Wednesday, April 29, 2026 10:46 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୨୦୨୩ ହକି ବିଶ୍ୱକପ୍ ବି ଓଡ଼ିଶାରେ

by Our Correspondent
27 Nov, 2019- 11:46 PM
in Latest News, News
1 min read
0
୨୦୨୩ ହକି ବିଶ୍ୱକପ୍ ବି ଓଡ଼ିଶାରେ
ଭୁୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜିତ ୨୦୧୮ ହକି ବିଶ୍ୱକପ୍ ଓଡ଼ିଶାବାସୀଙ୍କ ସ୍ମୃତିରେ ତାଜା ଥିବା ବେଳେ ପୁଣି ଏକ ବଡ଼ ଖୁସି ଖବର ଆସିଛି । ଓଡ଼ିଶାକୁ ଲଗାତର ଦ୍ୱିତୀୟ ଥର ପାଇଁ ଆସିଛି ହକି ବିଶ୍ୱକପ୍ । ୨୦୨୩ ପୁରୁଷ ହକି ବିଶ୍ୱକପ୍ ସେହି କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜିତ ହେବ । ଆହୁରି ବଡ଼କଥା ହେଉଛି, ଖାଲି କଳିଙ୍ଗ ଷ୍ଟାଡିୟମ୍ ନୁହେଁ ହକିର ଏନ୍ତୁଡ଼ିଶାଳ କୁହାଯାଉଥିବା ସୁନ୍ଦରଗଡର ରାଉରକେଲାରେ ଏକାସାଙ୍ଗରେ ଖେଳାଯିବ ହକି ବିଶ୍ୱକପ୍ । ୨୦୧୮ ହକି ବିଶ୍ୱକପ୍ ଉଦଘାଟନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ କଳିଙ୍ଗ ଷ୍ଟାଡିୟମ୍ ରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହି ବଡ଼ ଘୋଷଣା କରିଛନ୍ତି । ୨୦୨୩ ହକି ବିଶ୍ୱକପ୍ ଆୟୋଜନର ଦାୟିତ୍ୱ ଓଡ଼ିଶାକୁ ମିଳିଥିବା ମୁଖ୍ୟମନ୍ତ୍ରୀ ଜଣାଇଛନ୍ତି ।
୨୦୨୩ ହକି ବିଶ୍ୱକପ୍ ର ଆୟୋଜନ ପାଇଁ ଭାରତ, ମାଲେସିଆ ଓ ବେଲଜିୟମ୍ ମଧ୍ୟରେ ପ୍ରତିଯୋଗିତା ହୋଇଥିଲା । ଆୟୋଜକ ହେବା ପାଇଁ ଏହି ତିନି ଦେଶ ବିଡ୍ ଦାଖଲ କରିଥିଲେ । ମାତ୍ର ଏହି ରେସ୍ ରେ ଅନ୍ୟ ଦୁଇ ଦେଶଙ୍କୁ ପଛରେ ପକାଇ ଭାରତ ବାଜି ମାରିଥିଲା । ତେବେ ଆୟୋଜକ ରାଷ୍ଟ୍ର ଭାରତ କେଉଁଁଠାରେ ଏହାର ଆୟୋଜନ କରିବ ତାହା ସମସ୍ତଙ୍କ ଅପେକ୍ଷାରେ ଥିଲା ବେଳେ ଓଡ଼ିଶାକୁ ପ୍ରଥମ ପସନ୍ଦର ଜାଗା ଭାବେ ବାଛି ନେଇଛି ହକି ଇଣ୍ଡିଆ । ଲଗାତର ଦ୍ୱିତୀୟ ଥର ପାଇଁ ଓଡ଼ିଶା ଏହି ବିଶ୍ୱସ୍ତରୀୟ ମହାଇଭେଣ୍ଟ ଆୟୋଜନର ବିରଳ ସୁଯୋଗ ହାସଲ କରିଛି ।
୨୦୧୮ ହକି ବିଶ୍ୱକପ୍ ର ସଫଳ ଆୟୋଜନ କରି ଓଡ଼ିଶା ସବୁସ୍ତରରେ ପ୍ରଶଂସିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଆୟୋଜନର ପୁରୋଧା ହୋଇଥିଲେ । ଆଗାମୀ ବିଶ୍ୱକପ୍ ଆୟୋଜନର ପୁନର୍ବାର ସୁଯୋଗ ପାଇଥିବାରୁ ମୁଖ୍ୟମନ୍ତ୍ରୀ ବେଶ୍ ଖୁସିପ୍ରକଟ କରିଛନ୍ତି । ହକିର ଏନ୍ତୁଡ଼ିଶାଳ ସୁନ୍ଦରଗଡକୁ ବିଶ୍ୱସ୍ତରରେ ପରିଚିତି ଦେବାକୁ ତାଙ୍କର ପ୍ରତିବଦ୍ଧତା ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ବି ଆହୁରି ଖୁସି । କାରଣ କେବଳ କଳିଙ୍ଗ ଷ୍ଟାଡିୟମ୍ ନୁହେଁ, ରାଉରକେଲାକୁ ମିଳିଛି ହକି ବିଶ୍ୱକପ୍ ମହାଇଭେଣ୍ଟ ।
ସୁନ୍ଦରଗଡ଼ରେ ୧୭ଟି ବିଶ୍ୱସ୍ତରୀୟ ଆଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମ୍ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଘୋଷଣା କରିବା ସହ ଏହାର ଶିଳାନ୍ୟାସ କରିଥିଲେ । ଖୁବ ଶୀଘ୍ର ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ । ସୁନ୍ଦରଗଡ଼ରେ ନିର୍ମାଣ ହେବାକୁ ଯାଉଥିବା ଷ୍ଟାଡିୟମ୍ ର ଭିତ୍ତିଭୂମି ହକି ଖେଳ ପାଇଁ ଖ୍ୟାତ ୟୁରୋପୀୟ ଦେଶରେ ମଧ୍ୟ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସୂଚାଇ ଦେଇଛନ୍ତି ।
ଉତ୍ସବରେ ଉପସ୍ଥିତ ହକି ଇଣ୍ଡିଆ ସଭାପତି ଡ. ନରେନ୍ଦ୍ର ବାତ୍ରା ଓଡ଼ିଶା ସରକାରଙ୍କ ଆଗ୍ରହ ଓ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭୂରି ପ୍ରଶଂସା କରିଥିଲେ । କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ୨୦୧୮ ହକି ବିଶ୍ୱକପ୍ ଉପରେ ଏକ ଡକୁ୍ୟମେଣ୍ଟାରି ଏବଂ ଏକ କଫି ଟେବୁଲ ବୁକ ଉନ୍ମୋଚନ କରିଥିଲେ ।
Previous Post

ଫ୍ଲୋର ଟେଷ୍ଟ ପୂର୍ବରୁ ଫିନିସ୍; ଗାଦି ଛାଡ଼ି ପଳେଇଲେ ଫଡନାଭିସ୍, ଅଜିତ୍ ପାୱାର

Next Post

ବାନ୍ଧବୀ ମା,ଝିଅଙ୍କ ସହ ମଉଜ କରି ଫସିଲେ

Next Post
ବାନ୍ଧବୀ ମା,ଝିଅଙ୍କ ସହ ମଉଜ କରି ଫସିଲେ

ବାନ୍ଧବୀ ମା,ଝିଅଙ୍କ ସହ ମଉଜ କରି ଫସିଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA