ୍ୟର ସରକାର, ମଦ ଉପରେ ଅହେତୁକ ଟାକ୍ସ ବୃଦ୍ଧି କରିଥିଲେ ମଧ୍ୟ, ତାହା ମଦୁଆଙ୍କୁ ନିରୁତ୍ସାହିତ କରିପାରିନି । ବରଂ ଦେନିକ ହେଉଛି ଶହ ଶହ କୋଟିର ବେପାର । ଲାଗୁଛି ସତେ ଯେମିତି, ନିଜ ରାଜ୍ୟର ଟେକ ରଖିବାକୁ ମଦୁଆମାନେ ଜୀ ଜାନ୍ ଲଗାଇ ଦେଇଛନ୍ତି ।
କରୋନା ବେଳେ ସରକାରଙ୍କ ପାଖରେ ମାନବ ସମ୍ବଳର ଅଭାବ, ଏହା ସମସ୍ତେ ଅନୁଭବ କରୁଛନ୍ତି । ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ପୋଲିସଙ୍କ ଚାପ, କହିବା ଦରକାର ନାହିଁ । ଆମ ରାଜ୍ୟରେ କ୍ୱାରେଣ୍ଟାଇନ୍ କେନ୍ଦ୍ରରେ ବି ମାଷ୍ଟ୍ରେ ଡ୍ୟୁଟି କଲେଣି । କରୋନା ବେଳେ ମଦ ନପିଇବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବାରମ୍ବାର କହି ଚାଲିଛନ୍ତି । ତଥାପି ଆମ ଦେଶରେ ଖୋଲିଲା ଗ୍ରୀଲ୍ ହାଉସ୍ । ସ୍କୁଲ କିମ୍ବା ମନ୍ଦିରର ତାଲା ଖୋଲିବାକୁ ସାହସ କରିପାରୁ ନଥିବା ସରକାର କିନ୍ତୁ ରମ୍ ମନ୍ଦିର ଖୋଲିବାକୁ ସତ୍ ସାହସ ଜୁଟାଇ ପାରିଛନ୍ତି । ଆଉ ପରିସ୍ଥିତି ଏମିତି ହେଲା ଯେ, ମଦକୁ ନେଇ ସରକାର, ମଦ ବେପାରୀ ଏବଂ ମଦୁଆଙ୍କ ମଧ୍ୟରେ ଚାଲିଥିବା ତ୍ରିକୋଣୀୟ ବେପାରରେ ଶେଷରେ ମାଷ୍ଟ୍ରେଙ୍କୁ ପଶିବାକୁ ପଡ଼ିଛି । ସତରେ ଜଗନ୍ ରେଡିଙ୍କ ଏ ହାଇବ୍ରିଡ୍ ଆଇଡିଆକୁ ତାରିଫ୍ ନକରି ରହି ହେଉନି ।
ବରେନ୍ଦ୍ର କୃଷ୍ଣ ସାହୁଙ୍କ ରିପୋର୍ଟ
Previous Post

ରାଜ୍ୟରେ ଆଉ ୨୬ ପଜିଟିଭ୍, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୪୫

Next Post

କରୋନା@୨୭୦: ଆଜି ୫୧ ପଜିଟିଭ୍, ଜଣଙ୍କୁ ଛାଡ଼ି ସବୁ ସୁରତ ଫେରନ୍ତା

Next Post
କରୋନା@୨୭୦: ଆଜି ୫୧ ପଜିଟିଭ୍, ଜଣଙ୍କୁ ଛାଡ଼ି ସବୁ ସୁରତ ଫେରନ୍ତା

କରୋନା@୨୭୦: ଆଜି ୫୧ ପଜିଟିଭ୍, ଜଣଙ୍କୁ ଛାଡ଼ି ସବୁ ସୁରତ ଫେରନ୍ତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA