ଭୁବନେଶ୍ୱର: ଚେନ୍ନାଇ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ନବନିର୍ମିତ ଓଡ଼ିଶା ଭବନର ଉଦଘାଟନ କରିଛନ୍ତି । ତାମିଲନାଡୁ ସରକାରଙ୍କ ପକ୍ଷରୁ ମନ୍ତ୍ରୀ ଜୟକୁମାର ଏହି ଉତ୍ସବରେ ଯୋଗଦେଇଥିଲେ । ୨୨ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଛଅ ମହଲା ବିଶିଷ୍ଟ ଓଡ଼ିଶା ଭବନରେ ୨୧ ଟି ରୁମ୍ ଓ ଏକ ବିରାଟ ସମ୍ମିଳନୀ କକ୍ଷ ରହିଛି । ୨୦୧୨ ମସିହା ମେ’ ୧୧ ତାରିଖରେ ତାମିଲାନାଡୁର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ ।






