Monday, May 25, 2026 01:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜନୀତି ପଶାବାଲିରେ ବେବିନା: ଧର୍ମେନ୍ଦ୍ର-ପ୍ରତାପ ମୁହାଁମୁହିଁ

by Our Correspondent
07 Jan, 2019- 12:52 AM
in Latest News, News, Politics
1 min read
0
ରାଜନୀତି ପଶାବାଲିରେ ବେବିନା: ଧର୍ମେନ୍ଦ୍ର-ପ୍ରତାପ ମୁହାଁମୁହିଁ
ଭୁବନେଶ୍ୱର: ପିପିଲିର ଗଣଦୁଷ୍କର୍ମ ପୀଡ଼ିତା ମୃତା ବେବିନା ମାମଲାକୁ ନେଇ ଓଡ଼ିଶା ରାଜନୀତି ପୁଣି ଥରେ ଥରହର ହୋଇଛି । ଦ୍ୱିତୀୟ ଥର ପାଇଁ ମନ୍ତ୍ରୀ ପଦ ହରାଇଛନ୍ତି ପ୍ରଦୀପ ମହାରଥୀ । ତେବେ ମନ୍ତ୍ରୀଙ୍କ ଇସ୍ତଫା ପରେ ବି ବିରୋଧୀ ଦଳକୁ ଏହା ଶାନ୍ତ କରିପାରିନି । କଂଗ୍ରେସ ଏହି ମାମଲାର ତଦନ୍ତ ବ୍ୟବସ୍ଥାରେ ଛିଦ୍ର ଖୋଲିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ମନଇଚ୍ଛା ବର୍ଷିଛନ୍ତି । ସେପଟେ ଧର୍ମେନ୍ଦ୍ରଙ୍କୁ କଡ଼ା ଜବାବ ଦେଇ ତାଙ୍କୁ କାଠଗଡ଼ାକୁ ଟାଣିଛି ବିଜେଡ଼ି । ଧର୍ମେନ୍ଦ୍ର ଓ ବିଜେପି ନେତାଙ୍କ ଅପରାଧିକ ଚେହେରା ମନେ ପକାଇଦେଇଛନ୍ତି ଦଳର ମୁଖପାତ୍ର ପ୍ରତାପ ଦେବ ।
ରବିବାର ଦିନ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବେବିନାର ଗାଁକୁ ଯାଇ ତାଙ୍କ ପରିବାରବର୍ଗଙ୍କୁ ଭେଟିବା ପରେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ସରକାରଙ୍କ ଉପରେ ବର୍ଷିଥିଲେ । ବେବିନା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇ ଓଡ଼ିଶାର କ୍ରାଇମବ୍ରାଞ୍ଚ ଶାସକ ଦଳର ନେତାଙ୍କୁ ଘଣ୍ଟ ଘୋଡ଼ାଇବାର ନୂଆ ବ୍ୟବସ୍ଥା ଏବଂ ତଦନ୍ତକାରୀ ସଂସ୍ଥା ଓଡ଼ିଶା ପୁଲିସ ରକ୍ଷକ ବଦଳରେ ଭକ୍ଷକ ସାଜିଛି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ଚଞ୍ଚକତା କରିବାରେ ପ୍ରବୀଣ ନେତୃତ୍ୱ ବୋଲି ସେ ଅଭିଯୋଗ କରି ପ୍ରସଙ୍ଗକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି ବି କହିଥିଲେ । ଘଟଣାର ସିବିଆଇ ତଦନ୍ତ ଦାବି ସହ ବେବିନାର ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ଧର୍ମେନ୍ଦ୍ର ଦାବି କରିଥିଲେ ।
ତେବେ ଧର୍ମେନ୍ଦ୍ରଙ୍କ ସମାଲୋଚନାର କଡ଼ା ଜବାବ ଦେଇଛନ୍ତି ବିଜେଡ଼ି ମୁଖପାତ୍ର ପ୍ରତାପ ଦେବ । ଅତୀତରେ ଗ୍ୟାଙ୍ଗଷ୍ଟର ଧଳସାମନ୍ତଙ୍କୁ ବାଇମୁଣ୍ଡି ଆଖ୍ୟା ଦେଇ ଧର୍ମେନ୍ଦ୍ର କୋଳରେ ବସାଇବା, ବିଜେପୁର ଉପନିର୍ବାଚନରେ ଧର୍ମେନ୍ଦ୍ର ଭୟାବହ ପରିସ୍ଥିତିର ଧମକ ଦେବା ଏବଂ ପରେ ପରେ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେବା, କୁଖ୍ୟାତ ଗ୍ୟାଙ୍ଗଷ୍ଟର ଟିଟୋକୁ ଆଇଓସିଏଲ୍ ର ପେଟ୍ରୋଲ ପମ୍ପ ଦାନ କରିବା ଆଦିକୁ ସେ ମନେ ପକାଇ ଦେଇଛନ୍ତି । ଛତ୍ରପୁର ବିଜେଡ଼ି କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ହତ୍ୟାକାଣ୍ଡରେ ବିଜେପିର ନେତା ଓ କର୍ମୀମାନଙ୍କ ସଂପୃକ୍ତି କଥା ବି ସ୍ମରଣ କରାଇଛନ୍ତି । ଅପରାଧୀମାନଙ୍କ ସହ କୋଳକୋଳି ସମ୍ପର୍କରେ ଥିବା ଧର୍ମେନ୍ଦ୍ର ପ୍ରଧାନ ଅନ୍ୟମାନଙ୍କ ନୈତିକତାର ପାଠ ପଢ଼ାଇବା ଆଗରୁ ନିଜର ନୈତିକତାକୁ ଖୋଜିବା ଆରମ୍ଭ କରନ୍ତୁ । ନୈତିକତା ଥିଲେ, ଅନ୍ୟକୁ ଅଙ୍ଗୁଳି ନିର୍ଦ୍ଦେଶ କରିବା ପୂର୍ବରୁ ନିଜେ କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ଦେବ ଆହ୍ୱାନ କରିଛନ୍ତି ।
ଧର୍ମେନ୍ଦ୍ରଙ୍କ ସିବିଆଇ ତଦନ୍ତ ଦାବି ପ୍ରସଙ୍ଗରେ ଶ୍ରୀ ଦେବ ଇତିଶ୍ରୀ ମାମଲା କଥା ମନେପକାଇଛନ୍ତି । ଏହି ମାମଲାରେ ସିବିଆଇ କୌଣସି ତଥ୍ୟ ପ୍ରମାଣ ନ ପାଇ ଯେତେବେଳେ ତଦନ୍ତ ବନ୍ଦ କରିଦେଲା ଧର୍ମେନ୍ଦ୍ର ପ୍ରଧାନ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି । ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିବା ଆଗରୁ ‘ଗୋଦରୀ ଲୋ ନିଜ ଗୋଡ଼କୁ ଅନା’ ନ୍ୟାୟରେ ଶ୍ରୀ ପ୍ରଧାନ ନିଜ ଦଳର ଚାଳିଚଳନ ଉପରେ ଦୃଷ୍ଟି ଦିଅନ୍ତୁ । ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ରାଜ୍ୟରେ ବିଜେପି ନେତାମାନଙ୍କ ଦ୍ୱାରା ଦୁଷ୍କର୍ମ ଓ ନାରୀ ନିର୍ଯାତନାର ଥୋଇଛନ୍ତି ବିଜେଡ଼ି ମୁଖପାତ୍ର । କେନ୍ଦ୍ରମନ୍ତ୍ରୀ ଆଗ ଏହାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେ କହିଛନ୍ତି ।
Previous Post

ମନ୍ତ୍ରୀପଦରୁ ଗଲେ ପ୍ରଦୀପ ମହାରଥୀ

Next Post

ବିଜେଡ଼ି ନେତ୍ରୀମାନଙ୍କ ଇଜ୍ଜତକୁ ବାଜି ଲଗାଇଲା ପଣ୍ଡା ମିଡ଼ିଆ

Next Post
ବିଜେଡ଼ି ନେତ୍ରୀମାନଙ୍କ ଇଜ୍ଜତକୁ ବାଜି ଲଗାଇଲା ପଣ୍ଡା ମିଡ଼ିଆ

ବିଜେଡ଼ି ନେତ୍ରୀମାନଙ୍କ ଇଜ୍ଜତକୁ ବାଜି ଲଗାଇଲା ପଣ୍ଡା ମିଡ଼ିଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA