Saturday, April 18, 2026 01:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଲୁଲୁ ଭାଇ ଚାଲିଗଲେ

by Our Correspondent
07 Nov, 2016- 05:06 AM
in News
1 min read
0
ଲୁଲୁ ଭାଇ ଚାଲିଗଲେ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଲୁଲୁ ଭାଇ ଆଉ ନାହାନ୍ତି । ଗୁରୁଗାଁଓସ୍ଥିତ ମେଦାନ୍ତ ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ ପରେ ହାରି ଯାଇଛନ୍ତି ଲୁଲୁ । ଗତକାଲି ରାତି ୧୦.୧୫ ମିନିଟ୍ ରେ ଡାକ୍ତରମାନେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଲୁଲୁ ଓରଫ୍ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ମୃତ୍ୟୁରେ ସାରା ରାଜ୍ୟ ସ୍ତବ୍ଧ ହୋଇଯାଇଛି । ଖାଲି କଂଗ୍ରେସ ଶିବିର ନୁହେଁ ସବୁ ରାଜନୈତିକ ମହଲରେ ଲୁଲୁଙ୍କ ବିୟୋଗ ଦୁଃଖର ଛାଇ ଖେଳାଇ ଦେଇଛି । ମାତ୍ର ୫୨ ବର୍ଷ ବୟସରେ ପତ୍ନୀ ନମିତା ଓ ଏକମାତ୍ର ଝିଅ ଉପାସନାଙ୍କୁ ଏକା ଛାଡି ଚାଲିଯାଇଛନ୍ତି ଲୁଲୁ ।

କଂଗ୍ରେସରେ ଲୁଲୁ ମହାପାତ୍ର ନାମଟି ହିଁ ଛାତ୍ର ଓ ଯୁବଗୋଷ୍ଠୀଙ୍କର ପାଇଁ ଯଥେଷ୍ଟ ପ୍ରେରଣା ଥିଲା । ଅଶୀ ଦଶକରେ ଛାତ୍ର ରାଜନୀତିରୁ କ୍ୟାରିୟର୍ ଆରମ୍ଭ କରି ଖୁବ୍ କ୍ଷମତାଶାଳୀ ହୋଇପାରିଥିଲେ ଲୁଲୁ । ତାଙ୍କର ସାଂଗଠନିକ ଦକ୍ଷତା ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଆକୃଷ୍ଟ କରିଥିଲା । ନିଜର ବିଚକ୍ଷଣ ସାଂଗଠନିକ ଦକ୍ଷତା ପାଇଁ ଜେବିଙ୍କ ଶାସନକାଳରେ ଲୁଲୁ ହୋଇଥିଲେ ପ୍ରଚଣ୍ଡ କ୍ଷମତାଶାଳୀ । ଜାନକୀଙ୍କ ଦ୍ୱିତୀୟବାର ଶାସନକାଳରେ ୧୯୮୭ ମସିହାରେ ଲୁଲୁଙ୍କୁ ମିଳିଥିଲା ଛାତ୍ର କଂଗ୍ରେସର ନେତୃତ୍ୱ ଦାୟିତ୍ୱ । ଛାତ୍ର ଓ ଯୁବଗୋଷ୍ଠୀଙ୍କ ମନ ଜିଣି କିଭଳି ସେମାନଙ୍କୁ କାମରେ ଲଗାଯାଇପାରିବ ସେଥିରେ ଲୁଲୁଙ୍କର ଅମାପ ପାରଦର୍ଶିତା ଥିଲା । ଯାହା ଚାହୁଁଥିଲେ ସେୟା କରି ଦେଖାଉଥିଲେ ପ୍ରଚଣ୍ଡ ପରାକ୍ରମୀ ଲୁଲୁ । ୧୯୯୦ ନିର୍ବାଚନରେ କଂଗ୍ରେସ ଚିତାପଟଙ୍ଗ ମାରିଥିଲେ ମଧ୍ୟ ଲୁଲୁଙ୍କ ସାଂଗଠନିକ କାର୍ଯ୍ୟକଳାପ ଉପରେ ଏହା କୌଣସି ଫରକ୍ ପକାଇ ନ ଥିଲା । ୧୯୯୫ ନିର୍ବାଚନରେ ପ୍ରଥମ ଥର ପାଇଁ କଂଗ୍ରେସ ଟିକେଟରେ ସେ ବିଧାନସଭାକୁ ନିର୍ବାଚତ ହୋଇଥିଲେ ।

ବିଧାୟକ ଥିବା ବେଳେ ୧୯୯୬ ମସିହାରେ ଲୁଲୁଙ୍କୁ ରାଜ୍ୟ ଯୁବ କଂଗ୍ରେସର ନେତୃତ୍ୱ ମିଳିଥିଲା । ସାରା ରାଜ୍ୟରେ ଛାତ୍ର ଓ ଯୁବ କଂଗ୍ରେସ ସଂଗଠନକୁ ହାତମୁଠାରେ ରଖି ଆହୁରି ସକ୍ରିୟ କରିଥିଲେ । ଲଗାତର ତିନିଥର ବିଧାନସଭାକୁ ନିର୍ବାଚିତ ହେବା ପରେ ୨୦୦୯ ମସିହାରେ ସେ ହାରିଯାଇଥିଲେ । ତେବେ ନିଜ ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ସମେତ ସାରା ରାଜ୍ୟରେ ସାଂଗଠନିକ ଶକ୍ତିକୁ ହରାଇବାକୁ ଦେଇ ନ ଥିଲେ ସେ । ୨୦୧୪ ମସିହା ନିର୍ବାଚନରେ ମାତ୍ର ୧୩୦୦ ଭୋଟରେ ପୁନର୍ବାର ହାରିଯାଇଥିଲେ ଲୁଲୁ । ଏହା ତାଙ୍କୁ ଗଭୀର ଦୁଃଖ ଦେଇଥିଲା ସତ ହେଲେ ମନୋବଳ ଭାଙ୍ଗି ପାରି ନ ଥିଲା । ସ୍ୱଭାବସୁଲଭ ଆକ୍ରମଣାତ୍ମକ ଢ଼ଙ୍ଗରେ ନିଜର ରାଜନୈତିକ କାର୍ଯ୍ୟକଳାପ ଜାରି ରଖିଥିଲେ ସେ । ତମାମ ରାଜନୈତିକ ଜୀବନରେ ଖାଲି ଛାତ୍ର କି ଯୁବ କଂଗ୍ରେସ ନୁହେଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସେ ଥିଲେ ଜଣେ ଟାଣୁଆ ସଦସ୍ୟ । ୨୦୦୦ ମସିହାରେ ପିସିସିର କାର୍ଯ୍ୟକାରୀ କମିଟିକୁ ସଦସ୍ୟ ଭାବେ ମନୋନୀତ ହୋଇଥିଲେ । ୨୦୦୪ ମସିହାରେ ପିସିସି ଉପସଭାପତି ପଦମଣ୍ଡନ କରିଥିବା ଲୁଲୁ ୨୦୦୮ ମସିହାରେ ପିସିସି କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ପାଇଥିଲେ ।

ଲୁଲୁ କେବଳ ଜଣେ ଦକ୍ଷ ସଂଗଠକ ଓ ସଫଳ ରାଜନୀତିଜ୍ଞ ଥିଲେ ତାହା ନୁହେଁ ବରଂ ମଣିଷର ଦୁଃଖକଷ୍ଟ ବୁଝିବାର ପ୍ରବଳ ଝୁଙ୍କ୍ ଥିଲା ତାଙ୍କର । ଖୋଲା ହୃଦୟରେ ନିଜର ସହଯୋଗୀମାନଙ୍କୁ ସାହାଯ୍ୟ, ସହାନୁଭୂତି ବାଣ୍ଟୁଥିଲେ ସେ । ଲୁଲୁଙ୍କର ଏହି ଦରଦୀ ହୃଦୟ ସାରା ରାଜ୍ୟର କୋଣ ଅନୁକୋଣରୁ ଛାତ୍ର ଓ ଯୁବକଙ୍କୁ ଆକର୍ଷିତ କରି ରଖିଥିଲା । ଆଜି ଲୁଲୁଙ୍କ ବିୟୋଗ କଂଗ୍ରେସର ଛାତ୍ର ଓ ଯୁବ ସମାଜକୁ ଅନାଥ କରିଦେଇଛି । ଲୁଲୁ ଭାଇ ଯେ ଇହ ଜଗତରେ ଆଉ ନାହାନ୍ତି ତାହାକୁ ସେମାନେ ଗ୍ରହଣ କରିପାରୁନାହାନ୍ତି । ଦଳର ବରିଷ୍ଠ ନେତାମାନେ ବି ଲୁଲୁଙ୍କ ଶୂନ୍ୟସ୍ଥାନକୁ ସହଜରେ ନେଇପାରୁନାହାନ୍ତି । ଲୁଲୁଙ୍କ ସ୍ଥାନ ଯେ ଦଳରେ ଆଉ କେହି ପୂରଣ କରିପାରିବେ ସେ ବିଶ୍ୱାସ କାହାର ନାହିଁ । ଖାଲି କଂଗ୍ରେସ ନୁହେଁ, ବିଜେଡ଼ି ଓ ବିଜେପି ନେତାମାନେ ମଧ୍ୟ ଲୁଲୁଙ୍କୁ ହରାଇବାର ଦୁଃଖରେ ମ୍ରିୟମାଣ ହୋଇଛନ୍ତି । ରାଜନୈତିକ ବାଛବିଚାର ଛାଡ଼ି ଲୁଲୁଙ୍କ ଭଳି ଜଣେ ଦରଦୀ, ବନ୍ଧୁବତ୍ସଳ ଓ ବିଚକ୍ଷଣ ରାଜନୀତିଜ୍ଞଙ୍କୁ ଓଡ଼ିଶା ହରାଇଲା ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ସବୁ ବର୍ଗର ଛାତ୍ର, ଯୁବ ଓ ବରିଷ୍ଠ ନେତାମାନେ ଲୁଲୁଙ୍କୁ ଝୁରୁଛନ୍ତି ।

ଆଜି ସଂଧ୍ୟାବେଳେ ଲୁଲୁଙ୍କ ପାର୍ଥିବ ଶରୀର ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଞ୍ଚିବ । ୟୁନିଟ୍-୬ ସ୍ଥିତ ତାଙ୍କ ସରକରୀ ବାସଭବନରେ ଶେଷ ଦର୍ଶନ ପାଇଁ ରଖାଯିବ । ଚିର ନିଦ୍ରିତ ଲୁଲୁଙ୍କ ଏହି ପାର୍ଥିବ ଶରୀର ଆସନ୍ତାକାଲି ସକାଳେ କଂଗ୍ରେସ ଭବନ ଦେଇ ନିଜ ଜନ୍ମମାଟି ବ୍ରହ୍ମଗିରି ଯିବ । ସେଠାରେ ନିଆଁରେ ଲୀନ ହୋଇଯିବେ ସମସ୍ତଙ୍କ ଆଦରର ଲୁଲୁ ଭାଇ ।

Previous Post

ସୁପ୍ରିମୋଙ୍କୁ ଝଟକା ଯୋଜନା !

Next Post

ହାଇକୋର୍ଟରେ ଗଳାବାଟ !

Next Post
ହାଇକୋର୍ଟରେ ଗଳାବାଟ !

ହାଇକୋର୍ଟରେ ଗଳାବାଟ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA