Wednesday, July 1, 2026 09:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଖ୍ୟମନ୍ତ୍ରୀଙ୍କ ପରେ ସ୍ୱାସ୍ଥ୍ୟମନ୍ତ୍ରୀ.. ‘ସୁନେତ୍ର’ କାର୍ଯ୍ୟକ୍ରମର ଡବଲ୍ ଶୁଭାରମ୍ଭ!!

by Our Correspondent
23 Oct, 2019- 02:04 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କ ପରେ ସ୍ୱାସ୍ଥ୍ୟମନ୍ତ୍ରୀ.. ‘ସୁନେତ୍ର’ କାର୍ଯ୍ୟକ୍ରମର ଡବଲ୍ ଶୁଭାରମ୍ଭ!!
ଭୁବନେଶ୍ୱର: “‘ସୁନେତ୍ର’ କାର୍ଯ୍ୟକ୍ରମର ଶୁଭାରମ୍ଭ” ଶୀର୍ଷକରେ ଗତକାଲି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଦପ୍ତରର ସୂଚନା ଅଧିକାରୀଙ୍କ ସୌଜନ୍ୟରୁ ଏକ ପ୍ରେସ୍ ରିଲିଜ୍ ଆସିଥିଲା । ଆଜି ସବୁ ଗଣମାଧ୍ୟମ ଏହି ଖବର ଛାପିଛନ୍ତି । ଖବରର ସାରାଶଂ ହେଉଛି, ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଗତକାଲି(୨୨ ତାରିଖ) ‘ସୁନେତ୍ର’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ । ଖୋର୍ଦ୍ଧା, ଗଞ୍ଜାମ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ଭ୍ରାମ୍ୟମାଣ ଚକ୍ଷୁଯତ୍ନ କେନ୍ଦ୍ର କାର୍ଯ୍ୟକ୍ଷମ ହେଲା । ମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ବିଭାଗୀୟ ସଚିବ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା, ଔଷଧ ନିଗମର ଏମଡ଼ି ପ୍ରମୁଖ ଉପସ୍ଥିତ ଥିଲେ ।
ମନ୍ତ୍ରୀଙ୍କର ଏହି କାର୍ଯ୍ୟକ୍ରମ ଏବଂ ସୂଚନା ଅଧିକାରୀଙ୍କ ପ୍ରେସ୍ ରିଲିଜ୍ ସାଧାରଣରେ ଦ୍ୱନ୍ଦ ସୃଷ୍ଟି କରିଛି । ଯେଉଁ ‘ସୁନେତ୍ର’ ଯୋଜନା କଥା କୁହାଯାଉଛି ତାହା ଗତ ଜାନୁଆରୀ ୧୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିଲା । ଅନ୍ଧତ୍ୱ ଦୂରୀକରଣ ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସହଯୋଗରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ସରକାରଙ୍କ ଏହି ମେଗା କାର୍ଯ୍ୟକ୍ରମ ଟିଭି ଓ ଖବରକାଗଜରେ ବଡ଼ ଖବର ହୋଇଥିଲା । ଏହାପରେ ମାର୍ଚ୍ଚ ୨ ତାରିଖରେ ମୁଖ୍ୟମନ୍ତ୍ରୀ ସଚିବାଳୟ(ଏବେ ଲୋକସେବା ଭବନ)ରେ ପତାକା ଦେଖାଇ ୧୦ଟି ଭ୍ରାମ୍ୟମାଣ ଚକ୍ଷୁଯତ୍ନ କେନ୍ଦ୍ର(ଯାନ)ର ଶୁଭାରମ୍ଭ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ସୁନେତ୍ର’ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବାର ୧୦ ମାସ ପୂରିବାକୁ ବସିଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ପୁଣି ଏହାର ଶୁଭାରମ୍ଭ କଲେ କେମିତି? କ’ଣ ବୁଝିବାକୁ ହେବ ଯେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଏହି ମହତ୍ତ୍ୱାକାଂକ୍ଷୀ କାର୍ଯ୍ୟକ୍ରମକୁ ନବ ଦାସ କୋଣଠେସା କରି ତାଙ୍କ ହାତରେ ସାନି ଶୁଭାରମ୍ଭ କଲେ? ଯଦି ତାହା ନୁହେଁ, ଏଭଳି ବିଭ୍ରାନ୍ତିକର ପ୍ରେସ୍ ରିଲିଜ୍ ଆସିଲା କେମିତି? ଗଣମାଧ୍ୟମକୁ ଖବର ଲେଖି ପଠାଇଥିବା ସରକାରୀ ବାବୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମନଖୁସି କରିବା ପାଇଁ ଏଭଳି ଖବର ତିଆରି କରିନାହାନ୍ତି ତ? ଯଦି ତାହା ବି ନୁହେଁ, ତେବେ ଏହା ଲେଖକଙ୍କର ଅଜ୍ଞତା, ଦାୟିତ୍ୱହୀନତା ନା ଆଉ କିଛି?
ଦାୟିତ୍ୱରେ ଥିବା ଅଧିକାରୀ ଯଦି ସରକାରୀ କାର୍ଯ୍ୟକ୍ରମ ବୁଝିପାରୁନାହାନ୍ତି, ତେବେ ସାଧାରଣ ଲୋକେ ବୁଝିବେ କେମିତି? ଆମ ସରକାରୀ ବ୍ୟବସ୍ଥା କେଉଁ ଢ଼ଙ୍ଗରେ ଚାଲିଛି ଏହା ତାହାର ଏକ ଛୋଟ ନମୁନା । ଉତ୍ତରଦାୟିତ୍ୱ ଅଭାବରୁ ଅଜ୍ଞତା, ଦାୟିତ୍ୱହୀନତା ବଢ଼ିଚାଲିଛି । ‘୫-ଟି’ ସେମାନଙ୍କୁ କାଟୁ କରୁନାହିଁ । ଉକ୍ତ ପ୍ରେସ୍ ରିଲିଜ୍ ଟି ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ନଜରକୁ ଆସିଛି କି ନାଇଁ ଆମେ ଜାଣୁନା । ଯଦି ତାଙ୍କ ନଜରକୁ ଆସିଥାଏ ଏବଂ ତାଙ୍କର ପ୍ରତିକ୍ରିୟା ନ ଥାଏ, ତେବେ ତାହା ଗର୍ହିତ ବୋଲି କୁହାଯିବ ।
Previous Post

5-T ସ୍କାନରରେ ମନ୍ତ୍ରୀ; ଦକ୍ଷତା ନ ଦେଖାଇଲେ ବିଦା!

Next Post

କୁଟ୍ଟେ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

Next Post
କୁଟ୍ଟେ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

କୁଟ୍ଟେ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA