Friday, April 17, 2026 11:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ବିଶୃଙ୍ଖଳାର ଜୟ ?

by Our Correspondent
10 Nov, 2016- 06:29 AM
in Politics
1 min read
0
ବିଶୃଙ୍ଖଳାର ଜୟ ?

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବିଜେଡିରେ କିଏ ବିଶୃଙ୍ଖଳା ସୃଷ୍ଟି କରିଛି ? ବୈଜୟନ୍ତ ‘ଜୟ’ ପଣ୍ଡା ନା ଅତନୁ ସବ୍ୟସାଚୀ ନାୟକ ? ଏ ପ୍ରଶ୍ନ ଏବେ ବିଜେଡି ମହଲରେ ଉଙ୍କି ମାରିଛି । ପୂର୍ବରୁ ବୈଜୟନ୍ତ, ମୋଦିଙ୍କ ସପକ୍ଷରେ ଘନଘନ ଟୁଇଟ୍ କରିଥିଲେ ମଧ୍ୟ ଦଳ ନୀରବ ରହିଥିଲା । କେବଳ ସାଂସଦ ନୁହନ୍ତି, ସେ ଜଣେ ବ୍ୟବସାୟୀ ମଧ୍ୟ ହୋଇଥିବାରୁ ନିଜର ବ୍ୟାବସାୟିକ ସ୍ୱାର୍ଥ ପାଇଁ ମୋଦିଙ୍କୁ ସମର୍ଥନ କରୁଥାଇ ପାରନ୍ତି ବୋଲି ବିଜେଡି ମହଲରେ କଥା ଖେଳିଥିଲା । କାରଣ ତାଙ୍କର କଂପାନୀ ପାଇଁ ପରିବେଶ ମଂଜୁରୀଠାରୁ ଆରମ୍ଭ କରି ରପ୍ତାନୀ, ଆମଦାନୀ ସବୁ କେନ୍ଦ୍ର ସରକାର ହାତରେ ରହିଛି । ନିଜ ସ୍ୱାର୍ଥ ପାଇଁ ଯଦି ଜଣେ ମୋଦିଙ୍କୁ ସମର୍ଥନ କରେ, ତେବେ ତାହା ଗର୍ହିତ ଅପରାଧ ନୁହେଁ ବୋଲି ଦଳ ଧରି ନେଇଥିଲା । ତେବେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ମହାକାଳପଡାରେ ଯେଉଁ ମାରପିଟ୍ ଘଟଣା ଘଟିଲା, ତାହା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ମୋଦିଙ୍କୁ ସମର୍ଥନ କରିବାରେ କାହାର ଆପତ୍ତିି ନଥିଲା, ତେବେ ମୋଦି ବଢ଼ିବା ପାଇଁ ନବୀନଙ୍କୁ ପାନେ ଦେବା ପାଇଁ ଚକ୍ରାନ୍ତ ଆରମ୍ଭ ହୋଇଛି କି ? ଏ ପ୍ରଶ୍ନ ମଧ୍ୟ ଉଙ୍କି ମାରିଲାଣି ? ଶୃଙ୍ଖଳା କିଏ ଭାଙ୍ଗିଛି ? ଜୟ ନା ଅତନୁ ? ଏ ପ୍ରଶ୍ନ ଏବେ ବିଜେଡି କର୍ମୀଙ୍କୁ ଘାରିଛି । ଘରର ମୁରବୀଙ୍କ ଆଗରେ ଯେପରି “ୟେ ମୋ ସମର୍ଥକ, ସିଏ ତୋ ସମର୍ଥକ”, “ଜିନ୍ଦାବାଦ, ମୁର୍ଦ୍ଦାବାଦ”ର ନାରା ଦିଆଗଲା, ତାହା ଅନେକଙ୍କୁ ତଟସ୍ଥ କରିଛି । ମୋଦି ମନର କଥା “ମନ୍ କୀ ବାତ୍” ମାଧ୍ୟମରେ ଜଣାଉଥିବା ବେଳେ ଜୟ୍ ମନର କଥା ଟୁଇଟର ମାଧ୍ୟମରେ ଜଣାନ୍ତି । ଏକଥା କାହାକୁ ଅଛପା ନୁହେଁ । ମହାକାଳପଡା ସଭାର ଠିକ୍ ପୂର୍ବଦିନ (୭ ତାରିଖ) ଦିନ ହଠାତ୍ ଜୟ ପଣ୍ଡାଙ୍କୁ ଟୁଇଟର ହାଣ୍ଡଲ୍ ଟୁଁ ଟୁଁ ବୋବେଇ ଉଠିଲା । ମହାକାଳପଡା ସଭାକୁ ସେ ସମସ୍ତ ବିରୋଧ ସତ୍ତ୍ୱେ ଯାଉଛନ୍ତି ବୋଲି ସଦର୍ପ ଘୋଷଣା କଲେ । ଏ “ବିରୋଧ” କୁଆଡୁ ଆସିଲା, ତାହା ଏବେ ସେ କହିବା ନିହାତି ଦରକାର । ତା’ପରେ ମହାକାଳପଡା ସଭା ଦିନ ସକାଳୁ ୩ଟି ଟ୍ୱିଟ୍ କଲେ ବୈଜୟନ୍ତ । କହିଲେ “ନୈତିକତା ଦୃଷ୍ଟିରୁ ଇସ୍ତଫା ଦେଇଥିବା ଜଣେ “କଲିଗ୍’ ଗୁଣ୍ଡା ନିୟୋଜିତ କରିଛନ୍ତି, କିନ୍ତୁ ସେ ଏହାକୁ ନ ଡରି ନିଶ୍ଚିତ ଯିବେ । ଏଥରୁ ଜଣା ପଡୁଛି ଯେ ପବ୍ଲିକ ପ୍ଲାଟଫର୍ମରେ ଜୟ ଖୋଲାଖୋଲି ଯୁଦ୍ଧ ଘୋଷଣା କରିଥିଲେ । ନବୀନଙ୍କୁ ଲୋକ ହାତ ହଲାଉଥିବାର ଭିଜୁଆଲ୍ କପି କରି ଜୟ ମଧ୍ୟ ତାଙ୍କ ଚ୍ୟାନେଲରେ ଦେଖାଇଲେ । ନବୀନଙ୍କ ଜାଗାରେ ସେ ହାତ ହଲାଉଥିବାକୁ ଯୋଡି ଦିଆଗଲା । ରାଜନୀତି କେତେ ତଳକୁ ଯାଇ ପାରେ, ତା’ର ଏହା ଏକ ନିଦର୍ଶନ । ଆହୁରି ପାଦେ ଆଗକୁ ଯାଇ, ତାଙ୍କ ଚ୍ୟାନେଲ୍ ଦେଖାଇଲା ଯେ ପ୍ରତି ଜିଲ୍ଲାରେ ଏବେ ବିଜେଡି ଦୁଇଫାଳ । ଏଥିରୁ କାହାର ଲାଭ ହେଲା ? କିନ୍ତୁ ବିଜେଡିର ତ କ୍ଷତି ହୋଇଛି ଜରୁର୍ ।

ଅନ୍ୟ ପକ୍ଷରେ ଅତନୁଙ୍କୁ ମଧ୍ୟ ଉତ୍ତର ଦେବାକୁ ପଡିବ । ସେ ବୈଜୟନ୍ତଙ୍କୁ ବିରୋଧ କରିବା ପାଇଁ ଗୁଣ୍ଡା ନିୟୋଜିତ କରିଥିଲେ କି ? ଜୟଙ୍କ କହିବା ମୁତାବକ ସଭାକୁ ନଯିବା ପାଇଁ ଯଦି ପୁଲିସ ତାଙ୍କୁ ବାରଣ କରିଥିଲା, ତେବେ ପୁଲିସକୁ ଅତନୁ ସେମିତି କିଛି ନିର୍ଦ୍ଦେଶ ଦେଇଥିଲେ କି ? ଶୃଙ୍ଖଳା କମିଟି ବୈଠକରେ ଏ ପ୍ରସଙ୍ଗ ମଧ୍ୟ ଉତଥାପିତ ହୋଇ ପାରେ । ସବା ଶେଷରେ ଏ କଳିରେ ଦାମ ରାଉତ ମୁଣ୍ଡ ପୂରାଇ ଯେଉଁ କଜଳପାତିଆ ଭଦ୍ରଲୋକ ସାଜିଲେ, ତାହା କେତେଦୂର ଶୃଙ୍ଖଳିତ ଆଚରଣ ? ଯଦି ଏ ଶୃଙ୍ଖଳା ରକ୍ଷା ପାଇଁ କାର୍ଯାନୁଷ୍ଠାନ ନିଆ ନଯାଏ, ତେବେ ବିଶୃଙ୍ଖଳାର ଜୟ ହେଲା ବୋଲି ବିଚାର କରାଯିବ ।

Previous Post

ବାୟା କରିଦେଲା ମୋଦି ଷ୍ଟ୍ରୋକ୍

Next Post

ପାଲ୍ ବାବୁଙ୍କ ପାଲରେ ସଚିବାଳୟ ବାବୁ

Next Post
ପାଲ୍ ବାବୁଙ୍କ ପାଲରେ ସଚିବାଳୟ ବାବୁ

ପାଲ୍ ବାବୁଙ୍କ ପାଲରେ ସଚିବାଳୟ ବାବୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA