Wednesday, April 29, 2026 07:12 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେଡ଼ିରେ ମିଶିଲେ ହେମାନନ୍ଦଙ୍କ ଝିଅ

by Our Correspondent
09 Mar, 2019- 01:48 PM
in Latest News, News, Politics
1 min read
0
ବିଜେଡ଼ିରେ ମିଶିଲେ ହେମାନନ୍ଦଙ୍କ ଝିଅ
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳ ଆଜି ବିଜେଡ଼ିରେ ଯୋଗ ଦେଇଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି । ନବ ଦାସ, ଭୂପିନ୍ଦର ସିଂ, ପ୍ରଣବ ପ୍ରକାଶ ଦାସ ଓ କୁସୁମ ଟେଟୋ ସେଠାରେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟ ପ୍ରତି ଆକର୍ଷିତ ହୋଇ ବିଜେଡ଼ିରେ ଯୋଗଦେଇଥିବା କହିଛନ୍ତି ସୁନିତା ।
ବିଜେଡ଼ିରେ ସୁନିତାଙ୍କ ଯୋଗଦାନ ଝାରସୁଗୁଡ଼ାରେ ଜିଲ୍ଲାରେ କଂଗ୍ରେସ ପାଇଁ ଆଉ ଏକ ଆଘାତ ଆଣିଛି । ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ଥିଲେ ସୁନିତା । କଂଗ୍ରେସ ଟିକେଟରେ ସେ ସୁନ୍ଦରଗଡ଼ ଲୋକସଭା ଆସନରୁ ଲଢ଼ିବାକୁ ଚାହୁଁଥିଲେ । ମାତ୍ର ଟିକେଟ ପାଉ ନ ଥିବା ଜାଣିବା ପରେ ସେ ଦଳ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି ।
ଝାରସୁଗୁଡ଼ାର କଂଗ୍ରେସ ବିଧାୟକ ତଥା ପିସିସି କାର୍ଯ୍ୟକାରୀ ସଭାପତି ଥିବା ନବ ଦାସ କିଛିଦିନ ତଳେ ଦଳ ଛାଡ଼ି ବିଜେଡ଼ିରେ ଯୋଗଦେଇଥିଲେ । ସେହିଭଳି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ମଧ୍ୟ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗ ଦେଇଛନ୍ତି । ଏବେ ସୁନିତା ସେମାନଙ୍କ ରାସ୍ତା ଧରିଲେ । ଝାରସୁଗୁଡ଼ାରୁ ହେମାନନ୍ଦ ବିଶ୍ୱାଳ ନିର୍ବାଚନ ଲଢ଼ିବାକୁ ଆଗ୍ରହୀ ଥିବା ବେଳେ ଝିଅ ସୁନିତାଙ୍କ ପାଇଁ ସୁନ୍ଦରଗଡ଼ ଲୋକସଭା ଆସନ ଉପରେ ଆଖି ରଖିଥିଲେ । ମାତ୍ର କଂଗ୍ରେସରେ ଯୋଗଦେଇଥିବା ବୀରମିତ୍ରପୁର ବିଧାୟକ ଜର୍ଜ ତୀର୍କିଙ୍କ ନାଁ ସୁନ୍ଦରଗଡ଼ ପାଇଁ ସୁପାରିଶ ହୋଇଥିବା ଜାଣିବା ପରେ ସେ କଂଗ୍ରେସ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି । ବିଜେଡ଼ି ତାଙ୍କୁ ସୁନ୍ଦରଗଡ଼ରୁ ପ୍ରାର୍ଥୀ କରିପାରେ ବୋଲି ଆଲୋଚନା ହେଉଛି ।
ସୁନିତା ବିଜେଡ଼ିରେ ଯୋଗଦେବା ପରେ ହେମାନନ୍ଦ ତାଙ୍କ ପରିବାରେ ଏକଘରିକିଆ ହୋଇଯାଇଛନ୍ତି । ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ହେମାନନ୍ଦଙ୍କ ଦୁଇଭାଇ କଂଗ୍ରେସ ଛାଡ଼ି ବିଜେଡ଼ିରେ ଯୋଗଦେଇଥିଲେ । ତେବେ ସୁନିତାଙ୍କ ବିଜେଡ଼ି ଯୋଗଦାନ ଉପରେ ହେମାନନ୍ଦ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏହା ଝିଅର ନିଜସ୍ୱ ନିଷ୍ପତ୍ତି । ସେଥିରେ ତାଙ୍କର କୌଣସି ଭୂମିକା ନାହିଁ । ଝିଅ ବିଜେଡ଼ି ପାଇଁ ପ୍ରଚାର କରିବ, ମୁଁ କଂଗ୍ରେସ ପାଇଁ ପ୍ରଚାର କରିବି ବୋଲି ହେମାନନ୍ଦ କହିଛନ୍ତି ।
ତେବେ ବିଜେଡ଼ିରେ ସୁନିତାଙ୍କ ଯୋଗଦାନ ଦଳକୁ ଫାଇଦା ହେବା ନେଇ ଅନେକଙ୍କ ସନ୍ଦେହ ରହିଛି । ଝାରସୁଗୁଡ଼ାରେ ଅସଲ ବିଜେଡ଼ି କର୍ମୀଙ୍କୁ ଏହା ହଜମ ହେଉନାହିଁ । ଏକାସାଙ୍ଗରେ ନବ ଦାସଙ୍କୁ ବିଧାୟକ ଓ ସୁନିତା ବିଶ୍ୱାଳଙ୍କୁ ଲୋକସଭା ପ୍ରାର୍ଥୀ ଭାବେ ସେମାନେ ଗ୍ରହଣ କରିବେ ନା ନାହିଁ ତାହା ପ୍ରାର୍ଥୀ ତାଲିକା ଘୋଷଣା ପରେ ଜଣାପଡ଼ିବ ।
Previous Post

ବୈଜୟନ୍ତ ବିଜେପି ମୁଖପାତ୍ର ଆଗରୁ ଥିଲେ, ଆଜି ବିଧିବଦ୍ଧ ହେଲା: ବିଜେଡ଼ି

Next Post

ନୀତିବାନ୍ ଦାମ! ବୁଢ଼ା ବୟସରେ ବିଜେପି ଶରଣ

Next Post
ନୀତିବାନ୍ ଦାମ! ବୁଢ଼ା ବୟସରେ ବିଜେପି ଶରଣ

ନୀତିବାନ୍ ଦାମ! ବୁଢ଼ା ବୟସରେ ବିଜେପି ଶରଣ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA