Tuesday, June 30, 2026 04:39 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏଥର ୩୩% ମହିଳା ଯିବେ ପାର୍ଲିଆମେଣ୍ଟ

by Our Correspondent
10 Mar, 2019- 04:22 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏଥର ୩୩% ମହିଳା ଯିବେ ପାର୍ଲିଆମେଣ୍ଟ
ଭୁବନେଶ୍ୱର: ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣାର ଅବ୍ୟବହିତ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ମହିଳା କାର୍ଡ ଖୋଲିଛନ୍ତି । ଆସନ୍ତା ନିର୍ବାଚନରେ ଓଡ଼ିଶାର ୩୩% ମହିଳାଙ୍କୁ ପାର୍ଲିଆମେଣ୍ଟପଠାଯିବ ବୋଲି ଆଜି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । କେବଳ ସେତିକି ନୁହେଁ, ବିରୋଧୀ ଦଳଙ୍କୁ ମଧ୍ୟ ଚାଲେଂଜ ଛାଡ଼ିଛନ୍ତି ମୁଖ୍ୟମନ୍ତ୍ରୀ । ମହିଳା ସଶକ୍ତିକରଣର ନାରା ଦେଉଥିବା ଜାତୀୟ ଦଳଗୁଡ଼ିକ ସେମାନଙ୍କ କଥା ପାଳନ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି । ଆଜି କେନ୍ଦ୍ରାପଡ଼ାରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ରାଜନୈତିକ ହଟଚମଟ ସୃଷ୍ଟି କରିଛି ।
କେନ୍ଦ୍ରାପଡ଼ାରେ ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ରାପଡ଼ା ହେଉଛି ବିଜୁ ବାବୁଙ୍କର କର୍ମଭୂମି । ଏହି କେନ୍ଦ୍ରାପଡ଼ାରୁ ହିଁ ବିଜୁବାବୁ ସମଗ୍ର ଦେଶକୁ ବାଟ ଦେଖାଇଥିଲେ । ଭାରତବର୍ଷରେ ପ୍ରଥମ ଥର ପାଇଁ ବିଜୁ ବାବୁ ପଞ୍ଚାୟତିରାଜ ବ୍ୟବସ୍ଥା ଓ ସରକାରୀ ଚାକିରିରେ ୩୩% ମହିଳା ସଂରକ୍ଷଣ ବ୍ୟବସ୍ଥା କରିଥିଲେ । ୨୦୧୨ ରେ ଆପଣଙ୍କ ସରକାର ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳା ସଂରକ୍ଷଣ ହାର ୫୦% କୁ ବୃଦ୍ଧି କରିଥିଲେ । ଖାଲି ସେତିକି ନୁହେଁ, ସଂସଦ ଓ ବିଧାନସଭାରେ ୩୩% ସଂରକ୍ଷଣ ପ୍ରସ୍ତାବ ନେଇ ଆପଣଙ୍କ ସରକାର ଆଗକୁ ବଢ଼ିଛି । ପ୍ରଥମ ଥର ପାଇଁ ବିଧାନସଭାରେ ଏ ନେଇ ସଂକଳ୍ପ ପାରିତ କରାଯାଇଛି । ମୁଁ ନିଜେ ସବୁ ରାଜନୈତିକ ଦଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ସମର୍ଥନ ଲୋଡିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଭାରତବର୍ଷରେ ମହିଳା ସଶକ୍ତିକରଣ ଅଭିଯାନରେ ଓଡ଼ିଶାର ମହିଳାଙ୍କ ନେତୃତ୍ୱ ରହିବ ବୋଲି ମୁଖ୍ୟମନ୍ତ୍ରୀ ବିଶ୍ୱାସ ଦେବା ସହ ଭାରତକୁ ଆମେରିକା ଓ ଚୀନ୍ ଭଳି ସମୃଦ୍ଧ ରାଷ୍ଟ୍ର ହେବାରେ ମହିଳା ସଶକ୍ତିକରଣ ହିଁ ଏକମାତ୍ର ଉତ୍ତର ବୋଲି କହିଥିଲେ । ପ୍ରଭୁ ବଳଦେବଜୀଉଙ୍କ କ୍ଷେତ୍ରରୁ ତାଙ୍କର ଘୋଷଣା ଭାରତର ମହିଳା ସଶକ୍ତିକରଣ ଯାତ୍ରାରେ ଇତିହାସ ସୃଷ୍ଟି କରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବିରୋଧୀଙ୍କ ସମାଲୋଚନା

ସେପଟେ ୩୩% ମହିଳାଙ୍କୁ ପାର୍ଲିଆମେଣ୍ଟ ପଠାଇବାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସମାଲୋଚନା କରିଛନ୍ତି ବିଜେପି ଓ କଂଗ୍ରେସ । ବିଜେପି ଜାତୀୟ ମୁଖପାତ୍ର ଡ. ସମ୍ବିତ ପାତ୍ର କହିଛନ୍ତି, ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କର ଯଦି ଆନ୍ତରିକତା ଅଛି ତେବେ ଖାଲି ଲୋକସଭା କାହିଁକି, ବିଧାନସଭାକୁ ୩୩% ମହିଳା ପଠାଇବା କଥା କହିଲେନି କାହିଁକି? ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଭୂଆଁ ବୁଲାଉଛନ୍ତି ବୋଲି ସେ କହିଛନ୍ତି । ସେହଭଳି କଂଗ୍ରେସ ମଧ୍ୟ ବିଧାନସଭା କଥା ଉଠାଇ ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକତାକୁ ପ୍ରଶ୍ନ କରିଛି ।
Previous Post

ନୀତିବାନ୍ ଦାମ! ବୁଢ଼ା ବୟସରେ ବିଜେପି ଶରଣ

Next Post

ଓଡ଼ିଶାରେ ଏପ୍ରିଲ୍ ୧୧,୧୮,୨୩ ଏବଂ ୨୯ରେ ଭୋଟ, ମେ ୨୩ରେ ଗଣତି

Next Post
ଓଡ଼ିଶାରେ ଏପ୍ରିଲ୍ ୧୧,୧୮,୨୩ ଏବଂ ୨୯ରେ ଭୋଟ, ମେ ୨୩ରେ ଗଣତି

ଓଡ଼ିଶାରେ ଏପ୍ରିଲ୍ ୧୧,୧୮,୨୩ ଏବଂ ୨୯ରେ ଭୋଟ, ମେ ୨୩ରେ ଗଣତି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA