Saturday, April 18, 2026 12:55 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ବାୟା କରିଦେଲା ମୋଦି ଷ୍ଟ୍ରୋକ୍

by Our Correspondent
09 Nov, 2016- 07:05 AM
in Politics
1 min read
0
ବାୟା କରିଦେଲା ମୋଦି ଷ୍ଟ୍ରୋକ୍

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ମଧ୍ୟରାତ୍ରରୁ ଅଚଳ ହୋଇଯାଇଛି ୫୦୦ ଟଙ୍କିଆ ଓ ୧୦୦୦ ଟଙ୍କିଆ ନୋଟ୍ । ଗତକାଲି ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଚାନକ ଏହି ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି । କଳାଧନ ରୋକିବା ପାଇଁ ମୋଦିଙ୍କ ଏଭଳି ସାହସିକ ପଦକ୍ଷେପ ଏକ ନୂଆ ଯୁଗ ଆରମ୍ଭ କରି ଇତିହାସ ରଚିଛି । ମୋଦିଙ୍କର ଏଭଳିି ତଥାକଥିତ ସର୍ଜିକାଲ୍ ଷ୍ଟ୍ରାଇକ୍ କଳାଧନ ଠୁଳକାରୀଙ୍କ ନିଦ ହଜାଇ ଦେଇଥିଲା ବେଳେ ଗରିବ ମଧ୍ୟବିତ୍ତଙ୍କୁ ଖୁସି କରାଇ ଦେଇଛି । କଳାଧନ ରୋକିବା ସହ ଦେଶରୁ ଆତଙ୍କବାଦ ଓ ମାଓ ଉଗ୍ରବାଦ ନିପାତ ପାଇଁ ମୋଦିଙ୍କ ହତିଆରକୁ ବେଶ୍ ବାହାବା ମିଳିଛି ।

ଦେଶର ବିକାଶରେ କଳାଧନ ସବୁବେଳେ ବଡ଼ ବାଧକ ସାଜିଛି । ମାତ୍ର ୧୦ ରୁ ୧୫ ପ୍ରତିଶତ ଲୋକଙ୍କ ହାତରେ ପ୍ରଚୁର ଟଙ୍କା ଠୁଳ ଥିବା ବେଳେ ଅବଶିଷ୍ଟ ଲୋକ ଭଲକରି ଗଣ୍ଡେ ଖାଇ ଜୀବନ ଜୀଇଁପାରୁ ନାହାନ୍ତି । ୱିକି ଲିକ୍ସ ରିପୋର୍ଟ ଅନୁଯାୟୀ ବିଦେଶୀ ବ୍ୟାଙ୍କରେ ମାତ୍ର ୨୦୦୦ ଭାରତୀୟଙ୍କର ୧.୩ ଟ୍ରିଲିୟନ୍ ଡଲାର୍ ଟଙ୍କା ଜମା ରହିଛି । ଟିକସ ଫାଙ୍କିବା ପାଇଁ ଏହି ଭାରତୀୟମାନେ ବିଦେଶ ବ୍ୟାଙ୍କରେ ଏହି ବିପୁଳ ଟଙ୍କା ଜମା ରଖିଛନ୍ତି । ଦେଶ ଭିତରେ ବି କଳାଟଙ୍କାର ପ୍ରାର୍ଦୁଭାବ କିଛି କମ୍ ନାହିଁ । ଅର୍ଥନୀତିରେ ଏଭଳି ବୈଷମତା ଦେଶର ଦାରିଦ୍ର୍ୟକୁ ଦୂର କରିପାରୁନି । ବିଭିନ୍ନ ସରକାରୀ ଯୋଜନାକୁ ଫେଲ୍ କରାଇ ଦେଉଛି । ବିଜେପି ସରକାର କ୍ଷମତାକୁ ଆସିବା ପରଠୁଁ ପ୍ରଧାନମନ୍ତ୍ରୀ ମୋଦି କଳାଧନ ରୋକିବାକୁ ଗୁରୁତ୍ୱ ଦେଇ ଆସୁଥିଲେ ମଧ୍ୟ ସେଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇ ନ ଥିଲେ । ବିଦେଶରେ ଜମା ଥିବା କଳାଧନ ଉପରେ ଅଙ୍କୁଶ ଲଗାଇ ପାରି ନ ଥିଲେ । ମାତ୍ର ସମସ୍ତଙ୍କୁ ଚକିତ କରି ମୋଦି ଗତକାଲି ଅଚାନକ ଯେଉଁ ପଦକ୍ଷେପ ଘୋଷଣା କଲେ ତାହା ସମଗ୍ର ଭାରତବର୍ଷକୁ ନୂଆ ଦିଗ ଦେଇଛି । ନଗଦ କୋଟି କୋଟି ୫୦୦ ଓ ୧୦୦୦ ନୋଟ୍ ରଖିଥିବା ଲୋକଙ୍କ ନିଦ ହଜାଇ ଦେଇଛି । କଳାକୁ ଧଳା କରିବାର ସୁଯୋଗ ନ ଦେଇ ମଧ୍ୟରାତ୍ରରୁ ହିଁ ଅଚଳ କରିଦେଇଛନ୍ତି ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ।

ରାତିରେ ମୋଦିଙ୍କ ଘୋଷଣା ତୁରନ୍ତ କାର୍ଯ୍ୟକାରୀ ହେଲା ପରେ ସମଗ୍ର ଦେଶ ସମେତ ସାରା ରାଜ୍ୟରେ ଚର୍ଚ୍ଚା ଲାଗିରହିଛି । ସହରର ବଜାର ଦାଣ୍ଡ ଘାଟରେ ସେଇ ଗୋଟିଏ କଥା ଉପରେ ଆଲୋଚନା ଚାଲିଛି । ସେପଟେ ଲକ୍ଷ ଲକ୍ଷ କି କୋଟି କୋଟି ଟଙ୍କା ଘର ଆଲମାରିରେ ତାଲା ପକାଇ ରଖିଥିବା ଲୋକଙ୍କର ହାଇ ବ୍ଲଡ ପ୍ରେସର୍ ବାହାରିଯାଇଛି । ଟଙ୍କାଟା କିଭଳି କାଗଜ ହୋଇ ନ ଯିବ ତାହା ପାଇଁ ଲାଗିପଡ଼ିଛନ୍ତି । ଖାସ୍ କରି ବଡ଼ ବେପାରୀ, ନେତାମାନେ ସେମାନଙ୍କ ଟଙ୍କାର ସୁରକ୍ଷା ପାଇଁ ବିଶେଷଜ୍ଞମାନଙ୍କ ସହ ପରାମର୍ଶ ଆରମ୍ଭ କରିଛନ୍ତି । ଆମ ପାଖରେ ନଗଦ ସୂଚନା ଅନୁଯାୟୀ ଭୁବନେଶ୍ୱର ସହରର ଅନେକ ଏଭଳି ଲୋକ ନିଜ ଟଙ୍କାର ସୁରକ୍ଷା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ କରିଛନ୍ତି । କୋଟି କୋଟି ଟଙ୍କାର କ୍ୟାସ୍ ରଖିଥିବା କିଛି ବେପାରୀ ଓ ରାଜନେତା ପାଗଳ ହୋଇ ବିଭିନ୍ନ ଲୋକଙ୍କ ଶରଣ ପଶିଛନ୍ତି । ଏହି ସୁଯୋଗକୁ ହାତଛଡ଼ା କରିବା ପାଇଁ କିଛି ଲୋକ ଦଲାଲି ପାଇଁ ବି ଆଗେଇ ଆସିଛନ୍ତି । କଳାକୁ ଧଳା କରିବାର ଅଜ୍ଞାନ ଫର୍ମୂଲା ବତାଇ ମୂଲଚାଲ ଆରମ୍ଭ କରିଛନ୍ତି ।
ରାଜନୀତି ମହଲରେ ଏହାର ସୁଦୂର ପ୍ରଭାବକୁ ନେଇ ସରଗରମ ଆଲୋଚନା ଚାଲିଛି । ଆଗାମୀ ପଞ୍ଚାୟତ ନିର୍ବାଚନରେ ଭୋଟ ହାତେଇବାର ଟଙ୍କା କୌଶଳ ହରାଇ ନେତାମାନେ ବାୟା ହୋଇଯାଇଛନ୍ତି । ବିନା ଟଙ୍କାରେ ଲୋକଙ୍କୁ କେମିତି ଆକୃଷ୍ଟ କରି ରଖିହେବ ସେଇ ଚିନ୍ତା ଘାରିଛି ସେମାନଙ୍କୁ । ଅନେକ ନେତା ନିଜ ପାଖରେ ନଗଦ ରଖିଥିବା ବିପୁଳ ଟଙ୍କାକୁ କେଉଁ ବାଟେ ଗଳାଇବେ ତାହାର ବୁଦ୍ଧିବାଟ ଖୋଜୁଛନ୍ତି । ମଜ୍ଜାର କଥା, କିଛି ନେତା ଓ କଳା ବେପାରୀ ସେମାନଙ୍କ ଅସଲ ମୁହଁ ପଦାରେ ପଡ଼ିଯିବା ଭୟରେ ଜକେଇ ବସିଛନ୍ତି । କାହାର ସାହାଯ୍ୟ ଲୋଡିଲେ କାଳେ ଧରାପଡ଼ିଯିବେ ସେଇ ଛାନିଆଁ ସେମାନଙ୍କୁ ଘାରିଛି । ଅଜାଗା ଘା ଭଳି ସେମାନେ କହିପାରୁନାହାନ୍ତି କି ଗଳିବାର ରାସ୍ତା ଦେଖିପାରୁନାହାନ୍ତି । ଟଙ୍କାକୁ ଧରି ସେମାନେ ମୁଣ୍ଡ ପିଟୁଛନ୍ତି ।

Previous Post

ହାଇକୋର୍ଟରେ ଗଳାବାଟ !

Next Post

ବିଶୃଙ୍ଖଳାର ଜୟ ?

Next Post
ବିଶୃଙ୍ଖଳାର ଜୟ ?

ବିଶୃଙ୍ଖଳାର ଜୟ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA