Saturday, April 18, 2026 02:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ହାଇକୋର୍ଟରେ ଗଳାବାଟ !

by Our Correspondent
08 Nov, 2016- 10:11 AM
in News
1 min read
0
ହାଇକୋର୍ଟରେ ଗଳାବାଟ !

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ସୁପ୍ରିମ୍ କୋର୍ଟର ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟଜୁ ଦୁଇ ଦିନ ତଳେ ଆଉ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ତାଙ୍କ ମନ୍ତବ୍ୟର ସାରାଂଶ ଥିଲା କି ବିଚାରପତିମାନେ ଲୋକଙ୍କୁ ଆଇନ ଆଧାରରେ ନ୍ୟାୟ ଦେଉନାହାନ୍ତି । ନିଜ ମର୍ଜି(!)ରେ ବିଚାରପତି ଶୁଣାଉଛନ୍ତି ରାୟ । ସେଥିପାଇଁ କେଉଁ ବିଚାରପତିଙ୍କ ଅଦାଲତରେ ମାମଲାର ବିଚାର ହେବ ତାହା ଫିକ୍ସିଂ ହୋଇଯାଉଛି । କାଟଜୁଙ୍କର ଏହି ମନ୍ତବ୍ୟଟି କେତେ ସାଂଘାତିକ ତାହା କହିବା ଅନାବଶ୍ୟକ । କାଟଜୁଙ୍କର ଏଭଳି କିଛି ବିବାଦୀୟ ମନ୍ତବ୍ୟ ସବୁବେଳେ ଝଡ଼ ସୃଷ୍ଟି କରିଛି । ନିକଟରେ ଓଡ଼ିଶା ସମ୍ପର୍କରେ ତାଙ୍କର ହୀନ ମନ୍ତବ୍ୟକୁ ଆମେ ମଧ୍ୟ କଟୁ ସମାଲୋଚନା କରି ତାଙ୍କୁ ବିକୃତ ମାନସିକଧାରୀ କହି  ପାଳି ଧରିଥିଲୁ । ମାତ୍ର ସାମ୍ପ୍ରତିକ ପରିସ୍ଥିତିକୁ ଅନୁଭବ କଲେ ଭାରତୀୟ ବିଚାର ବ୍ୟବସ୍ଥା ଉପରେ ଅଭିଜ୍ଞ କାଟଜୁଙ୍କ ନଗଦ ଟିପ୍ପଣୀ ଯେ ଖାଣ୍ଟି ଅପ୍ରିୟ ତାହା ବାରି ହୋଇଯାଉଛି । ଏଠାରେ କାଟଜି ଉପକ୍ରମଣିକା ଅନ୍ତରାଳରେ ମହାପ୍ରଭୁଙ୍କ ନିଳାଦ୍ରୀବିଜେ ଅଘଟଣ ଓ ମାମଲାର ବିଚାରପ୍ରକ୍ରିୟାର ଗୁମର ସାମନାକୁ ଆସିଛି ।

ଚଳିତବର୍ଷ ମହାପ୍ରଭୁଙ୍କ ନିଳାଦ୍ରୀବିଜେ ଦିନ ହାଇକୋର୍ଟ ଓ ପ୍ରଶାସନର କଟକଣା ସତ୍ତ୍ୱେ ଜଣେ ସେବାୟତ ତାଙ୍କ ଝିଅକୁ ତାଳଧ୍ୱଜ ରଥରେ ଚଢ଼ାଇ ଠାକୁରଙ୍କ ଦର୍ଶନ କରାଇଥିଲେ । ସେଠାରେ ଉପସ୍ଥିତ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ୍ ତାଙ୍କୁ ବାରଣ କରିଥିଲେ ମଧ୍ୟ ସେ ଖାତିର କରି ନ ଥିଲେ । ବରଂ ଝିଅକୁ ପୁଣି ଏକ ରଥରେ ଚଢ଼ାଇ ଜିଲ୍ଲାପାଳଙ୍କୁ ଚାଲେଂଜ କରିଥିଲେ । ସେବାୟତଙ୍କୁ ବାରଣ କରୁଥିବା ଜିଲ୍ଲା ପ୍ରଶାସନର ସର୍ବୋଚ୍ଚ କର୍ତ୍ତାଙ୍କୁ ସେ ଅଙ୍ଗୁଳି ଦେଖାଇ ହତ୍ୟା ଧମକ ବି ଦେଇଥିଲେ । ତାହା ପୁଣି ଜିଲ୍ଲା ଏସପି ସାର୍ଥକ ଷଡ଼ଙ୍ଗୀଙ୍କ ଆଗରେ । ଅନ୍ୟ ସେବାୟତ ଭାଇମାନେ ସହଯୋଗୀଙ୍କୁ ସମର୍ଥନ ଦେବାକୁ ଆଗେଇ ଆସି ଜିଲ୍ଲାପାଳ ଓ ଏସପିଙ୍କୁ ଚାକର ହଳିଆ ଭଳି ବ୍ୟବହାର କରିଥିଲେ । ସେବାୟତଙ୍କ ଉଶୃଙ୍ଖଳିତ ଆଚରଣର ଫଟୋ ଉଠାଉଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ହାତ ଉଠାଇଥିଲେ ସେବାୟତ ଗୋଷ୍ଠୀ । ଏହି ସବୁ ଦୃଶ୍ୟକୁ ବାଲକୋନିରେ ଆରାମ୍ ରେ ବସି ଉପଭୋଗ କରୁଥିଲେ ରାଜ୍ୟର ଆଇନମନ୍ତ୍ରୀ ଅରୁଣ ସାହୁ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର । ଏହି ଗୁରୁତର ଅଘଟଣ ଯୋଗୁଁ ବିଶ୍ୱର କୋଟି କୋଟି ଲୋକ ଦେଖୁଥିବା ଶ୍ରୀଜୀଉଙ୍କ ନିଳାଦ୍ରୀବିଜେ ଘଣ୍ଟେ କାଳ ଅଟକିଗଲା । ତେବେ ସେବାୟତଙ୍କ ଉଦ୍ଧତ ଆଚରଣ ଓ ଅଭଦ୍ରୋଚିତ କାଣ୍ଡକୁ ବରଦାସ୍ତ କରି ନ ଥିଲେ ନଛୋଡ଼ବନ୍ଧା ଜିଲ୍ଲାପାଳ । ଆଇନମନ୍ତ୍ରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସଲାସୁତୁରା ଉଦ୍ୟମକୁ ପ୍ରତ୍ୟାଖ୍ୟାନ କରି ସେ ନିଜେ ଦୁର୍ବ୍ୟବହାରୀକାରୀ ସେବାୟତମାନଙ୍କ ବିରୋଧରେ ଖୋଦ୍ ଏସପିଙ୍କ ପାଖରେ ଏତଲା ଦେଲେ । ଜୁଲାଇ ୧୯ ତାରିଖରେ ଶ୍ରୀଜୀଉଙ୍କ ସେବାରୁ ୯ ଜଣ ସେବାୟତଙ୍କୁ ନିଲମ୍ବନ କରାଯାଇ ପୁଲିସ ଧରପଗଡ଼ ଆରମ୍ଭ ହେଲା । ଫେରାର ହୋଇଗଲେ ଦାଗୀ ସେବାୟତ ।

ଏହି ମାମଲାରେ ଫେରାର ସେବାୟତ ଜୟକୃଷ୍ଣ ମହାସୁଆର, ହରିନାରାୟଣ ଖୁଣ୍ଟିଆ ଓ ଭୀମସେନ ପଲଙ୍କଧାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସ ପ୍ରକ୍ରିୟା ଆରମ୍ଭ କଲା । ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଜିଲ୍ଲା କୋର୍ଟରେ ଆବେଦନ କରିଥିଲା । ମାନ୍ୟବର ବିଚାରପତି ପୁଲିସ ଆବେଦନକୁ ଗ୍ରହଣ କରି ଆଇପିସି ଧାରା ୮୨ ଅନୁଯାୟୀ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସେମାନେ ତଳକୋର୍ଟର ନିର୍ଦ୍ଦେଶ ବିରୋଧରେ ଗଲେ ହାଇକୋର୍ଟ । ତେବେ ଜଷ୍ଟିସ୍ କୁମାରୀ ସଞ୍ଜୁ ପଣ୍ଡାଙ୍କ ଖଣ୍ଡପୀଠ ସେମାନଙ୍କୁ ଅନ୍ତରୀଣ ସୁରକ୍ଷା ଯୋଗାଇ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ଅଙ୍କୁଶ ଲଗାଇ ଦେଇଛନ୍ତି । ଗତକାଲି ମାନ୍ୟବରା ଜଷ୍ଟିସ୍ ପଣ୍ଡା ନିଳାଦ୍ରୀବିଜେ ଅଘଟଣ ବିବାଦର ଆପୋଷ ସମାଧାନ ପାଇଁ ୩ ଜଣ ବରିଷ୍ଠ ଓକିଲଙ୍କୁ ନେଇ ଏକ କମିଟି ଗଠନ କରିଛନ୍ତି । ରାଜ୍ୟ ଆଇନଜୀବୀ ପରିଷଦ ଅଧ୍ୟକ୍ଷ ମାନସ ରଂଜନ ମହାପାତ୍ର, ହାଇକୋର୍ଟ ବାର୍ ଆସୋସିଏସନ୍ ସଭାପତି ଅଶୋକ କୁମାର ପରିଜା ଓ ଅଶୋକ ମହାନ୍ତିଙ୍କୁ ନେଇ ଗଠିତ କମିଟି ଆସନ୍ତା ୧୯ ତାରିଖ ଦିନ ପୁରୀ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିବେ । ସେବାୟତମାନଙ୍କ ସହ ବିବାଦର ସମାଧାନ ଫର୍ମୂଲା ବାହାର କରିବେ । ଫଳାଫଳକୁ ଖଣ୍ଡପୀଠର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୯ ତାରିଖରେ ଅବଗତ କରିବେ ।

ଜଷ୍ଟିସ୍ ସଞ୍ଜୁ ପଣ୍ଡାଙ୍କ ଖଣ୍ଡପୀଠର ଏଭଳି ନିର୍ଦ୍ଦେଶ ହାଇକୋର୍ଟର ବରିଷ୍ଠ ଓକିଲ ମହଲକୁ ବିସ୍ମିତ କରିଛି । ନିଳାଦ୍ରୀବିଜେ ବିଶୃଙ୍ଖଳାର ତଦନ୍ତ ପାଇଁ ରାଜ୍ୟ ସରକାର ଜଷ୍ଟିସ୍ ବି.ପି.ଦାସ କମିସନଙ୍କୁ ଦାୟିତ୍ୱ ଦେଇଛନ୍ତି । ମାମଲାର ଟିକନିକ ଦୋଷତ୍ରୁଟି ଖୋଜି ସରକାରଙ୍କୁ ରିପୋର୍ଟ ଦେବେ କମିସନ । ଅନ୍ୟପକ୍ଷରେ ଦୋଷୀ ସେବାୟତଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାୟିତ୍ୱ ଅଦାଲତର । ସମାଧାନର ରାସ୍ତା ଖୋଜିବା ଦାୟିତ୍ୱ ନୁହେଁ । ବରଂ ମାମଲାର ବିଚାର କରି ଦୋଷୀଙ୍କୁ ଦଣ୍ଡ ଦେବାର ସମ୍ପୂର୍ଣ୍ଣ ଅଧିକାର ହେଉଛି ଅଦାଲତର । ସମ୍ବିଧାନ ଅଦାଲତ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରିଛି । ହେଲେ ଜିଲ୍ଲାପାଳ ଓ ଏସପିଙ୍କୁ ଚାଲେଞ୍ଜ ଦେଇ ଆଇନକୁ ନିଜ ହାତକୁ ନେଇ କୋଟି କୋଟି ଲୋକଙ୍କ ଭାବାବେଗକୁ କ୍ଷତି ପହଞ୍ଚାଇଥିବା ସେବାୟତଙ୍କ ବିରୋଧରେ ଆଇନଗତ ହତିଆର ନ ଚଲାଇ ଗଳାବାଟ ଫିଟାଇବାର ଚାଲାକ୍ କୁ ଅନେକ ଆଇନଜୀବୀ ଗ୍ରହଣ କରିପାରିନାହାନ୍ତି । ବିଚାରପ୍ରକ୍ରିୟା ଉପରେ ଲୋକଙ୍କର ଆସ୍ଥା ଓ ବିଶ୍ୱାସକୁ ଏହା ଶକ୍ତ ଆଘାତ ଆଣିଛି ବୋଲି ସେମାନେ ମତ ଦେଇଛନ୍ତି । ହାଇକୋର୍ଟର ଏଭଳି ପଦକ୍ଷେପ ସେବାୟତଙ୍କୁ ସୁରକ୍ଷା ଦେଇଥିବା ବେଳେ ପ୍ରଶାସନ ଓ ପୁଲିସର ମନବଳ ଯେ ଭାଙ୍ଗିଦେବ ତାହା ନିଃସନ୍ଦେହ ବୋଲି କୁହାଯାଉଛି । କାଟଜୁଙ୍କ ମନ୍ତବ୍ୟ ପରିପ୍ରେକ୍ଷୀରେ ହାଇକୋର୍ଟର ବିଶ୍ୱାସନୀୟତା ସାଧାରଣ ମଣିଷକୁ ଆନ୍ଦୋଳିତ କରିଛି ।

Previous Post

ଲୁଲୁ ଭାଇ ଚାଲିଗଲେ

Next Post

ବାୟା କରିଦେଲା ମୋଦି ଷ୍ଟ୍ରୋକ୍

Next Post
ବାୟା କରିଦେଲା ମୋଦି ଷ୍ଟ୍ରୋକ୍

ବାୟା କରିଦେଲା ମୋଦି ଷ୍ଟ୍ରୋକ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA