Thursday, August 20, 2026 01:37 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମଧ୍ୟମ ବର୍ଗଙ୍କ ପାଇଁ ଆୟକର ରିହାତି

by Our Correspondent
01 Feb, 2020- 03:52 PM
in Latest News, National, News
1 min read
0
ମଧ୍ୟମ ବର୍ଗଙ୍କ ପାଇଁ ଆୟକର ରିହାତି

ଥକିଗଲେ ନିର୍ମଳା, ପୂରା କରିପାରିଲେନି ବଜେଟ୍ ଭାଷଣ

୨୦୨୦-୨୧ ଆର୍ଥିକ ବର୍ଷ ବଜେଟ୍ ରେ ବ୍ୟକ୍ତିଗତ ଆୟକର କ୍ଷେତ୍ରରେ ମଧ୍ୟମ ବର୍ଗଙ୍କୁ ରିହାତି ମିଳିଛି । ଆୟକର ସୀମାରେ ପରିବର୍ତ୍ତନ କରାଯାଇ ନ ଥିଲେ ମଧ୍ୟ ଟିକସ ହାରକୁ କମାଇ ଦିଆଯାଇଛି । ପୂର୍ବଭଳି ବର୍ଷକୁ ୫ ଲକ୍ଷ ରୋଜଗାର କରୁଥିଲେ ଆୟକର ଦେବାକୁ ପଡ଼ିବ । ତେବେ ୫ ଲକ୍ଷରୁ ୭.୫ ଲକ୍ଷ ଆୟ ପାଇଁ ପୂର୍ବରୁ ୨୦% ଟିକସ ଦେଉଥିବା ଲୋକ ଏବେ ୧୦% ଟିକସ ଦେବେ । ସେହିଭଳି ୭.୫ ଲକ୍ଷରୁ ୧୦ ଲକ୍ଷ ଆୟ ପାଇଁ ଟିକସ ପଡ଼ିବ ୧୫% । ୧୦ ଲକ୍ଷରୁ ଉଦ୍ଧ୍ୱର୍ ଆୟ ପାଇଁ ପୂର୍ବରୁ ୩୦% ଟିକସ ଦେବାକୁ ପଡୁଥିଲା । ଏବେ ୧୦ରୁ ୧୨.୫ ଲକ୍ଷ ଆୟ ପାଇଁ ଟିକସ ହାର ରହିଛି ୨୦% । ସେହିଭଳି ୧୨.୫ରୁ ୧୫ ଲକ୍ଷ ଆୟ ପାଇଁ ୨୫% ଟିକସ ରଖାଯାଇଛି । ୧୫ ଲକ୍ଷରୁ ଅଧିକ ଆୟ ପାଇଁ ପୂର୍ବର ୩୦% ଟିକସ ହାରକୁ ଅପରିବର୍ତ୍ତିତ ରଖାଯାଇଛି ।

????????????????????????????????????
୨୦୨୦-୨୧ ଆର୍ଥିକ ବର୍ଷର ସାଧାରଣ ବଜେଟ୍ ଉପସ୍ଥାପନ କରି ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ବ୍ୟକ୍ତିଗତ ଆୟକର କ୍ଷେତ୍ରରେ ଏହି ବଡ଼ ଘୋଷଣା କରିଛନ୍ତି । ଟିକସ ହାରରେ ହ୍ରାସ୍ ଆଣି ମଧ୍ୟମବର୍ଗଙ୍କୁ ଖୁସି କରିଛନ୍ତି । ଆକାଂକ୍ଷୀ ଭାରତ, ଅର୍ଥନୀତି ବିକାଶ ଏବଂ ସାମାଜିକ ଯତ୍ନକୁ ବଜେଟ୍ ର ଆଧାର ବୋଲି ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି ।
ଲମ୍ବା ବଜେଟ୍ ଭାଷଣ ପଢ଼ିବାରେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ରେକର୍ଡ ସୃଷ୍ଟି କରିଛନ୍ତି । ଦୀର୍ଘ ୨ ଘଣ୍ଟା ୪୩ ମିନିଟ୍ ଧରି ବଜେଟ୍ ପୁସ୍ତିକା ପଢ଼ିବା ପରେ ଥକି ପଡ଼ିଥିଲେ ସେ । ଆଉ ପଢ଼ିପାରିଲେନି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପରାମର୍ଶରେ ବଜେଟ୍ ର ଅବଶିଷ୍ଟ ଅଂଶକୁ ଗୃହରେ କେବଳ ଆଗତ କରିଥିଲେ ।
ଜିଡ଼ିପି(ନୋମିନାଲ୍) ଅଭିବୃଦ୍ଧି ହାର ୧୦% ଆକଳନ କରିଛନ୍ତି ଅର୍ଥମନ୍ତ୍ରୀ । ୨୦୨୦-୨୧ ଆର୍ଥିକ ବର୍ଷରେ ୨୨.୪୬ ଲକ୍ଷ କୋଟି ଆଦାୟ(ରିସିପ୍ଟ୍) ଲକ୍ଷ୍ୟ ରହିଥିବା ବେଳେ ୩୦.୪୨ ଲକ୍ଷ କୋଟି ବ୍ୟୟ ଅଟକଳ କରାଯାଇଛି । ବିତ୍ତୀୟ ନିଅଣ୍ଟ ଆକଳନ ରହିଛି ୩.୮% ।
କୃଷି, ଆନୁସଙ୍ଗିକ, ଜଳସେଚନ ତଥା ଗ୍ରାମ୍ୟ ବିକାଶ କ୍ଷେତ୍ରକୁ ବଜେଟ୍ ରେ ଗୁରୁତ୍ୱ ଦିଆଯାଇ ୨.୮୩ ଲକ୍ଷ କୋଟି ବ୍ୟୟ ଅଟକଳ କରାଯାଇଛି । କୃଷି କ୍ଷେତ୍ରର ବିକାଶ ପାଇଁ ଅର୍ଥମନ୍ତ୍ରୀ ୧୬ ପଏଣ୍ଟ ଆକ୍ସନ୍ ପ୍ଲାନ୍ ରଖିଛନ୍ତି । ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ଏହା ପ୍ରସ୍ତୁତ ହୋଇଛି ।୧୫ ଲକ୍ଷ କୋଟି ଟଙ୍କାର କୃଷି ଋଣ ଯୋଜନା, ତାଜା ପନିପରିବା ପରିବହନ ପାଇଁ ଭାରତୀୟ ରେଳବାଇ ଦ୍ୱାରା ପିପିପି ମୋଡରେ ‘କିଷାନ ରେଳ’, ନାବାର୍ଡ ରିଫାଇନାନସ୍ ସ୍କିମ୍ ର ସମ୍ପ୍ରସାରଣ, କୃଷି ରପ୍ତାନୀ ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ‘କ୍ରିଷି ଉଦାନ’ର ପ୍ରଚଳନ, ‘ପିଏମ୍ କୁସୁମ ସ୍କିମ୍’ରେ ୨୦ ଲକ୍ଷ ଚାଷୀଙ୍କୁ ଅନ୍ତର୍ଭୁକ୍ତ କରିବାକୁ ର୍ବଜେଟ୍ ରେ ଘୋଷଣା କରାଯାଇଛି ।
ସେହିଭଳି ଶିକ୍ଷା କ୍ଷେତ୍ର ପାଇଁ ବଜେଟ୍ ରେ ୯୯,୩୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଦକ୍ଷତା ବିକାଶ ନିମନ୍ତେ ୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଖୁବ ଶୀଘ୍ର ନୂଆ ଶିକ୍ଷାନୀତି ଘୋଷଣା ହେବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି । ପୈାରାଞ୍ଚଳଗୁଡ଼ିକରେ ଯୁବ ଇଂଜିନିୟରମାନଙ୍କୁ ୧ ବର୍ଷ ପର୍ଯ୍ୟନ୍ତ ଇଣ୍ଟର୍ନସିପ୍ ସୁବିଧା,୧୫୦ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ମାର୍ଚ୍ଚ ୨୦୨୧ ସୁଦ୍ଧା ଆପ୍ରେଣ୍ଟିସେସିପ୍ ଡିପ୍ଲୋମା ପାଠ୍ୟକ୍ରମ ପ୍ରଚଳନ, ‘ଷ୍ଟଡ଼ି ଇନ୍ ଇଣ୍ଡିଆ’ ଅଭିଯାନକୁ ସରକାରୀ ପ୍ରୋତ୍ସାହନ ଦେବାକୁ ବଜେଟ୍ ରେ ବ୍ୟବସ୍ଥା କରାଯାଇଛି । ଜିଲ୍ଲା ହସ୍ପିଟାଲ୍ ସହ ଏକ ମେଡ଼ିକାଲ୍ କଲେଜର ସଂଯୋଗ ପାଇଁ ପ୍ରସ୍ତାବ ରହିଛି ବିଜେଟ୍ ରେ ।
ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଅତିରିକ୍ତ ୬୯,୦୦୦ କୋଟି ଟଙ୍କାର ପ୍ରସ୍ତାବ ରହିଛି । ଜନଔଷଧି କେନ୍ଦ୍ର ସବୁ ଜିଲ୍ଲାକୁ ସମ୍ପ୍ରସାରିତ କରାଯିବ । ବୀମା କଭରେଜ୍ ୧ ଲକ୍ଷ ଟଙ୍କା ଜମାରୁ ୫ ଲକ୍ଷ ଟଙ୍କା ଜମାକୁ ବୃଦ୍ଧି କରାଯାଇଛି ।
ଭିତ୍ତିଭୂମି କ୍ଷେତ୍ରକୁ ମଧ୍ୟ ସରକାର ଧ୍ୟାନ ଦେଇଛନ୍ତି । ଏଥିରେ ସମୁଦାୟ ୧.୭ ଲକ୍ଷ କୋଟି ଖର୍ଚ୍ଚ ହେବ । ଉଡାନ୍ ଯୋଜନାରେ ଆଉ ୧୦୦ଟି ବିମାନବନ୍ଦର ୨୦୨୪ ସୁଦ୍ଧା ସ୍ଥାପନ ହେବ । କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ମଧ୍ୟରେ ରହିଛି ୨୫୦୦ କିମି କଣ୍ଟ୍ରୋଲ୍ ହାଇୱେ, ୯ ହଜାର କିମି ଇକୋ ଡେଭେଲପମେଣ୍ଟ କରିଡ଼ର, ୨୦୦ ସମୁଦ୍ରତଟ ଏବଂ ବନ୍ଦର ରାସ୍ତା, ୨ ହଜାର କିମି ଷ୍ଟ୍ରାଟେଜିକ୍ ହାଇୱେ । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ୱେ ଏବଂ ଅନ୍ୟ ଦୁଇ କରିଡ଼ର୍ ନିର୍ମାଣ କାର୍ଯ୍ୟ ୨୦୨୩ ସୁଦ୍ଧା ଶେଷ ହେବ ।
ସ୍ୱଚ୍ଛ ଭାରତ ପାଇଁ ଚଳିତବର୍ଷ ବଜେଟ୍ ରେ ୧୨,୩୦୦ କୋଟି ଖର୍ଚ୍ଚ ହେବ ।
ଜିଏସଟିରେ ସରଳୀକରଣ ପାଇଁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ସରଳ ଭାବେ ଜିଏସଟି ଫାଇଲିଂ ଏପ୍ରିଲ୍ ୨୦୨୦ରୁ ଆରମ୍ଭ ହେବ । ୧୬ ଲକ୍ଷ ନୂଆ ଟିକସଦାତା ଏଥିରେ ଯୋଡି ହେବେ । ଜିଏସଟିରୁ ମିଳୁଥିବା ୧ ଲକ୍ଷ କୋଟି ଟଙ୍କାକୁ ଗରାଖଙ୍କ ହିତରେ ବିନିଯୋଗ ହେବ ।
ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେଉଛି, ଏଲଆଇସିରୁ ସରକାର କିଛି ଅଂଶଧନ ପ୍ରତ୍ୟାଖ୍ୟାନ କରିବେ । ଆଇଡିବିଆଇର ଅଂଶଧନ ମଧ୍ୟ ବିକ୍ରି କରାଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।
ମାନ୍ଦାବସ୍ଥାରେ ସୁଧାର ଆଣିବା ଦିଗରେ ଯେଉଁଭଳି ବଜେଟ୍ ଆଶା କରାଯାଉଥିଲା, ସେଭଳି ଆଖିଦୃଶିଆ ପଦକ୍ଷେପ ଦେଖିବାକୁ ମିଳିନି । ଯାହାର ପ୍ରତିଫଳନ ଷ୍ଟକ୍ ମାର୍କେଟ୍ ରେ ଦେଖିବାକୁ ମିଳିଛି । ଅର୍ଥମନ୍ତ୍ରୀଙ୍କ ବଜେଟ୍ ଭାଷଣ ବନ୍ଦ ହେବା ବେଳକୁ ସୂଚକାଙ୍କ ୭୩୭ ପଏଣ୍ଟ ଖସିଯାଇଥିଲା ।
Previous Post

‘ପାଟକୁରା’ ମିଶନ୍ ରେ ୩ ବରିଷ୍ଠ ଅଧିକାରୀ, କୁଟ୍ଟେଙ୍କ ଆକ୍ସନ୍ ଅନ୍ ସ୍ପଟ୍

Next Post

ମୁଖ୍ୟମନ୍ତ୍ରୀଙ୍କ ବଜେଟ୍ ପ୍ରତିକ୍ରିୟା: ସ୍ୱାଗତ କମ୍, ନୈରାଶ୍ୟ ବେଶୀ

Next Post
ମୁଖ୍ୟମନ୍ତ୍ରୀଙ୍କ ବଜେଟ୍ ପ୍ରତିକ୍ରିୟା: ସ୍ୱାଗତ କମ୍, ନୈରାଶ୍ୟ ବେଶୀ

ମୁଖ୍ୟମନ୍ତ୍ରୀଙ୍କ ବଜେଟ୍ ପ୍ରତିକ୍ରିୟା: ସ୍ୱାଗତ କମ୍, ନୈରାଶ୍ୟ ବେଶୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA