Thursday, April 30, 2026 12:18 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବାନ୍ଧବୀ ମା,ଝିଅଙ୍କ ସହ ମଉଜ କରି ଫସିଲେ

by Our Correspondent
28 Nov, 2019- 03:32 PM
in Latest News, News
1 min read
0
ବାନ୍ଧବୀ ମା,ଝିଅଙ୍କ ସହ ମଉଜ କରି ଫସିଲେ

ଜ୍ୟୋତିଙ୍କ ମୁଣ୍ଡ ଉପରେ ଖଣ୍ଡା

ଭୁୁବନେଶ୍ୱର: ବାନ୍ଧବୀଙ୍କ ସହ ଭ୍ରମଣରେ ଯାଇ ଫସିଛନ୍ତି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ସରକାରୀ କାର୍ଯ୍ୟକ୍ରମରେ ହାଇଦ୍ରାବାଦ ଯାଇଥିବା ମନ୍ତ୍ରୀଙ୍କ ସାଙ୍ଗରେ ଯାଇଥିଲେ ତାଙ୍କର ବାନ୍ଧବୀ ମାଆ, ଝିଅ । ଉଡ଼ାହାଜାଜରେ ସେମାନଙ୍କ ଯିବା ଆସିବା ଏବଂ ଫାଇଭ୍ ଷ୍ଟାର୍ ହୋଟେଲରେ ରହଣୀ ଖର୍ଚ୍ଚ ସରକାରୀ ତହବିଲ୍ ରୁ ବହନ କରାଯାଇଥିବା ଅଭିଯୋଗ ହୋଇଛି । କଂଗ୍ରେସ ମିଡ଼ିଆ ସେଲ୍ ମୁଖ୍ୟ ସତ୍ୟପ୍ରକାଶ ନାୟକ ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଗୁମର ଖୋଲିବା ପରେ ଆଜି ବିଧାନସଭା ହଲଚଲ ହୋଇଛି । ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କଂଗ୍ରେସ ବିଧାୟକମାନେ ଅଡ଼ିବସି ଗୃହର ମଧ୍ୟ ଭାଗରେ ପ୍ରବଳ ହଟ୍ଟଗୋଳ କରିବାରୁ ବିଧାନସଭା ଅଚଳ ହୋଇଯାଇଛି ।
ମନ୍ତ୍ରୀ ଜ୍ୟୋତିପ୍ରକାଶଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗଟି ସଙ୍ଗୀନ । ଅକ୍ଟୋବର ୪ ତାରିଖରେ ହାଇଦ୍ରାବାଦରେ ଟୁରିଜିମ୍ ରୋଡ୍ ସୋ’ ଆୟୋଜିତ ହୋଇଥିଲା । ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭାଗୀୟ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ସେଠାକୁ ଆମନ୍ତ୍ରିତ ହୋଇଥିଲେ । ତେବେ ମନ୍ତ୍ରୀଙ୍କ ସହ ତାଙ୍କର ଦୁଇଜଣ ମହିଳା ଅତିଥି ଯିବେ ବୋଲି ମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ବିଭାଗକୁ ଚିଠି କରାଯାଇଥିଲା । ସେହି ଅନୁଯାୟୀ ଫ୍ଲାଇଟ୍ ଟିକେଟ ଏବଂ ହାଇଦ୍ରବାଦରେ ରହଣୀ ବନେ୍ଦାବସ୍ତ ପାଇଁ କୁହାଯାଇଥିଲା । ମନ୍ତ୍ରୀଙ୍କ ଅତିଥି ଦର୍ଶାଯାଇଥିବା ମହିଳାଦ୍ୱୟ ହେଲେ ଆର.ମହାପାତ୍ର(୪୭) ଏବଂ ଏସ.ଏସ. ମହାପାତ୍ର(୨୫) ।
ମନ୍ତ୍ରୀଙ୍କ ଚାହିଁବା ମୁତାବକ ମନ୍ତ୍ରୀ ଓ ତାଙ୍କର ଦୁଇ ମହିଳା ଅତିଥିଙ୍କ ପାଇଁ ଅକ୍ଟୋବର ୪ ତାରିଖରେ ଭୁବନେଶ୍ୱର-ହାଇଦ୍ରାବାଦ ଫ୍ଲାଇଟ୍ ଟିକେଟ ଏବଂ ୫ ତାରିଖରେ ହାଇଦ୍ରାବାଦ-ଭୁବନେଶ୍ୱର ଫ୍ଲାଇଟ୍ ରେ ଫେରନ୍ତା ଟିକେଟ ହୋଇଥିଲା । ହାଇଦ୍ରାବାଦର ଫାଇଭ୍ ଷ୍ଟାର୍ ହୋଟେଲ୍ ତାଜ୍ କ୍ରିଷ୍ଣା ବି ୪ ତାରିଖ ରାତି ପାଇଁ ବୁକ୍ ହୋଇଥିଲା । ଗତକାଲି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ସଂପୃକ୍ତ ଫ୍ଲାଇଟ୍ ଟିକେଟ୍, ହୋଟେଲ ତାଜ୍ କ୍ରିଷ୍ଣାର ଇନଭଏସ୍ ଏବଂ ମନ୍ତ୍ରୀଙ୍କ ଦପ୍ତରର ଚିଠି ଉପସ୍ଥାପନ କରିଥିଲେ । ରୋଚକ କଥା ହେଲା, ମନ୍ତ୍ରୀଙ୍କ ଦପ୍ତର ଚିଠିରେ ଅତିଥି ମହିଳାଦ୍ୱୟଙ୍କ ପୂରା ନାଁ ବଦଳରେ ସଟ୍ ଫର୍ମ ନାଁ ଲେଖାଯାଇ ସେମାନଙ୍କ ଠିକଣା ଗୋପନ ରଖିବାକୁ ଉଦ୍ୟମ କରାଯାଇଥିଲା । ସରକାରୀ ଖର୍ଚ୍ଚରେ ଦୁଇଜଣ ବେସରକାରୀ ମହିଳାଙ୍କୁ ମନ୍ତ୍ରୀ କିଭଳି ସାଙ୍ଗରେ ନେଲେ ଏବଂ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ଥିଲା ନା ନାହିଁ ପ୍ରଶ୍ନ କରିଥିଲେ ସତ୍ୟପ୍ରକାଶ ।
ମନ୍ତ୍ରୀଙ୍କର ଏହି ଗୁମରକୁ ଧରି ଆଜି କଂଗ୍ରେସ ବିଧାୟକମାନେ ବିଧାନସଭାରେ କମ୍ପମାନ କରିଛନ୍ତି । ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ପ୍ରଥମେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କଠାରୁ ଜବାବ ମାଗିଥିଲେ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ବି ଅନୁରୂପ ଦାବି କରିଥିଲେ । ବରିଷ୍ଠ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଥିଲେ, ସରକାରୀ କାର୍ଯ୍ୟରେ ହାଇଦ୍ରାବାଦ ଯାଇଥିବା ମନ୍ତ୍ରୀଙ୍କ ସାଙ୍ଗରେ ଥିବା ମହିଳାଦ୍ୱୟ ସମ୍ପର୍କରେ ମାଆ ଓ ଝିଅ । ଏଇ ଗାଈ ବାଛୁରୀଙ୍କୁ ମନ୍ତ୍ରୀ ସାଙ୍ଗରେ ନେବା ପଛରେ କି ରହସ୍ୟ ଅଛି? ସେମାନେ ସରକାରୀ ଖର୍ଚ୍ଚରେ ଗଲେ କେମିତି? ମୁଖ୍ୟମନ୍ତ୍ରୀ ତୁରନ୍ତ ଏହି ମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ସେ ଗୃହରେ ଦାବି କରିଥିଲେ । ଅନ୍ୟତମ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ଛି.. ଛି.. କରିବା ସହ ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ । ପଛେ ପଛେ ସହଯୋଗୀ ବିଧାୟକମାନେ ସିଧା ବାଚସ୍ପତିଙ୍କ ପୋଡ଼ିୟମ୍ ଆଡକୁ ଚାଲିଆସି ନାରାବାଜି ଆରମ୍ଭ କରିଥିଲେ ।
ମନ୍ତ୍ରୀ ଜ୍ୟୋତିପ୍ରକାଶଙ୍କ ବରଖାସ୍ତ ଦାବି କରି କଂଗ୍ରେସ ବିଧାୟକମାନେ ସ୍ଲୋଗାନ୍ ଦେଇଥିଲେ । ଶ୍ରୀ ସାଲୁଜା ବାଚସ୍ପତିଙ୍କ ମାଇକ୍ ଛଡ଼ାଇବାକୁ ଉଦ୍ୟମ କରିଥିଲେ । ବିଧାୟକମାନେ ନିଜ ଆସନକୁ ଫେରିବାକୁ ବାଚସ୍ପତି ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ କେହି ଶୁଣି ନ ଥିଲେ । ଏଭଳିସ୍ଥିତିରେ ବାଚସ୍ପତି ତିନି ଥରକରେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଅପରାହ୍ନ ଅଧିବେସନରେ ବି ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । କଂଗ୍ରେସ ବିଧାୟକଙ୍କ ହଟ୍ଟଗୋଳ ଭିତରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ପର୍ଯ୍ୟଟନମନ୍ତ୍ରୀଙ୍କୁ ଗୃହରେ ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ତେବେ କଂଗ୍ରେସ ବିଧାୟକଙ୍କୁ ଏହା ଶାନ୍ତ କରିପାରିନାହିଁ । ମନ୍ତ୍ରୀଙ୍କ ବରଖାସ୍ତ ଦାବିରେ ଅଡି ବସିଛନ୍ତି । ପ୍ରବଳ ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ଗୃହକୁ ମୁଲତବୀ ରଖି ସର୍ବଦଳୀୟ ବୈଠକ ଡାକିଛନ୍ତି ।
ବିଜେପି ପକ୍ଷରୁ ବରିଷ୍ଠ ନେତା ତଥା ମୁଖପାତ୍ର ସମୀର ମହାନ୍ତି ଏକ ସାମ୍ବାଦିକ ସମ୍ମିଳନୀ କରି ପର୍ଯ୍ୟଟନ ମନ୍ତ୍ରୀଙ୍କ ବରଖାସ୍ତ ଦାବି କରିଛନ୍ତି ।
ସେପଟେ ସଂପୃକ୍ତ ବାନ୍ଧବୀଙ୍କ ସହ ମନ୍ତ୍ରୀଙ୍କ ସମ୍ପର୍କକୁ ନେଇ ବିଭିନ୍ନ କଥା ଶୁଣାଯାଉଛି । ସଂପୃକ୍ତ ମହିଳାଙ୍କ ସହ ମନ୍ତ୍ରୀଙ୍କର ଅନେକ ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି ।
ଅନ୍ୟପକ୍ଷରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ମିଛ ବୋଲି କହିଛନ୍ତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । ହାଇଦ୍ରାବାଦ ଗସ୍ତକାଳରେ ସେ କୌଣସି ବେଆଇନ କାର୍ଯ୍ୟ କରିନାହାନ୍ତି କି ଅତିଥିଙ୍କ ପାଇଁ ସରକାରୀ ତହବିଲରୁ ଟଙ୍କାଟିଏ ଖର୍ଚ୍ଚ କରିନାହାନ୍ତି ବୋଲି ସଫେଇ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କ୍ଷୁବ୍ଧ!
ପର୍ଯ୍ୟଟନ ମନ୍ତ୍ରୀଙ୍କ ବିରୋଧରେ ଆସିଥିବା ଅଭିଯୋଗ ତାଙ୍କ ଦୃଷ୍ଟିକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ଷୁବ୍ଧ ହୋଇପଡ଼ିଥିବା ଜଣାପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ପକ୍ଷରୁ ଏହା ଉପରେ ତନାଘନା ଆରମ୍ଭ ହୋଇଛି । କୌଣସି ମୁହୁର୍ତ୍ତରେ ଜ୍ୟୋତିପ୍ରକାଶଙ୍କ ମନ୍ତ୍ରୀ ପଦ ଚାଲିଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
Previous Post

୨୦୨୩ ହକି ବିଶ୍ୱକପ୍ ବି ଓଡ଼ିଶାରେ

Next Post

ଆଉ ୩ ମାସ କୋହଳ ହେଲା ଟ୍ରାଫିକ ନିୟମ

Next Post
ଆଉ ୩ ମାସ କୋହଳ ହେଲା ଟ୍ରାଫିକ ନିୟମ

ଆଉ ୩ ମାସ କୋହଳ ହେଲା ଟ୍ରାଫିକ ନିୟମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA