Wednesday, April 29, 2026 09:05 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମହାରାଷ୍ଟ୍ରରେ ଠାକରେ ରାଜ୍; ସମସ୍ତଙ୍କୁ ମୁଣ୍ଡିଆ ମାରି ଆର୍ଶିବାଦ ନେଲେ ଉଦ୍ଧବ

by Our Correspondent
28 Nov, 2019- 07:40 PM
in Latest News, National, News, Politics
1 min read
0
ମହାରାଷ୍ଟ୍ରରେ ଠାକରେ ରାଜ୍; ସମସ୍ତଙ୍କୁ ମୁଣ୍ଡିଆ ମାରି ଆର୍ଶିବାଦ ନେଲେ ଉଦ୍ଧବ
ମୁମ୍ବାଇ: ମହାରାଷ୍ଟ୍ରରେ ସ୍ୱର୍ଗତ ବାଲାସାହେବ ଠାକରେଙ୍କ ସ୍ୱପ୍ନର ଯୁଗ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଭାବେ ପୁତ୍ର ଉଦ୍ଧବ ଠାକୁର ଆଜି ସଂଧ୍ୟା ୬.୪୩ ମିନିଟ୍ ରେ ଶପଥ ନେଇଛନ୍ତି । ମୁମ୍ବାଇର ଶିବାଜୀ ପାର୍କରେ ଆୟୋଜିତ ଭରପୂର ବର୍ଣ୍ଣାଢ଼୍ୟ ଉତ୍ସବରେ ଠାକରେଙ୍କୁ ମୁଖ୍ୟମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି ରାଜ୍ୟପାଳ ଭଗତ ସିଂହ କୋଶିୟାରୀ । ଶପଥ ଗ୍ରହଣ ପୂର୍ବରୁ ପିତା ବାଲାସାହେବଙ୍କ ଫଟୋ ତଳେ ଉଦ୍ଧବ ମୁଣ୍ଡିଆ ମାରିଥିଲା ବେଳେ ଶପଥ ପରେ ମଞ୍ଚ ଆଗରେ ଆଣ୍ଠୁ ମାଡ଼ି ସମସ୍ତଙ୍କୁ ମୁଣ୍ଡିଆ ମାରି ଆର୍ଶିବାଦ ଲୋଡ଼ିଥିଲେ । ଶିବସେନା, ଏନସିପି ଓ କଂଗ୍ରେସ ମହାମେଣ୍ଟର ନେତୃତ୍ୱ ନେଇଥିବା ଠାକରେଙ୍କ ରାଜ୍ୟାଭିଷେକ ସହ ମହାରାଷ୍ଟ୍ର ମହାନାଟକର ପରିସମାପ୍ତି ଘଟିଛି ।
ଠାକରେଙ୍କ ସହ ଶିବସେନା, ଏନସିପି ଏବଂ କଂଗ୍ରେସରୁ ଦୁଇ ଜଣ ଲେଖାଏଁ ମନ୍ତ୍ରୀ ଶପଥ ନେଇଛନ୍ତି । ସେମାନେ ହେଲେ ଶିବସେନାର ଏକନାଥ ଶମ୍ଭାନୀ ସିନେ୍ଧ ଏବଂ ସୁବାସ ରାଜରାମ ଦେଶାଇ, ଏନସିପିର ଜୟନ୍ତ ପାଟିଲ ଏବଂ ଛଗନ ଭୁଜବଳ, କଂଗ୍ରେସର ବାଲାସାହେବ ଥୋରାଟ୍ ଏବଂ ନୀତିନ୍ ରାଉତ । ରାଜ୍ୟପାଳ ସମସ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରିଥିଲେ । ଶପଥ ଗ୍ରହଣ ଉତ୍ସବ ୨୫ ମିନିଟ୍ ଚାଲିଥିଲା । ଠାକରେଙ୍କ ପ୍ରଥମ ଦଫା କ୍ୟାବିନେଟ୍ ରେ ଉପମୁଖ୍ୟମନ୍ତ୍ରୀ ଭାବେ କାହାରିକୁ ନିଆଯାଇନାହିଁ ।
ଶପଥ ଗ୍ରହଣ ଉତ୍ସବ ପାଇଁ ଶିବାଜୀ ପାର୍କ ଜନସମୁଦ୍ର ପାଲଟିଥିଲା । କେନ୍ଦ୍ର ଓ ରାଜ୍ୟ ନେତୃବୃନ୍ଦ ସମେତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଶିଳ୍ପପତି ଏବଂ ଅନ୍ୟ ଭିଭିଆଇ ଅତିଥିମାନେ ଏଥିରେ ଉପସ୍ଥିତ ଥିଲେ । ଶିବସେନା, ଏନସିପି ଏବଂ କଂଗ୍ରେସର ହଜାର ହଜାର କର୍ମୀଙ୍କର ପ୍ରବଳ ଭିଡ଼ ହୋଇଥିଲା । ୪ ଘଣ୍ଟା ଆଗରୁ ଏଭଳି ଭିଡ଼ ଯୋଗୁଁ ମୁମ୍ବାଇ ସହରରେ ଟ୍ରାଫିକ ନିୟନ୍ତ୍ରଣ ଅସମ୍ଭାଳ ହୋଇପଡ଼ିଥିଲା ।
ମୁଖ୍ୟମନ୍ତ୍ରୀ ପଦ ଅଙ୍କକୃତ କରିଥିବା ଉଦ୍ଧବ ଠାକୁର ହେଉଛନ୍ତି ଶିବସେନାର ପ୍ରାଣ ପ୍ରତିଷ୍ଠାତା ସ୍ୱର୍ଗତ ବାଲାସାହେବ ଠାକୁରଙ୍କ ପୁତ୍ର । ତାଙ୍କୁ ବର୍ତ୍ତମାନ ୫୯ ବର୍ଷ ବୟସ । ରୋଚକ କଥା ହେଉଛି, ଉଦ୍ଧବ ତାଙ୍କ ଜୀବନରେ କେବେ ନିର୍ବାଚନ ଲଢ଼ି ନାହାନ୍ତି କି ବିଧାନସଭାକୁ ନିର୍ବାଚିତ ହୋଇନାହାନ୍ତି । କୌଣସି ନିର୍ବାଚନର ସାମନା ନ କରି ଗୋଟେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ପାଇବାରେ ସେ ପ୍ରଥମ ବ୍ୟକ୍ତି । ତାଙ୍କର ପତ୍ନୀଙ୍କ ନାଁ ରଶ୍ମୀ ଠାକରେ । ଦୁଇପୁଅ ଆଦିତ୍ୟ ଏବଂ ତେଜାସ୍ । ଆଦିତ୍ୟ ପାଠପଢ଼ା ପରେ ଯୁବସେନାର ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି । ଏଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ତେଜାସ୍ ଆମେରିକାରେ ବର୍ତ୍ତମାନ ଅଧ୍ୟୟନ କରୁଛନ୍ତି ।
ସାମ୍ବାଦିକତା ଓ ଫଟୋଗ୍ରାଫିରେ ପ୍ରବଳ ରୁଚି ରଖିଥିବା ଉଦ୍ଧବ ତାଙ୍କ ବାପାଙ୍କ ଭଳି କଠୋରପନ୍ଥୀ ନୁହଁନ୍ତି । ଉଦାରବାଦୀ ବ୍ୟକ୍ତିତ୍ୱର ଅଧିକାରୀ ହେଲେ ବି ତାଙ୍କର ରାଜନୈତିକ ଦୃଷ୍ଟିଭଙ୍ଗୀ ଓ ସାଂଗଠନିକ ଦକ୍ଷତା ବିଚକ୍ଷଣ । ୨୦୦୩ ରେ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଥିବା ଉଦ୍ଧବ ୨୦୧୨ ରେ ବାପାଙ୍କ ମୃତ୍ୟୁ ପରେ ଶିବସେନା ସୁପ୍ରିମୋ ଭାବେ ଦାୟିତ୍ୱ ମୁଣ୍ଡାଇ ସଫଳତାର ସହ ଆଗକୁ ବଢ଼ିଥିଲେ । ଏବେ ମହାରାଷ୍ଟ୍ର ରାଜନୀତିର ମହା ଝିନଝଟ ଭିତରୁ ବାହାରି ନିଜ ନେତୃତ୍ୱ ପ୍ରତିପାଦିତ କରିଛନ୍ତି । ନୀତି ଓ ଆଦର୍ଶଗତ ବିଭେଦ ସତ୍ତ୍ୱେ ଏନସିପି ଓ କଂଗ୍ରେସ ସହ ହାତ ମିଳାଇ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ମଣ୍ଡନ କରିଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ଧବ ଠାକୁରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । କେନ୍ଦ୍ର ଓ ବିଭିନ୍ନ ରାଜ୍ୟର ମାନ୍ୟଗଣ୍ୟ ନେତାମାନଙ୍କଠାରୁ ଉଦ୍ଧବଙ୍କ ପାଖକୁ ଛୁଟିଛି ଶୁଭେଚ୍ଛାର ସୁଅ ।
Previous Post

ଆଉ ୩ ମାସ କୋହଳ ହେଲା ଟ୍ରାଫିକ ନିୟମ

Next Post

ଅଧାରୁ ସରିଗଲା ବିଧାନସଭା

Next Post
ଅଧାରୁ ସରିଗଲା ବିଧାନସଭା

ଅଧାରୁ ସରିଗଲା ବିଧାନସଭା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA