Friday, April 17, 2026 09:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ପାଲ୍ ବାବୁଙ୍କ ପାଲରେ ସଚିବାଳୟ ବାବୁ

by Our Correspondent
11 Nov, 2016- 05:28 AM
in News
1 min read
0
ପାଲ୍ ବାବୁଙ୍କ ପାଲରେ ସଚିବାଳୟ ବାବୁ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମାଲକାନଗିରି ପୌରପାଳିକା ଏକଜ୍ୟୁଟିଭ୍ ଅଫିସର ସେଠାରେ ୧୦ ବର୍ଷରୁ ଅଧିକ କାଳ ରହିଲେଣି । ମାତ୍ର କି ରସ ଲାଗିଛି କେଜାଣି ସେଠାରୁ ସେ ବଦଳି ହେବାକୁ ମନ କରୁନାହାନ୍ତି କି ସରକାର ତାଙ୍କୁ ବଦଳି କରିବାକୁ ଚାହୁଁନାହାନ୍ତି । ପୌରପାଳିକାକୁ ସ୍ଥାଣୁ କରାଇ ତାଙ୍କର ଯାବତୀୟ ଅସାଧୁ କାଣ୍ଡକାରଖାନା ଖୋଦ୍ ଜିଲ୍ଲାପାଳଙ୍କୁ ବ୍ୟସ୍ତବିବ୍ରତ କରିଛି । ତାଙ୍କୁ ତୁରନ୍ତ ବଦଳି କରିବାକୁ ନିକଟରେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କୁ ଅନୁରୋଧ କରିବା ସତ୍ତ୍ୱେ ନଗର ଉନ୍ନୟନ ବିଭାଗ ଗାଲେଇ ଯାଇଛନ୍ତି । ଅଦୃଶ୍ୟ କାରଣରୁ ବିଭାଗୀୟ ସଚିବଙ୍କ ଅଫିସରୁ ଫାଇଲ୍ ଖସିପାରୁନି ।

ମାଲକାନଗିରି ପୌରପାଳିକା ଏକଜ୍ୟୁଟିଭ୍ ଅଫିସର ଶ୍ରୀଯୁକ୍ତ କେ.ସି.ପାଲ୍ ଜଣେ କରିତକର୍ମା ବାବୁ । ନିତିଦିନ କଞ୍ଚା ଦି ପଇସା ଅଣ୍ଟିରେ ହାତେଇବାର କଳାକୌଶଳରେ ଯେତିକି ନିପୂଣ ସେତିକି ଧୂରନ୍ଧର । ଦୀର୍ଘ ବର୍ଷ ଧରି ଗୋଟିଏ ଜାଗାରେ ରହିବା ଯୋଗୁଁ ସରକାରୀ କଳକୁ ନିଜ ନିୟନ୍ତ୍ରଣରେ ରଖିଛନ୍ତି । ନିଜର ସ୍ୱତନ୍ତ୍ର ବାହିନୀ ଜରିଆରେ ପୌରପାଳିକାକୁ ଆସୁଥିବା କୋଟି କୋଟି ଟଙ୍କାର ମୁନାଫା ଗୋଟାଉଥିବାର ଥାକ ଥାକ ଅଭିଯୋଗ ରହିଛି ପାଲ୍ ବାବୁଙ୍କ ନାଁରେ । ମାଲକାନଗିରିର କରୁଣ ଚତ୍ର ବଦଳାଇବାରେ ବେଶ୍ ମାଇନା ରଖୁଥିବା ପୌରପାଳିକା ଏଭଳି ଜଣେ ଅପାରଗ ଅଧିକାରୀଙ୍କ ଯୋଗୁଁ ପଥଭ୍ରଷ୍ଟ ହୋଇଯାଇଛି । ପୌରପାଳିକାର ଉନ୍ନୟନ କାର୍ଯ୍ୟ ଠପ୍ ହୋଇଯାଇଛି କହିଲେ ଚଳେ । ମଶା ଡାଉଁସରେ ଭର୍ତ୍ତି ମାଲକାନଗିରିର ପୌରପାଳିକା ଅଞ୍ଚଳକୁ ସରକାରୀ ଯୋଜନା ପହଞ୍ଚାଇବାରେ ଏକଜ୍ୟୁଟିଭ୍ ଅଫିସରଙ୍କ ମନ୍ଦ ଉଦ୍ଦେଶ୍ୟ ବିରାଟ ପ୍ରତିବନ୍ଧକ ହୋଇରହିଛି । ଲୋକଙ୍କ ଉନ୍ନୟନ କାର୍ଯ୍ୟ ଚିନ୍ତା ଛାଡି ନିଜର ଓ ସ୍ୱାର୍ଥନ୍ୱେଷୀ ଗୋଷ୍ଠୀର ପକେଟ୍ ଚିନ୍ତାରେ ସମୟ ବିତିଯାଉଛି ତାଙ୍କର ।

ଜାପାନୀ ଏନସେଫାଇଲଟିସ୍ ଓ ଏଇଏସ୍ ରୋଗ କେବଳ ମାଲକାନଗିରି ପୂରପଲ୍ଲୀ ନୁହେଁ, ବରଂ ପୌରପାଳିକା ଅଞ୍ଚଳରେ ମଧ୍ୟ ଭୟଙ୍କର ରୂପ ଧାରଣ କରିଛି । ଖାଲି ଜେଇ କି ଏଇଏସ୍ ନୁହେଁ, ବର୍ଷ ତମାମ ଅସ୍ୱାସ୍ଥ୍ୟକର ପରିବେଶରେ ବଞ୍ଚୁଥିବା ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଜୀବନ ହାରୁଛନ୍ତି । ମାତ୍ର ସ୍ଥିତି ପ୍ରତି ପୌରପାଳିକାର ଆଡ ଆଖି ପଛରେ ଏକଜ୍ୟୁଟିଭ୍ ଅଫିସର ପାଲ୍ ବାବୁଙ୍କର ଉଦାସୀନତାକୁ ଖୋଦ୍ ଜିଲ୍ଲାପାଳ ହୃଦୟଙ୍ଗମ କରିଛନ୍ତି । ମାଲକାନଗିରିର ସାମ୍ପ୍ରତିକ ସଙ୍ଗୀନ ସ୍ଥିତି ଜିଲ୍ଲାପାଳଙ୍କୁ ଅଧିକ ଅତିଷ୍ଠ କରିଛି । ତୁରନ୍ତ ତାଙ୍କର ବଦଳି ପାଇଁ ଗତ ସପ୍ତାହରେ ସେ ନଗର ଉନ୍ନୟନ ବିଭାଗକୁ ଏକ ଚିଠି ଲେଖିଛନ୍ତି । ମାତ୍ର ଜିଲ୍ଲାପାଳଙ୍କ ଏହି ଚିଠି ନଗର ଉନ୍ନୟନ ବିଭାଗ ଆଲମାରୀ ଭିତରେ ଚାପି ହୋଇଯାଇଛି । ବିଭାଗୀୟ ଅଧିକାରୀମାନେ ଏହି ଚିଠିଟିକୁ ଆଦୌ ଗୁରୁତ୍ୱ ଦେଉନାହାନ୍ତି । ବରଂ ସମୟ ଗଡ଼ାଇ କେଉଁଭଳି ଭାବେ ପାଲ୍ ବାବୁଙ୍କୁ ସୁରକ୍ଷା ଦିଆଯାଇପାରିବ ସେ ଯୋଜନାରେ ଅଛନ୍ତି । ପାଲ୍ ବାବୁଙ୍କ ଚେର୍ ସଚିବାଳୟକୁ ଖାଲି ଲମ୍ବିନି ବରଂ ଟାଣ ହୋଇ ରହିଥିବା ଏଥିରୁ ସ୍ପଷ୍ଟ ବୁଝାପଡୁଛି । ସଚିବାଳୟ ବାବୁମାନଙ୍କ ମନଖୁସି କରାଇପାରୁଥିବାରୁ ଏଭଳି ସମ୍ଭବ ହେଉଥିବା ବୁଝିହେଉଛି । ଏ ସମ୍ପର୍କରେ ଆମେ ନଗର ଉନ୍ନୟନ ବିଭାଗର ସଚିବଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ । ମାତ୍ର ତାହା ସମ୍ଭବ ହୋଇ ନ ଥିଲା । ନା ତାଙ୍କୁ ଅଫିସରେ ଭେଟ ମିଳିଥିଲା ନା ମୋବାଇଲ୍ ଫୋନ୍ ରେ ।

Previous Post

ବିଶୃଙ୍ଖଳାର ଜୟ ?

Next Post

ମହାନଦୀ ନାଁରେ ବିଜେଡ଼ିର ଚାଲବାଜି

Next Post
ମହାନଦୀ ନାଁରେ ବିଜେଡ଼ିର ଚାଲବାଜି

ମହାନଦୀ ନାଁରେ ବିଜେଡ଼ିର ଚାଲବାଜି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA