Wednesday, April 29, 2026 06:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନୀତିବାନ୍ ଦାମ! ବୁଢ଼ା ବୟସରେ ବିଜେପି ଶରଣ

by Our Correspondent
10 Mar, 2019- 08:04 AM
in Latest News, News, Politics, Story Of The Week
1 min read
0
ନୀତିବାନ୍ ଦାମ! ବୁଢ଼ା ବୟସରେ ବିଜେପି ଶରଣ
ଭୁବନେଶ୍ୱର: ୭୮ ବର୍ଷ ବୟସରେ ବି କ୍ଷମତାଲୋଭ ଛାଡ଼ି ପାରିଲେନି ଡାକ୍ତର ଦାମୋଦର ରାଉତ । ବିଜେପିର ଘୋର ବିରୋଧୀ ବୋଲି କହି ବୁଲୁଥିଲେ । ବିଜୁବାବୁଙ୍କ ନୀତି ଓ ଆଦର୍ଶରେ ନିଜକୁ ପରିଚିତ କରାଉଥିଲେ । ଜୀବନ ଥିଲା ଯାଏଁ ସେହି ନୀତି, ଆଦର୍ଶରୁ ହଟିବେନି ବୋଲି ହଲପ୍ କରିଥିଲେ । ମାତ୍ର ନିର୍ବାଚନ ବେଳରେ କ୍ଷମତାର ମୋହ ତାଙ୍କର ନୈତିକତାକୁ ଆଖି ମାରିଦେଲାଣି । ଯେଉଁ ଦଳକୁ ନାକ ଟେକୁଥିଲେ ସେହି ଦଳର ଶରଣ ପଶିବାକୁ କାଲି ସକାଳୁ ଦିଲ୍ଲୀ ଧାଇଁଗଲେ । ଦିଲ୍ଲୀରେ ଅମିତ୍ ଶାହାଙ୍କୁ ଭେଟି ନ ପାରି ଧର୍ମେନ୍ଦ୍ର ପ୍ରଧାନଙ୍କଠାରେ ଅଳି କରି ସଂଧ୍ୟାରେ ଫେରି ଆସିଛନ୍ତି । ଖୁବ୍ ଶୀଘ୍ର ତାଙ୍କର ବିଜେପି ଯୋଗଦାନ ଚୂଡ଼ାନ୍ତ ହେବ, ଏଇ ବିଶ୍ୱାସ ଅଛି ତାଙ୍କର ।
ଗଲା ୪ ତାରିଖ ପର୍ଯ୍ୟନ୍ତ ଦାମଙ୍କର ବିଜେପି ସ୍ୱର ଶବଦ୍ ନ ଥିଲା । ବୈଜୟନ୍ତ ପଣ୍ଡା ବିଜେପିରେ ଯୋଗଦେବା ପରେ କାଳେ ମନ ତାଙ୍କର ଉଛନ୍ନ ହୋଇଛି । ବୈଜୟନ୍ତଙ୍କ ଆମନ୍ତ୍ରଣକୁ ଚାହିଁ ବସିଥିଲେ । ସଂଯୋଗକୁ ବୈଜୟନ୍ତ ରାଷ୍ଟ୍ରୀୟ ଉପସଭାପତି ପଦ ପାଇଲା ପରେ ବାଟ ସହଜ ହୋଇଯାଇଛି । କନକ ବର୍ଦ୍ଧନ ସିଂହଦେଓ ଓ ମନମୋହନ ସାମଲ ତାଙ୍କୁ ବିଜେପିକୁ ଆମନ୍ତ୍ରଣ କରିବାର ବାହାନା ଧରି ଆଗକୁ ବଢ଼ିଛନ୍ତି । ନିଜ ଦମ୍ଭରେ ଛିଡ଼ା ହେବାର ସାମର୍ଥ ନ ଥିବା ଅନୁଭବ ପରେ ସମ୍ଭବତଃ ବିଜେପିକୁ ଶେଷ ରାସ୍ତା ବାଛି ନେଇଛନ୍ତି । ମାନ ଇଜ୍ଜତକୁ ଜଗି ବସିଲେ ଆଉ ହବନି । ବୈଜୟନ୍ତଙ୍କ ଭଳି ବିଜେପିକୁ ଗଲେ ଗୋଟେ ଗୁଳିରେ ଦି ଦିଇଟା ଶିକାର କରିପାରିବେ । ନବୀନ ପଟ୍ଟନାୟକଙ୍କ ବିରୋଧରେ ଲଢ଼ି ପ୍ରତିଶୋଧ ନେବେ ଏବଂ ନିଜେ କ୍ଷମତା ଫେରିପାଇବେ । ଅବଶ୍ୟ, ଦାମଙ୍କର ଏହି ଅଭିଳାଷ ପୂରଣ ଯେ ନହେବ ତାହା ଏବେଠୁଁ କହିହେବନି । ୨୨ ବର୍ଷ ଧରି ସେ ବି ବିଜେପି ଆସିବାକୁ ଚାହିଁ ବସିଥିଲେ ବୋଲି ଯେ କହିବେନି, କିଏ କହିପାରିବ!
ସାତ ଥର ବିଧାୟକ, ଚାରି ଚାରି ଥର ମନ୍ତ୍ରୀ ପଦ ଚାଖିଥିବା ଦାମ ଗତବର୍ଷ ସେପ୍ଟେମ୍ବର ୧୨ରେ ବିଜେଡ଼ିରୁ ତଡ଼ା ଖାଇଥିଲେ । ୨୦୧୭ ଡିସେମ୍ବର ୨୨ ପର୍ଯ୍ୟନ୍ତ ତାଙ୍କର ସବୁ ଠିକଠାକ୍ ଥିଲା । ମାତ୍ର ସେଦିନ ତାଙ୍କ ମନ୍ତ୍ରୀପଦ ଚାଲିଗଲା ପରେ ତାଙ୍କୁ ସବୁ ଅବାଗିଆ ଦିଶିଲା । ରାଜ୍ୟ ସରକାର ଦୁର୍ନୀତିରେ ବୁଡ଼ିଥିବା ଅନୁଭବ ହେଲା । ଓଡ଼ିଶାରୁ ନବୀନ ପଟ୍ଟନାୟକ ଶାସନ ବିଲୋପ କରିବା ଟାଣମୁହଁ ଦେଖାଇଲେ । ତେବେ ବିଜେପି ଓ କଂଗ୍ରେସରେ ଯୋଗଦେବାର ପ୍ରଶ୍ନ ଉଠୁନି ବୋଲି ବାରମ୍ବାର କହିଚାଲିଲେ । ବିଜେପି ନାଁ ଶୁଣିଲେ ତାଙ୍କର ନାହି ଡେଉଁଥିଲା । ଗତ ଗାନ୍ଧୀ ଜୟନ୍ତୀ ଦିନ କଂଗ୍ରେସ ଭବନରେ ‘ସମ୍ବିଧାନ ବଞ୍ଚାଓ’ ସମ୍ମିଳନୀରେ ଯୋଗଦେବାକୁ ଯାଇଥିବା ଦାମ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୁର୍ଚ୍ଛତ ଗାଳି କରିଥିଲେ । ମୋଦିଙ୍କୁ ସେ ବାଚାଳ ବୋଲି କହିଥିଲା ବେଳେ ବିଜେପି ବାଲାଙ୍କର ଛୁଆ ନାହିଁ ସେମାନେ ପରଛୁଆ ଉପରେ ଆଖି ପକାଉଛନ୍ତି ବୋଲି କଟାକ୍ଷ କରିଥିଲେ । ବର୍ଷ ବର୍ଷ ଧରି ଅମିତ୍ ଶାହା ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତ ଯାଛା ତା ଗାଳି କରୁଥିଲେ ।
ବିଜେପିକୁ ପସନ୍ଦ କରୁ ନ ଥିବା ଦାମବାବୁ ବିଜୁପ୍ରେମୀଙ୍କୁ ଏକାଠି କରି ଏକ ଆଞ୍ଚଳିକ ଦଳ ଗଠନ କରିବାକୁ ଉଦ୍ୟମ କରିଥିଲେ । ମାତ୍ର ଫେଲ୍ ମାରିଲେ । ତାଙ୍କ ସାଙ୍ଗରେ ରହିବାକୁ ଅଧିକାଂଶ ନାକ ଟେକିଲେ । ବୈଜୟନ୍ତ ପଣ୍ଡା, ବିଜୟ ମହାପାତ୍ର, ଦିଲ୍ଲୀପ ରାୟ, ପଂଚାନନ କାନୁନଗୋଙ୍କ ଭଳି ନେତା ତାଙ୍କୁ ଧରାଛୁଆଁ ଦେଲେନି । ବ୍ରଜ ତ୍ରିପାଠୀଙ୍କୁ ପାଲେଇ ତାଙ୍କ ସମତା କ୍ରାନ୍ତି ଦଳକୁ ବିଜୁ ସମତା କ୍ରାନ୍ତି ନାଁ ଦେଇ ଦାମ ନୂଆ ଦଳ ଗଠନ ଘୋଷଣା କରିଥିଲେ ମଧ୍ୟ ତାହା ସପ୍ତାହେ ଚାଲିପାରିଲାନି । ପରେ ବ୍ରଜ ତ୍ରିପାଠୀ ଓ ଖାରବେଳ ସ୍ୱାଇଁ ଏକାଠି ହୋଇଥିଲେ ବି ଦାମ ଅଲୋଡ଼ା ହୋଇ ରହିଗଲେ ।
ନିରାଟ ସତ ଯେ ବିଜେଡ଼ିରୁ ଗଲା ପରେ ନିଜର ସ୍ଥିତି କ’ଣ ତାହା ଭଲଭାବେ ଅନୁଭବ କରିଥିଲେ ଦାମ । ତେଣୁ ୪୪ ବର୍ଷ ଧରି ରାଜନୀତି ଓ କ୍ଷମତାର ସ୍ୱାଦ ଜାଣିଥିବା ଦାମଙ୍କୁ ବୟସର ଅପରାହ୍ନ ଏବଂ ତଥାକଥିତ ନିଜର ନୀତି,ଆଦର୍ଶ ଅଟକାଇ ପାରିନି । ଶେଷ ଜୀବନରେ ପଦ୍ମ ଧରି ଭୋଟରଙ୍କଠାରୁ ଭୋଟଭିକ୍ଷା କରିବେ । ନରେନ୍ଦ୍ର ମୋଦି, ଅମିତ୍ ଶାହା ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ତୁତିଗାନ କରିବେ । ତେବେ ତାଙ୍କର ରାଜନୈତିକ ଗୁରୁ ବିଜୁବାବୁଙ୍କ ନୀତି, ଆଦର୍ଶ ଜପ କରିବେ ନା ନାହିଁ ତାହା ସେଇ ଦାମ ହିଁ କହିପାରିବେ ।
Previous Post

ବିଜେଡ଼ିରେ ମିଶିଲେ ହେମାନନ୍ଦଙ୍କ ଝିଅ

Next Post

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏଥର ୩୩% ମହିଳା ଯିବେ ପାର୍ଲିଆମେଣ୍ଟ

Next Post
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏଥର ୩୩% ମହିଳା ଯିବେ ପାର୍ଲିଆମେଣ୍ଟ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏଥର ୩୩% ମହିଳା ଯିବେ ପାର୍ଲିଆମେଣ୍ଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA