Monday, May 25, 2026 04:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁମ୍ବାଇରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀର, କାଲି ଶେଷକୃତ୍ୟ

by Our Correspondent
27 Feb, 2018- 11:19 PM
in Latest News, News
1 min read
1
ମୁମ୍ବାଇରେ ଶ୍ରୀଦେବୀଙ୍କ ପାର୍ଥିବ ଶରୀର, କାଲି ଶେଷକୃତ୍ୟ
ମୁମ୍ବାଇ: ଶ୍ରୀଦେବୀଙ୍କ ପାର୍ଥିବ ଶରୀର ଦୁବାଇରୁ ଆଜି ସଂଧ୍ୟାରେ ମୁମ୍ବାଇ ଅଣାଯାଇଛି । ଏକ ଘରୋଇ ଜେଟ୍ ବିମାନରେ ସ୍ୱାମୀ ବୋନି କପୁର ଏବଂ ସାବତ ପୁଅ ଅର୍ଜୁନ କପୁର ପାର୍ଥିବ ଶରୀରକୁ ଧରି ମୁମ୍ବାଇ ବିମାନବନ୍ଦରରେ ପହଞ୍ଚିଥିଲେ । ସେଠାରେ ଦିଅର ଅନୀଲ କପୁର, ଝିଆରୀ ସୋନମ୍, ଶିଳ୍ପପତି ଅନୀଲ ଅମ୍ବାନୀ ପ୍ରମୁଖ ପାର୍ଥିବ ଶରୀର ଗ୍ରହଣ କରି ନିଜ ବାସଭବନକୁ ନେଇଛନ୍ତି । ଶ୍ରୀଦେବୀଙ୍କ ଅନ୍ତିମ ଦର୍ଶନ ପାଇଁ ତାଙ୍କ ବାସଭବନରେ ଅସମ୍ଭବ ଭିଡ଼ ହୋଇଛି । ଆସନ୍ତାକାଲି ଅପରାହ୍ନରେ ୩.୩୦ମିନିଟ୍ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।
କପୁର ପରିବାରର ସୂଚନା ଅନୁଯାୟୀ, ଜନତାଙ୍କ ଅନ୍ତିମ ଦର୍ଶନ ପାଇଁ ଆସନ୍ତାକାଲି ଶ୍ରୀଦେବୀଙ୍କ ପାର୍ଥିବ ଶରୀରକୁ ଅନ୍ଧେରୀ ୱେଷ୍ଟସ୍ଥିତ ଲଖଣ୍ଡୱାଲ୍ କମ୍ପ୍ଲେକ୍ସର ସେଲିବ୍ରେସନ୍ ସ୍ପୋର୍ଟସ୍ କ୍ଲବ୍ ରେ ରଖାଯିବ । ସକାଳ ୯.୩୦ ମିନିଟ୍ ରୁ ୧୨.୩୦ ପର୍ଯ୍ୟନ୍ତ ତାଙ୍କର ଅନ୍ତିମ ଦର୍ଶନ ହେବ । ଅପରାହ୍ନ ୨ଟାରେ ସେଠାରୁ ଶବ ଶୋଭାଯାତ୍ରା ବାହାରି ଭିଲେ ପାର୍ଲେ ସମାଜ କ୍ରିମୋଟୋରିୟମ୍ ଯିବ । ଅପରାହ୍ନ ୩.୩୦ ରେ ହିନ୍ଦୁ ରୀତିନୀତିରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ।
ସୂଚନାଯୋଗ୍ୟ ଯେ ଶନିବାର ରାତିରେ ଦୁବାଇରେ ଶ୍ରୀଦେବୀ ଆଖି ବୁଜିଥିଲେ । ହୋଟେଲ ବାଥରୁମ୍ ରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପ୍ରଥମେ କୁହାଯାଇଥିଲେ ମଧ୍ୟ ଗତକାଲି ଆସିଥିବା ଫୋରେନସିକ୍ ରିପୋର୍ଟରେ ତାଙ୍କର ମୃତ୍ୟୁ ଦୁର୍ଘଟଣାବଶତଃ ବାଥଟବ୍ ରେ ବୁଡ଼ି ମୃତ୍ୟୁ ହୋଇଥିବା କୁହାଯାଇଛି । ତେବେ ମୃତ୍ୟୁର ପ୍ରକୃତ କାରଣକୁ ନେଇ ଏବେ ବି ରହସ୍ୟ ଲାଗିରହିଛି । ଇତିମଧ୍ୟରେ ଦୁବାଇ ପବ୍ଲିକ୍ ପ୍ରୋସ୍ୟୁକୁଟର ମାମଲାର ତଦନ୍ତ କରି ଆଜି ସେଥିରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ । ଅପରାହ୍ନରେ ଶ୍ରୀଦେବୀଙ୍କ ମରଶରୀରକୁ ମର୍ଗରୁ ତାଙ୍କର ପରିବାରକୁ ହସ୍ତାନ୍ତର କରାଯାଇଥିଲା । ଦୁବାଇ ସମୟ ଅପରାହ୍ନ ୫ଟାରେ ସ୍ୱତନ୍ତ୍ର ଜେଟ୍ ବିମାନରେ ପରିବାର ଲୋକେ ଶ୍ରୀଦେବୀଙ୍କ ପାର୍ଥିବ ଶରୀର ଧରି ବିଳମ୍ବିତ ସଂଧ୍ୟାରେ ମୁମ୍ବାଇରେ ପହଞ୍ଚିଛନ୍ତି ।
Previous Post

କାଲି ଫଳ: ପରାଜୟ ଇସ୍ତାହାର ରେଡ୍ଡି

Next Post

ବିଜେପୁର ହେଲା ବିଜେଡ଼ିପୁର

Next Post
ବିଜେପୁର ହେଲା ବିଜେଡ଼ିପୁର

ବିଜେପୁର ହେଲା ବିଜେଡ଼ିପୁର

Comments 1

  1. ଦେବରାଜ ନାୟକ says:
    8 years ago

    ରାଜ୍ୟରେ ଆଉ କିଛି ଖବର ନାହିଁ କି?

    ଏଥିରେ ଖବରର ବିଶ୍ଲେଷଣ କାଇଁ?

    ସବୁ media ପରି MIDDAY ODISHA ଶ୍ରୀଦେବୀ ପୁରାଣ ଆରମ୍ଭ କଲାକି? ଆରେ ମଦ ପିଇପିଇ ବାଥଟବରେ ପଡିଟକି ମୃତ୍ୟୁ ହୋଇଛି, ଦେଶପାଇଁ ଜୀବନ ଦେଇନି, ତେଣୁ ଏତେ ପ୍ରଥମିକତା କଣପାଇଁ?

    ନିଜର ସ୍ବତନ୍ତ୍ରତା ବଜାଇରଖନ୍ତୁ ଆପଣ ଜୋଉଥିପାଇଁ ପରିଚିତ,

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA