Wednesday, April 29, 2026 10:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଆଉ ୩ ମାସ କୋହଳ ହେଲା ଟ୍ରାଫିକ ନିୟମ

by Our Correspondent
28 Nov, 2019- 05:03 PM
in Latest News, News
1 min read
0
ଆଉ ୩ ମାସ କୋହଳ ହେଲା ଟ୍ରାଫିକ ନିୟମ
ଭୁୁବନେଶ୍ୱର: ଜନସାଧାରଣଙ୍କ ସମସ୍ୟାକୁ ବୁଝିପାରିଛନ୍ତି ରାଜ୍ୟ ସରକାର । ନୂଆ ଟ୍ରାଫିକ ନିୟମ ତଥା ଆରଟିଓ ଯାଞ୍ଚକୁ ଆଉ ତିନି ମାସ ଘୁଞ୍ଚାଇ ଦିଆଯାଇଛି । ଆଜି ବିଧାନସଭାରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ଘୋଷଣା କରିଛନ୍ତି । ଶୂନ୍ୟକାଳରେ ଶାସକ ଓ ବିରୋଧୀ ଦଳ ସଭ୍ୟମାନେ ଜନସାଧାରଣଙ୍କ ଦୁର୍ଦ୍ଦଶା ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଆଣି ଆଟିଓ ଯାଞ୍ଚ ପାଇଁ ଆଉ ତିନି ମାସ କୋହଳ କରିବାକୁ ଅନୁରୋଧ କରିଥିଲେ । ବିଭାଗୀୟ ମନ୍ତ୍ରୀ ଏହା ବିଚାର କରିବାକୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେବା ପରେ ମନ୍ତ୍ରୀ ଶ୍ରୀ ବେହେରା ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ଆଣି ଗୃହରେ ନିଷ୍ପତ୍ତି ଶୁଣାଇଥିଲେ ।
ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନସ୍ ନଥିବା ଲୋକଙ୍କୁ ପୁଣି ତିନିମାସ ମହଲତ ଦିଆଯାଇଛି । ଅନ୍ୟଥା ପୂର୍ବଭଳି ସାଧାରଣ ଟ୍ରାଫିକ ନିୟମ ପାଳନରେ କୌଣସି କୋହଳ କରାଯିବ ନାହିଁ । ଅର୍ଥାତ୍ ହେଲମେଟ୍, ସିଟ୍ ବେଲ୍ଟ ନ ପିନ୍ଧିଲେ ତଣ୍ଡ ଗଣିବାକୁ ପଡ଼ିବ । ସେହିଭଳି ଗାଡ଼ି ଚଳାଇବା ବେଳେ ମୋବାଇଲ୍ ରେ ଗପିବା, ମଟରସାଇକେଲରେ ତିନି ଜଣ ବସିବା ଏବଂ ମଦ ପିଇ ଡ୍ରାଇଭିଂ କଲେ ଟ୍ରାଫିକ ଦଣ୍ଡର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ପରିବହନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ।
ସେପ୍ଟେମ୍ବର ୧ ରୁ ରାଜ୍ୟରେ ଲାଗୁ ହୋଇଥିଲା ନୂଆ ମୋଟରଯାନ ଆଇନ । ଏହି ନିୟମ ଲାଗୁ ପରେ ଆରଟିଓ ଓ ପୁଲିସର ବ୍ୟାପକ ଧରପଗଡ଼ ଯୋଗୁଁ ଜନସାଧାରଣ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗିଥିଲେ । ଗାଡ଼ି କାଗଜପତ୍ର ଠିକଠାକ୍ ଓ ଡ୍ରାଇଭିଂ ଲାଇସେନସ୍ ନ ଥିବାରୁ ଲୋକଙ୍କୁ ମୋଟା ଅଙ୍କର ତଣ୍ଡ ଗଣିବାକୁ ପଡ଼ିଥିଲା । ଫଳ ହେଲା ଲୋକମାନଙ୍କ ଅସନ୍ତୋଷ ଭୀଷଣ ରୂପ ନେଲା । ରାଜଧାନୀର ରାଜମହଲ ରଣକ୍ଷେତ୍ର ପାଲଟିଲା । ଲୋକଙ୍କ ଦୁର୍ଦ୍ଦଶା ଓ ଅସନ୍ତୋଷ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଟ୍ରାଫିକ ଆଇନକୁ ୩ ମାସ କୋହଳ କରିବାକୁ ନିଦେ୍ର୍ଦଶ ଦେଇଥିଲେ । ଏହି ସମୟରେ ଗାଡ଼ି କାଗଜପତ୍ର ଓ ଡ୍ରାଇଭିଂ ଲାଇସେନସ୍ ଠିକ କରିବାକୁ କୁହାଯାଇଥିଲା ।
ତେବେ ଭିତ୍ତିଭୂମି ଅଭାବରୁ ଏହି ତିନିମାସ ସମୟ ଯଥେଷ୍ଟ ହୋଇନାହିଁ । ଗତ କିଛି ଦିନ ହେଲା ବିଭିନ୍ନ ଆରଟିଓ ଅଫିସରେ ପ୍ରବଳ ଭିଡ଼ ଲାଗିରହିଥିଲା । ଭୁବନେଶ୍ୱରରେ ଆରଟିଓ ଅଫିସରେ କାଗଜପତ୍ର କରିବାକୁ ଲୋକେ ରାତି ଅଧରୁ ଲମ୍ବା ଲାଇନ ଦେଇଥିଲେ । ଡିସେମ୍ବର ୧ରୁ ଟ୍ରାଫିକ ନିୟମ କଡ଼ାକଡ଼ି କରିବାକୁ ପରିବହନ ମନ୍ତ୍ରୀ ବାରମ୍ବାର ଚେତାବନୀ ଦେଉଥିବାରୁ ଲୋକଙ୍କ ହୋସ୍ ଉଡ଼ିଯାଇଥିଲା । ନିୟମକୁ ଆଉ କିଛି ମାସ କୋହଳ କରିଦେବାକୁ ଜନସାଧାରଣଙ୍କ ପକ୍ଷରୁ ଚାପ ବଢ଼ିଥିଲା ।
ଆଜି ବିଧାନସଭାରେ ଶାସକ ଦଳ ସଭ୍ୟ ଦେବୀପ୍ରସାଦ ମିଶ୍ର ଏହି ପ୍ରସଙ୍ଗ ଉଠାଇ ଜନସାଧାରଣଙ୍କ ଦୁର୍ଦ୍ଦଶାକୁ ସରକାରଙ୍କ ଦୃଷ୍ଟିକୁ ଆଣିଥିଲେ । ନିୟମ ଆଉ ୩ ମାସ କୋହଳ କରିବାକୁ ସରକାରଙ୍କୁ ଅନୁରୋଧ କରିଥିଲେ । ଦଳର ଅନ୍ୟତମ ବରିଷ୍ଠ ସଭ୍ୟ ପ୍ରଦୀପ ମହାରଥୀ, କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ଅନୁରୂପ ଦାବି କରିଥିଲେ । ବାଚସ୍ପତି ଏହା ବିଚାରକୁ ନେଇ ନିଷ୍ପତ୍ତିର ପୁନର୍ବିଚାର କରାଯାଇପାରେ ବୋଲି ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀଙ୍କଠାରୁ ଅନୁମୋଦ ଆଣି ମନ୍ତ୍ରୀ ଶ୍ରୀ ବେହେରା ବିଧାନସଭାରେ ନିଷ୍ପତ୍ତି ଘୋଷଣା କରିଥିଲେ ।
Previous Post

ବାନ୍ଧବୀ ମା,ଝିଅଙ୍କ ସହ ମଉଜ କରି ଫସିଲେ

Next Post

ମହାରାଷ୍ଟ୍ରରେ ଠାକରେ ରାଜ୍; ସମସ୍ତଙ୍କୁ ମୁଣ୍ଡିଆ ମାରି ଆର୍ଶିବାଦ ନେଲେ ଉଦ୍ଧବ

Next Post
ମହାରାଷ୍ଟ୍ରରେ ଠାକରେ ରାଜ୍; ସମସ୍ତଙ୍କୁ ମୁଣ୍ଡିଆ ମାରି ଆର୍ଶିବାଦ ନେଲେ ଉଦ୍ଧବ

ମହାରାଷ୍ଟ୍ରରେ ଠାକରେ ରାଜ୍; ସମସ୍ତଙ୍କୁ ମୁଣ୍ଡିଆ ମାରି ଆର୍ଶିବାଦ ନେଲେ ଉଦ୍ଧବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA