Thursday, April 30, 2026 12:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କ୍ଷମତା ମୋହରେ ଅନ୍ଧ ହୋଇଗଲେ ସିନ୍ଧିଆ

by Our Correspondent
10 Mar, 2020- 11:40 PM
in Latest News, National, News, Politics
1 min read
0
କ୍ଷମତା ମୋହରେ ଅନ୍ଧ ହୋଇଗଲେ ସିନ୍ଧିଆ

ନୂଆଦିଲ୍ଲୀ: ୧୮ ବର୍ଷର ରାଜନୈତିକ କ୍ୟାରିୟର୍ ରୁ ୧୭ ବର୍ଷ କଟିଲା ସଂସଦରେ । ଉପା ସରକାରର ଦୁଇଟି ଯାକ ପାଳିରେ ମନ୍ତ୍ରୀ ହେଲେ । କଂଗ୍ରେସ ୱାର୍କିଂ କମିଟିର ସଦସ୍ୟ ରହିଲେ । କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ଉତ୍ତରପ୍ରଦେଶ ଭଳି ରାଜ୍ୟର ପର୍ଯ୍ୟବେକ୍ଷକ ଦାୟିତ୍ୱ ପାଇଲେ । ଏତେସବୁ କ୍ଷମତା ଉପଭୋଗ କଲା ପରେ ବି ନିଜ ରାଜ୍ୟ ମଧ୍ୟପ୍ରଦେଶ ଓ ଭାରତବର୍ଷର ସେବା କରିବାର ସୁଯୋଗ ପାଉନାହାନ୍ତି ବୋଲି ତାଙ୍କର ଅନୁଭବ ହେଲା । ତେଣୁ ଦଳ ଛାଡ଼ି ପଳାଇଲେ । ଯେଉଁ ଦଳ ତାଙ୍କୁ ପାଳି ପୋଷି କ୍ଷମତା, ମର୍ଯ୍ୟାଦା ଦେଇଥିଲା ସେହି ଦଳକୁ ଗୋଇଠା ମାରି କ୍ଷମତାସୀନ ଦଳ ଆଡକୁ ଢ଼ଳିଗଲେ । ରାଜନୈତିକ ବିଚାରଧାରା, ଆଦର୍ଶ ରାତାରାତି ବଦଳେଇଦେଲେ । କ୍ଷମତାର ସ୍ୱାଦ ଚାଖିଥିବା ନେତା କ୍ଷମତାରେ ରହିବା ପାଇଁ କେଉଁ ସ୍ତରକୁ ଖସିପାରନ୍ତି ତାହାର ଜ୍ୱଳନ୍ତ ଉଦାହରଣ ହୋଇଛନ୍ତି ଜ୍ୟୋତିରାଦିତ୍ୟ ସିନ୍ଧିଆ ।

କଂଗ୍ରେସର ପ୍ରବୀଣ ନେତା ତଥା ଗାନ୍ଧୀ ପରିବାରର ଘନିଷ୍ଠ ସ୍ୱର୍ଗତ ମାଧବରାଓ ସିନ୍ଧିଆଙ୍କ ଜନ୍ମ ଦିନରେ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ୪୯ ବର୍ଷୀୟ ପୁତ୍ର ଜ୍ୟୋତିରାଦିତ୍ୟ । ଇସ୍ତଫାର କାରଣ ଦର୍ଶାଇଛନ୍ତି ଯେ କଂଗ୍ରେସରେ ରହି ନିଜ ରାଜ୍ୟ ଏବଂ ଦେଶର ସେବା କରିବା ତାଙ୍କ ପକ୍ଷରେ ସମ୍ଭବ ହେଲାନାହିଁ । ଖାଲି ନିଜେ ଦଳ ଛାଡ଼ିନାହାନ୍ତି, ମଧ୍ୟପ୍ରଦେଶର ୨୧ ଜଣ କଂଗ୍ରେସ ବିଧାୟକଙ୍କୁ ସାଙ୍ଗରେ ନେଇଛନ୍ତି । ଖୁବ୍ ଶୀଘ୍ର ସେ ବିଜେପିରେ ଯୋଗଦେବେ । ମଧ୍ୟପ୍ରଦେଶର କମଲନାଥ ସରକାରକୁ ଭାଙ୍ଗିଦେବା ପାଇଁ ବିଜେପି ରଚିଥିବା ଷଡ଼ଯନ୍ତ୍ରରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା କୁହାଯାଉଛି ।
ଏକ ନାଟକୀୟ ଘଟଣାକ୍ରମେ ସୋମବାର ସଂଧ୍ୟାରୁ ଅନ୍ତର୍ଦ୍ଧାନ ହୋଇଯାଇଥିବା ଜ୍ୟୋତିରାଦିତ୍ୟ ଆଜି ସକାଳେ ଘରକୁ ଫେରିଥିଲେ । ତେବେ ସକାଳ ୧୦.୪୫ ମିନିଟ୍ ବେଳକୁ ଅମିତ୍ ଶାହାଙ୍କ ବାସଭବନରେ ତାଙ୍କୁ ଦେଖିବାକୁ ମିଳିଲା । ଉଭୟଙ୍କ ମଧ୍ୟରେ ଦୀର୍ଘ ଏକ ଘଣ୍ଟା ଧରି ଗୋପନ ବୈଠକ ବସିବା ପରେ ଜ୍ୟୋତିରାଦିତ୍ୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ନେଇଯାଇଥିଲେ ଶାହା । ସେମାନଙ୍କ ମଧ୍ୟରେ ଅଧଘଣ୍ଟାର ଆଲୋଚନା ପରେ ଜ୍ୟୋତିରାଦିତ୍ୟ ବାହାରକୁ ଆସି କଂଗ୍ରେସରୁ ଇସ୍ତଫା ଦେବା ସଂକ୍ରାନ୍ତରେ ଘୋଷଣା କରିଥିଲେ । ଆଗରୁ ଟାଇପ୍ ହୋଇ ରହିଥିବା ଇସ୍ତଫାପତ୍ରକୁ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇ ଦେଇଥିଲେ । ଇତିମଧ୍ୟରେ ଏଆଇସିସି ସାଧାରଣ ସମ୍ପାଦକ କେ.ସି.ଭେନୁଗୋପାଳ ଗଣମାଧ୍ୟମରେ ଜ୍ୟୋତିରାଦିତ୍ୟଙ୍କୁ ସୋନିଆ ଦଳରୁ ବହିଷ୍କାର କରିଥିବା ଘୋଷଣା କରିଥିଲେ ।
ଜ୍ୟୋତିରାଦିତ୍ୟ ସଂଧ୍ୟାରେ ବିଜେପିରେ ଯୋଗଦେଉଥିବା ପ୍ରଚାର ହୋଇଥିଲେ ମଧ୍ୟ ତାହା ଏଯାଏଁ ବିଧିବଦ୍ଧ ହୋଇନାହିଁ । ସେପଟେ ମାର୍ଚ୍ଚ ୨୬ ତାରିଖରେ ଅନୁଷ୍ଠିତ ହେଉଥିବା ରାଜ୍ୟସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ନିର୍ଦ୍ଧାରଣ ପାଇଁ ସଂଧ୍ୟାରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ପ୍ରଧାନମନ୍ତ୍ରୀ ମୋଦି, ଅମିତ୍ ଶାହାଙ୍କ ସମତେ ବିଜେପି ସଭାପତି ଜେ.ପି.ନଡ୍ଡା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ପରିବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ ଏହି ବୈଠକରେ ଯୋଗ ଦେଇଥିଲେ । ଜ୍ୟୋତିରାଦିତ୍ୟଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ ସମ୍ପର୍କରେ ନିଷ୍ପତ୍ତି ହୋଇଥିବା କୁହାଯାଉଛି ।
ଚାରି ଚାରି ଥର ସାଂସଦ ତଥା ଗାନ୍ଧୀ ପରିବାରର ଅତ୍ୟନ୍ତ ଘନିଷ୍ଠତମ ଜ୍ୟୋତିରାଦିତ୍ୟ କଂଗ୍ରେସ ଛାଡ଼ିବାର କାରଣ କେବଳ କ୍ଷମତାର ମୋହ ବୋଲି କୁହାଯାଉଛି । ୨୦୧୮ ମଧ୍ୟପ୍ରଦେଶ ନିର୍ବାଚନରେ କଂଗ୍ରେସକୁ ସଂଖ୍ୟାଗରିଷ୍ଠତା ମିଳିବା ପରେ ରାଜ୍ୟର ମୁଖ୍ୟମନ୍ତ୍ରୀ ହେବାକୁ ଚାହିଁଥିଲେ । ତେବେ ତାଙ୍କ ପଛରେ ମାତ୍ର ୨୩ ଜଣ ବିଧାୟକଙ୍କ ସମର୍ଥନ ଥିବା କାରଣରୁ ତାହା ସମ୍ଭବ ହୋଇ ନ ଥିଲା । ମୁଖ୍ୟମନ୍ତ୍ରୀ ହୋଇ ନ ପାରିବା କାରଣରୁ କଂଗ୍ରେସ ନେତୃତ୍ୱ ଉପରୁ ମନ ତୁଟେଇ ଦେଇଥିଲେ । କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ସମେତ ବିଭିନ୍ନ ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟରୁ ସେ ନିଜକୁ ଦୂରେଇ ଦେଇ ବିଜେପି ସାଥୀରେ ତାଳି ମାରୁଥିଲେ ।
ରାଜନୈତିକ ମହଲର ଚର୍ଚ୍ଚା ଅନୁଯାୟୀ, ମଧ୍ୟପ୍ରଦେଶ ହାତଛଡ଼ା ହେବା କାରଣରୁ ବିଜେପି ପ୍ରତିଶୋଧପରାୟଣ ହୋଇଥିଲା । କଂଗ୍ରେସ ସରକାରକୁ ଭାଙ୍ଗି ଯେନତେନ କ୍ଷମତାକୁ ଅକ୍ତିଆରରେ ରଖିବା ପାଇଁ ସୁଚିନ୍ତିତ ଯୋଜନା ଆରମ୍ଭ କରିଥିଲା । ଜ୍ୟୋତିରାଦିତ୍ୟଙ୍କୁ ଆଖିରେ ରଖି ବିଜେପି କୁଆଡ଼େ ଏହି ଯୋଜନା କରିଥିଲା । ତାଙ୍କୁ ରାଜ୍ୟସଭା ଆସନର ଲୋଭ ଦିଆଯିବା ସହ କେନ୍ଦ୍ର କ୍ୟାବିନେଟ୍ ରେ ସ୍ଥାନ ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିବା କୁହାଯାଉଛି । ବିଜେପିର ଏହି ଲୋଭନୀୟ ଅଫର୍ ରେ ଜ୍ୟୋତିରାଦିତ୍ୟ କୃତ କୃତ ହୋଇ ନିଜର ନୀତି, ଆଦର୍ଶ, ପରିଚୟ ଭୁଲିଯାଇଥିବା କ୍ରମଶଃ ସ୍ପଷ୍ଟ ହେଲାଣି ।
ଜ୍ୟୋତିରାଦିତ୍ୟଙ୍କୁ ହସ୍ତମାହାଲ କରି ମଧ୍ୟପ୍ରଦେଶର କମଲନାଥ ସରକାରଙ୍କୁ ଭାଙ୍ଗିବା ଉଦ୍ୟମରେ ବିଜେପି ସଫଳ ହେବାର ସମ୍ଭାବନା ଉଜ୍ଜଳ ହୋଇଛି । ୨୩୦ ବିଧାନସଭା ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ସରକାର ଗଢ଼ିବା ପାଇଁ ୧୧୬ ଆସନର ଆବଶ୍ୟକତା ଥିବା ବେଳେ କଂଗ୍ରେସର ଆସନ ଥିଲା ୧୨୦ । ଏବେ ଜ୍ୟୋତିରାଦିତ୍ୟଙ୍କ ଗୋଷ୍ଠୀର ୨୧ଜଣ ବିଧାୟକଙ୍କ ଇସ୍ତଫା ଗୃହୀତ ହେଲେ କଂଗ୍ରେସ ବିଧାୟକଙ୍କ ସଂଖ୍ୟା ୯୯କୁ ଖସି ଆସିବ । ଯାହାକି ମ୍ୟାଜିକ୍ ନମ୍ବର ୧୦୪ ଠାରୁ ୫ଟି ଆସନ କମ । ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି ଏବଂ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ରଖିଥିବା ବିଜେପିର ଆସନ ସଂଖ୍ୟା ୧୦୭ ହେଉଥିବାରୁ ବିଜେପି ସରକାର ଗଠନ କରିବାରେ ଅସୁବିଧା ନାହିଁ ।
Previous Post

ମୁଖ୍ୟମନ୍ତ୍ରୀଙ୍କ ମହିଳା ଦିବସ ଉପହାର: ‘ମିିଶନ ଶକ୍ତି’ ହେଲା ସ୍ୱତନ୍ତ୍ର ବିଭାଗ

Next Post

ବିଜେପିରେ ମିଶିଲେ ସିନ୍ଧିଆ, ଅମିତ୍ ଶାହା ରହିଲେନି

Next Post
ବିଜେପିରେ ମିଶିଲେ ସିନ୍ଧିଆ, ଅମିତ୍ ଶାହା ରହିଲେନି

ବିଜେପିରେ ମିଶିଲେ ସିନ୍ଧିଆ, ଅମିତ୍ ଶାହା ରହିଲେନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA