Tuesday, May 26, 2026 03:42 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନିଜ ପରିବାରରେ ଅଛୁଆଁ! ଦାମଙ୍କ ସହ ଲଢ଼ିବାକୁ ଭାଇ ପ୍ରସ୍ତୁତ

by Our Correspondent
25 Sep, 2018- 11:21 PM
in Latest News, Politics
1 min read
0
ନିଜ ପରିବାରରେ ଅଛୁଆଁ! ଦାମଙ୍କ ସହ ଲଢ଼ିବାକୁ ଭାଇ ପ୍ରସ୍ତୁତ

ଭୁବନେଶ୍ୱର: ବିଜେଡ଼ିରୁ ବହିଷ୍କୃତ ଡାକ୍ତର ଦାମୋଦର ରାଉତ ରାଜନୈତିକ ପ୍ରସଙ୍ଗ ରୋଚକ ମୋଡ଼ ନେଇଛି । ପାରାଦ୍ୱୀପରୁ ଲଢ଼ି ସେ ନିଶ୍ଚିତ ବିଜୟୀ ହେବେ ବୋଲି ଦମ୍ଭ ଦେଖାଉଥିବା ବେଳେ ଆଗ ନିଜ ଘରୁ ହିଁ ତାଙ୍କର ପ୍ରତିଦ୍ୱନ୍ଦୀ ବାହାରିଛନ୍ତି । ପୁଅ ସମ୍ବିତ ବିଜେଡ଼ି ଟିକେଟ ପାଇବାକୁ କିଛି ଦିନ ତଳୁ ଆଶା ବାନ୍ଧିଛନ୍ତି । ହେଲେ ଏବେ ସାମନାକୁ ଆସିଛନ୍ତି ଭାଇ ଡାକ୍ତର ବାମଦେବ ରାଉତ । ବିଜେଡ଼ି ତାଙ୍କୁ ଟିକେଟ ଦେଲେ ସେ ପାରାଦ୍ୱୀପରେ ଲଢ଼ିବେ ବୋଲି ନିଷ୍ପତ୍ତି ଶୁଣାଇଛନ୍ତି । ବାମଙ୍କ ଏହି ଘୋଷଣା ପରେ ନିଜ ପରିବାରରେ ଦାମ ଅଛୁଆଁ ହୋଇଥିବା ବାରି ହେଉଛି ।

ଆଜି ଗଣମାଧ୍ୟମରେ ଦାମ ରାଉତଙ୍କ ଏହି ସାନଭାଇ ବାମଦେବ ନିଜର ମତ ରଖିଛନ୍ତି । କହିଛନ୍ତି, ମୁଁ ଏବେ ବିଜେପିରେ ଅଛି । ବିଜେଡ଼ି ମତେ ଯଦି ଉପଯୁକ୍ତ ଭାବି ପାରାଦ୍ୱୀପରୁ ଟିକେଟ ଦିଏ ତେବେ ମୁଁ ନିଶ୍ଚିତ ଲଢ଼ିବି । ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ବର୍ତ୍ତମାନ ବିଜେପିରେ ଅଛି । ବିଜେପି ବି ଯଦି ଟିକେଟ ଦିଏ ମୁଁ ପାରାଦ୍ୱୀପରୁ ଲଢ଼ିବି । ସୁତରାଂ ବିଜେପି ହେଉ କି ବିଜେଡ଼ି ହେଉ, ଯେଉଁ ଦଳ ତାଙ୍କୁ ପ୍ରାର୍ଥୀ କରିବ ସେ ପାରାଦ୍ୱୀପରୁ ନିର୍ବାଚନ ଲଢ଼ିବେ । ତାଙ୍କ ଝିଆରୀ( ଦାମବାବୁ ଓ ବାମବାବୁଙ୍କ ବଡ଼ଭାଇଙ୍କ ଝିଅ) ବିଜେଡ଼ି ଟିକେଟରୁ ପାରାଦ୍ୱୀପରେ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ଉପରେ ମଧ୍ୟ ସେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି । ଯଦି ଝିଆରୀକୁ ବିଜେଡ଼ି ଉପଯୁକ୍ତ ମନେ କରେ ତେବେ ପ୍ରାର୍ଥୀ କରିବାରେ ଅସୁବିଧା ନାହିଁ । ଝିଆରୀଙ୍କ ପଛରେ ତାଙ୍କ ସମର୍ଥନ ଅଛି ବୋଲି ମଧ୍ୟ ବାମଦେବ କହିଛନ୍ତି ।
ବଡ଼ଭାଇଙ୍କୁ ବିଜେଡ଼ିରୁ ବହିଷ୍କାର କରାଯିବା ସମ୍ପର୍କରେ ମତ ଦେଇ ସେ କହିଛନ୍ତି, ବିଜେଡ଼ି ତାଙ୍କୁ ବହୁତ କିଛି ଦେଇଛି । ମାତ୍ର ସେହି ଦଳରେ ଥାଇ ଭାଇ ଯେଉଁଭଳି ବୟାନବାଜି କଲେ ତାହା ଠିକ୍ ହୋଇନାହିଁ । ସେ କହିଛନ୍ତି, ଭାଇ ସବୁବେଳେ ପରବୋଲିଆ । କିଏ ତାଙ୍କୁ ଉସୁକାଇଦେଲେ ସେ ସେଥିରେ ମାତିଯାଆନ୍ତି । ନିଜକୁ ସବୁବେଳେ ଅଧିକ ଜ୍ଞାନୀ,ଗୁଣୀ ଭାବି ଅନ୍ୟମାନଙ୍କୁ ନୀଚ୍ଚା ଦେଖନ୍ତି । ସେ ଅନେକଥର ଭାଇଙ୍କୁ ତାଙ୍କର ଦୋଷ ଦୁର୍ବଳତା କହିଛନ୍ତି । ମାତ୍ର ବଡ଼ଭାଇ ଖାତିରରେ ସେ ତାହାକୁ ହେୟଜ୍ଞାନ କରିଛନ୍ତି । ବର୍ତ୍ତମାନର ସ୍ଥିତି ଉପରେ ସେ ଅଧିକ କହିବାକୁ ମନା କରି ଅନେକ ଦିନ ହେଲା ତାଙ୍କ ସାଙ୍ଗରେ ସମ୍ପର୍କରେ ନାହାନ୍ତି ବୋଲି କହିଛନ୍ତି । ତେବେ ଭାଇଙ୍କୁ ବିଜେଡ଼ିରୁ ବାହାର କରିବାର ପୂରା ସପକ୍ଷରେ ସେ ନାହାନ୍ତି ବୋଲି ବାମଦେବ କହିଛନ୍ତି ।
ବାମଦେବ କହିଛନ୍ତି ଯେ ସେ ନିଜେ ପ୍ରଥମେ ବିଜେଡ଼ିରେ ଥିଲେ । ମୁଖ୍ୟମନ୍ତ୍ରୀ ତାଙ୍କୁ କିଛି ଜିଲ୍ଲାର ଦାୟିତ୍ୱ ମଧ୍ୟ ଦେଇଥିଲେ । ପ୍ୟାରୀବାବୁ ମଧ୍ୟ ତାଙ୍କୁ ଭଲ ପାଉଥିଲେ । ୨୦୦୪ରେ ଜଗତସିଂହପୁର ଲୋକସଭା ଆସନରୁ ବିଜେଡ଼ି ପ୍ରାର୍ଥୀ ଭାବେ ତାଙ୍କ ନାଁ ଚୂଡ଼ାନ୍ତ ହୋଇଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ତାଙ୍କ ଟିକେଟ କାଟି ଦିଆଗଲା । ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀ ଓ ପ୍ୟାରୀବାବୁଙ୍କୁ ପଚାରିଥିଲେ । ମାତ୍ର ଏକଥା ଦାମବାବୁଙ୍କୁ ପଚାର ବୋଲି ସେମାନେ ମତେ କହିଥିଲେ ।
ଭାଇଙ୍କର ରାଜନୈତିକ ଉତଥାନ ପଛରେ ବିଜୁବାବୁ ଓ ନବୀନ ବାବୁଙ୍କ ଆର୍ଶିବାଦ ଥିବା ବାମଦେବ ସ୍ୱୀକାର କରିଛନ୍ତି । ଭାଇ ରାଜନୀତିରୁ ବହୁତ କିଛି ପାଇଛନ୍ତି । ହେଲେ ଯାହା ସେ ପାଇଛନ୍ତି ନିଜ ପାଇଁ । ପରିବାର ପ୍ରତି ତାଙ୍କର କାଣିଚାଏ ଅବଦାନ ନାହିଁ । ବରଂ ତାଙ୍କର ରାଜନୈତିକ ଉତଥାନ ପାଇଁ ପରିବାରର ବହୁତ ଅବଦାନ ରହିଛି ବୋଲି ବାମଦେବ କହିଛନ୍ତି ।
ଦାମଙ୍କ ପ୍ରତିକ୍ରିୟା: ପାରାଦ୍ୱୀପରୁ ଭାଇ ବାମଦେବ ବିଜେଡ଼ି ଟିକେଟରେ ଲଢ଼ିବାକୁ ଆଗ୍ରହୀ ବୋଲି ଗଣମାଧ୍ୟମର ଖବର ଉପରେ ଦାମବାବୁ ପ୍ରତିକ୍ରିୟା ରଖିଛନ୍ତି । ତାତ୍ସଲ୍ୟ କରି କହିଛନ୍ତି, ବିଜେଡ଼ି ବାଲା ମୋ ଭାଇକୁ କାହିଁକି ଟିକେଟ ଦେବେ । ମୋ ପୁଅ ପରା ବିଜେଡ଼ିରେ ଅଛି । ତାକୁ ଟିକେଟ ଦେଉନାହାନ୍ତି ।
Previous Post

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଚେନ୍ନାଇରେ ଓଡ଼ିଶା ଭବନ ଉଦଘାଟିତ

Next Post

ଆଧାର ବୈଧ; ସ୍କୁଲ,ବ୍ୟାଙ୍କରେ ବାଧ୍ୟତାମୂଳକ ନୁହେଁ

Next Post
ଆଧାର ବୈଧ; ସ୍କୁଲ,ବ୍ୟାଙ୍କରେ ବାଧ୍ୟତାମୂଳକ ନୁହେଁ

ଆଧାର ବୈଧ; ସ୍କୁଲ,ବ୍ୟାଙ୍କରେ ବାଧ୍ୟତାମୂଳକ ନୁହେଁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA