Friday, April 17, 2026 08:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ମହାନଦୀ ନାଁରେ ବିଜେଡ଼ିର ଚାଲବାଜି

by Our Correspondent
12 Nov, 2016- 11:06 AM
in Politics
1 min read
0
ମହାନଦୀ ନାଁରେ ବିଜେଡ଼ିର ଚାଲବାଜି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମହାନଦୀ ପାଇଁ ଛାତି ଫଟାଉଥିବା ବିଜୁ ଜନତା ଦଳ ହୀରାକୁଦରୁ ପାରାଦ୍ୱୀପ ଯାଏଁ ମାନବଶୃଙ୍ଖଳ କରିବ । ୫୦ ଲକ୍ଷ କର୍ମୀଙ୍କୁ ସାମିଲ କରାଇ ଓଡ଼ିଶାର ସ୍ୱର ଦିଲ୍ଲୀରେ ପହଞ୍ଚାଇବ । ଆଇଡିଆ କେହି ଖରାପ ବୋଲି କହୁନାହାନ୍ତି । ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ଏଭଳି ଲଢ଼େଇକୁ ସମସ୍ତେ ସ୍ୱାଗତ କରୁଛନ୍ତି । ତେବେ ବିଜେଡ଼ି ଘୋଷିତ ଏହି ମାନବଶୃଙ୍ଖଳ ପଛର ବାସ୍ତବ ସତ୍ୟ ଅଲଗା କଥା କହୁଛି । ପଞ୍ଚାୟତ ନିର୍ବାଚନ ପାର୍ ପାଇଁ ବିଜୁ ଜନ୍ମ ଶତବାର୍ଷିିକୀ ପାଳନକୁ ଢ଼ାଲ କରିଥିଲା ବିଜେଡ଼ି । ସରକାରୀ ଟଙ୍କାରେ ମାନବଶୃଙ୍ଖଳ କରି ବିଜୁବାବୁଙ୍କୁ ସମ୍ମାନ ଜଣାଇବାର ଯୋଜନା ବହୁ ପୂର୍ବରୁ ହୋଇସାରିଥିଲା । ତେବେ ହଠାତ ମହାନଦୀ ପ୍ରସଙ୍ଗ ଚାଲିଆସିବାରୁ ବିଜେଡ଼ି ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ବସିଛି । ମାଛ ତେଲରେ ମାଛ ଭାଜିଲା ଭଳି ସରକାରୀ ଅର୍ଥରେ ଦଳ ଉଭୟ ପଞ୍ଚାୟତ ଓ ମହାନଦୀ ସଂଗ୍ରାମ ପାର୍ ହୋଇଯିବାକୁ ବାଟ ପାଇଛି ।

ସମସ୍ତେ ଜାଣିଛନ୍ତି ଯେ ଏବେ ବିଜୁବାବୁଙ୍କ ଜନ୍ମଶତବାର୍ଷିକୀକୁ ଧୂମଧାମ ପାଳନ କରୁଛି ବିଜେଡ଼ି । ତାହା ପୁଣି ଖୋଦ୍ ରାଜ୍ୟବାସୀଙ୍କ ଝାଳ ଅର୍ଜିତ ସରକାରୀ ପଇସାରେ । ଖାଲି ରାଜ୍ୟ ନୁହେଁ ରାଜ୍ୟ ବାହାରେ ଓ ବିଦେଶର ମଧ୍ୟ ସରକାରୀ ଭାବେ ଏହା ପାଳନ କରାଯାଉଛି । ଏଥିପାଇଁ ବଜେଟ୍ ରେ ୨ କୋଟି ଟଙ୍କାର ବ୍ୟବସ୍ଥା ବି କରାଯାଇଛି । ସରକାରଙ୍କ ଦ୍ୱାରା ପ୍ରକାଶିତ “ବିଜୁ ପଟ୍ଟନାୟକ ଜନ୍ମଶତବାର୍ଷିକୀ-୨୦୧୬ ବର୍ଷତମାମ ପ୍ରସ୍ତାବିତ କାର୍ଯ୍ୟକ୍ରମ’ ରେ ରହିଥିବା ଏଜେଣ୍ଡାରେ ଅଛି ରାଜ୍ୟବ୍ୟାପୀ ମାନବଶୃଙ୍ଖଳ ଆୟୋଜନ । ନଭେମ୍ବର ୨୦୧୬ ରେ ଏହି ମାନବଶୃଙ୍ଖଳ କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିରୀକୃତ ହୋଇଥିଲା । ପଞ୍ଚାୟତିରାଜ ବିଭାଗ ଏହାର ଆୟୋଜନ ଦାୟିତ୍ୱ ନେଇଥିଲା । ସରକାର ଛାପିଥିବା ଏହି ବୁକଲେଟ୍ ପୃଷ୍ଠା ୯ କୁ ଗଲେ ପାଠକେ ଏହା ଦେଖିପାରିବେ । ସ୍ମରଣଯୋଗ୍ୟ, ମାର୍ଚ୍ଚ ୫ ତାରିଖରୁ ପାଳନ ହେଉଥିବା ବିଜୁ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମର ବର୍ଷତମାମ କାର୍ଯ୍ୟସୂଚୀ ଏହି ବୁକଲେଟ୍ ରେ ସ୍ଥାନିତ ହୋଇଛି । ଅର୍ଥାତ୍ ୨୦୧୬ ମାର୍ଚ୍ଚ ୫ ପୂର୍ବରୁ ବିଜୁବାବୁଙ୍କ ସ୍ମରଣେ ସାରା ରାଜ୍ୟରେ ମାନବଶୃଙ୍ଖଳ ଯୋଜନା ପ୍ରସ୍ତୁତ ହୋଇଥିଲା ।

ଏବେକୁ ଦେଖିଲେ ମହାନଦୀ ପ୍ରସଙ୍ଗ ଆସିଲା ତିନି ମାସ ତଳେ । ଆଉ ବିଜେଡ଼ି ସରକାର ମହାନଦୀ ପ୍ରସଙ୍ଗରେ ଲୋକଙ୍କ ମନ ଜିଣିବା ପାଇଁ ବିଜୁ ଶତବାର୍ଷିକୀ ପାଳନର ପୂର୍ବ ନିର୍ଦ୍ଧାରିତ ମାନବଶୃଙ୍ଖଳ କାର୍ଯ୍ୟକ୍ରମକୁ ଚତୁରତାର ସହ ମହାନଦୀ ସହ ଯୋଡି ଦେଇଛି । ମହାନଦୀ ବଞ୍ଚେଇବା ପାଇଁ ମାନବଶୃଙ୍ଖଳ କରାଯିବ ବୋଲି ଘୋଷଣା କରିଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମର ବିଜୁ ସ୍ମୃତି ପାଳନ ସହ ମହାନଦୀକୁ ଯୋଡି ମାଛ ତେଲରେ ମାଛ ଭାଜିଛି । ପଞ୍ଚାୟତିରାଜ ବିଭାଗ କଳବଳ ଖଟାଇ ୫୦ ଲକ୍ଷ ଲୋକଙ୍କୁ ମାନବଶୃଙ୍ଖଳରେ ଛିଡ଼ା କରାଇବ । ମହାନଦୀ ବଞ୍ଚାଓ ନାରା ଦେବ । ସାଙ୍ଗକୁ ବିଜୁ ସ୍ୱପ୍ନ କଥା କହି ପଞ୍ଚାୟତ ନିର୍ବାଚନ ଭୋଟ ଭିକ୍ଷା କରିବ । ମହାନଦୀ ପାଇଁ ବିଜେଡ଼ିର ଏହା କେବଳ କୁମ୍ଭୀର କାନ୍ଦଣା ନୁହେଁ ବରଂ ନିରୀହ ରାଜ୍ୟବାସୀଙ୍କୁ ପୁଣି ଥରେ ଭକୁଆ ଓ ବିଶ୍ୱାସଘାତକତା କରିଛନ୍ତି ନବୀନ ସରକାର ।

Previous Post

ପାଲ୍ ବାବୁଙ୍କ ପାଲରେ ସଚିବାଳୟ ବାବୁ

Next Post

ପ୍ରସାଦ-ହରିପ୍ରସାଦ ଯୋଡିକୁ ବ୍ରେକ୍

Next Post
ପ୍ରସାଦ-ହରିପ୍ରସାଦ ଯୋଡିକୁ ବ୍ରେକ୍

ପ୍ରସାଦ-ହରିପ୍ରସାଦ ଯୋଡିକୁ ବ୍ରେକ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA