Monday, May 25, 2026 02:55 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡ଼ି ନେତ୍ରୀମାନଙ୍କ ଇଜ୍ଜତକୁ ବାଜି ଲଗାଇଲା ପଣ୍ଡା ମିଡ଼ିଆ

by Our Correspondent
08 Jan, 2019- 11:22 AM
in Latest News, News
1 min read
0
ବିଜେଡ଼ି ନେତ୍ରୀମାନଙ୍କ ଇଜ୍ଜତକୁ ବାଜି ଲଗାଇଲା ପଣ୍ଡା ମିଡ଼ିଆ
ଭୁବନେଶ୍ୱର: ରାଜ୍ୟ ବିଜେଡ଼ି ଶାସନରେ ନାରୀମାନେ ସୁରକ୍ଷିତ ନାହାନ୍ତି । ସେମାନଙ୍କ ଉପରେ ନିର୍ଯାତନା ବଢ଼ିଚାଲିଛି । ବୈଜୟନ୍ତ ପଣ୍ଡାଙ୍କ ପରିବାର ମାଲିକାନାରେ ଥିବା ଟିଭି ଏବେ ପ୍ରତିଦିନ ଏଭଳି ଖବରକୁ ଧରି ତୁମ୍ବିତୋଫାନ କରୁଛି । ମହିଳାମାନଙ୍କୁ ନ୍ୟାୟ ଓ ସମ୍ମାନ ମିଳୁ ବୋଲି ଚିଲୋଉଛି । ହେଲେ ପଣ୍ଡାଙ୍କ ମିଡ଼ିଆ ସଂସ୍ଥା ଏହି ମହିଳାମାନଙ୍କ ଇଜ୍ଜତ ସହ କେମିତି ଖେଳିପାରେ ତାହାର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି । ଦିଲ୍ଲୀ “କୃଷକ ଅଧିକାର ଯାତ୍ରା’ ଯାତ୍ରାରେ ଯାଇଥିବା ବିଜେଡ଼ିର ମହିଳା ନେତ୍ରୀମାନଙ୍କ ଉଦ୍ଦେଶ୍ୟରେ ସଂସ୍ଥାର ୱେବ୍ ପୋର୍ଟାଲ୍ ରେ ଅତ୍ୟନ୍ତ ଅରୁଚିକର କଥା ଲେଖାଯାଇଛି । ବିଜେଡ଼ିର କିଛି ଆଗଧାଡ଼ିର ବିଧାୟକ ଓ ନେତା ଦିଲ୍ଲୀ ପଞ୍ଚତାରକା ହୋଟେଲରେ କୁଆଡେ ସୁରାସାକିରେ ମଦମସ୍ତ ଅଛନ୍ତି ଏବଂ ଦଳର ଆଶାୟୀ ନେତ୍ରୀମାନେ ଏହି ଯୁବନେତାମାନଙ୍କୁ ଭେଟିବାକୁ ଭିଡ଼ ଜମେଇଛନ୍ତି । ଏହାର ଏକ କାର୍ଟୁନ୍ ଚିତ୍ର ବି କରାଯାଇଛି । ଏହା ବି ଲେଖାଯାଇଛି ଯେ ଆନ୍ଦୋଳନ ଆଳରେ ମହିଳା, ଯୁବ ଓ ଛାତ୍ର ନେତାମାନେ ମଉଜମସ୍ତି ଓ ପିକନିକ୍ କରିବାକୁ ଯାଇଛନ୍ତି । ୪୦ ଘଣ୍ଟାର ଦିଲ୍ଲୀ ଯାତ୍ରା ବେଳେ ଟ୍ରେନ୍ ଭିତରେ ଭରପୁର ମଉଜମସ୍ତି କରିଛନ୍ତି ।
ଅତି ସାଧାରଣ ଭାବେ ବୁଝିଲେ, ଏହି ଲେଖାରେ ବିଜେଡ଼ି ମହିଳା ନେତ୍ରୀମାନଙ୍କ ଇଜ୍ଜତକୁ ବାଜି ଲଗାଯାଇଛି । ନିର୍ଦ୍ଦିଷ୍ଟ ଭାବେ କେଉଁ ଟିକେଟ ଆଶାୟୀ ମହିଳା କେଉଁ ଯୁବନେତାଙ୍କୁ ପ୍ରଲୋଭନ କରିବାକୁ ଭିଡ଼ ଜମାଇଛନ୍ତି ତଥ୍ୟ ପ୍ରମାଣ ସହ ଲେଖିଥିଲେ ଆପତ୍ତି ନ ଥାଆନ୍ତା । ମାତ୍ର ୨୦୦ ବିଜେଡ଼ି ନେତ୍ରୀ ଦିଲ୍ଲୀ ଯାଇଥିବା ଦର୍ଶାଇ ସମସ୍ତଙ୍କ ଉଦ୍ଦେଶ୍ୟରେ ଅରୁଚିକର ଲେଖା ଲେଖିବା ଓ ତାହାକୁ ‘ଚର୍ଚ୍ଚା’, ‘କୁଆଡେ’ର ଆଖ୍ୟା ଦେଇ ମହିଳାଙ୍କ ଇଜ୍ଜତ ସହ ଖେଳ ଖେଳିବା ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ବୁଦ୍ଧିଜୀବୀ ମହଲକୁ ଏହା ଅତ୍ୟନ୍ତ ଲଜ୍ଜିତ କରିଛି । ବିଜେଡ଼ିର ମହିଳା ନେତ୍ରୀଙ୍କୁ ଉପଭୋଗ୍ୟର ମାଧ୍ୟମ ବୋଲି ବିବେଚନା କରିବାର ଦୁଃସାହାସ ପଣ୍ଡା ମିଡ଼ିଆ ସଂସ୍ଥାର କେମିତି ହେଲା ବୋଲି ପ୍ରଶ୍ନ ଉଠିଛି ।
ମହିଳାଙ୍କ ସମ୍ମାନ ଓ ଇଜ୍ଜତ ପରିବା ହାଟର ଆଳୁ, ପିଆଜ ନୁହେଁ । ମହିଳାଙ୍କ ସମ୍ମାନ ଭଳି ସ୍ପର୍ଶକାତର ପ୍ରସଙ୍ଗରେ ଏଭଳି ଛନଛନିଆ ଖବର କରିବା ଓ ‘ଗସିପ୍’ ଗଳି ରେ ସ୍ଥାନିତ କରୁଥିବା ଗଣମାଧ୍ୟମର ଚରିତ୍ର ଓ ମାନସିକତା କେଉଁସ୍ତରର ତାହା ସଚେତନ ନାଗରିକଙ୍କୁ ଆନ୍ଦୋଳିତ କରିଛି । ପୂର୍ବରୁ ଏହି ‘ଗସିପ୍ ଗଳି’ ରେ ବହୁ ନେତା ଓ ଅଫିସରଙ୍କ ଚରିତ୍ର ସଂହାର କରାଯାଇଛି । ଶୁଣାକଥା ନାଁରେ ସେମାନଙ୍କ ବେଡ଼ରୁମ୍ ଭିତର କଥା ଲେଖିବାକୁ ବି ପଛାଇନାହିଁ ଏହି ସଂସ୍ଥା । କିଛି ନିର୍ଦ୍ଦିଷ୍ଟ ସାମ୍ବାଦିକଙ୍କର ବି ଚରିତ୍ର ସଂହାର କରାଯାଇଛି ।
କାହାର ସାଧୁତା ଓ ବ୍ୟକ୍ତିଗତ ଚରିତ୍ର ବିରୋଧରେ ଲେଖିଲା ବେଳେ ଟିକନିକ ପ୍ରମାଣପତ୍ର ନିହାତି ଦରକାର । ସାମ୍ବାଦିକତାର ଏହି ପାଠକୁ ତଥାକଥିତ ବଡ଼ ସଂସ୍ଥାର ବିଜ୍ଞ ମାଲିକ ଓ ବିଜ୍ଞ ସାମ୍ବାଦିକଙ୍କୁ ଅବୁଝା ନାହିଁ । ମାତ୍ର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ସାମ୍ବାଦିକତାକୁ ଅତି ହୀନସ୍ତରକୁ ନେବା ବିଭିନ୍ନ ମହଲରେ ଚର୍ଚ୍ଚାର ବିଷୟ ହୋଇଛି । ଯେଉଁ ସଂସ୍ଥାର ମୁଖ୍ୟ ଜଣେ ମହିଳା ସେହି ସଂସ୍ଥାଠାରୁ ମହିଳାଙ୍କ ଇଜ୍ଜତ ରକ୍ଷା ବେଶୀ ଆଶା କରିବା କଥା ବୋଲି କୁହାଯାଉଛି ।
Previous Post

ରାଜନୀତି ପଶାବାଲିରେ ବେବିନା: ଧର୍ମେନ୍ଦ୍ର-ପ୍ରତାପ ମୁହାଁମୁହିଁ

Next Post

ଚାଷୀର ହକ୍ ମାଗି ଦିଲ୍ଲୀରେ ତାକତ୍ ଦେଖାଇଲେ ନବୀନ

Next Post
ଚାଷୀର ହକ୍ ମାଗି ଦିଲ୍ଲୀରେ ତାକତ୍ ଦେଖାଇଲେ ନବୀନ

ଚାଷୀର ହକ୍ ମାଗି ଦିଲ୍ଲୀରେ ତାକତ୍ ଦେଖାଇଲେ ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA