Monday, May 25, 2026 01:07 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମନ୍ତ୍ରୀପଦରୁ ଗଲେ ପ୍ରଦୀପ ମହାରଥୀ

by Our Correspondent
06 Jan, 2019- 03:30 PM
in Latest News, News, Politics
1 min read
0
ମନ୍ତ୍ରୀପଦରୁ ଗଲେ ପ୍ରଦୀପ ମହାରଥୀ
ଭୁବନେଶ୍ୱର: ପିପିଲି ବେବିନା ଗଣଧର୍ଷଣ ଓ ହତ୍ୟା ମାମଲା ପୁଣି ମହଙ୍ଗା ପଡ଼ିଲା ପ୍ରଦୀପ ମହାରଥୀଙ୍କୁ । ଏହି ମାମଲାର ରାୟ ଉପରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଥିବା ମହାରଥୀ ଶେଷରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ସେ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି । ଏହି ମାମଲାରେ ଛନ୍ଦି ହୋଇ ୨୦୧୨ ମସିହାରେ ମହାରଥୀ ଅନୁରୂପ ଭାବେ ମନ୍ତ୍ରୀପଦ ହରାଇଥିଲେ ।
ନିକଟରେ ପିପିଲି ଗଣଦୁଷ୍କର୍ମ ରାୟ ପ୍ରକାଶ ପାଇଥିଲା । ମାମଲାର ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ପ୍ରଧାନ ଓ ସୁକାନ୍ତ ପ୍ରଧାନଙ୍କୁ ଭୁବନେଶ୍ୱର ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ନିଦେ୍ର୍ଦାଷ ସାବ୍ୟସ୍ତ କରିଥିଲେ । ଏହି ରାୟ ଉପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସ୍ଥାନୀୟ ବିଧାୟକ ତଥା କୃଷି ଓ ପଞ୍ଚାୟତିରାଜ ମନ୍ତ୍ରୀ ମହାରଥୀ କହିଥିଲେ ଯେ କ୍ଷୀର ଓ ପାଣି ଅଲଗା ହୋଇଗଲା । ସତ୍ୟର ଜୟ ହୋଇଛି ଏବଂ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି । ମହାରଥୀଙ୍କ ଏଭଳି ସାଂଘାତିକ ମନ୍ତବ୍ୟ ସମସ୍ତଙ୍କୁ ଚକିତ କରିଥିଲା । ସାରା ରାଜ୍ୟରେ ଏହା ଆଲୋଡ଼ନ ସୃଷ୍ଟି କରିଥିଲା । ମହାରଥୀଙ୍କ ଭାଷା ଗଣଦୁଷ୍କର୍ମ ପୀଡ଼ିତା ଓ ନାରୀସମାଜ ପ୍ରତି ଅବମାନନା ଦର୍ଶାଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ମହାରଥୀଙ୍କ ବହିଷ୍କାର ଦାବିରେ ବ୍ୟାପକ ଆନ୍ଦୋଳନ ହୋଇଥିଲା ।
ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରିପଦାରେ ନାଁ ନନେଇ ପିପିଲି ପ୍ରସଙ୍ଗ ଉଠାଇଥିଲେ ଏବଂ ଏହି ମାମଲାର ତଦନ୍ତ ଠିକ୍ ହୋଇ ନ ଥିବା କହି ସମାଲୋଚନା କରିଥିଲେ । ସରକାର ଏହା ଉପରେ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେବା ପରେ ପ୍ରସଙ୍ଗର ଗୁରୁତ୍ୱ ଆହୁରି ବଢ଼ିଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ମହାରଥୀଙ୍କ ମନ୍ତ୍ରୀପଦ ପ୍ରତି ଅଧିକରୁ ଅଧିକ ବିପଦ ସୃଷ୍ଟି କରିଥିଲା । ଗତକାଲି ସାମ୍ବାଦିକମାନେ ଏହା ଉପରେ ମୁଖ୍ୟମନ୍ତ୍ରୀଙ୍କଠାରୁ ପ୍ରତିକ୍ରିୟା ଲୋଡ଼ିବା ବେଳେ ତାଙ୍କ ମୁହଁର ଗମ୍ଭୀରତା ବାରିହୋଇଥିଲା । ବେବିନା ମାମଲାରେ ସରକାର ତତ୍ପର ବୋଲି ମୁଖ୍ୟମନ୍ତ୍ରୀ ମନ୍ତବ୍ୟ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଏହି ଧାଡ଼ିକ ମନ୍ତବ୍ୟରୁ ମହାରଥୀଙ୍କ ମନ୍ତ୍ରୀପଦ ଯେ କୌଣସି ମୁହୁର୍ତ୍ତରେ ଚାଲିଯିବ ବୋଲି ଧାରଣା ଦୃଢ଼ୀଭୂତ ହୋଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ, ମହାରଥୀଙ୍କୁ ମନ୍ତ୍ରୀପଦରୁ ହଟାଇବା ପାଇଁ ମୁଖ୍ୟମନ୍ତ୍ରୀ ପୂର୍ବରୁ ମନସ୍ଥିର କରିସାରିଥିଲେ । ତେବେ ୮ ତାରିଖରେ ଦିଲ୍ଲୀ ସମାବେଶ ପରେ ଏହା କାର୍ଯ୍ୟକାରୀ ହୋଇଥାଆନ୍ତା । ମାତ୍ର ଚାରିଆଡୁ ପ୍ରବଳ ଚାପ ବଢୁଥିବାରୁ ମୁଖ୍ୟମନ୍ତ୍ରୀ ଆଉ ସମୟ ଗଡ଼େଇବାକୁ ଚାହିଁ ନ ଥିଲେ । ଗତକାଲି ବିଳମ୍ବିତ ରାତିରେ ହିଁ ମହାରଥୀଙ୍କ ଇସ୍ତଫା ମାଗିଥିଲେ ମୁଖ୍ୟମନ୍ତ୍ରୀ । ସେହି ଅନୁଯାୟୀ ଆଜି ସକାଳେ ମହାରଥୀ ତାଙ୍କ ଇସ୍ତଫାପତ୍ର ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇ ଦେଇଛନ୍ତି ।
ଖାଲି ମହାରଥୀ ନୁହଁନ୍ତି, ଆଉ ଦୁଇମନ୍ତ୍ରୀଙ୍କ ପଦ ବି ବିପଦରେ ଅଛି । ଦୁଇଦିନ ପରେ ଏହା ସ୍ପଷ୍ଟ ହୋଇଯିବ ବୋଲି ଚର୍ଚ୍ଚା ଜୋର୍ ଧରିଛି । ସୂଚନାଯୋଗ୍ୟ, ମନ୍ତ୍ରୀମଣ୍ଡଳରୁ ୩ ଜଣ ମନ୍ତ୍ରୀ ହଟିବେ ବୋଲି ଏକ ବିଶ୍ୱସ୍ତ ସୂତ୍ରର ସୂଚନା ଆଧାରରେ ‘ମିଡ଼ଡ଼େ ଓଡ଼ିଶା’ ପ୍ରଥମେ ଖବର ଦେଇଥିଲା ।

ନିଜ ଆଡୁ ଇସ୍ତଫା ଦେଇଥିବା ମହାରଥୀଙ୍କ ସଫେଇ

ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବାକୁ ସେ ନିଜ ଆଡୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ତାଙ୍କ ଉପରେ କୌଣସି ଚାପ ପଡ଼ି ନ ଥିଲା । ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ପରେ ଗଣମାଧ୍ୟମ ଆଗରେ ଏହି ପ୍ରତିକ୍ରିୟା ଦେଇଛନ୍ତି ପ୍ରଦୀପ ମହାରଥୀ । ସେ କହିଛନ୍ତି, ମୁଁ ବିଜୁ ଜନତା ଦଳର ଜଣେ ସଚ୍ଚୋଟ କର୍ମୀ । ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ପ୍ରତି ମୋର ଗଭୀର ସମ୍ମାନ ରହିଛି । ମୋତେ ନେଇ ଦଳ ଉପରେ ଚାପ ନ ବଢ଼ୁ ସେହି ଦୃଷ୍ଟିର ମୁଁ ନିଜ ଆଡୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲି ବୋଲି ମହାରଥୀ ସଫେଇ ଦେଇଛନ୍ତି ।
Previous Post

ଓଡ଼ିଶାରେ ବିଜେପିର କ୍ଷମତା ମୋହକୁ ମୋଦିଙ୍କ ଚଟକଣି !!

Next Post

ରାଜନୀତି ପଶାବାଲିରେ ବେବିନା: ଧର୍ମେନ୍ଦ୍ର-ପ୍ରତାପ ମୁହାଁମୁହିଁ

Next Post
ରାଜନୀତି ପଶାବାଲିରେ ବେବିନା: ଧର୍ମେନ୍ଦ୍ର-ପ୍ରତାପ ମୁହାଁମୁହିଁ

ରାଜନୀତି ପଶାବାଲିରେ ବେବିନା: ଧର୍ମେନ୍ଦ୍ର-ପ୍ରତାପ ମୁହାଁମୁହିଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA