Monday, May 25, 2026 09:13 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମିଥ୍ୟା ସତ୍ୟପାଠ: ଫସିଲେ ବୈଜୟନ୍ତ, ଲାଗିଲା ଫୋର ଟୋଣ୍ଟି କେସ୍

by Our Correspondent
03 May, 2018- 08:47 PM
in Latest News, News
1 min read
0
ମିଥ୍ୟା ସତ୍ୟପାଠ: ଫସିଲେ ବୈଜୟନ୍ତ, ଲାଗିଲା ଫୋର ଟୋଣ୍ଟି କେସ୍

– ମାମଲାକୁ ଗ୍ରହଣ କଲେ କେନ୍ଦ୍ରାପଡ଼ା ଏସଡ଼ିଜେଏମ୍ କୋର୍ଟ
– ପୁଲିସକୁ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ,ଜୁଲାଇ ୧୫ ସୁଦ୍ଧା ତଦନ୍ତ ସରିବ

କେନ୍ଦ୍ରାପଡ଼ା/ଭୁବନେଶ୍ୱର: ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଆଉ ଏକ ବଡ଼ ଝଟକା । ଏଥର ଫୋର୍ ଟୋଣ୍ଟି କେସ୍ ରେ ପଡ଼ିଛନ୍ତି । ତାଙ୍କ ବିରୋଧରେ ମିଥ୍ୟା ସତ୍ୟପାଠ ଓ ଏହା ଜରିଆରେ କେନ୍ଦ୍ରାପଡ଼ା ଜନସାଧାରଣଙ୍କୁ ଠକେଇ ଭଳି ସଙ୍ଗୀନ ଆବେଦନକୁ କେନ୍ଦ୍ରାପଡ଼ା ଏସଡ଼ିଜେଏମ୍ କୋର୍ଟ ଅପରାଧିକ ମାମଲା ଭାବେ ଗ୍ରହଣ କରିଛନ୍ତି । ପୁଲିସକୁ ମାମଲା ରୁଜୁ କରି ତଦନ୍ତ ପାଇଁ ଆଜି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ୧୫ ସୁଦ୍ଧା ତଦନ୍ତ ରିପୋର୍ଟ ଦେବାକୁ କେନ୍ଦ୍ରାପଡ଼ା ଟାଉନ୍ ଥାନା ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି ।
ଦିଲ୍ଲୀପ କୁମାର ଦାସ ନାମକ ଜଣେ ବ୍ୟକ୍ତି କେନ୍ଦ୍ରାପଡ଼ା ଏସଡ଼ିଜେଏମ କୋର୍ଟରେ ସାଂସଦଙ୍କ ନାମରେ ଅଭିଯୋଗ କରିଥିଲେ । ୨୦୧୪ ନିର୍ବାଚନରେ ବୈଜୟନ୍ତ ତାଙ୍କ ସତ୍ୟପାଠରେ ମିଥ୍ୟା ତଥ୍ୟ ଦେଇଛନ୍ତି ଏବଂ ତଥ୍ୟ ଲୁଚାଇବାକୁ ଚେଷ୍ଟା କରିଛନ୍ତି । ‘ଇମ୍ଫା’ର ଉପସଭାପତି ଭାବେ ଚାକିରି କରି ଦରମା ନେଉଥିଲେ ମଧ୍ୟ ସତ୍ୟପାଠରେ ତାହା ଦର୍ଶାଇନଥିଲେ । ଏହା ରିପ୍ରେଜେଣ୍ଟେସନ୍ ଅଫ ପିପୁଲ ଆକ୍ଟ ଧାରା ୧୨୫-ଏ ଉଲ୍ଲଂଘନ କରୁଛି । ତାଙ୍କ ବିରୋଧରେ ଆଇପିସି ଧାରା ୪୧୫/୪୧୬/୪୧୭/୪୧୮/୪୧୯/୪୨୦ ରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଆବେଦନ କରିଥିଲେ । ଖାଲି ସେତିକି ନୁହେଁ, ଏହି ମିଥ୍ୟା ସତ୍ୟପାଠ କରି ନିର୍ବାଚନମଣ୍ଡଳୀ ଲୋକଙ୍କୁ ସେ ପ୍ରତାରଣା କରିଛନ୍ତି ଏବଂ ଠକିଛନ୍ତି ବୋଲି ଆବେଦନକାରୀ ଦର୍ଶାଇ ତାଙ୍କ ବିରୋଧରେ ଆଇପିସି ଧାରା ୪୧୯/୪୨୦ ଅପରାଧିକ ମାମଲା ରୁଜୁ ପାଇଁ ଆବେଦନ କରିଥିଲେ । ଏଥିସହ ଆବେଦନକାରୀ କ୍ରିମିନାଲ୍ ପ୍ରୋସିଜିଓର ଧାରା ୧୫୬(୩) ଅନୁଯାୟୀ ବୈଜୟନ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆବେଦନ କରିଥିଲେ । ଏହି କପ୍ଲେନ୍ ପିଟିସନ୍ କୁ ପୁଲିସ ରେଜିଷ୍ଟ୍ରି କରି ତଦନ୍ତ କରିବାକୁ କୋର୍ଟର ନିର୍ଦ୍ଦେଶ ଆବେଦନ କରିଥିଲେ ପିଟିସନକାରୀ ଶ୍ରୀ ଦାସ ।
କେନ୍ଦ୍ରାପଡ଼ା ଏସଡ଼ିଜେଏମ୍ କୋର୍ଟ ଏହାକୁ ଫିଟ୍ କେସ୍ ବୋଲି ଆଜି ଗ୍ରହଣ କରିଛନ୍ତି । ଆବେଦନକାରୀଙ୍କ କପ୍ଲେନ୍ ପିଟିସନ୍ ରେଜିଷ୍ଟ୍ରି ପାଇଁ ପଠାଇବା ସହ ମାମଲାର ତଦନ୍ତ ପାଇଁ କେନ୍ଦ୍ରାପଡ଼ା ଟାଉନ୍ ଥାନାକୁ ନିର୍ଦ୍ଦେଶ ଦେଇଛନ୍ତି । କ୍ରିମିନାଲ୍ ପ୍ରୋସିଜିଓର୍ ଧାରା ୧୫୬(୩) ଏବଂ ରିପ୍ରେଜେଣ୍ଟେସନ୍ ଅଫ ପିପୁଲ ଆକ୍ଟ ଧାରା ୧୨୫-ଏ ଏବଂ ଆଇପିସି ଧାରା ୪୧୫/ ୪୧୬/ ୪୧୭/ ୪୧୮/ ୪୧୯/ ୪୨୦ ରେ କେସ୍ ରୁଜୁ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଏହି ମାମଲାରେ ବୈଜୟନ୍ତ ଦୋଷୀ ପ୍ରମାଣିତ ହେଲେ ତାଙ୍କ ବିରୋଧରେ ନିମ୍ନଲିଖିତ ଦଣ୍ଡ ମିଳିପାରେ ।
(୧) ୧୨୫-ଏ ରିପ୍ରେଜେଣ୍ଟେସନ୍ ଅଫ ପିପୁଲ ଆକ୍ଟ,୧୯୫୧ ରେ ୬ ମାସ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହୋଇପାରେ ।
(୨) ଆଇପିସି ୪୨୦ ଧାରାରେ ଦୋଷୀ ସାବ୍ୟସ୍ତ ହେଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ହୋଇପାରେ ।
(୩) ୬ ବର୍ଷ ପାଇଁ ନିର୍ବାଚନ ପ୍ରତିଦ୍ୱନ୍ଦିତା କରିପାରିବେ ନାହିଁ ।
ସୂଚନାଯୋଗ୍ୟ, ଟାଙ୍ଗୀ ହରିଅନ୍ତାର ଗୋପାଳ ଲେଙ୍କା ନାମକ ଜଣେ ଭଦ୍ରବ୍ୟକ୍ତି ବୈଜୟନ୍ତଙ୍କ ବିରୋଧରେ ସମାନ ଅଭିଯୋଗ ଆଣି  କେନ୍ଦ୍ରାପଡ଼ା ଏସଡିଜେଏମ୍ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସତ୍ୟପାଠରେ ବୈଜୟନ୍ତ ତଥ୍ୟ ଲୁଚାଇଥିବାରୁ ତାଙ୍କ ସାଂସଦ ପଦ ରଦ୍ଦ କରିବାକୁ ସେ ଆବେଦନ କରିଛନ୍ତି । କୋର୍ଟ ସେହି ଆବେଦନକୁ ଗ୍ରହଣ କରି ଆବେଦନକାରୀ ଶ୍ରୀ ଲେଙ୍କାଙ୍କ ବୟାନ ରେକର୍ଡ କରିଛନ୍ତି ଆସନ୍ତା ଶନିବାର ଦିନ ତାହାର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି ।
ଆଜିର କୋର୍ଟ ରାୟ ପରେ ବୈଜୟନ୍ତଙ୍କ ଅଫିସ ପକ୍ଷରୁ ଆଇନ ତା ବାଟରେ ଯିବ ବୋଲି ସଫେଇ ଦିଆଯାଇଛି ।
Previous Post

‘ଅହିଂସା’କୁ ସମ୍ବିଧାନରେ ଯୋଡିବା ସପକ୍ଷରେ ନବୀନ, ରାଷ୍ଟ୍ରପତି ଭବନରେ ଉଚ୍ଚ ପ୍ରଶଂସିତ

Next Post

ସରକାରଙ୍କ ପଣ୍ଡା ଇନଫ୍ରା ପ୍ରୀତି; ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ି ଆଉ ଜଣେ ମଲେ

Next Post
ସରକାରଙ୍କ ପଣ୍ଡା ଇନଫ୍ରା ପ୍ରୀତି; ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ି ଆଉ ଜଣେ ମଲେ

ସରକାରଙ୍କ ପଣ୍ଡା ଇନଫ୍ରା ପ୍ରୀତି; ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ି ଆଉ ଜଣେ ମଲେ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA