Monday, May 25, 2026 08:29 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସରକାରଙ୍କ ପଣ୍ଡା ଇନଫ୍ରା ପ୍ରୀତି; ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ି ଆଉ ଜଣେ ମଲେ

by Our Correspondent
04 May, 2018- 12:41 AM
in Latest News, News
1 min read
0
ସରକାରଙ୍କ ପଣ୍ଡା ଇନଫ୍ରା ପ୍ରୀତି; ବମିଖାଲ ଓଭରବ୍ରିଜ୍ ଭୁଶୁଡ଼ି ଆଉ ଜଣେ ମଲେ
ଭୁବନେଶ୍ୱର: ବମିଖାଲ୍ ରେ ନିର୍ମାଣାଧୀନ ଓଭରବ୍ରିଜ୍ ପୁଣି ଥରେ ଭୁଶୁଡ଼ି ପଡ଼ିଛି । ରାତିରେ କାମ ଚାଲିଥିବା ବେଳେ ହଠାତ୍ ବ୍ରିଜ୍ ର ଲୁହା ରେଲିଂ ଭୁଶୁଡ଼ି ପଡ଼ିଥିଲା । ତଳେ କାମ କରୁଥିବା ଦୁଇ ଶ୍ରମିକ ସୁନ୍ଦରଗଡ଼ର ଅଜୟ ଭୌମିକ ଓ ଆନନ୍ଦ ନାୟକ ସେଥିରେ ଚାପି ହୋଇ ରହିଗଲେ । ସ୍ଥାନୀୟ ଲୋକମାନେ ବହୁ ଚେଷ୍ଟା କରିଥିଲେ ମଧ୍ୟ ସେମାନଙ୍କୁ ଉଦ୍ଧାର କରିପାରି ନ ଥିଲେ । ପରେ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ଚାପି ହୋଇ ରହିଥିବା ଦୁଇ ଶ୍ରମିକଙ୍କୁ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲେ । ସେଠାରେ ଅଜୟ(୩୮)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଆନନ୍ଦଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ କଲେଜରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାକୁ ନେଇ ସେଠାରେ ପ୍ରବଳ ଛତ୍ତେଜନା ସୃଷ୍ଟି ହୋଇଛି । ଘଟଣାଟି ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସାଂଘାତିକ କଥାଟି ହେଉଛି, ବମିଖାଲ୍ ଓଭରବ୍ରିଜ୍ ନିର୍ମାଣ କରୁଛି ପଣ୍ଡା ଇନଫ୍ରା ସଂସ୍ଥା । ଗତ ସେପ୍ଟେମ୍ବର ୧୦ ତାରିଖରେ ହଠାତ୍ ବ୍ରିଜ୍ ର ଏକ ସେଣ୍ଟରିଂ ଭୁଶୁଡ଼ି ପଡ଼ିଥିଲା । ସେହି ସମୟକୁ ଝାରପଡ଼ାର ଜଣେ ଯୁବକ ତାଙ୍କ ଝିଅକୁ ଡ୍ୟାନସ୍ କ୍ଲାସରୁ ଧରି ସେବାଟେ ଘରକୁ ଫେରୁଥିଲା ବେଳେ ତଳେ ଚାପିହୋଇଗଲେ । ସୌଭାଗ୍ୟକୁ କୁନିଝିଅଟି ରକ୍ଷା ପାଇଯାଇଥିବା ବେଳେ ବାପା କିନ୍ତୁ ଚାପି ହୋଇ ମରିଗଲେ । ଏହି ଦୁର୍ଘଟଣାଟି ସାରା ରାଜ୍ୟରେ ହଇଚଇ ସୃଷ୍ଟି କଲା । ସରକାର ତତ୍ପର ହୋଇଗଲେ । ତଦନ୍ତ ଚାଲିଲା । ପୂର୍ତ୍ତ ସଚିବ ନିଜେ ଯାଇ ଘଟଣାର ଅନୁଧ୍ୟାନ କଲେ । ବ୍ରିଜ୍ କାମ ନିମ୍ନମାନର ବୋଲି ତଥ୍ୟ ସାମନାକୁ ଆସିଲା । ନିର୍ମାଣକାରୀ ସଂସ୍ଥା ପଣ୍ଡା ଇନଫ୍ରା ମାଲିକଙ୍କୁ ପୁଲିସ ଗିରଫ କରିଥିବା ବେଳେ ସରକାର ସଂସ୍ଥାକୁ କଳା ତାଲିକାଭୁକ୍ତ କରିଥିଲେ ।
ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ସେହି କଳା ତାଲିକାଭୁକ୍ତ ପଣ୍ଡା ଇନଫ୍ରା ସଂସ୍ଥା କରୁଛି ଅସମ୍ପୂର୍ଣ୍ଣ ବ୍ରିଜ୍ ନିର୍ମାଣ କାମ । ରାଜଧାନୀର ଛାତି ତଳେ ଜନଗହଳିପୂର୍ଣ୍ଣ ବମିଖାଲ ବ୍ରିଜ୍ ର ଅସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଗୋଟେ ନରହନ୍ତା କଳା ତାଲିକାଭୁକ୍ତ ସଂସ୍ଥା ବେଧଡ଼କ ଭାବେ କରି ଚାଲିଛି । ସରକାର ତାକୁ କେମିତି ପୁଣି ଅନୁମତି ଦେଇଛନ୍ତି ତାହା କାହାରି ମୁଣ୍ଡକୁ ପଶୁନି । ପଣ୍ଡା ଇନଫ୍ରା ମାଲିକ କ’ଣ ଏତେ ପାୱାରଫୁଲ୍ ଯେ କଳା ତାଲିକାଭୁକ୍ତ ହେଲା ପରେ ବି ସରକାରଙ୍କ ପ୍ରେମ ଭାଙ୍ଗିପାରୁନି ? ଖାଲି ବମିଖାଲ ନୁହେଁ ପଣ୍ଡା ଇନଫ୍ରା ନିର୍ମିତ ଜଟଣୀ ଓଭରବ୍ରିଜ୍ ର ନିର୍ମାଣ କାର୍ଯ୍ୟ ମଧ୍ୟ ଅତି ନିମ୍ନମାନର ବୋଲି ଅଭିଯୋଗ ହୋଇଆସୁଛି । ସ୍ଥାନୀୟ ଲୋକେ ଆନ୍ଦୋଳନ କରୁଛନ୍ତି । ମାତ୍ର ସବୁ ପରେ ବି ସରକାରଙ୍କ ସେ କାହିଁକି ଗେହ୍ଲାପୁଅ ହୋଇଛି ତାହା କେହି ବୁଝିପାରୁନାହାନ୍ତି । ପଣ୍ଡା ଇନଫ୍ରା ସଂସ୍ଥାରେ ଶାସକ ଦଳର ଜଣେ ପାୱାରଫୁଲ୍ ନେତାଙ୍କ ଟଙ୍କା ଲାଗିଥିବାରୁ ତା ଦେହରେ ହାତ ମାରିବାକୁ କାହାର ସାହାସ ନାହିଁ ବୋଲି ଆଗରୁ ଚର୍ଚ୍ଚା ହୋଇ ଆସୁଛି । ଏହି ଚର୍ଚ୍ଚା ଯେ ସତ୍ୟ ତାହା ପୁଣି ଥରେ ପ୍ରମାଣିତ ହେବାକୁ ଯାଉଥିବା ରାଜଧାନୀବାସୀ ଅନୁଭବ କଲେଣି ।
ବମିଖାଲ ବ୍ରିଜ୍ ଦ୍ୱିତୀୟ ଦୁର୍ଘଟଣା ପରେ ବେଲଜିଆ ପ୍ରଶାସନ ପୁଣି ଥରେ ଚେତି ହୋଇଛି । ପୂର୍ତ୍ତ ବିଭାଗର ଅଧିକାରୀମାନେ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଜିଲ୍ଲାପାଳ ଏବଂ ଏସପି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଖଳନାୟକ ପଣ୍ଡା ଇନଫ୍ରାର କିନ୍ତୁ ଦେଖାନାହିଁ । ନିମ୍ନମାନର କାମ ଯୋଗୁଁ ବ୍ରିଜ୍ ଭୂଷୁଡ଼ି ଲୋକ ମରିବା ଘଟଣା ସାଧାରଣ ଜନତାଙ୍କୁ କ୍ଷୁବ୍ଧ କରିଛି । ମଧ୍ୟରାତ୍ରରେ କଂଗ୍ରେସ ଓ ବିଜେପି କର୍ମୀମାନେ ରାସ୍ତା ଉପରକୁ ଓହ୍ଲାଇଛନ୍ତି । ପଣ୍ଡା ଇନଫ୍ରା ମାଲିକଙ୍କୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରି ରାସ୍ତା ଅବରୋଧ କରିଛନ୍ତି । ସରକାରଙ୍କ ବିରୋଧରେ ଗର୍ଜନ କରୁଛନ୍ତି । ଶୁକ୍ରବାର ଦିନ ନବୀନ ନିବାସ ଘେରାଉ କରାଯିବ ବୋଲି ଧମକ ଦେଇଛନ୍ତି ।
Previous Post

ମିଥ୍ୟା ସତ୍ୟପାଠ: ଫସିଲେ ବୈଜୟନ୍ତ, ଲାଗିଲା ଫୋର ଟୋଣ୍ଟି କେସ୍

Next Post

ପଣ୍ଡା ଇନଫ୍ରା ମାଲିକ ଗିରଫ,ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

Next Post
ପଣ୍ଡା ଇନଫ୍ରା ମାଲିକ ଗିରଫ,ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

ପଣ୍ଡା ଇନଫ୍ରା ମାଲିକ ଗିରଫ,ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA