Thursday, April 30, 2026 01:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୁଖ୍ୟମନ୍ତ୍ରୀଙ୍କ ମହିଳା ଦିବସ ଉପହାର: ‘ମିିଶନ ଶକ୍ତି’ ହେଲା ସ୍ୱତନ୍ତ୍ର ବିଭାଗ

by Our Correspondent
08 Mar, 2020- 06:07 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କ ମହିଳା ଦିବସ ଉପହାର: ‘ମିିଶନ ଶକ୍ତି’ ହେଲା ସ୍ୱତନ୍ତ୍ର ବିଭାଗ
ଭୁବନେଶ୍ୱର: ‘ମିଶନ ଶକ୍ତି’ ନାଁରେ ଆଉ ଏକ ବିଭାଗର ଜନ୍ମ ନେଇଛି । ବିଶ୍ୱ ମହିଳା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଏଭଳି ସ୍ୱତନ୍ତ୍ର ବିଭାଗ ଖୋଲିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ରାଜ୍ୟର ମହିଳାମାନଙ୍କ ପାଇଁ ଏହାକୁ ଉତ୍ସର୍ଗ କରିଛନ୍ତି ।
ଲୋକସେବା ଭବନର କନଭେନସନ୍ ହଲ୍ ରେ ଆୟୋଜିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ- ମୁଁ ବହୁତ ଖୁସି ଯେ ଓଡ଼ିଶା ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଆଗୁଆ ରାଜ୍ୟ । ବିକାଶର ସବୁ କ୍ଷେତ୍ରରେ ଆମର ମା ମାନେ ଆଜି ଆଗରେ । ଆମ ମା ମାନଙ୍କର ସଂଗ୍ରାମ, ଆତ୍ମ ବିଶ୍ୱାସ ଓ ସଫଳତା ଆମ ସମସ୍ତଙ୍କୁ ଅଭିଭୂତ କରିଛି । ୭୦ ଲକ୍ଷ ମା ମାନଙ୍କୁ ନେଇ ମିଶନ ଶକ୍ତି, ମମତା କାର୍ଯ୍ୟକ୍ରମ ଓ ପଞ୍ଚାୟତିରାଜରେ ୫୦ ପ୍ରତିଶତ ସଂରକ୍ଷଣ ଆଜି ମା ମାନଙ୍କ ସାମାଜିକ ଅର୍ଥନୈତିକ ସଶକ୍ତିକରଣ କ୍ଷେତ୍ରରେ ନୂଆ ଯୁଗ ଆରମ୍ଭ କରିଛି ।
କ୍ରୀଡ଼ାଠାରୁ ଆରମ୍ଭ କରି ଉଦ୍ୟୋଗ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ମା ମାନଙ୍କର ସଫଳତା ବେଶ ଉତ୍ସାହଜନକ । ଓଡ଼ିଶାର ଝିଅ ଓ ମା ମାନେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ସୁନାମ କରିଛନ୍ତି । ଦୂତୀ ଚାନ୍ଦ, ପ୍ରତିଭା ରାୟ ଓ ନନ୍ଦିତା ଦାସଙ୍କ ପରି ମହିଳାମାନେ ଦେଶ ବିଦେଶରେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ମହିଳା ସଶକ୍ତିକରଣ କ୍ଷେତ୍ରରେ ଏମାନେ ସାରା ଦେଶର ମହିଳାମାନଙ୍କ ପାଇଁ ଆଦର୍ଶ । ମା ମାନଙ୍କ ଅଧିକାର, ମା ମାନଙ୍କ ହକ୍ ଓ ମା ମାନଙ୍କ କଲ୍ୟାଣ ପାଇଁ ମୋ ସରକାର ପ୍ରତିବଦ୍ଧତାର ସହ କାମ କରୁଛି ଓ କରି ଚାଲିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ତିନୋଟି ଶ୍ରେଷ୍ଠ ଆଇସିଡିଏସ ମୟୁରଭଞ୍ଜ, ଢ଼େଙ୍କାନାଳ ଓ ଗଜପତି, ଶ୍ରେଷ୍ଠ ଏସଏଚଜି, ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀ ଏବଂ ବ୍ୟାଙ୍କର ଭାବେ ଏସବିଆଇ, ରାଜ୍ୟ ସମବାୟ ବ୍ୟାଙ୍କ ଓ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କକୁ ପୁରସ୍କୃତ କରିଥିଲେ ।
କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଉପଦେଷ୍ଟା ଶ୍ରୀମତୀ ଲୋପାମୁଦ୍ରା ବକ୍ସିପାତ୍ର, ଉପଦେଷ୍ଟା ଶ୍ରୀମତୀ ସୁଲତା ଦେଓ, ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର, ବିଭାଗୀୟ ପ୍ରମୁଖ ସଚିବ ଶ୍ରୀମତୀ ଅନୁ ଗର୍ଗ, ମିଶନ ଶକ୍ତି ନିର୍ଦ୍ଦେଶିକା ଶ୍ରୀମତୀ ସୁଜାତା କାର୍ତ୍ତିକେୟନ୍ ପ୍ରମୁଖ ଯୋଗଦେଇଥିଲେ ।

ପୃଷ୍ଟିସାଧନ ଷ୍ଟ୍ରାଟେଜି ‘ସୋପାନ’ ଘୋଷିତ

ଅପହଞ୍ଚ ଇଲାକାରେ ପୃଷ୍ଟିସାଧନର ରୂପାନ୍ତରଣ ଓ ପ୍ରଗତି ପାଇଁ ‘ସୋପାନ’ ନାମକ ଏକ ନୂତନ ଷ୍ଟ୍ରାଟେଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା ରୂପାୟନ କରାଯିବ । ରାଜ୍ୟର ପ୍ରଗତି ପାଇଁ ପୃଷ୍ଟିସାଧନକୁ ସୁବ୍ୟବସ୍ଥିତ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ । ଏହି ଷ୍ଟ୍ରାଟେଜି ଦ୍ୱାରା ରାଜ୍ୟର ୨୨ଟି ଜିଲ୍ଲାରେ ଥିବା ୧୨୫ଟି ପ୍ରକଳ୍ପ ମାଧ୍ୟମରେ ୬ ବର୍ଷରୁ କମ୍ ଶିଶୁ, କିଶୋରୀ ବାଳିକା ଓ ଗର୍ଭବତୀ ଏବଂ ପ୍ରସୂତୀ ମହିଳା ଉପକୃତ ହେବେ ।
Previous Post

ସଞ୍ଜୟଙ୍କୁ ଖଳନାୟକ ସଜାଇବାର ଚକ୍ରାନ୍ତ!!

Next Post

କ୍ଷମତା ମୋହରେ ଅନ୍ଧ ହୋଇଗଲେ ସିନ୍ଧିଆ

Next Post
କ୍ଷମତା ମୋହରେ ଅନ୍ଧ ହୋଇଗଲେ ସିନ୍ଧିଆ

କ୍ଷମତା ମୋହରେ ଅନ୍ଧ ହୋଇଗଲେ ସିନ୍ଧିଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA